Categories: ରାଜ୍ୟ

ବିବାହରେ ବିଳମ୍ବ ଯୋଗୁ ହାତ କାଟିଲେ ପ୍ରେମିକା

ଖଇରା, ୨୨।୬: ବିବାହ କରିବାରେ ବିଳମ୍ବ କରୁଥିଲେ ପ୍ରେମିକ। ଆଉ ଘର ଲୋକ ଅନ୍ୟତ୍ର ବିବାହ ପାଇଁ ଚାପ ପକାଉଥିଲେ। ଏଥିଯୋଗୁ ମାନସିକ ଭାରସାମ୍ୟ ହରାଇ ଆମତ୍ହତ୍ୟା ଉଦ୍ୟମ କରିଛନ୍ତି ଜଣେ ଯୁବତୀ। ବାଲେଶ୍ୱର ଜିଲା ଖଇରା ଥାନା ବର୍ତ୍ତନା ପଞ୍ଚାୟତ ଅଞ୍ଚଳରୁ ସାମ୍ନାକୁ ଆସିଛି ଏଭଳି ଘଟଣା। ଯୁବତୀଙ୍କୁ ଚିକିତ୍ସା ପାଇଁ ଖଇରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ଉକ୍ତ ଯୁବତୀଙ୍କ ଜଣେ ଯୁବକଙ୍କ ସହ ପ୍ରେମସମ୍ପର୍କ ଥିଲା। ହେଲେ ଯୁବତୀଙ୍କ ବାପା ଏଥିରେ ରାଜି ନ ଥିବା ବେଳେ ଅନ୍ୟତ୍ର ବିବାହ ଦେବାକୁ ଚାହୁଁଥିଲେ। ଗତ ୭ଦିନ ତଳେ ଯୁବତୀଜଣକ ପ୍ରେମିକଙ୍କ ଘରକୁ ପଳାଇଥିଲେ। ପୁଅ ଘର ବିବାହରେ ଜାଣିଶୁଣି ବିଳମ୍ବ କରୁଥିବାରୁ ନିରାଶ ହୋଇ ଯୁବତୀ ଜଣକ ହାତ ସହ ଶରୀରର ବିଭିନ୍ନ ଅଂଶ କାଟି ଦେଇଥିଲେ।