ଅପେରା ନାୟିକା କରାଇବାକୁ କହି ଯୁବତୀଙ୍କୁ ହୋଟେଲ୍‌ ଡାକି ବଳାତ୍କାର: ଭିଡିଓ କରି ବ୍ଲାକମେଲିଂ, ଯାତ୍ରାପାର୍ଟି ମ୍ୟାନେଜର ଗିରଫ

ପଟ୍ଟାମୁଣ୍ଡାଇ, ୩୧ା୫(କଳ୍ପତରୁ ନାୟକ): କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ଯାତ୍ରା ପାଟି ନାୟିକା କରାଇ ଦେବାକୁ ପ୍ରଲୋଭନ ଦେଖାଇ ତାଙ୍କଠାରୁ ଅର୍ଥ ଲୁଟ କରିବା ସହିତ ବଳାତ୍କାର କରାଯାଇଛି। ଏହି ଅପରାଧ କରିବା ସହିତ ଦୁଇ ଜଣ ଅଭିଯୁକ୍ତ ତାଙ୍କ ସହିତ ଆପତ୍ତି ଜନକ ଭିଡିଓ ସୁଟିଂ କରିଥିବା ପୀଡିତା ଆଦର୍ଶ ଥାନାରେ ଗତ ୨୬ ରେ ଅଭିଯୋଗ କରିଥିଲେ। ଏନେଇ ଏକ ମାମଲା (ନଂ ୨୩୩/୨୬) ରୁଜୁ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲଣ କରିଛି। ସେମାନେ ହେଲେ ବୁଲୁ ପଣ୍ଡା ଏବଂ ଜ୍ୟୋତି ପଣ୍ଡା ।
ଅଭିଯୋଗ ଅନୁଯାଇ ଚାଉଦକୁଲାଟ ଫାଣ୍ଡି ଅଞ୍ଚଳର ଜୈନିକା ୩୦ ବର୍ଷିୟା ଯୁବତୀଙ୍କୁ ଗତ ଏପ୍ରିଲ ୬ରେ ତୁଳସୀ ଗଣନାଟ୍ୟର ପରିଚାଳକ ବୁଲୁ ପଣ୍ଡା ଏବଂ ଜ୍ୟୋତି ପଣ୍ଡା ତାଙ୍କୁ ଡକାଇଥିଲେ। ସେଠାରେ ତାଙ୍କୁ ଅପେରାରେ ନାୟିକା ଭୂମିକାରେ ଅଭିନୟ
କରାଦେବାକୁ କହି ନିଜ ସହିତ କେନ୍ଦ୍ରାପଡା ଏକ ହୋଟେଲକୁ ନେଇଯାଇଥିଲେ। ସେଠାରେ ବୁଲୁ ଓ ଜ୍ୟୋତି ତାଙ୍କୁ ଥଣ୍ଡା ପାନୀୟରେ ନିଶାଦ୍ରବ୍ୟ ମିଶାଇ ପିଇବାକୁ ଦେଇଥିଲେ ା ସେ ଥଣ୍ଡା ପାନୀୟ ପିଇ ଯୁବତୀ ଜଣକ ଚେତାଶୂନ୍ୟ ହୋଇଯାଇଥିଲେ। ଏହାର ସୁଯୋଗ ନେଇ ଉଭୟ ତାଙ୍କୁ ବଳାତ୍କାର।ର କରିବା ସହିତ ଆପତ୍ତି ଜନକ ଫଟୋ ଏବଂ ଭିଡିଓ ଉଠାଇଥିଲେ ା ଚେତା ଫେରିବା ପରେ ଯୁବତୀଜଣକ ସବୁ ଜାଣିପାରିଥିଲେ। ଉଭୟ ବ୍ୟକ୍ତି ତାଙ୍କୁ ଧମକ ଦେଇ କହିଥିଲେ ଆମେ ଡାକିଲେ ତୁ ଆସିବୁ, ନଚେତ୍‌ ଏହି ଭିଡିଓ ଭାଇରାଲ କରିଦେବୁ । ଯଦି ଏ ସମ୍ପର୍କରେ କିଛି କରୁ ତାଙ୍କ ମାଲିକ ନାଣ୍ଡୁ ବାବୁ ସବୁକିଛି ବୁଝିନେବେ। ପରେ ଅପେରାରେ ନାୟିକା ଭୂମିକାରେ ଅଭିନୟ କରିବାର ପ୍ରତିଶ୍ରୁତି ଦେଇ ଯୁବତୀ ଜଣକଠାରୁ ଉଭୟେ ୨ଲକ୍ଷ ୮୦ ହଜାରେ ଟଙ୍କା ନେଇଥିଲେ। ପରେ ସେମାନେ ତାଙ୍କ ମାଲିକ ନାଣ୍ଡୁବାବୁଙ୍କ ପାଖକୁ ନେଇ ପ୍ରତିଶ୍ରୁତି ଦେଇଥିଲେ ଯେ ସେମାନେ ପରବର୍ତ୍ତୀ ତାରିଖରେ ଅପେରା ପାଇଁ ଏକ ଚୁକ୍ତିନାମା କରାଇବେ। ପରେ ଚୁକ୍ତିନାମା ସ୍ବାକ୍ଷର କରିବା ଲାଗି ବୁଲୁ କେନ୍ଦ୍ରାପଡା ଏକ ଲଜକୁ ଡାକି ୫୦ ହଜାର ଟଙ୍କା ଦାବି କରିଥିଲେ । ଯୁବତୀଜଣକ ଟଙ୍କା ଦେବାକୁ ମନା କରିବାରୁ ବୁଲୁ ତାଙ୍କୁ ଆକ୍ରମଣ କରି ଜୋରଜବରଦସ୍ତ ଗାଡ଼ିରେ ନେଇ ତିନିମୁହାଣି ଛକରେ ଛାଡ଼ି ଦେଇଥିଲେ। ସମ୍ପୃକ୍ତା ଯୁବତୀ ଜଣକ କୌଣସି ଉପାୟ ନ ପାଇ ଘରକୁ ଫେରି ଆସିଥିଲେ। ଏହି ଘଟଣା ପରେ ଯାତ୍ରା ପାର୍ଟି ପରିଚାଳକ ବୋଲି ଦାବି କରୁଥିବା ୨ଜଣ ଯୁବକ ସମ୍ପୃକ୍ତା ଯୁବତୀଙ୍କୁ ଭିଡିଓ କଲକରି ଉଲଂଗ୍ନ ହେବାକୁ ଧମକ ଦେବା ସହିତ ହିରୋଇନ କରାଇବାକୁ ପୁନଃରାୟ ଟଙ୍କା ଦେବାକୁ ଧମକ ଦେଉଛନ୍ତିି। ଯୁବତୀ ଜଣକ ବାରମ୍ବାର ବଳାତ୍କାର ଓ ପ୍ରତାରଣାର ଶୀକାର ହୋଇଥିବା ନେଇ ଅଭିଯୋଗରେ ଉଲ୍ଲେଖ କରିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ଥାର୍ଡ ଡିଗ୍ରୀ: ବଦଳିଲେ ବାରଙ୍ଗ IIC: ଜାଣନ୍ତୁ କିଏ ହେଲେ ନୂଆ

