ଗୁମୁରି କାନ୍ଦୁଛି ଘୁମୁରା

କାମାକ୍ଷାନଗର, ୨୩।୮:  ଘୁମୁରା ବାଜିଲେ ଉଠୁଥିଲା, ପଡୁଥିଲା ଆଦିବାସୀ ଗାଁ। ବେଶଧାରୀଙ୍କ ନୃତ୍ୟଗୀତରେ ମସ୍‌ଗୁଲ ହୋଇଯାଉଥିଲେ ଶବର ସମ୍ପ୍ରଦାୟର ଆବାଳବୃଦ୍ଧବନିତା। କେବେ ରଣବାଦ୍ୟ ତ କେବେ ଗଣବାଦ୍ୟ, କେବେ ଶକ୍ତି ଉପାସନା ତ ଆଉ କେବେ ମନୋରଞ୍ଜନର ମାଧ୍ୟମ ପାଲଟିଥିଲା ଏହି ପାରମ୍ପରିକ ଲୋକନୃତ୍ୟ। ହେଲେ ପ୍ରୋତ୍ସାହନ ଅଭାବରୁ ଶବରପଡ଼ାର ପୂଜା ଘର ଚାରିକାନ୍ଥ ଭିତରେ ସୀମିତ ହୋଇ ରହିଯାଇଛି ବୀରବାଦ୍ୟର ପ୍ରତୀକ ଘୁମୁରା। ଏବଂ ଏହାକୁ ଜୀବିକା ଭାବେ ଗ୍ରହଣ କରିଥିବା କଳାକାରଙ୍କ ଭବିଷ୍ୟତ ମଧ୍ୟ ହୋଇପଡ଼ିଛି ସନ୍ଦିହାନ।

‘ଘୁମୁରା’କୁ ବାଦ୍‌ଦେଲେ ଅସମ୍ପୂର୍ଣ୍ଣ ଶବର ସଂସ୍କୃତି। ପ୍ରକୃତିର ଉପାସକ ଆଦିବାସୀଙ୍କ ପରମ୍ପରା, ଧର୍ମ ଏବଂ ମନୋରଞ୍ଜନ ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ଏହି ପାରମ୍ପରିକ ଲୋକନୃତ୍ୟ ଏବେ ଶବରପଡ଼ାରେ ଶେଷନିଃଶ୍ୱାସ ନେଉଛି। ଏହାର ସଂରକ୍ଷଣ ଦିଗରେ ପ୍ରୟାସ କରା ନ ଗଲେ ଆଦିବାସୀ ଜନଜୀବନର ଗହନ କଥାକୁ ଲୋକଲୋଚନକୁ ଆଣୁଥିବା ‘ଘୁମୁରା’ ଭଳି ଲୋକପ୍ରିୟ ଲୋକନୃତ୍ୟ ଇତିହାସ ପାଲଟିଯିବ ବୋଲି ସଂସ୍କୃତି ବିଶାରଦମାନେ ମତ ଦେଇଛନ୍ତି।
ଲୋକନୃତ୍ୟ, ଲୋକସଙ୍ଗୀତକୁ ନେଇ ରାଜ୍ୟରେ ସୁନାମ ଅର୍ଜିଛି ଢେଙ୍କାନାଳ ଜିଲା। ରାଜ୍ୟ ସରକାର ଏବଂ ଜିଲା ପ୍ରଶାସନର ପୃଷ୍ଠପୋଷକତାରେ ପୁନର୍ଜିବୀତ ହୋଇଛି ପାଲା, ଦାସକାଠିଆ, ଦଣ୍ଡ, ଖଞ୍ଜଣି ବାଦନ ଭଳି ୧୦ରୁ ଊର୍ଦ୍ଧ୍ୱ ଲୋକକଳା। ହେଲେ ଅନ୍ୟ ଲୋକକଳା ଭଳି ‘ଘୁମୁରା’କୁ ସେତେଟା ପ୍ରାଧାନ୍ୟ ଦିଆଯାଉ ନ ଥିବା ଅଭିଯୋଗ ହେଉଛି। କଳାକାରଙ୍କୁ ଉପଯୁକ୍ତ ମାନ୍ୟତା, ସମ୍ମାନ ଦିଆଯାଉ ନ ଥିବାବେଳେ ସୀମିତ ମଞ୍ଚରେ କଳା ପ୍ରଦର୍ଶନର ସୁଯୋଗ ମଧ୍ୟ ମିଳୁନାହିଁ। ଫଳରେ ଏଭଳି ଏକ ପ୍ରାଚୀନ ଲୋକନୃତ୍ୟର ପରିସର କେବଳ ଶବରପଡ଼ାର ଗାଁଗଣ୍ଡାରେ ସୀମିତ ହୋଇ ରହିଯାଇଛି।
କାମାକ୍ଷାନଗର ଉପଖଣ୍ଡର କାଦୁଆ, ବାଇସିଙ୍ଗା, ବାଙ୍ଗୁରା, ମୋଟା, ବାଉଁଶପାଳ, ପଞ୍ଚାୟତ, ଭୁବନ, ପରଜଙ୍ଗ ଏବଂ କଙ୍କଡ଼ାହାଡ଼ ବ୍ଲକରେ ବହୁ ଶବର ସମ୍ପ୍ରଦାୟର ପରିବାର ବାସ କରୁଛନ୍ତି। ଆଜି ବି ସମ୍ପୃକ୍ତ ଗ୍ରାମରେ ଘୁମୁରା ବାଦନ ପରମ୍ପରାକୁ ବଞ୍ଚାଇ ରଖିଛନ୍ତି ପୁରୁଖା କଳାକାର। ବିଶେଷକରି ରାଖୀ ପୂର୍ଣ୍ଣିମାଠାରୁ ଜନ୍ମାଷ୍ଟମୀ ଯାଏ ଶବର ବହୁଳ ଗ୍ରାମରେ ଆରମ୍ଭ ହୁଏ ଘୁମୁରା ନୃତ୍ୟ। ପିଠାପଣାରେ ମହକି ଉଠେ ଘର। ପୂର୍ବପୁରୁଷଙ୍କୁ ପିଣ୍ଡଦାନ କରି କମଡ଼େଇ ଠାକୁରାଣୀଙ୍କୁ ପୂଜା କରିବା ସହ ଘୁମୁରା ବାଦ୍ୟର ତାଳେ ତାଳେ ମସ୍‌ଗୁଲ ହୋଇଥାଆନ୍ତି ସମସ୍ତେ। ବନ୍ୟଜାତ ଦ୍ରବ୍ୟ ସଂଗ୍ରହ ଏବଂ ମୂଲମଜୁରିରୁ ସାମୟିକ ବିରତି ନେଇ ୧୫ଦିନ ଯାଏ ଚାଲିଥାଏ ମହୋତ୍ସବ। ପୁରୁଷମାନେ ଶବର, ଶବରୁଣୀ ବେଶରେ ଢଗଢମାଳି, କୃଷି ସମ୍ପର୍କିତ ଗୀତ ଗାଇ ବୁଲିବା ସହ ଭୋଜିଭାତରେ ସମୟ ବିତାଇଥାଆନ୍ତି। ହେଲେ ଆଧୁନିକତାର ଚାପରେ ଯୁବଗୋଷ୍ଠୀ ମହିଳା ବେଶରେ ଘୁମୁରା ନୃତ୍ୟ କରିବାକୁ ପଛଘୁଞ୍ଚା ଦେଉଛନ୍ତି। ସାହିରେ ଆଖଡ଼ା ହେଉନି। ଘୁମୁରା କଳାକାର ଗହ୍ମା ପୂର୍ଣ୍ଣିମାରେ ଏହି ବାଦ୍ୟଯନ୍ତ୍ର ବାହାର କରି ପୂଜାର୍ଚ୍ଚନା କରିବା ସହ ପୁଣିଥରେ ସାଇତି ରଖିଦେଉଛନ୍ତି। ପାଲା, ଦାସକାଠିଆ, ଖଞ୍ଜଣି ବଜାଉଥିବା କଳାକାରଙ୍କୁ ସରକାରୀ ଜନସଚେତନତା କାର୍ଯ୍ୟକ୍ରମରେ ନିୟୋଜିତ କରାଯାଉଥିବାବେଳେ ଏଥିରେ ଘୁମୁରାକୁ ସାମିଲ କରାଗଲେ ଶତାଧିକ କଳାକାର ଉପକୃତ ହୋଇପାରନ୍ତେ। ଘୁମୁରା ଲୋକନୃତ୍ୟ, ବାଦ୍ୟକାର ଏବଂ ଏହାକୁ ବଞ୍ଚାଇ ରଖିଥିବା କଳାପ୍ରେମୀଙ୍କ ମର୍ଯ୍ୟାଦା ବଢ଼ନ୍ତା ବୋଲି ମତପ୍ରକାଶ ପାଇଛି।

ପ୍ରଶାସନ ଚାହିଁଲେ କଳା ବଞ୍ଚିତ
ପାର୍ବଣ ସମୟରେ ଶବର ସମ୍ପ୍ରଦାୟର ଲୋକେ ଘୁମୁରା ନୃତ୍ୟ କରି ଦୁଇ ପଇସା ରୋଜଗାର କରୁଥିଲେ। ଜିଲା ମହୋତ୍ସବରେ ମଧ୍ୟ ଘୁମୁରା ପ୍ରଦର୍ଶିତ ହେଉଥିଲା। ଘୁମୁରାକୁ ପ୍ରୋତ୍ସାହନ ଲୋଡ଼ା। ପ୍ରଶାସନ ଚାହିଁଲେ କଳା ବଞ୍ଚତ୍ବ।
-ସୁଦାମ ଦେହୁରୀ, ବରିଷ୍ଠ ନାଗରିକ, ବାଇସିଙ୍ଗା

ଆବଶ୍ୟକ ଗୁରୁତ୍ୱ ମିଳୁନି
ମାନ୍ୟତା ଏବଂ ପ୍ରୋତ୍ସାହନ ମିଳିଲେ ଘୁମୁରା ନୃତ୍ୟର ଗୌରବ ଫେରିପାରନ୍ତା। ନୂଆ କଳାକାର ସୃଷ୍ଟି ହୁଅନ୍ତେ। ହେଲେ ଅନ୍ୟ ଲୋକନୃତ୍ୟ ଭଳି ସରକାର ଘୁମୁରାକୁ ସେତେଟା ଗୁରୁତ୍ୱ ଦେଉନାହାନ୍ତି।
-ବିଜୟ ଦେହୁରୀ, ବାଇସିଙ୍ଗା

ପୁନରୁଦ୍ଧାର ପାଇଁ ଉଦ୍ୟମ କରାଯାଉଛି
କାମାକ୍ଷାନଗର ଉପଖଣ୍ଡର ୧୫ ହଜାରରୁ ଊର୍ଦ୍ଧ୍ୱ କଳାକାର ପଞ୍ଜୀକୃତ ହୋଇଛନ୍ତି। ଲୁପ୍ତପ୍ରାୟ ଲୋକକଳାର ପୁନରୁଦ୍ଧାର ଲାଗି ରାଜ୍ୟ କଳା ଓ ସଂସ୍କୃତି ସଂଘ ପକ୍ଷରୁ ଉଦ୍ୟମ କରାଯାଉଛି।
-ଅବନୀ କୁମାର ମିଶ୍ର,
ରାଜ୍ୟ କଳା ଓ ସଂସ୍କୃତି ସଂଘ ଉପସଭାପତି

କଳା, ସଂସ୍କୃତି ସଂଘ ସହ ଆଲୋଚନା କରାଯିବ
ଘୁମୁରା ଏକ ଲୋକପ୍ରିୟ ନୃତ୍ୟ। କାମାକ୍ଷାନଗର ଅଞ୍ଚଳରେ ଏଭଳି ପୁରାତନ ଲୋକକଳା ଥିବା ଜଣା ନ ଥିଲା। ଏହାର ବିକାଶ ଲାଗି ଖୁବ୍‌ଶୀଘ୍ର ବ୍ଲକ କଳା, ସଂସ୍କୃତି ସଂଘର କର୍ମକର୍ତ୍ତାଙ୍କ ସହ ଆଲୋଚନା କରାଯିବ।
– ବିକାଶ କୁମାର ମହାନ୍ତି, କାମାକ୍ଷାନଗର ବିଡିଓ


Enter your email to get our daily news in your inbox.

All Right Reserved By Dharitri.Com

ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି…

ଆଜି ଶପଥ ନେବେ ରହମାନ

ଢାକା,୧୭ା୨: ବାଂଲାଦେଶରେ ମଙ୍ଗଳବାର ବିଏନ୍‌ପି (ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି) ସରକାର ଶପଥ ନେବ। ଦଳୀୟ ଅଧ୍ୟକ୍ଷ ତାରିକ୍‌ ରହମାନ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ସହିତ…

ଜାନୁଆରୀରେ ବେରୋଜଗାରି ୫%କୁ ବଢ଼ିଛି

ନୂଆଦିଲ୍ଲୀ,୧୭ା୨(ପି.ଟି.): ଦେଶରେ ୧୫ ବର୍ଷ ଓ ତଦୂର୍ଦ୍ଧ୍ୱ ବୟସର ଲୋକଙ୍କ ମଧ୍ୟରେ ବେରୋଜଗାରି ହାର ଗତବର୍ଷ ଡିସେମ୍ବରରେ ୪.୮ ପ୍ରତିଶତ ଥିବାବେଳେ ଜାନୁଆରୀରେ ତାହା ୫ ପ୍ରତିଶତକୁ ବୃଦ୍ଧି…

ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଏହି ଦିନ ଆସିବ ସୁଭଦ୍ରା ଟଙ୍କା

କାକଟପୁର/ଅସ୍ତରଙ୍ଗ,୧୭।୨ (ଶୁଭଦର୍ଶନ ମିଶ୍ର/ପ୍ରଦୀପ୍ତ କୁମାର ଦୀକ୍ଷିତ): ମହିଳାଙ୍କ ପାଇଁ ଖୁସି ଖବର । ଆସନ୍ତା ମାର୍ଚ୍ଚ ୮ରେ ଅନ୍ତର୍ଜାତୀୟ ମହିଳା ଦିବସରେ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ଟଙ୍କା…

ଅରୁଣାଚଳ ସୀମାରେ ଚାଇନାର ପରମାଣୁ ଷଡ଼ଯନ୍ତ୍ର; ଗୋପନରେ କରୁଛି ଏପରି

ନୂଆଦିଲ୍ଲୀ,୧୬।୨: ଭାରତର ଅରୁଣାଚଳ ପ୍ରଦେଶ ସୀମା ନିକଟରେ ଚାଇନାର ବଡ଼ ଷଡ଼ଯନ୍ତ୍ର। ଗୋପନରେ ପରମାଣୁ ଅସ୍ତ୍ରଶସ୍ତ୍ର ଭଣ୍ଡାର ବଢ଼ାଉଛି ବେଜିଂ। ସାଟେଲାଇଟ୍ ଚିତ୍ରରୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ପାଠ ଗଲା ଚୁଲିକୁ, କ୍ରିକେଟରୁ ମିଳୁଛି ଟଙ୍କା

ନୂଆଦିଲ୍ଲୀ,୧୬।୨: ଭାରତୀୟ କ୍ରିକେଟ ଜଗତରେ ଏବେ ଟଙ୍କାର ବର୍ଷା ହେଉଛି। ବହୁତ କମ୍ ବୟସରୁ ଉଦୟମାନ କ୍ରିକେଟର ମାନଙ୍କୁ କୋଟି କୋଟି ଟଙ୍କାରେ IPL ଟିମ୍ ସବୁ…

‘ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ’: ଶାରୀରିକ ସମ୍ପର୍କକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ଚେତାବନୀ

ନୂଆଦିଲ୍ଲୀ,୧୬।୨: ଭାରତରେ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା ଏବଂ ପରେ ବିବାହ ପ୍ରତିଶ୍ରୁତି ଭାଙ୍ଗିବା ଅଭିଯୋଗ ସାଧାରଣ ହୋଇଗଲାଣି। ଏହି ପ୍ରସଙ୍ଗରେ ସୋମବାର ସୁପ୍ରିମକୋର୍ଟ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri