ଶ୍ରୀମନ୍ଦିରରେ ଗହ୍ମାପୂର୍ଣ୍ଣିମା: ପାଟ ରାଖୀ ପିନ୍ଧିଲେ ମହାପ୍ରଭୁ

ପୁରୀ ଅଫିସ,୩ା୮: ପବିତ୍ର ଗହ୍ମାପୂର୍ଣ୍ଣିମା ତିଥିରେ ଶ୍ରୀମନ୍ଦିରରେ ବଳଭଦ୍ର ଜନ୍ମ ଏବଂ ରାଖୀ ଲାଗି ନୀତି ସମ୍ପନ୍ନ ହୋଇଛି । ଦୁଇଭାଇ ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ବଡଠାକୁର ବଳଭଦ୍ର ଶ୍ରୀଭୂଜରେ ପାଟ ରାଖୀ ଏବଂ ଗୁଆ ମାଳ ପିନ୍ଧଛନ୍ତି। ଶ୍ରୀମନ୍ଦିରରେ ଏହି ବିଶେଷ ନୀତି ଅନୁଷ୍ଠିତ ହୋଇଥିଲେ ହେଁ ମହାମାରୀ କରୋନା ପାଇଁ କୌଣସି ଭକ୍ତ ଦର୍ଶନ କରିପାରି ନାହାନ୍ତି । ଦ୍ୱିପହର ଧୂପ ବେଶରେ ମହାପ୍ରଭୁ ଦକ୍ଷିଣ ଭୂଜରେ ଗୋଟିଏ ଏବଂ ଉତ୍ତର ଭୂଜରେ ୨ଟି ଆଜ୍ଞାମାଳ ଲାଗି ହୋଇଥିଲେ । ଏହାପରେ ପାଟରା ବିଶୋଇ ସେବକଙ୍କ ଦ୍ୱାରା ବାସୁଙ୍ଗା ପାଟରେ ପ୍ରସ୍ତୁତ ୪ଟି ରାଖୀ ଏବଂ ୪ଟି ଗୁଆମାଳକୁ ଶ୍ରୀଜଗନ୍ନାଥ ଏବଂ ବଡଠାକୁରଙ୍କ ଶ୍ରୀଭୁଜରେ ପୁଷ୍ପାଳକ ସେବକ ଲାଗି କରାଇଥିଲେ ।