ବାରଙ୍ଗ, ୩୧।୫(ଲିଙ୍ଗରାଜ ରାଉତ) : ବାରଙ୍ଗ ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଦେବା ଅଭିଯୋଗ ପରେ ପୋଲିସ ବିଭାଗ ତତ୍କାଳ କାର୍ଯ୍ୟନୁଷ୍ଠାନ ନେଇଛି। ବାରଙ୍ଗ ଥାନାର IIC…

Video: ବୈଭବ ସୂର୍ଯ୍ୟବଂଶୀଙ୍କ ଜଣେ ଭଲ ପ୍ରଶଂସକ ହୋଇଯାଇଛନ୍ତି ସଚିନ ତେନ୍ଦୁଲକର , ତାଙ୍କ ପ୍ରଶଂସାରେ କହିଲେ…

ନୂଆଦିଲ୍ଲୀ,୩୧।୫: ‘ବେବି ବସ’ ଭାବରେ ଶୀଘ୍ର ପ୍ରସିଦ୍ଧି ଲାଭ କରୁଥିବା ବୈଭବ ସୂର୍ଯ୍ୟବଂଶୀ ତାଙ୍କର ବିସ୍ଫୋରକ ଖେଳ ଶୈଳୀ ସହିତ ଏକ ଚାଞ୍ଚଲ୍ୟକର ଘଟଣା ସୃଷ୍ଟି କରିଛନ୍ତି।…

ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ନେଇ ବର୍ଷିଲେ ଅତନୁ, କହିଲେ ଭାଜପା ସରକାର କେବଳ…

ମହାକାଳପଡ଼ା,୩୧ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): ରାଜ୍ୟରେ ୨ ବର୍ଷ ଭାଜପା ସରକାରଙ୍କ ଶାସନ କଳଙ୍କିତ ଇତିହାସ। ମହିଳାମାନଙ୍କ ହକ୍‌ ପାଇଁ ବିଜେଡ଼ିର ପଥପ୍ରାନ୍ତ ସଭାରେ ଯୋଗଦେଇ ପୂର୍ବତନ ମନ୍ତ୍ରୀ…

କଳା ଅନ୍ଧାରକରି ମାଡ଼ିଆସିଲା କାଳବୈଶାଖୀ : ବିଦ୍ୟୁତ୍ ସେବା ପ୍ରଭାବିତ, ବିଜୁ ପଟ୍ଟନାୟକ ପାର୍କ ୨ ଦିନ ବନ୍ଦ

ଭଞ୍ଜନଗର, ୩୧।୫ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର ଅଞ୍ଚଳରେ ରବିବାର ସନ୍ଧ୍ୟାରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଏହା ଫଳରେ ବିଭିନ୍ନ ବିଭାଗରେ କ୍ଷତି…

ଅଭିଷେକ ବାନାର୍ଜୀଙ୍କ ଉପରେ ଆକ୍ରମଣ ଘଟଣାରେ ବଙ୍ଗଳା ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ; ୫ ଅଭିଯୁକ୍ତ ଗିରଫ

ସୋନାରପୁର,୩୧।୫: ତୃଣମୂଳ କଂଗ୍ରେସ (ଟିଏମସି)ର ଜାତୀୟ ସାଧାରଣ ସମ୍ପାଦକ ଏବଂ ଏମପି ଅଭିଷେକ ବାନାର୍ଜୀଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ପୋଲିସ ପାଞ୍ଚ ଜଣଙ୍କୁ ଗିରଫ କରିଛି।…

କେନ୍ଦ୍ରାପଡ଼ା ସହରରେ ଫୁଟିଲା ଗୁଳି

କେନ୍ଦ୍ରାପଡା, ୩୧ା୫ (ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ଟାଉନ ଥାନା ଅନ୍ତର୍ଗତ ସହରସ୍ଥ ରଣପଡା ନିକଟ ଟାଉନ ହାଇସ୍କୁଲ ପଡ଼ିଆ ପାଖରେ ଶନିବାର ସନ୍ଧ୍ୟାରେ ଗୁଳି ଫୁଟିଛି। ଏଥିରେ କାହାରି…

ଖୁସି ଖବର, ପେଟ୍ରୋଲ-ଡିଜେଲ ଉପରେ ଟିକସ ହ୍ରାସ କଲେ ସରକାର: ସାଧାରଣ ଲୋକଙ୍କ ଉପରେ କ’ଣ ପଡ଼ିବ ପ୍ରଭାବ? ଜାଣନ୍ତୁ…

ନୂଆଦିଲ୍ଲୀ,୩୧।୫: କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ଏବଂ ATF ରପ୍ତାନି ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ଶନିବାର, ୩୦ ମଇରେ ଜାରି ଏକ ବିବୃତ୍ତି ଅନୁଯାୟୀ,…

ଏଇ ଭାରତରେ

ନାଗପୁର ନିବାସୀ ଅଶୋକ ତେଭାନି ଅଦରକାରୀ ଓ୍ବେଡିଂ କାର୍ଡରୁ ଘରଚଟିଆଙ୍କ ପାଇଁ ବସା ତିଆରି କରୁଛନ୍ତି। ତାଙ୍କୁ ବୟସ ଏବେ ୭୪। ସେ ବ୍ୟାଙ୍କ ଚାକିରିରୁ ଅବସର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri