Posted inଖେଳ

ଏହି ଖେଳାଳିଙ୍କୁ ଭାରତୀୟ ଦିନିକିଆ ଦଳକୁ ଫେରାଇ ଆଣିବା ପାଇଁ କହିଲେ ପ୍ରାକ୍ତନ କ୍ରିକେଟର

ନୂଆଦିଲ୍ଲୀ,୧।୩ : ଆଗାମୀ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍‌ ଲାଗି ଭାରତୀୟ ଦଳରେ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଚୟନ କରିବା ଉଚିତ। କାରଣ ଉଇକେଟ ନେବାର ଦକ୍ଷତା ସହ ତାଙ୍କୁ ସାମିଲ କରିବା ଦ୍ୱାରା ଦଳର ବ୍ୟାଟିଂ ଲାଇନଅପ୍‌ରେ ଗଭୀରତା ଆସିବ। ଏହା କହିଛନ୍ତି ପୂର୍ବତନ ଅଷ୍ଟ୍ରେଲିଆନ ସ୍ପିନର ବ୍ରାଡ୍‌ ହଗ।

ଟୁଇଟରରେ ଜଣେ ୟୁଜର ଅଷ୍ଟ୍ରେଲିଆନ ପୂର୍ବତନ ସ୍ପିନରଙ୍କୁ ପ୍ରଶ୍ନ କରିଥିଲେ, ଭାରତ ଓ ଇଂଲଣ୍ଡ ଟେଷ୍ଟ ସିରିଜ୍‌ ପରେ, ଅଶ୍ୱିନ ଦିନିକିଆ ଦଳକୁ ଫେରିପାରିବେ କି ? ଚୟନକର୍ତ୍ତାମାନେ ତାଙ୍କୁ ଅଲରାଉଣ୍ଡର ଭାବେ ଦଳରେ ସ୍ଥାନ ଦେଇପାରିବେ କି? ଏହାର ଉତ୍ତରରେ ବ୍ରାଡ ହଗ୍‌ ଲେଖିଥିଲେ, ମୋ ମତରେ ଏହା ସବୁଠୁ ଭଲ ବିକଳ୍ପ। ଅଶ୍ୱିନଙ୍କୁ ଦଳରେ ସାମିଲ କରିବା ଦ୍ୱାରା ବ୍ୟାଟିଂ ଲାଇନଅପ୍‌ରେ ଗଭୀରତା ଆସିବ। ଆଉ ଏହା ଉପରକ୍ରମର ବ୍ୟାଟ୍ସମ୍ୟାନଙ୍କୁ ଅଧିକ ଆକ୍ରମଣ କରିବାକୁ ସୁଯୋଗ ଦେବ। ତାଙ୍କ ନିକଟରେ ଉଇକେଟ ନେବାର ଦକ୍ଷତା ବ୍ୟତୀତ ସେ ଓଭର ପିଛା ଖୁବ କମ୍‌ ରନ୍‌ ବ୍ୟୟ କରନ୍ତି। ତାଙ୍କୁ ଫେରାଇ ଆଣ।

ଉଲ୍ଲେଖଥାଉ କି, ଅଶ୍ୱିନ ଅନ୍ତିମ ଥର ୨୦୧୭ରେ ଭାରତ ପାଇଁ ଦିନିକିଆ ଓ ଟି୨୦ ଫମାର୍ଟରେ ଖେଳିଥିଲେ। ୧୧୧ ଦିନିକିଆ ଓ ୪୬ ଟି୨୦ ମ୍ୟାଚ୍‌ ଖେଳିଥିବା ଅଶ୍ୱିନଙ୍କ ନାମରେ ଯଥାକ୍ରମେ ୧୫୦ ଓ ୫୨ ଉଇକେଟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶୀତରେ ଥରୁଛି ଦାରିଙ୍ଗବାଡି: ଦ୍ୱିତୀୟ ଦିନରେ ମଧ୍ୟ ତୁଷାରପାତ, ଘରୁ ବାହାରିବା ମୁସ୍କିଲ

ଦାରିଙ୍ଗବାଡି, ୧୨।୧୨ (ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଅସହ୍ୟ ଯନ୍ତ୍ରଣା ଦେଉଛି ଶୀତ । ଦିନକୁ ଦିନ ତାପମାତ୍ରା ତଳ ମୁହାଁ ହେବାରେ...

ଜଙ୍ଗଲକୁ ଟେକିନେଇ ମାନସିକ ଅନଗ୍ରସର ନାବାଳିକାଙ୍କୁ ବଳାତ୍କାର କଲେ ୪୩ ବର୍ଷୀୟ ବ୍ୟକ୍ତି, ଧରାପଡିବା ପରେ…

ଦେବଗଡ଼,୧୨ା୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ଲଇମୁରା ଥାନା ଅଞ୍ଚଳରେ ମାନସିକ ଅନଗ୍ରସର ନାବାଳିକାଙ୍କୁ ବଳାତ୍କାର କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି...

ଘରକୁ ଡାକି ବଳାତ୍କାର କରିଥିଲେ ବୃଦ୍ଧ, ହେଲା ଆଜୀବନ କାରାଦଣ୍ଡ

ଦେବଗଡ଼,୧୨ା୧୨(ଶଶାଙ୍କ ଶେଖର ଝାଙ୍କର): ନାବାଳିକା ବଳାତ୍କାର ମାମଲାର ବିଚାରକରି ଅତିରିକ୍ତ ଦୌରାଜଜ୍‌ ତଥା ସ୍ବତନ୍ତ୍ର ଜଜ୍‌ ଜଣେ ବୃଦ୍ଧଙ୍କୁ ଗୁରୁବାର ଆଜୀବନ କାରାଦଣ୍ଡ ସହ ୧୦,୦୦୦...

IND vs SA: ମ୍ୟାଚ ହାରିବା ପରେ ଭୁଲ ମାନିଲେ ସୂର୍ଯ୍ୟକୁମାର ଯାଦବ, ଗିଲଙ୍କୁ ନେଇ କହିଲେ…

ନୂଆଦିଲ୍ଲୀ୧୨।୧୨: ମୁଲାନପୁରରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ରେ ଟିମ୍ ଇଣ୍ଡିଆ ୫୧ ରନରେ ପରାଜୟ ବରଣ କରିଥିଲା। ଏହି ପରାଜୟରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ସବୁଠାରୁ ନିରାଶ...

ପେସାରେ ଅଧ୍ୟାପନା, ନିଶାରେ କଳା ସାଧନା

ଲୋଇସିଂହା,୧୨।୧୨(ସୁଶାନ୍ତ ବାରିକ): ପେଶା ତାଙ୍କର ଅଧ୍ୟାପନା, ନିଶା କଳା ସାଧନା କରିବା ା ଏପରି ଜଣେ ବ୍ୟକ୍ତି ହେଉଛନ୍ତି ଅଧ୍ୟାପକ ଡ. ଲିଙ୍ଗରାଜ ମେହେର। ସେ...

ମହିଳାଙ୍କୁ ଦୁର୍ବ୍ୟବହାର ମହଙ୍ଗା ପଡ଼ିଲା, ସମ୍ପର୍କୀୟ ଶ୍ୱଶୁରଙ୍କୁ ଅଧାଲଣ୍ଡା କରି…

ଭବାନୀପାଟଣା, ୧୨ା୧୨ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ବାଦିଲି ଗାଁରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ନିଜ ପଡ଼ାର...

ଏହି କ୍ରିକେଟରଙ୍କ ନାମରେ ଯୌନ ନିର୍ଯାତନା ମାମଲା, ଜାଣନ୍ତୁ…

ଢାକା,୧୧ା୧୨: ବାଂଲାଦେଶର ପେସ ବୋଲିଂ ଅଲରାଉଣ୍ଡର ତୋଫେଲ ଅହମଦ ରେହାନ ବିବାହ ପ୍ରଲୋଭନ ଦେଖାଇ ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏହି...

ମ୍ୟାଚ ପୂର୍ବରୁ ଗୁରୁଜ୍ଞାନ ଦେଲେ ଯୁବରାଜ, ହାରିଗଲା ଟିମ୍ ଇଣ୍ଡିଆ

ମୁଲାନପୁର,୧୧ା୧୨: ମହାରାଜା ଯାଦବୀନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାଠାରୁ ୫୧ ରନ୍‌ରେ ପରାସ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri