କୋଳ ପାଉଛନ୍ତି କୋମଳମତି

ଢେଙ୍କାନାଳ ଅଫିସ, ୧୬।୧୨ – ଶୈଶବରେ ଯନ୍ତ୍ରଣା। କିଏ ହରାଇଛି ମା’ବାପାଙ୍କୁ ତ ପିତୃତ୍ୱ ପରିଚୟ ଭୟରେ ଆଉ କାହାକୁ ନାହି ନାଡ଼ କଟା ହେବା ଆଗରୁ ପର କରିଦେଇଛି ଜନ୍ମକଲା ମା’। ମରଣ ମୁହଁରୁ କିଏ ବଞ୍ଚତ୍ୟାଇଛି ତ ଆଉ କିଏ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବାବେଳେ ଆସିଛି ଉଦ୍ଧାର ହୋଇ। ସମସ୍ତଙ୍କ କାହାଣୀ ପାଖାପାଖି ଗୋଟିଏ। ଯନ୍ତ୍ରଣା ବି ସମାନ। ଏସବୁ ଭିତରେ ପରିଚୟ ପାଇଁ ସଂଘର୍ଷ। ତଥାପି ଅନେକ ନିଷ୍ପାପ ଆଖି ଖୋଜେ ବୋଉର ପଣତ। ଲୋଡ଼େ ବାପା ଭଳି ମଣିଷଟାର ସ୍ନେହସୋହାଗ। କୋଳଟିଏ ପାଇଁ କାନ୍ଦେ କଅଁଳ ମନ। ହେଲେ ଆଇନର ଜଟିଳ ପ୍ରକ୍ରିୟା ଅନେକଙ୍କୁ ଭାଗ୍ୟ ଗଢ଼ିବାର ସୁଯୋଗ ଦିଏନା। ଯେଉଁମାନଙ୍କୁ ଏହା ମିଳେ, ସେମାନଙ୍କ ପାଇଁ ଅପେକ୍ଷା କରିଥାଏ ନୂତନ ସକାଳ। ଢେଙ୍କାନାଳ ଜିଲାରେ ଗତ ୩ ବର୍ଷ ଭିତରେ ଏଭଳି ୨୬ ଅସହାୟ ଶିଶୁଙ୍କୁ ମିଳିଛି କୋଳ। ପୋଷ୍ୟ ଭାବେ ଗ୍ରହଣ ହେବା ପରେ ସୁନେଲି ଭବିଷ୍ୟତ ଆଡ଼କୁ ଖୋଲିଯାଇଛି ସେମାନଙ୍କ ରାସ୍ତା। ଛେଉଣ୍ଡ ପିଲା ପରିବାର ପାଇବା ପରେ ବଦଳିଯାଇଛି ସେମାନଙ୍କ ଜୀବନ।
ଢେଙ୍କାନାଳ ଜିଲାରେ ୨୦୧୭ ଜୁଲାଇ ୧ରେ ଆରମ୍ଭ ହୋଇଥିଲା ପୋଷ୍ୟ ସନ୍ତାନ ଗ୍ରହଣ କାର୍ଯ୍ୟକ୍ରମ। ଜିଲା ଶିଶୁ ସୁରକ୍ଷା ବିଭାଗ ତତ୍ତ୍ୱାବଧାନରେ ମହର୍ଷି ଦୟାନନ୍ଦ ସର୍ଭିସ ମିଶନ ଶିଶୁଗୃହ ଦ୍ୱାରା ପରିଚାଳିତ ସ୍ପେଶିଆଲାଇଜ୍‌ଡ ଆଡପ୍ସନ ଏଜେନ୍ସି (ଏସ୍‌ଏଏ) ମାଧ୍ୟମରେ ଏହା ଜାରି ରହିଛି। ଗତ ୩ ବର୍ଷର ତଥ୍ୟକୁ ଆକଳନ କଲେ ଜିଲାରୁ ପାଖାପାଖି ୩୦ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରୁ ୨୬ଜଣ ପୋଷ୍ୟ ଭାବେ ଗ୍ରହଣ ହୋଇଛନ୍ତି। ଦେଶର ବିଭିନ୍ନ ସ୍ଥାନରୁ ଦମ୍ପତି ୧୯ ଶିଶୁଙ୍କୁ କୋଳେଇ ନେଇଥିଛନ୍ତି। ସେମାନଙ୍କ ମଧ୍ୟରେ ୧୦ ବାଳକ, ୯ ବାଳିକା ରହିଛନ୍ତି। ସେହିପରି ବିଦେଶୀ ଦମ୍ପତିଙ୍କ ପକ୍ଷରୁ ୬ ବାଳିକା ଏବଂ ଜଣେ ବାଳକଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରାଯାଇଛି। ଦେଶରେ ପୁତ୍ର ସନ୍ତାନ ଏବଂ ବିଦେଶୀଙ୍କ ନିକଟରେ କନ୍ୟା ସନ୍ତାନକୁ ପୋଷ୍ୟ ଭାବେ ଗ୍ରହଣ କରିବା ଲାଗି ଆଗ୍ରହ ପ୍ରକାଶ ପାଉଥିବା ଏଥିରୁ ଜଣାପଡ଼ିଛି। ଜିଲାରେ ପୋଷ୍ୟସନ୍ତାନ ଗ୍ରହଣ ଦିଗରେ ଉତ୍ସାହ ଦେଖିବାକୁ ମିଳିଛି। ଏଥିଲାଗି ପ୍ରଶାସନ, ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଗ୍ରହଣ କରାଯାଉଛି। ଏକ ସଚେତନତା ରଥ ମଧ୍ୟ ପରିକ୍ରମା କରୁଛି।
ଏ ସଂକ୍ରାନ୍ତରେ ମହର୍ଷି ଦୟାନନ୍ଦ ସର୍ଭିସ ମିଶନର ସମ୍ପାଦକ ପ୍ରଦୀପ ସାହୁ କୁହନ୍ତି, ଆମେରିକା, ଇଟାଲୀ, ସ୍ପେନ୍‌ ଆଦି ଦେଶର ଦମ୍ପତି ଆସି ପୋଷ୍ୟ ଶିଶୁ ଗ୍ରହଣ କରିଛନ୍ତି। ଶିଶୁ ହସ୍ତାନ୍ତର ପୂର୍ବରୁ ସେଣ୍ଟ୍ରାଲ ଆଡପ୍‌ଶନ ରିସୋର୍ସ ଅଥରିଟି (କାରା) ନିୟମକୁ ତନ୍ନତନ୍ନ କରି ଅନୁଧ୍ୟାନ କରାଯାଇଥାଏ। ଆଗ୍ରହୀ ଦମ୍ପତିଙ୍କଠାରୁ ଲିଖିତ ଇଚ୍ଛାପତ୍ର ଗ୍ରହଣ କରାଯାଇଥାଏ। ଆବଶ୍ୟକ କାଗଜପତ୍ର ଦାଖଲ ପରେ ପୋଷ୍ୟ ସନ୍ତାନ ଗ୍ରହଣରେ ମୋହର ବାଜେ। ଏ ସଂକ୍ରାନ୍ତରେ ଜିଲା ଶିଶୁ ସୁରକ୍ଷା ଅଧିକାରୀ ଅନୁରାଧା ଗୋସ୍ବାମୀ କୁହନ୍ତି, ପୋଷ୍ୟ ସନ୍ତାନ ଗ୍ରହଣ ନେଇ ସାମାଜିକ କର୍ମୀମାନେ ଶିଶୁଙ୍କ ସମ୍ପର୍କରେ ରିପୋର୍ଟ ସଂଗ୍ରହ କରୁଛନ୍ତି। ଏପରି ମହତ୍‌ କାର୍ଯ୍ୟ ଲାଗି ଅନେକେ ଆଗ୍ରହୀ ହେଉଛନ୍ତି। ଜିଲାରେ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଜାରି ରହିଛି।

 

କ’ଣ ରହିଛି ନିୟମାବଳୀ

ଭାରତରେ ପୋଷ୍ୟସନ୍ତାନ ଗ୍ରହଣ ଏକ ଜଟିଳ ପ୍ରକ୍ରିୟା। ଏଥିଲାଗି କେନ୍ଦ୍ର ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଛି ସେଣ୍ଟ୍ରାଲ ଆଡପ୍ସନ ରିସୋର୍ସ ଅଥରିଟି (କାରା)। ସମସ୍ତ ନିୟମାବଳି ପୂରଣ କରିପାରୁଥିବା ଦମ୍ପତି ହିଁ ପୋଷ୍ୟ ସନ୍ତାନ ଗ୍ରହଣ କରିପାରିବେ। ସେହିପରି ରାଜ୍ୟସ୍ତରରେ ଏଥିଲାଗି ରହିଛି ଷ୍ଟେଟ୍‌ ଆଡପ୍ସନ ରିସୋର୍ସ ଏଜେନ୍ସି (ସାରା)।
ପୋଷ୍ୟସନ୍ତାନ ଗ୍ରହଣ ଲାଗି ଆଗ୍ରହୀ ଦମ୍ପତିଙ୍କୁ ପ୍ରଥମେ ‘କାରା’ର ଅନ୍‌ଲାଇନ୍‌ରେ ପଞ୍ଜୀକୃତ ହେବାକୁ ପଡ଼ିବ। ଏହାପରେ ସରକାରଙ୍କ ପକ୍ଷରୁ ଏକ ସ୍ବେଚ୍ଛାସେବୀ ସଂସ୍ଥାର ପ୍ରତିନିଧିଙ୍କୁ ସେମାନଙ୍କ ହୋମ୍‌ ଷ୍ଟଡି ପାଇଁ ପଠାଯିବ। ଏହି ରିପୋର୍ଟ ସମ୍ପୂର୍ଣ୍ଣ ଗୁପ୍ତ ରଖାଯିବ। ଆବେଦନ କରିଥିବା ଦମ୍ପତିଙ୍କ ନାମ କ୍ରମିକ ଭାବେ ରହିବ। ଜଣେ ବ୍ୟକ୍ତି ୩ ରାଜ୍ୟରୁ ପୋଷ୍ୟ ସନ୍ତାନ ଗ୍ରହଣ ଲାଗି ଆବେଦନ କରିପାରିବେ। କ୍ରମିକ ସଂଖ୍ୟା ଅନୁଯାୟୀ ସେମାନଙ୍କ ପାଳି ଆସିଲେ ଇ-ମେଲକୁ ମେସେଜ ପଠାଯିବ। ପୋଷ୍ୟ ସନ୍ତାନ ଗ୍ରହଣ ପାଇଁ ଉଦ୍ଦିଷ୍ଟ ସଂସ୍ଥାରେ ଦମ୍ପତି ପହଞ୍ଚତ୍ବା ପରେ ସେମାନଙ୍କୁ ଯାଞ୍ଚ କରାଯିବ। ଏହାପରେ ପରିବାର ଅଦାଲତରେ ସେମାନେ ଆବେଦନ କରିବେ। ଶୁଣାଣି ହେବାପରେ ସେମାନେ ବିଧିବଦ୍ଧ ଭାବେ ପୋଷ୍ୟ ସନ୍ତାନ ଗ୍ରହଣ କରିପାରିବେ। ଶିଶୁଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ପରେ ହସ୍ତାନ୍ତର କରାଯାଇଥାଏ। ପୋଷ୍ୟ ସନ୍ତାନ ଗ୍ରହଣ ପରେ ବି ନିୟମିତ ରିପୋର୍ଟ ସଂଗ୍ରହ କରାଯାଏ। ପ୍ରତି ୬ମାସରେ ସାମାଜିକ କର୍ମୀମାନେ ତଥ୍ୟ ସଂଗ୍ରହ କରି ଦାଖଲ କରିଥାନ୍ତି। ଏସବୁ କାର୍ଯ୍ୟ ଲାଗି ଜିଲା ଶିଶୁ ମଙ୍ଗଳ କମିଟି (ସିଡବ୍ଲ୍ୟୁସି)ର ଅନୁମୋଦିତ ପ୍ରମାଣପତ୍ର ମଧ୍ୟ ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri