ସରିଲା ଘୁମୁରା: ଯାଦୁ କଳାକାରଙ୍କ ଅଭିନୟ ଦର୍ଶକଙ୍କୁ କଲା ବିମୋହିତ

କେସିଙ୍ଗା,୧୨।୧(ତୁମେଶ୍ୱର ସାହୁ):କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି ପକ୍ଷରୁ ୨୭ତମ
କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫ ଉଦଯାପିତ ହୋଇ ଯାଇଛି। ଏହି ଉପଲକ୍ଷେ ସ୍ଥାନୀୟ ବୁଢାଡଙ୍ଗର ମନ୍ଦିରରେ
ପୂଜାର୍ଚ୍ଚନା ପରେ ବ୍ଳକ ଅଧ୍ୟକ୍ଷ ଚନ୍ଦନ ସେନାପତି ଏକ ମଶାଲ ଧରି ସହର ପରିକ୍ରମା କରି ସରକାରୀ ଉଚ୍ଚ ବିଦ୍ୟାଳୟ ସ୍ଥିତ ଖେଳପଡ଼ିଆରେ ନିର୍ମିତ ବୁଢ଼ାରାଜା ମଞ୍ଚରେ ମଶାଲ ସ୍ଥାପନ କରିଥିଲେ।
ଏହି ଶୋଭାଯାତ୍ରାରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସିଦ୍ଧେଶ୍ବର ମେହେର, ସିଡିପିଓ ସୁଷମା ମିଶ୍ରଙ୍କ ସମେତ ବ୍ଲକ କର୍ମଚାରୀ ଓ ସମିତି ସଭ୍ୟ/ସଭ୍ୟା, ସରପଞ୍ଚ, ବହୁ ମହିଳା ସ୍ବୟଂ ଗୋଷ୍ଠୀ, ଏମ.ବି.କେ.ପ୍ରମୁଖ ଯୋଗଦାନ କରିଥିଲେ। ଏହି ବୁଢ଼ାରାଜା ମଞ୍ଚରେ ଆନନ୍ଦ ଉଲ୍ଲାସରେ ବ୍ଲକ ଜେଇ, ହିସାବ ରକ୍ଷକ ଅଧୂକାରୀ ପ୍ରମୁଖ ସମ୍ବଲପୁରୀ ଗୀତ ଓ ବାଦ୍ୟର ତାଳେ ତାଳେ ନାଚି ଉଠିଥିଲେ। ଏହି ଉପଲକ୍ଷେ ବିଭିନ୍ନ ଲୋକ ନୃତ୍ୟ, ଲୋକଗୀତ ଇତ୍ୟାଦି ଅନୁଷ୍ଠିତ ହୋଇଥିଲା।
ଉତ୍ସବର ପ୍ରଥମ ଅଧିବେଶନରେ ଭବାନୀପାଟଣା ବିଧାୟକ ସାଗର ଚରଣ ଦାସ, ଜିଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂ ଦେଓ, ବ୍ଲକ ଶିକ୍ଷା ଅଧିକାରୀ ଆନନ୍ଦ କୁମାର ବେହେରା, ସିଡ଼ିପିଓ ଶ୍ରୀମତୀ ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ଅବସରରେ ସ୍ଥାନୀୟ ସ୍କୁଲର ଛାତ୍ରୀଛାତ୍ରୀଙ୍କ ଦ୍ବାରା ନାଚ, ଗୀତ ସହ ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟା ଅଧୂବେଶନରେ ପ୍ରଥମେ ଯାଦୁକର ପୋଲିସ ଏଏସଆଇ ବିନୟ କୁମାର ଶତପଥୀଙ୍କ ବିଭିନ୍ନ ଯାଦୁ ପ୍ରଦର୍ଶନରେ ଉପସ୍ଥିତ ଅତିଥି ଓ ଦର୍ଶକମାନେ ବିମୋହିତ ହୋଇ କରତାଳିରେ ଉତ୍ସବ ସୁଳକୁ ମୁଖରିତ ହୋଇଯାଇଥିଲା। ଏହାର ପରେ ପରେ ଉତ୍ସବର ସଭାପତି ତଥା ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ବିଶିଷ୍ଟ ଅତିଥ ଭାବେ ଭୂପିନ୍ଦର, ସମ୍ମାନିତ ଅତିଥି ରୂପେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ, ଜିଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଦୟାମୟ ପାଢ଼ୀ, ଅବସରପ୍ରାପ୍ତ ବିଡ଼ିଓ ପଦ୍ମନାଭ ପୁରୋହିତ, ଏ.ଏ.ସି ଅଧ୍ୟକ୍ଷ ନୃପରାଜ ଯାଦବ, ଉତ୍ସବର ସମ୍ପାଦକ ତଥା ବିଡ଼ିଓ ସିଦ୍ଧେଶ୍ବର ମେହେର ପ୍ରମୁଖ ମଞ୍ଚାସୀନ ଥିଲେ।
ନିମନ୍ତ୍ରିତ ଅତିଥିମାନେ ଇଷ୍ଟଦେବୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଓ ଧୂପଦୀପ ପ୍ରଜ୍ବଳନ ପରେ ସରସ୍ବତୀ ବିଦ୍ୟାଳୟ ମନ୍ଦିରର ଛାତ୍ରୀମାନେ ସ୍ବାଗତ ଗାନ ପରିବେଷଣ କରିଥିବା ବେଳେ ବିଡ଼ିଓ ଶ୍ରୀ ମେହେର ସ୍ବାଗତ ଭାଷଣ ଦେଇଥିଲେ। ନିମନ୍ତ୍ରିତ ଅତିଥିମାନେ କଳାହାଣ୍ଡି ଉତ୍ସବ ଘୁମୁରା ଲୋକକଳାର ମହତ୍ତ୍ବ ବିଷୟରେ ପ୍ରତିପାଦିତ କରିଥିଲେ। ସଭା ଶେଷ ପର୍ଯ୍ୟାୟରେ ନିମନ୍ତ୍ରିତ ଅତିଥିମାନେ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ। ଶେଷରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ପରିଚାଳନାରେ ବ୍ଲକର ସମସ୍ତ କର୍ମଚାରୀମାନେ ସହଯୋଗ କରିଥିଲେ। ଜ୍ଞାନେନ୍ଦ୍ର ଭୋଇ ମଞ୍ଚ ପରିଚାଳନା କରିଥିଲେ ।

 


Enter your email to get our daily news in your inbox.

All Right Reserved By Dharitri.Com

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର

ସମ୍ବଲପୁର,୧୬।୨(ପ୍ରମୋଦ ବହିଦାର): ସମ୍ବଲପୁରର ବିଧାୟିକା ତଥା ସମାଜସେବୀ ଓ ବିଶିଷ୍ଟ ଚିକିତ୍ସକ ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର । ସୋମବାର ସକାଳେ ତାଙ୍କୁ ଠିକ୍ ଭାବେ…

ପରିବା ଖାଇବାକୁ ଆସି କୂଅରେ ପଡ଼ିଗଲେ ବାରହା, ତାପରେ….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନ ଅଧିନସ୍ଥ ଜ୍ୟୋତିପୁର ବାଉଟିଆପଦା ଗ୍ରାମରେ ଆଜି ଅଭାବନୀୟ ଘଟଣା ଘଟିଛି । ଉକ୍ତ ଗ୍ରାମରେ ଜଣେ…

ଲକ୍ଷାଧିକ ଟଙ୍କା ନେଇ ବାଇକରେ ଯାଉଥିଲେ ଧାନ ବ୍ୟବସାୟୀ, ଅଧାବାଟରେ ବନ୍ଧୁକ ଦେଖାଇ ଲୁଟେରା….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା କେନ୍ଦୁଝର – ପାଟଣା ରାସ୍ତାର ମଇଦାନକେଲ ନିକଟରେ ବଡ଼ ଧରଣର ଲୁଟ୍ । ସୋମବାର ସକାଳେ ପ୍ରାୟ…

ଶିକ୍ଷକଙ୍କ ମାଡ଼ ପରେ ହଷ୍ଟେଲରୁ ଫେରାର ହୋଇଗଲେ ଛାତ୍ର, କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି

ପାଟଣାଗଡ଼, ୧୬।୨(ସଚ୍ଚିଦାନନ୍ଦ ମହାକୁର): ପାଟଣାଗଡ଼ ବ୍ଳକ ବନେଇମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ଆଶ୍ରମରେ ନିର୍ଯାତନାର ଶିକାର ହୋଇ ଶନିବାର ୭ ଜଣ ଛାତ୍ର ହଷ୍ଟେଲ ଛାଡ଼ି ଫେରାର…

ପ୍ରେମ ପାଇଁ ନିଆରା ପ୍ରୟାସ, ପ୍ରେମିକା ପାଇଁ ୪ କି.ମି ରାସ୍ତାରେ ଗଡ଼ିଗଡ଼ି ମନ୍ଦିର ଗଲେ ପ୍ରେମିକ

ମୁନିଗୁଡା,୧୬।୨(ନନ୍ଦ କିଶୋର ପଟ୍ଟନାୟକ): ରାୟଗଡା ଜିଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ଅମ୍ବାଦଳାର ଅମ୍ଳାଭଟା ଅଞ୍ଚଳରେ ଜାଗର ଦିନ ଏକ ଅନନ୍ୟ ଦୃଶ୍ୟ ଦେଖିବାକୁ ମିଳିଛି । ଜଣେ…

ମାଳମାଳ ଅଭିଯୋଗ, ଫଳ ଶୂନ, ଏହି ବ୍ୟବସ୍ଥାକୁ ନେଇ…

ଦାରିଙ୍ଗବାଡ଼ି,୧୬ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସଭାଗୃହ ପରିସରରେ ସୋମବାର କନ୍ଧମାଳ ଜିଲାପାଳ ବେଦଭୂଷଣ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ଏହି ସମୟରେ ପ୍ରତ୍ୟେକ ଅଭିଯୋଗ ଶୁଣାଣିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri