ବିଜେଡି ଅଧ୍ୟକ୍ଷା ପ୍ରାର୍ଥୀ ଦୌଡ଼ରେ ଗିରିବାଳା, ରାଜଶ୍ରୀ

ଜଗତ୍‌ସିଂହପୁର ଅଫିସ, ୩ା୩: ପୌର ନିର୍ବାଚନ ନେଇ ବୁଧବାରଠାରୁ ନାମାଙ୍କନପତ୍ର ଆରମ୍ଭ ହୋଇଛି। ପ୍ରଥମ ଦିନ ଜଗତ୍‌ସିଂହପୁର ପୌର ପରିଷଦ ଅଧ୍ୟକ୍ଷ ଓ କାଉନସିଲର ପଦବୀ ପାଇଁ କେହି ପ୍ରାର୍ଥତ୍ପତ୍ର ଦାଖଲ କରିନାହାନ୍ତି। କାରଣ ପ୍ରମୁଖ ରାଜନୈତିକ ଦଳଗୁଡିକ ପକ୍ଷରୁ ସମସ୍ତ ପଦବୀ ପାଇଁ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଶେଷ ହୋଇନି। ମଙ୍ଗଳବାର କେବଳ କଂଗ୍ରେସ ଅଧ୍ୟକ୍ଷ ପଦବୀ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ବିଜେଡି ପକ୍ଷରୁ ଅଧ୍ୟକ୍ଷ ପଦବୀ ପାଇଁ ୨ ଜଣ ଆଶାୟୀ ଥିବା ଚର୍ଚ୍ଚା ହେଉଛି। ସେମାନେ ହେଲେ ଗିରିବାଳା ଲେଙ୍କା ଓ ରାଜଶ୍ରୀ ମହାପାତ୍ର। ଗିରିବାଳାଙ୍କ ପରିବାର ପାଖାପାଖି ୫ଟି ନିର୍ବାଚନରେ ଜଗତ୍‌ସିଂହପୁର ପୌରାଞ୍ଚଳରେ ଦବ୍‌ଦବା ଜାହିର କରି ଆସିଛନ୍ତି। ପ୍ରଥମେ ଜନତା ଦଳ ଓ ପରେ ବିଜେଡି ସଙ୍ଗଠନରେ ଏହି ପରିବାରର ସକ୍ରିୟ ଭାଗିଦାରୀ ରହିଛି। ୧୯୯୨ ନିର୍ବାଚନରେ ସେ ୩ ନଂ. ୱାର୍ଡରୁ କାଉନସିଲର ପଦବୀ ପାଇଁ ପ୍ରାର୍ଥୀ ହୋଇ ଜିତିଥିଲେ। ତାଙ୍କ ସ୍ବାମୀ ହେମନ୍ତ କୁମାର ଲେଙ୍କା ମଧ୍ୟ ୨୦୧୩ରେ କାଉନସିଲର ହୋଇଥିଲେ। ଶ୍ୱଶୁର ରତ୍ନାକର ଲେଙ୍କା ୨୦୦୩-୦୪ରେ କାଉନସିଲର ନିର୍ବାଚିତ ହୋଇ ପରିଷଦ ଉପାଧ୍ୟକ୍ଷ ପଦବୀ ଅଳଙ୍କୃତ କରିଥିଲେ। ୨୦୦୯ରେ ଦିଅର ସଞ୍ଜୟ କୁମାର ଲେଙ୍କା ମଧ୍ୟ କାଉନସିଲର ହୋଇଥିଲେ। ପୁଅ ସମିତ୍‌ ଲେଙ୍କା ଏବେ ବିଜୁ ଛାତ୍ର ଜନତା ଦଳ ଜିଲା ସଭାପତି ଦାୟିତ୍ୱରେ ଅଛନ୍ତି। ତାହା ପୂର୍ବରୁ ଅର୍ଥାତ୍‌ ୨୦୧୪-୧୭ରେ ପର୍ଯ୍ୟନ୍ତ ସେ ବିଜୁ ଛାତ୍ର ଜନତା ଦଳ ଜିଲା ସାଧାରଣ ସମ୍ପାଦକ, ୨୦୧୭-୨୦ ପର୍ଯ୍ୟନ୍ତ ବିଜୁ ଛାତ୍ର ଜନତା ଦଳ ଜିଲା କାର୍ଯ୍ୟକାରୀ ସଭାପତି ଥିଲେ। ଗତବର୍ଷ ପିପିଲି ଉପନିର୍ବାଚନରେ ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ହେଲାର ପଞ୍ଚାୟତ ପାଇଁ ପର୍ଯ୍ୟବେକ୍ଷକ ଦାୟିତ୍ୱ ସମ୍ପାଦନ କରିଥିଲେ। କେବଳ ଏତିକି ନୁହେଁ, ଦିଅର ରାଜେନ୍ଦ୍ର ପ୍ରସାଦ ଲେଙ୍କା ଜିଲାର ଜଣେ ଆଗଧାଡିଆ ବ୍ୟବସାୟୀ। ମୋଟାମୋଟି ଭାବେ କହିବାକୁ ଗଲେ ଜଗତ୍‌ସିଂହପୁର ପୌରାଞ୍ଚଳରେ ଏହି ପରିବାରର ସ୍ବତନ୍ତ୍ରତା ରହିଛି। ତେଣୁ ସେ ଅଧ୍ୟକ୍ଷା ପଦ ପାଇଁ ଆଶାୟୀ ଥିବା ବିଜେଡି ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦରଖାସ୍ତ କରିଛନ୍ତି। ପ୍ରାର୍ଥୀ ହେବା ପାଇଁ ସେ ହକଦାର ବୋଲି ଧରିତ୍ରୀକୁ ସ୍ବତନ୍ତ୍ର ଭାବେ କହିଛନ୍ତି। ଅନ୍ୟପକ୍ଷେ ରାଜଶ୍ରୀ ମଧ୍ୟ ପ୍ରାର୍ଥୀ ହେବା ପାଇଁ ଲବିରେ ରହିଛନ୍ତି। ତାଙ୍କ ସ୍ବାମୀ ପ୍ରିୟବ୍ରତ ମହାପାତ୍ର ଛାତ୍ର ରାଜନୀତିରେ ସକ୍ରିୟ ଥିଲେ। ପରେ ରାଜ୍ୟ ସଂସ୍କୃତି ବିଭାଗରେ ନିଯୁକ୍ତି ପାଇଥିଲେ। ଚାକିରି ଛାଡି ବ୍ୟବସାୟ କରିଥିଲେ। ଏବେ ବିଜେଡି ଜଗତ୍‌ସିଂହପୁର ପୌର ପରିଷଦ ସଭାପତି ଅଛନ୍ତି। ପ୍ରିୟବ୍ରତଙ୍କ ଭାଇ ଦେବବ୍ରତ ମହାପାତ୍ର ୨୦୦୫ରେ କାଉନସିଲର ଥିଲେ। ବାପା ସ୍ବର୍ଗତ ମାୟାଧର ମହାପାତ୍ର ଜନତା ଦଳରୁ ରାଜନୀତି ଜୀବନ ଆରମ୍ଭ କରି ସେତେବେଳେ ଯଶୋବନ୍ତପୁର ପଞ୍ଚାୟତ ସରପଞ୍ଚ ଥିଲେ। ତେଣୁ ସେ ପ୍ରାର୍ଥୀ ହେବା ପାଇଁ ଆଶାୟୀ ଅଛନ୍ତି। ତେବେ କିଏ ପ୍ରାର୍ଥୀ ହେଉଛନ୍ତି ତାହା ଉପରେ ପ୍ରତ୍ୟେକଙ୍କ ନଜର ରହିଛି। କାରଣ ଗିରିବାଳାଙ୍କୁ ପ୍ରାର୍ଥୀ କରା ନ ଗଲେ ବିଜେଡିର ଏକ ବଡ ଗୋଷ୍ଠୀ ନୀରବ ଅଥବା ଅସହଯୋଗ କରିପାରନ୍ତି। ଯେହେତୁ ଗତଥର ପରିଷଦ କଂଗ୍ରେସ ଦଖଲରେ ଥିଲା ଏବଂ ଏହି ଦଳର ସଙ୍ଗଠନ ସୁଦୃଢ ତେଣୁ ବିଜେଡି ଗୋଷ୍ଠୀ କନ୍ଦଳ ସଙ୍ଗଠନ ପାଇଁ ମହଙ୍ଗା ପଡିବା ଆଶଙ୍କା ରହିଛି। ଏ ପରିସ୍ଥିତିରେ ବିଜେଡି ଜିଲା ସଭାପତି ତଥା ଜଗତ୍‌ସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ସମ୍ଭାବ୍ୟ ପରିସ୍ଥିତିକୁ ଏଡାଇବା ପାଇଁ କି ପଦକ୍ଷେପ ନେଉଛନ୍ତି ତା’ ଉପରେ ପୌରାଞ୍ଚଳବାସୀଙ୍କର ନଜର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

ଜିଲାସ୍ତରୀୟ ଓଡ଼ିଶା ଦିବସ ପାଳନ: ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ସୂର୍ଯ୍ୟବଂଶୀ ସୁରଜ

ଭଦ୍ରକ, ୧।୪(ସନାତନ ରାଉତ): ଭଦ୍ରକ ନେହେରୁ ଷ୍ଟାଡିଅମରେ ବୁଧବାର ଜିଲାସ୍ତରୀୟ ଉତ୍କଳ ଦିବସ ପାଳିତ ହୋଇଯାଇଛି l ସକାଳ ୮ଟାରେ ବିଭିନ୍ନ ସ୍କୁଲରୁ ଆସିଥିବା ୫ ହଜାରରୁ…

ସିଆରିନ ଇଲେଭେନକୁ ହରାଇ ଚମ୍ପିୟନ ହେଲେ ମହାଲକ୍ଷ୍ମୀ ଇଲେଭେନ

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ମାଳି ଜଗନ୍ନାଥପୁର ଖେଳ ପଡିଆରେ ବାବାଲୀ ଲୋକନାଥ କ୍ରିକେଟ କ୍ଳବ ପକ୍ଷରୁ ଦୁଇଦିନିଆ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଛି।…

କ୍ୱାର୍ଟରରେ ଶୋଇଥିଲେ ମହିଳା ANM, ଲାଗିଗଲା ନିଆଁ: ସନ୍ଦେହଜନକ ଭାବେ…

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମଙ୍ଗଳବାର ରାତିରେ…

ଓଲଟିଲା ମାଛ ବୋଝେଇ ମିନି ଟ୍ରକ: ଆଉ ତା’ପରେ ଘଟିଲା…

ଗଞ୍ଜାମ,୧।୪(ଅନାଥ ତରାଇ): ଗଞ୍ଜାମ ଥାନା ଅନ୍ତର୍ଗତ ବିଞ୍ଚଣାପଲି ଛକ ୧୬ ନମ୍ବର ଜାତୀୟ ରାଜପଥଠାରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟା ୩୦ ମିନିଟ ସମୟରେ ଏକ…

ଗଞ୍ଜାମ ଜିଲାକୁ ୩ ଜାତୀୟ ପୁରସ୍କାର: ଚାରିଆଡ଼ୁ ଛୁଟିଲା ଶୁଭେଚ୍ଛାର ସୁଅ

ଛତ୍ରପୁର, ୧/୪(ଦିଲ୍ଲୀପ ସାମଲ): ପୁଣି ରାଜ୍ୟରେ ଗଞ୍ଜାମ ଜିଲା ସୁନାମ ଆଣିଛି । ଜିଲାକୁ ୩ଟି ଜାତୀୟ ପୁରସ୍କାର ମିଳିଛି । ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri