ଖେଳଣାକୁ ମିଳୁ ଭୌଗୋଳିକ ପ୍ରମାଣପତ୍ର

ଭୁବନେଶ୍ୱର, ୨୭।୨(ପିଆଇବି): ଆତ୍ମନିର୍ଭର ଭାରତ ପାଇଁ ସ୍ଥାନୀୟ ହସ୍ତକଳା କାରିଗରଙ୍କୁ ସବୁଠୁ ଅଧିକ ପ୍ରୋତ୍ସାହନ ମିଳିବା ଆବଶ୍ୟକ। ଏହା ବ୍ୟତୀତ ନିର୍ଦ୍ଦିଷ୍ଟ ଅଞ୍ଚଳର ଖେଳଣାକୁ ଭୌଗୋଳିକ ପରିଚିତି ପ୍ରମାଣପତ୍ର ପ୍ରଦାନ କରାଗଲେ ଏହାର ବିକଳ୍ପ ବା ନକଲି ପ୍ରସ୍ତୁତ ହୋଇପାରିବ ନାହିଁ ବୋଲି କହିଛନ୍ତି ମୁମ୍ବାଇସ୍ଥିତ ‘ମିନିଟଏ’ର ମୁଖ୍ୟ କାର୍ଯ୍ୟନିର୍ବାହୀ ମନୀଷ କୁକ୍ରେଜା। ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ଭୁବନେଶ୍ୱରସ୍ଥିତ ପତ୍ର ସୂଚନା କାର୍ଯ୍ୟାଳୟ, ଆଞ୍ଚଳିକ ଜନସମ୍ପର୍କ କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ‘ଆତ୍ମନିର୍ଭର ଭାରତ ପାଇଁ ଭାରତୀୟ ଖେଳଣା’ ଶୀର୍ଷକ ଓ୍ବେବିନାରରେ ଯୋଗଦେଇ ସେ ଏହା କହିଛନ୍ତି।
ଅନ୍ୟତମ ଆଲୋଚକ ଭାବେ ନବରଙ୍ଗପୁର ଜିଲା ଶିଳ୍ପକେନ୍ଦ୍ର ପ୍ରବନ୍ଧକ ବାଣେଶ୍ୱର ରାଓ ସୁବୁଦ୍ଧି ଗୁରୁଶିଷ୍ୟ ପରମ୍ପରା ଭଳି କଣ୍ଢେଇ ଶିଳ୍ପର ଉତ୍କର୍ଷ ଲାଗି ତାଲିମର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଭୁବନେଶ୍ୱରଠାରେ ଆୟୋଜିତ ବିଶ୍ୱକପ୍‌ ହକି ଖେଳାଳିଙ୍କୁ ନବରଙ୍ଗପୁରର ଲାଖ କଣ୍ଢେଇ ଉପହାର ସ୍ବରୂପ ଦିଆଯାଇଥିଲା ଏବଂ ତାହା ଭିନ୍ନ ଉଦାହରଣ ସୃଷ୍ଟି କରିଥିଲା ବୋଲି ସେ କହିଥିଲେ। ବିଶିଷ୍ଟ ସାମ୍ବାଦିକ ଡ. ସତ୍ୟ ରାୟ ପାରମ୍ପରିକ ତଥା ସମୃଦ୍ଧ କଣ୍ଢେଇ ପ୍ରସ୍ତୁତିରେ ଓଡ଼ିଶାର ଉଦାହରଣ ଦେଇଥିଲେ। ସ୍ଥାନୀୟ କଳାକାରଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀର ବଜାର ଉପଲବ୍ଧକୁ ସୁନିଶ୍ଚିତ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଓ୍ବେବିନାରରେ ଅଧ୍ୟକ୍ଷତା କରି ଭୁବନେଶ୍ୱର ପତ୍ର ସୂଚନା କାର୍ଯ୍ୟାଳୟର ମହାନିର୍ଦ୍ଦେଶକ ଶୈଳେଶ କୁମାର ମାଲବ୍ୟ କହିଲେ, ଭାରତୀୟ ଖେଳଣା ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱ ଦେଉଛନ୍ତି। ଫେବୃୟାରୀ ୨୭ରେ ଆୟୋଜିତ ହେବାକୁ ଥିବା ଭାରତୀୟ ଖେଳଣା ମେଳା ଏ ଦିଗରେ ବେଶ୍‌ ଉପାଦେୟ ସାବ୍ୟସ୍ତ ହେବ। ଆଞ୍ଚଳିକ ଜନସୂଚନା ବ୍ୟୁରୋ ଭୁବନେଶ୍ୱର ନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର ଓଡ଼ିଶାର ସମୃଦ୍ଧ କଣ୍ଢେଇ କଳା ପରମ୍ପରା ଉପରେ ଆଲୋକପାତ କରିଥିଲେ। ଭୁବନେଶ୍ୱର ଆଞ୍ଚଳିକ କ୍ଷେତ୍ର ପ୍ରଚାର ବ୍ୟୁରୋ ସୂଚନା ଅଧିକାରୀ ମହେନ୍ଦ୍ର ପ୍ରସାଦ ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ସମ୍ବଲପୁର ଶାଖା ସହକାରୀ ନିର୍ଦ୍ଦେଶକ ରାମେଶ୍ୱର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri