Categories: ଖେଳ

ଅନ୍ତିମ ଦିନିକିଆରେ ଭାରତର ଦମ୍‌ଦାର ଆରମ୍ଭ

ଇନ୍ଦୋର,୨୪ା୧: ଇନ୍ଦୋରର ହୋଲ୍‌କର କ୍ରିକେଟ ଷ୍ଟାଡିୟମରେ ମଙ୍ଗଳବାର ଦିନିକିଆ ସିରିଜ୍‌ର ଅନ୍ତିମ ମ୍ୟାଚ୍‌ ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ଅନୁଷ୍ଠିତ ହୋଇଛି। ନ୍ୟୁଜିଲାଣ୍ଡ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା। ଆମନ୍ତ୍ରଣ ପାଇ ଭାରତ ବ୍ୟାଟିଂ ଆରମ୍ଭ କରିଛି। ତେବେ ଓପ୍‌ନର ଶୁବମନ ଗିଲ୍‌ ଏବଂ ଅଧିନାୟକ ରୋହିତ ଶର୍ମା ଦଳକୁ ଭଲ ଷ୍ଟାଟ ଦେଇଛନ୍ତି। ଭାରତ ୧୪ ଓଭର ଖେଳ ସୁଦ୍ଧା ବିନା କୌଣସି ଉଇକେଟରେ ୧୨୨ରନ୍‌ କରିଛି। ଓପ୍‌ନର ଶୁବମନ ଗିଲ୍‌ ୫୪ ରନ୍‌ କରିଥିବା ବେଳେ ଅଧିନାୟକ ରୋହିତ ୬୬ ରନ୍‌ କରି ଖେଳ ଜାରି ରଖିଛନ୍ତି।

Share