ଭଞ୍ଜନଗର,୨୪।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରର ବରିଷ୍ଠ ଆଇନଜୀବୀ ସୋମନାଥ ନାୟକଙ୍କ ବାସଭବନରେ ରବିବାର ଘୁମୁସର ବିକାଶ ପରିଷଦର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅଞ୍ଚଳର ବିଭିନ୍ନ ବିକାଶ ସହ ଘୁମୁସର ଜିଲା ଆନ୍ଦୋଳନ କିଭଳି ତ୍ବରାନ୍ବିତ ହୋଇପାରିବ ସେ ଉପରେ ଆଲୋଚନା ହୋଇଥିଲା।
ଆଗାମୀ ଦିନରେ ସ୍ଥାନୀୟ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ସହ ଘୁମୁସର ଜିଲା ଆନ୍ଦୋଳନ ଉପରେ ଆଲୋଚନା କରାଯିବ। ଏହାପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଘୁମୁସର ଜିଲା ପାଇଁ ଅନୁରୋଧ କାରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗୋପାଳ ଚନ୍ଦ୍ର ଲେଙ୍କା, ରବି ନାରାୟଣ ସାମନ୍ତ, ସୁଶାନ୍ତ ପାତ୍ର, ସୁରେନ୍ଦ୍ର ବେହେରା ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।