ବ୍ରାହ୍ମଣୀ ସ୍ରୋତରେ ଭାସିଗଲେ ଯୁବତୀ

ରାଜନଗର,୧୭।୫(ଡି.ଏନ୍‌.ଏ.): ରାଜନଗର ବ୍ଲକ ବନ୍ଧପଡ଼ା ପଞ୍ଚାୟତ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମ ନିକଟ ବ୍ରାହ୍ମଣୀ ନଦୀରେ ଗୁରୁବାର ଜଣେ ଯୁବତୀ ଭାସି ଯାଇଥିଲେ। ଗ୍ରାମର ଲିଜାରାଣୀ ପ୍ରଧାନ ତାଙ୍କର ଦୁଇ ସାନଭଉଣୀଙ୍କ ସହ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଏଭଳି ଅଘଟଣ ଘଟିଛି। ତେବେ ହଠାତ୍‌ ନଦୀ ସ୍ରୋତରେ ଲିଜାରାଣୀ ଓ ତାଙ୍କ ଦୁଇ ଭଉଣୀ ଭାସି ଯାଇଥିଲେ। ଏହା ଦେଖିପାରି ନଦୀକୂଳରେ ଥିବା ସେହି ଗ୍ରାମର ଅଜୟ ପ୍ରଧାନ ନଦୀକୁ ଡେଇଁ ପ୍ରଥମେ ଦୁଇଭଉଣୀକୁ ଉଦ୍ଧାର କରିଥିଲେ। ପରେ ଲିଜାରାଣୀଙ୍କୁ ମୁର୍ର୍ମୂଷୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ତାଙ୍କୁ ପ୍ରଥମେ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ କେନ୍ଦ୍ରାପଡ଼ା ଜିଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ଲିଜାରାଣୀଙ୍କୁ ମୃତ ଘୋଷଣା କରିଥିବା ସୂଚନା ମିଳିଛି।