କୋଳ ପାଉଛନ୍ତି କୋମଳମତି

ଢେଙ୍କାନାଳ ଅଫିସ, ୧୬।୧୨ – ଶୈଶବରେ ଯନ୍ତ୍ରଣା। କିଏ ହରାଇଛି ମା’ବାପାଙ୍କୁ ତ ପିତୃତ୍ୱ ପରିଚୟ ଭୟରେ ଆଉ କାହାକୁ ନାହି ନାଡ଼ କଟା ହେବା ଆଗରୁ ପର କରିଦେଇଛି ଜନ୍ମକଲା ମା’। ମରଣ ମୁହଁରୁ କିଏ ବଞ୍ଚତ୍ୟାଇଛି ତ ଆଉ କିଏ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବାବେଳେ ଆସିଛି ଉଦ୍ଧାର ହୋଇ। ସମସ୍ତଙ୍କ କାହାଣୀ ପାଖାପାଖି ଗୋଟିଏ। ଯନ୍ତ୍ରଣା ବି ସମାନ। ଏସବୁ ଭିତରେ ପରିଚୟ ପାଇଁ ସଂଘର୍ଷ। ତଥାପି ଅନେକ ନିଷ୍ପାପ ଆଖି ଖୋଜେ ବୋଉର ପଣତ। ଲୋଡ଼େ ବାପା ଭଳି ମଣିଷଟାର ସ୍ନେହସୋହାଗ। କୋଳଟିଏ ପାଇଁ କାନ୍ଦେ କଅଁଳ ମନ। ହେଲେ ଆଇନର ଜଟିଳ ପ୍ରକ୍ରିୟା ଅନେକଙ୍କୁ ଭାଗ୍ୟ ଗଢ଼ିବାର ସୁଯୋଗ ଦିଏନା। ଯେଉଁମାନଙ୍କୁ ଏହା ମିଳେ, ସେମାନଙ୍କ ପାଇଁ ଅପେକ୍ଷା କରିଥାଏ ନୂତନ ସକାଳ। ଢେଙ୍କାନାଳ ଜିଲାରେ ଗତ ୩ ବର୍ଷ ଭିତରେ ଏଭଳି ୨୬ ଅସହାୟ ଶିଶୁଙ୍କୁ ମିଳିଛି କୋଳ। ପୋଷ୍ୟ ଭାବେ ଗ୍ରହଣ ହେବା ପରେ ସୁନେଲି ଭବିଷ୍ୟତ ଆଡ଼କୁ ଖୋଲିଯାଇଛି ସେମାନଙ୍କ ରାସ୍ତା। ଛେଉଣ୍ଡ ପିଲା ପରିବାର ପାଇବା ପରେ ବଦଳିଯାଇଛି ସେମାନଙ୍କ ଜୀବନ।
ଢେଙ୍କାନାଳ ଜିଲାରେ ୨୦୧୭ ଜୁଲାଇ ୧ରେ ଆରମ୍ଭ ହୋଇଥିଲା ପୋଷ୍ୟ ସନ୍ତାନ ଗ୍ରହଣ କାର୍ଯ୍ୟକ୍ରମ। ଜିଲା ଶିଶୁ ସୁରକ୍ଷା ବିଭାଗ ତତ୍ତ୍ୱାବଧାନରେ ମହର୍ଷି ଦୟାନନ୍ଦ ସର୍ଭିସ ମିଶନ ଶିଶୁଗୃହ ଦ୍ୱାରା ପରିଚାଳିତ ସ୍ପେଶିଆଲାଇଜ୍‌ଡ ଆଡପ୍ସନ ଏଜେନ୍ସି (ଏସ୍‌ଏଏ) ମାଧ୍ୟମରେ ଏହା ଜାରି ରହିଛି। ଗତ ୩ ବର୍ଷର ତଥ୍ୟକୁ ଆକଳନ କଲେ ଜିଲାରୁ ପାଖାପାଖି ୩୦ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରୁ ୨୬ଜଣ ପୋଷ୍ୟ ଭାବେ ଗ୍ରହଣ ହୋଇଛନ୍ତି। ଦେଶର ବିଭିନ୍ନ ସ୍ଥାନରୁ ଦମ୍ପତି ୧୯ ଶିଶୁଙ୍କୁ କୋଳେଇ ନେଇଥିଛନ୍ତି। ସେମାନଙ୍କ ମଧ୍ୟରେ ୧୦ ବାଳକ, ୯ ବାଳିକା ରହିଛନ୍ତି। ସେହିପରି ବିଦେଶୀ ଦମ୍ପତିଙ୍କ ପକ୍ଷରୁ ୬ ବାଳିକା ଏବଂ ଜଣେ ବାଳକଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରାଯାଇଛି। ଦେଶରେ ପୁତ୍ର ସନ୍ତାନ ଏବଂ ବିଦେଶୀଙ୍କ ନିକଟରେ କନ୍ୟା ସନ୍ତାନକୁ ପୋଷ୍ୟ ଭାବେ ଗ୍ରହଣ କରିବା ଲାଗି ଆଗ୍ରହ ପ୍ରକାଶ ପାଉଥିବା ଏଥିରୁ ଜଣାପଡ଼ିଛି। ଜିଲାରେ ପୋଷ୍ୟସନ୍ତାନ ଗ୍ରହଣ ଦିଗରେ ଉତ୍ସାହ ଦେଖିବାକୁ ମିଳିଛି। ଏଥିଲାଗି ପ୍ରଶାସନ, ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଗ୍ରହଣ କରାଯାଉଛି। ଏକ ସଚେତନତା ରଥ ମଧ୍ୟ ପରିକ୍ରମା କରୁଛି।
ଏ ସଂକ୍ରାନ୍ତରେ ମହର୍ଷି ଦୟାନନ୍ଦ ସର୍ଭିସ ମିଶନର ସମ୍ପାଦକ ପ୍ରଦୀପ ସାହୁ କୁହନ୍ତି, ଆମେରିକା, ଇଟାଲୀ, ସ୍ପେନ୍‌ ଆଦି ଦେଶର ଦମ୍ପତି ଆସି ପୋଷ୍ୟ ଶିଶୁ ଗ୍ରହଣ କରିଛନ୍ତି। ଶିଶୁ ହସ୍ତାନ୍ତର ପୂର୍ବରୁ ସେଣ୍ଟ୍ରାଲ ଆଡପ୍‌ଶନ ରିସୋର୍ସ ଅଥରିଟି (କାରା) ନିୟମକୁ ତନ୍ନତନ୍ନ କରି ଅନୁଧ୍ୟାନ କରାଯାଇଥାଏ। ଆଗ୍ରହୀ ଦମ୍ପତିଙ୍କଠାରୁ ଲିଖିତ ଇଚ୍ଛାପତ୍ର ଗ୍ରହଣ କରାଯାଇଥାଏ। ଆବଶ୍ୟକ କାଗଜପତ୍ର ଦାଖଲ ପରେ ପୋଷ୍ୟ ସନ୍ତାନ ଗ୍ରହଣରେ ମୋହର ବାଜେ। ଏ ସଂକ୍ରାନ୍ତରେ ଜିଲା ଶିଶୁ ସୁରକ୍ଷା ଅଧିକାରୀ ଅନୁରାଧା ଗୋସ୍ବାମୀ କୁହନ୍ତି, ପୋଷ୍ୟ ସନ୍ତାନ ଗ୍ରହଣ ନେଇ ସାମାଜିକ କର୍ମୀମାନେ ଶିଶୁଙ୍କ ସମ୍ପର୍କରେ ରିପୋର୍ଟ ସଂଗ୍ରହ କରୁଛନ୍ତି। ଏପରି ମହତ୍‌ କାର୍ଯ୍ୟ ଲାଗି ଅନେକେ ଆଗ୍ରହୀ ହେଉଛନ୍ତି। ଜିଲାରେ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଜାରି ରହିଛି।

 

କ’ଣ ରହିଛି ନିୟମାବଳୀ

ଭାରତରେ ପୋଷ୍ୟସନ୍ତାନ ଗ୍ରହଣ ଏକ ଜଟିଳ ପ୍ରକ୍ରିୟା। ଏଥିଲାଗି କେନ୍ଦ୍ର ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଛି ସେଣ୍ଟ୍ରାଲ ଆଡପ୍ସନ ରିସୋର୍ସ ଅଥରିଟି (କାରା)। ସମସ୍ତ ନିୟମାବଳି ପୂରଣ କରିପାରୁଥିବା ଦମ୍ପତି ହିଁ ପୋଷ୍ୟ ସନ୍ତାନ ଗ୍ରହଣ କରିପାରିବେ। ସେହିପରି ରାଜ୍ୟସ୍ତରରେ ଏଥିଲାଗି ରହିଛି ଷ୍ଟେଟ୍‌ ଆଡପ୍ସନ ରିସୋର୍ସ ଏଜେନ୍ସି (ସାରା)।
ପୋଷ୍ୟସନ୍ତାନ ଗ୍ରହଣ ଲାଗି ଆଗ୍ରହୀ ଦମ୍ପତିଙ୍କୁ ପ୍ରଥମେ ‘କାରା’ର ଅନ୍‌ଲାଇନ୍‌ରେ ପଞ୍ଜୀକୃତ ହେବାକୁ ପଡ଼ିବ। ଏହାପରେ ସରକାରଙ୍କ ପକ୍ଷରୁ ଏକ ସ୍ବେଚ୍ଛାସେବୀ ସଂସ୍ଥାର ପ୍ରତିନିଧିଙ୍କୁ ସେମାନଙ୍କ ହୋମ୍‌ ଷ୍ଟଡି ପାଇଁ ପଠାଯିବ। ଏହି ରିପୋର୍ଟ ସମ୍ପୂର୍ଣ୍ଣ ଗୁପ୍ତ ରଖାଯିବ। ଆବେଦନ କରିଥିବା ଦମ୍ପତିଙ୍କ ନାମ କ୍ରମିକ ଭାବେ ରହିବ। ଜଣେ ବ୍ୟକ୍ତି ୩ ରାଜ୍ୟରୁ ପୋଷ୍ୟ ସନ୍ତାନ ଗ୍ରହଣ ଲାଗି ଆବେଦନ କରିପାରିବେ। କ୍ରମିକ ସଂଖ୍ୟା ଅନୁଯାୟୀ ସେମାନଙ୍କ ପାଳି ଆସିଲେ ଇ-ମେଲକୁ ମେସେଜ ପଠାଯିବ। ପୋଷ୍ୟ ସନ୍ତାନ ଗ୍ରହଣ ପାଇଁ ଉଦ୍ଦିଷ୍ଟ ସଂସ୍ଥାରେ ଦମ୍ପତି ପହଞ୍ଚତ୍ବା ପରେ ସେମାନଙ୍କୁ ଯାଞ୍ଚ କରାଯିବ। ଏହାପରେ ପରିବାର ଅଦାଲତରେ ସେମାନେ ଆବେଦନ କରିବେ। ଶୁଣାଣି ହେବାପରେ ସେମାନେ ବିଧିବଦ୍ଧ ଭାବେ ପୋଷ୍ୟ ସନ୍ତାନ ଗ୍ରହଣ କରିପାରିବେ। ଶିଶୁଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ପରେ ହସ୍ତାନ୍ତର କରାଯାଇଥାଏ। ପୋଷ୍ୟ ସନ୍ତାନ ଗ୍ରହଣ ପରେ ବି ନିୟମିତ ରିପୋର୍ଟ ସଂଗ୍ରହ କରାଯାଏ। ପ୍ରତି ୬ମାସରେ ସାମାଜିକ କର୍ମୀମାନେ ତଥ୍ୟ ସଂଗ୍ରହ କରି ଦାଖଲ କରିଥାନ୍ତି। ଏସବୁ କାର୍ଯ୍ୟ ଲାଗି ଜିଲା ଶିଶୁ ମଙ୍ଗଳ କମିଟି (ସିଡବ୍ଲ୍ୟୁସି)ର ଅନୁମୋଦିତ ପ୍ରମାଣପତ୍ର ମଧ୍ୟ ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri