Posted inଫୁରସତ

ମାଲିକ ଗାଳି କଲେ ବୋଲି ଆତ୍ମହତ୍ୟା କରିବାକୁ ଷ୍ଟେଶନ ବାଲକୋନୀରେ ଚଢ଼ିଗଲେ ଯୁବତୀ, ଆଉ ତା’ ପରେ…

ଫରିଦାବାଦ: କାମ କରୁଥିବା କମ୍ପାନୀର ମାଲିକ ରାଗିଲେ ବୋଲି ଆତ୍ମହତ୍ୟା କରିବାକୁ ଷ୍ଟେଶନର ଏକ ବାଲକୋନୀରେ ଚଢ଼ିଗଲେ ଯୁବତୀ। ଏଠାକାର ସେକ୍ଟେର ୨୮ ମେଟ୍ରୋ ଷ୍ଟେଶନରେ ଜଣେ ଯୁବତୀଙ୍କ ଏଭଳି ଏକ ଅଭାବନୀୟ ଦେଖିବାକୁ ମିଳିଛି। ଏହାକୁ ନେଇ ଷ୍ଟେଶନ ତଳେ ଲୋକଙ୍କ ଭିଡ ଜମିଥିଲା। ଲୋକମାନେ ଏହି ଘଟଣାର ଭିଡିଓ କରିଥିଲେ। ତେବେ ମେଟ୍ରୋର ସୁରକ୍ଷା ଦାୟିତ୍ୱରେ ନିୟୋଜିତ ସିଆଇଏସ୍‌ଏଫ୍‌ ଏବଂ ଫରିଦାବାଦ ପୋଲିସ ଝିଅକୁ ବୁଝାଇବା ପାଇଁ ଚେଷ୍ଟା କରିଥିଲେ। ହେଲେ ଯୁବତୀ କାହା କଥା ଶୁଣି ନ ଥିଲେ। ପରେ ପୋଲିସ ଏବଂ ସିଆଇଏସ୍‌ଏଫ୍‌ର ବୁଝାମଣା ଯୋଗୁ ଯୁବତୀଙ୍କୁ ଉଦ୍ଧାର କରାଯାଇଥିଲା।

ଯୁବତୀଜଣଙ୍କ ଦିଲ୍ଲୀର ନାଙ୍ଗଲୋଇରେ ରୁହନ୍ତି। ସେ ଫରିଦାବାଦରେ ଏକ ଏକ୍ସପୋର୍ଟ କମ୍ପାନୀରେ କାମ କରନ୍ତି। ଫ୍ୟାକ୍ଟ୍ରିରେ ଯାଞ୍ଚ ସମୟରେ ଏଖ ନମୁନା ଫେଲ୍‌ ହୋଇଯାଇଥିଲା। ଏଥିପାଇଁ ଯୁବତୀଙ୍କୁ ଗାଳି ଶୁଣିବାକୁ ପଡ଼ିଥିଲା। ଏହାକୁ ନେଇ ସେ ଟେନ୍‌ସନ ହୋଇଯାଇଥିଲେ। ସେ ରାଗିଯାଇ ଘରକୁ ଯିବା ପାଇଁ ମେଟ୍ରୋ ଷ୍ଟେଶନ ଆଡକୁ ଯାଇଥିଲେ। ସେଠାରେ ସେକ୍ଟର ୨୮ରେ ପହଞ୍ଚି ସିଧା ପ୍ଲାଟଫର୍ମର ଏକ ବାଲକୋନୀକୁ ଚଢ଼ି ସେଠାରୁ ଆତ୍ମହତ୍ୟା କରିବାକୁ ଚାହିଁଥିଲେ।

ଯୁବତୀ ବାଲକୋନୀରେ ଚଢ଼ିବା ମାତ୍ରେ ଷ୍ଟେଶନ ତଳେ ନିର୍ମିତ ରାଜପଥରେ ଯାଉଥିବା ଲୋକଙ୍କ ତାଙ୍କୁ ଦେଖିଥିଲେ। ଧିରେ ଧିରେ ଏହି ଖବର ଷ୍ଟେଶନରେ ଥିବା ସୁରକ୍ଷାକର୍ମୀଙ୍କ ନିକଟରେ ପହଞ୍ଚିଥିଲା। ଜଣେ ପୋଲିସ କର୍ମଚାରୀ କୌଣସି ପ୍ରକାରେ ବାଲକୋନୀକୁ ଯାଇ ଯୁବତୀଙ୍କୁ ଆତ୍ମହତ୍ୟା କରିବାରୁ ରକ୍ଷା କରିଥିଲେ। ସେ ତାଙ୍କୁ ଟାଣି ଆଣିଥିଲେ। ପରେ କାରଖାନା ଅଧିକାରୀଙ୍କୁ ଡକାଯାଇ ପଚରାଉଚରା କରାଯାଇଥିଲା। ଏଥିସହ ଯୁବତୀଙ୍କୁ ମଧ୍ୟ ପଚରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri