Posted inଖେଳ

ଇଂଲଣ୍ଡକୁ ଭେଟିବ ଜର୍ମାନୀ

ଭୁବନେଶ୍ୱର (କ୍ରୀଡ଼ା ପ୍ରତିନିଧି), ୨୪।୧: ଦୁଇଥର ଚାମ୍ପିୟନ ଜର୍ମାନୀ ଚଳିତ ହକି ବିଶ୍ୱକପ୍‌ର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ସୋମବାର ଅନୁଷ୍ଠିତ କ୍ରସ୍‌ଓଭର ମ୍ୟାଚ୍‌ରେ ଏହି ଦଳ ୫-୧ ଗୋଲରେ ଫ୍ରାନ୍ସକୁ ପରାସ୍ତ କରିଛି। ବିଜୟୀ ଦଳର ଅଧିନାୟକ ମ୍ୟାଟ୍ସ ଗ୍ରାମବୁଶ୍ଚ ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି। ଏଥିସହିତ ଜର୍ମାନୀ କ୍ୱାର୍ଟର ଫାଇନାଲରେ ଇଂଲଣ୍ଡକୁ ଭେଟିବ। ଗ୍ରୁପ୍‌ ପର୍ଯ୍ୟାୟରେ ପୁଲ୍‌ ଡି’ରେ ଶୀର୍ଷସ୍ଥାନ ଅଧିକାର କରି ଇଂଲଣ୍ଡ ସିଧାସଳଖ କ୍ୱାର୍ଟର ଫାଇନାଲ ଯୋଗ୍ୟତା ପାଇଥିଲା। ଅନ୍ୟପକ୍ଷରେ ଫ୍ରାନ୍ସର ଅଭିଯାନ କ୍ରସ୍‌ଓଭରରୁ ଶେଷ ହୋଇଛି। ଏହି ଦଳ ଏବେ ୯ରୁ ୧୬ତମ ସ୍ଥାନ ପାଇଁ କ୍ଲାସିଫିକେଶନ ମ୍ୟାଚ୍‌ ଖେଳିବ।
ବିଶ୍ୱର ୪ ନମ୍ବର ଦଳ ଜର୍ମାନୀ ସ୍ବାଭାବିକଭାବେ ୧୨ ନମ୍ବର ଦଳ ଫ୍ରାନ୍ସ ଉପରେ ଭାରି ପଡ଼ିଥିଲା। ଆକ୍ରମଣାତ୍ମକ ଆରମ୍ଭକରି ଖେଳ ଆରମ୍ଭର ୨ ମିନିଟ୍‌ ମଧ୍ୟରେ ଦଳ ୨ଥର ପେନାଲ୍ଟି କର୍ନର ସୁଯୋଗ ସୃଷ୍ଟି କରିଥିଲା। ୬ଷ୍ଠ ମିନିଟ୍‌ରେ ଫ୍ରାନ୍ସ ପ୍ରଥମ ପେନାଲ୍ଟି କର୍ନର ପାଇଥିଲା। ମାତ୍ର କୌଣସି ଦଳ ଗୋଲ କରିପାରି ନ ଥିଲେ। ୧୫ତମ ମିନିଟ୍‌ରେ ଫିଲ୍ଡ ଗୋଲରୁ ଜର୍ମାନୀକୁ ପ୍ରଥମ ସଫଳତା ମିଳିଥିଲା। ମାର୍କୋ ମିଲ୍ଡକାଉ ଏହି ଗୋଲଟି ଦେଇଥିଲେ। ପ୍ରଥମ କ୍ୱାର୍ଟରରେ ଅଗ୍ରଣୀ ରହିଥିବା ଜର୍ମାନୀ ଆଉ ପଛକୁ ଫେରି ଚାହିଁ ନ ଥିଲା। ଦ୍ୱିତୀୟ କ୍ୱାର୍ଟରରେ ମଧ୍ୟ ପ୍ରଭାବୀ ପ୍ରଦର୍ଶନ କରିିଥିଲା। ୧୯ତମ ମିନିଟ୍‌ରେ ନିକ୍ଲାସ ୱେଲେନ ଫିଲ୍ଡ ଗୋଲ ଦେଇ ଦଳର ଅଗ୍ରଣୀ ବ୍ୟବଧାନକୁ ୨-୦ରେ ପହଞ୍ଚାଇଥିଲେ। ୨୪ତମ ମିନିଟ୍‌ରେ ଅଧିନାୟକ ଗ୍ରାମବୁଶ୍ଚ ଏବଂ ୨୫ତମ ମିନିଟ୍‌ରେ ମିଳିଥିବା ପେନାଲ୍ଟି କର୍ନରକୁ ଗୋଲରେ ପରିଣତ କରି ମୋରିଜ ଟ୍ରୋମ୍ପେର୍ଜ ପ୍ରଥମାର୍ଦ୍ଧ ଶେଷବେଳକୁ ଏହି ବ୍ୟବଧାନକୁ ୪-୦ରେ ପହଞ୍ଚାଇ ଦେଇଥିଲେ। ତୃତୀୟ କ୍ୱାର୍ଟରରେ ଜର୍ମାନୀ ୩ଥର ପେନାଲ୍ଟି କର୍ନର ପାଇଥିଲେ ମଧ୍ୟ ଫ୍ରାନ୍ସ ଡିଫେଣ୍ଡରମାନେ ସଫଳତାର ସହ ତାହାକୁ ପ୍ରତିହତ କରିଥିଲେ। ଚାପରେ ରହିଥିଲେ ହେଁ ଅନ୍ତିମ କ୍ୱାର୍ଟରରେ ପରିବର୍ତ୍ତିତ ରଣନୀତିରେ ଫ୍ରାନ୍ସ ଆକ୍ରମଣାତ୍ମକ ଖେଳି ଏକାଧିକ ସୁଯୋଗ ସୃଷ୍ଟି କରିଥିଲା। ଦଳ ଏହି କ୍ୱାର୍ଟରରେ ୭ଟି ପେନାଲ୍ଟି କର୍ନର ସୁଯୋଗ ସୃଷ୍ଟିକରି ଏଥିରୁ ଗୋଟିଏ ଗୋଲ ଦେବାରେ ସକ୍ଷମ ହୋଇଥିଲା। ୫୮ତମ ମିନିଟ୍‌ରେ ଫ୍ରାଙ୍କୋଇସ୍‌ ଗୋୟେଟ ଏହି ଗୋଲ ଦେଇଥିଲେ। ମାତ୍ର ଏହାର ୨ ମିନିଟ୍‌ ପରେ ଜର୍ମାନୀ ପକ୍ଷରୁ ୫ମ ଗୋଲଟି ସ୍କୋର କରିଥିଲେ ଗୋଞ୍ଜାଲୋ ପିଲାଟ। ପେନାଲ୍ଟି କର୍ନରରୁ ସେ ଏହି ଗୋଲଟି ଦେଇଥିଲେ। ମୋଟ୍‌ ଉପରେ ଜର୍ମାନୀ ପାଇଥିବା ୯ ପେନାଲ୍ଟି କର୍ନରରୁ ୨ଟିକୁ ଗୋଲରେ ପରିଣତ କରିଥିବାବେଳେ ସମାନ ସଂଖ୍ୟକ ପେନାଲ୍ଟି କର୍ନରରୁ ଫ୍ରାନ୍ସ ଗୋଟିଏ ଗୋଲ ଦେଇପାରିଥିଲା। ୯ରୁ ୧୬ତମ ସ୍ଥାନ ପାଇଁ ଫ୍ରାନ୍ସ ୱେଲ୍ସକୁ ଭେଟିବ। ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ଏହି ମ୍ୟାଚ୍‌ ଆସନ୍ତା ୨୬ରେ ଖେଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri