ପଟ୍ଟାମୁଣ୍ଡାଇ, ୩୧ା୫(କଳ୍ପତରୁ ନାୟକ): କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ଯାତ୍ରା ପାଟି ନାୟିକା କରାଇ ଦେବାକୁ ପ୍ରଲୋଭନ ଦେଖାଇ ତାଙ୍କଠାରୁ ଅର୍ଥ ଲୁଟ କରିବା ସହିତ ବଳାତ୍କାର କରାଯାଇଛି। ଏହି ଅପରାଧ କରିବା ସହିତ ଦୁଇ ଜଣ ଅଭିଯୁକ୍ତ ତାଙ୍କ ସହିତ ଆପତ୍ତି ଜନକ ଭିଡିଓ ସୁଟିଂ କରିଥିବା ପୀଡିତା ଆଦର୍ଶ ଥାନାରେ ଗତ ୨୬ ରେ ଅଭିଯୋଗ କରିଥିଲେ। ଏନେଇ ଏକ ମାମଲା (ନଂ ୨୩୩/୨୬) ରୁଜୁ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲଣ କରିଛି। ସେମାନେ ହେଲେ ବୁଲୁ ପଣ୍ଡା ଏବଂ ଜ୍ୟୋତି ପଣ୍ଡା ।
ଅଭିଯୋଗ ଅନୁଯାଇ ଚାଉଦକୁଲାଟ ଫାଣ୍ଡି ଅଞ୍ଚଳର ଜୈନିକା ୩୦ ବର୍ଷିୟା ଯୁବତୀଙ୍କୁ ଗତ ଏପ୍ରିଲ ୬ରେ ତୁଳସୀ ଗଣନାଟ୍ୟର ପରିଚାଳକ ବୁଲୁ ପଣ୍ଡା ଏବଂ ଜ୍ୟୋତି ପଣ୍ଡା ତାଙ୍କୁ ଡକାଇଥିଲେ। ସେଠାରେ ତାଙ୍କୁ ଅପେରାରେ ନାୟିକା ଭୂମିକାରେ ଅଭିନୟ
କରାଦେବାକୁ କହି ନିଜ ସହିତ କେନ୍ଦ୍ରାପଡା ଏକ ହୋଟେଲକୁ ନେଇଯାଇଥିଲେ। ସେଠାରେ ବୁଲୁ ଓ ଜ୍ୟୋତି ତାଙ୍କୁ ଥଣ୍ଡା ପାନୀୟରେ ନିଶାଦ୍ରବ୍ୟ ମିଶାଇ ପିଇବାକୁ ଦେଇଥିଲେ ା ସେ ଥଣ୍ଡା ପାନୀୟ ପିଇ ଯୁବତୀ ଜଣକ ଚେତାଶୂନ୍ୟ ହୋଇଯାଇଥିଲେ। ଏହାର ସୁଯୋଗ ନେଇ ଉଭୟ ତାଙ୍କୁ ବଳାତ୍କାର।ର କରିବା ସହିତ ଆପତ୍ତି ଜନକ ଫଟୋ ଏବଂ ଭିଡିଓ ଉଠାଇଥିଲେ ା ଚେତା ଫେରିବା ପରେ ଯୁବତୀଜଣକ ସବୁ ଜାଣିପାରିଥିଲେ। ଉଭୟ ବ୍ୟକ୍ତି ତାଙ୍କୁ ଧମକ ଦେଇ କହିଥିଲେ ଆମେ ଡାକିଲେ ତୁ ଆସିବୁ, ନଚେତ୍ ଏହି ଭିଡିଓ ଭାଇରାଲ କରିଦେବୁ । ଯଦି ଏ ସମ୍ପର୍କରେ କିଛି କରୁ ତାଙ୍କ ମାଲିକ ନାଣ୍ଡୁ ବାବୁ ସବୁକିଛି ବୁଝିନେବେ। ପରେ ଅପେରାରେ ନାୟିକା ଭୂମିକାରେ ଅଭିନୟ କରିବାର ପ୍ରତିଶ୍ରୁତି ଦେଇ ଯୁବତୀ ଜଣକଠାରୁ ଉଭୟେ ୨ଲକ୍ଷ ୮୦ ହଜାରେ ଟଙ୍କା ନେଇଥିଲେ। ପରେ ସେମାନେ ତାଙ୍କ ମାଲିକ ନାଣ୍ଡୁବାବୁଙ୍କ ପାଖକୁ ନେଇ ପ୍ରତିଶ୍ରୁତି ଦେଇଥିଲେ ଯେ ସେମାନେ ପରବର୍ତ୍ତୀ ତାରିଖରେ ଅପେରା ପାଇଁ ଏକ ଚୁକ୍ତିନାମା କରାଇବେ। ପରେ ଚୁକ୍ତିନାମା ସ୍ବାକ୍ଷର କରିବା ଲାଗି ବୁଲୁ କେନ୍ଦ୍ରାପଡା ଏକ ଲଜକୁ ଡାକି ୫୦ ହଜାର ଟଙ୍କା ଦାବି କରିଥିଲେ । ଯୁବତୀଜଣକ ଟଙ୍କା ଦେବାକୁ ମନା କରିବାରୁ ବୁଲୁ ତାଙ୍କୁ ଆକ୍ରମଣ କରି ଜୋରଜବରଦସ୍ତ ଗାଡ଼ିରେ ନେଇ ତିନିମୁହାଣି ଛକରେ ଛାଡ଼ି ଦେଇଥିଲେ। ସମ୍ପୃକ୍ତା ଯୁବତୀ ଜଣକ କୌଣସି ଉପାୟ ନ ପାଇ ଘରକୁ ଫେରି ଆସିଥିଲେ। ଏହି ଘଟଣା ପରେ ଯାତ୍ରା ପାର୍ଟି ପରିଚାଳକ ବୋଲି ଦାବି କରୁଥିବା ୨ଜଣ ଯୁବକ ସମ୍ପୃକ୍ତା ଯୁବତୀଙ୍କୁ ଭିଡିଓ କଲକରି ଉଲଂଗ୍ନ ହେବାକୁ ଧମକ ଦେବା ସହିତ ହିରୋଇନ କରାଇବାକୁ ପୁନଃରାୟ ଟଙ୍କା ଦେବାକୁ ଧମକ ଦେଉଛନ୍ତିି। ଯୁବତୀ ଜଣକ ବାରମ୍ବାର ବଳାତ୍କାର ଓ ପ୍ରତାରଣାର ଶୀକାର ହୋଇଥିବା ନେଇ ଅଭିଯୋଗରେ ଉଲ୍ଲେଖ କରିଛନ୍ତି।