Posted inଜାତୀୟ

‘ଘର ଲୋକ ହିଁ ଘର ଛାଡିବାକୁ କଲେ ବାଧ୍ୟ’

ନୂଆଦିଲ୍ଲୀ,୨୯।୮: କଂଗ୍ରେସ ଛାଡିବା ପରେ ପ୍ରଥମଥର ଗୁଲାମ ନବୀ ଆଜାଦ ଗଣମାଧ୍ୟମ ଜରିଆରେ ଦଳ ଉପରେ ବର୍ଷିଛନ୍ତି। କିଏ ନିଜେ ପରିବାର ଛାଡିବାକୁ ଚାହେଁ। ମୋତେ କଂଗ୍ରେସ ଲୋକ ହିଁ ଦଳ ଛାଡିବାକୁ ବାଧ୍ୟ କରିଥିଲେ। ଯେତେବେଳେ ପରିବାର ଲୋକଙ୍କୁ ଲାଗେ ଯେ ଏହି ଲୋକ ଆଉ ଦରକାର ନାହିଁ ଏବଂ ଆମକୁ ସେଠାରେ ପର ବୋଲି କୁହାଯାଏ। ଏପରି ପରିସ୍ଥିତିରେ ପରିବାରରେ ରହୁଥିବା ବ୍ୟକ୍ତି ସେଠାରୁ ଚାଲିଯିବା ଉଚିତ ବୋଲି ସୋମବାର ଆଜାଦ କହିଛନ୍ତି।
ଏଥିସହ ଗୁଲାମ ନବୀ ଆଜାଦ ମଧ୍ୟ ନରେନ୍ଦ୍ର ମୋଦିଙ୍କୁ ଭେଟିବା ଚର୍ଚ୍ଚାକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ସେହି ବ୍ୟକ୍ତି (ରାହୁଲ ଗାନ୍ଧୀ) ଯିଏ ଲୋକ ସଭାରେ ଭାଷଣ ଶେଷ କରିବା ପରେ ପ୍ରଧାନମନ୍ତ୍ରୀଙ୍କୁ ଆଲିଙ୍ଗନ କରନ୍ତି, ସେ ସାକ୍ଷାତ କରିଛନ୍ତି କି ମୁଁ ସାକ୍ଷାତ କରିଛି ପ୍ରଥମେ ଆପଣମାନେ କୁହନ୍ତୁ। ମୋଦି ଏକ ବାହାନା, ଜି୨୩ ପକ୍ଷରୁ ଚିଠି ଲେଖାଯିବା ପରଠାରୁ ମୋ ସହ ରାହୁଲଙ୍କର ବିବାଦ ରହିଛି। ସେ କେବେ ବି ଚାହୁଁ ନ ଥିଲେ ଯେ କେହି ତାଙ୍କୁ ପ୍ରଶ୍ନ କରନ୍ତୁ।
ସେହିପରି କଂଗ୍ରେସର ବରିଷ୍ଠ ଜୟରାମ ରମେଶଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି ଆଜାଦ। ରମେଶଙ୍କ ନାଁ ନ ନେଇ ଆଜାଦ କହିଛନ୍ତି, ସେ କେଉଁଠାରେ ଅଛନ୍ତି ଏବଂ କେଉଁ ଦଳରୁ ଆସିଛନ୍ତି, ସର୍ବପ୍ରଥମେ ତାଙ୍କୁ ତାଙ୍କର ଡିଏନଏ ଯାଞ୍ଚ କରିବା ଉଚିତ। ଖାଲି ଟୁଇଟ୍‌ ପୋଷ୍ଟ କରି ପଦବୀ ମିଳିଯାଉଥିବା ବ୍ୟକ୍ତି ଯଦି ଏଭଳି ଆଚରଣ କରନ୍ତି ତେବେ ଦୁଃଖ ଲାଗେ। କଂଗ୍ରେସକୁ ଏବେ ପ୍ରାର୍ଥନା ନୁହେଁ, ଔଷଧ ଆବଶ୍ୟକ। କଂଗ୍ରେସରେ କମ୍ପାଉଣ୍ଡର ଏବେ ଡାକ୍ତର କାମ କରୁଛନ୍ତି। କିନ୍ତୁ ଏବେ ଦଳକୁ ବିଶେଷଜ୍ଞଙ୍କର ଆବଶ୍ୟକତା ରହିଛି।
ଭାଜପାରେ ଯୋଗ ଦେବା ଚର୍ଚ୍ଚା ଉପରେ ମଧ୍ୟ ସେ ପୂର୍ଣ୍ଣଛେଦ ପକାଇଛନ୍ତି। ଭାଜପାରେ ସାମିଲ ହେବାର ପ୍ରଶ୍ନ ଉଠୁନାହିଁ। ନିଜେ ଦଳ ଗଢି ଜମ୍ମୁ-କଶ୍ମୀରର ନିର୍ବାଚନକୁ ଓହ୍ଲାଇବେ ବୋଲି ଗୁଲାମନବୀ ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

୧୬ ନଂ ଜାତୀୟ ରାଜପଥରେ ଜଳିଗଲା ହାଇୱା, ହୁତୁହୁତୁ….

ଭଦ୍ରକ,୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ନଳାଙ୍ଗ ନିକଟରେ ହୁତୁହୁତୁ ହୋଇ ଜଳିଲା ହାଇଓ୍ବା । ଏକ ହାଇୱା ଗୁରୁବାର ମଧ୍ୟାହ୍ନରେ ହୁତୁହୁତୁ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri