Posted inଖେଳ

ଇଂଲଣ୍ଡକୁ ଭେଟିବ ଜର୍ମାନୀ

ଭୁବନେଶ୍ୱର (କ୍ରୀଡ଼ା ପ୍ରତିନିଧି), ୨୪।୧: ଦୁଇଥର ଚାମ୍ପିୟନ ଜର୍ମାନୀ ଚଳିତ ହକି ବିଶ୍ୱକପ୍‌ର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ସୋମବାର ଅନୁଷ୍ଠିତ କ୍ରସ୍‌ଓଭର ମ୍ୟାଚ୍‌ରେ ଏହି ଦଳ ୫-୧ ଗୋଲରେ ଫ୍ରାନ୍ସକୁ ପରାସ୍ତ କରିଛି। ବିଜୟୀ ଦଳର ଅଧିନାୟକ ମ୍ୟାଟ୍ସ ଗ୍ରାମବୁଶ୍ଚ ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି। ଏଥିସହିତ ଜର୍ମାନୀ କ୍ୱାର୍ଟର ଫାଇନାଲରେ ଇଂଲଣ୍ଡକୁ ଭେଟିବ। ଗ୍ରୁପ୍‌ ପର୍ଯ୍ୟାୟରେ ପୁଲ୍‌ ଡି’ରେ ଶୀର୍ଷସ୍ଥାନ ଅଧିକାର କରି ଇଂଲଣ୍ଡ ସିଧାସଳଖ କ୍ୱାର୍ଟର ଫାଇନାଲ ଯୋଗ୍ୟତା ପାଇଥିଲା। ଅନ୍ୟପକ୍ଷରେ ଫ୍ରାନ୍ସର ଅଭିଯାନ କ୍ରସ୍‌ଓଭରରୁ ଶେଷ ହୋଇଛି। ଏହି ଦଳ ଏବେ ୯ରୁ ୧୬ତମ ସ୍ଥାନ ପାଇଁ କ୍ଲାସିଫିକେଶନ ମ୍ୟାଚ୍‌ ଖେଳିବ।
ବିଶ୍ୱର ୪ ନମ୍ବର ଦଳ ଜର୍ମାନୀ ସ୍ବାଭାବିକଭାବେ ୧୨ ନମ୍ବର ଦଳ ଫ୍ରାନ୍ସ ଉପରେ ଭାରି ପଡ଼ିଥିଲା। ଆକ୍ରମଣାତ୍ମକ ଆରମ୍ଭକରି ଖେଳ ଆରମ୍ଭର ୨ ମିନିଟ୍‌ ମଧ୍ୟରେ ଦଳ ୨ଥର ପେନାଲ୍ଟି କର୍ନର ସୁଯୋଗ ସୃଷ୍ଟି କରିଥିଲା। ୬ଷ୍ଠ ମିନିଟ୍‌ରେ ଫ୍ରାନ୍ସ ପ୍ରଥମ ପେନାଲ୍ଟି କର୍ନର ପାଇଥିଲା। ମାତ୍ର କୌଣସି ଦଳ ଗୋଲ କରିପାରି ନ ଥିଲେ। ୧୫ତମ ମିନିଟ୍‌ରେ ଫିଲ୍ଡ ଗୋଲରୁ ଜର୍ମାନୀକୁ ପ୍ରଥମ ସଫଳତା ମିଳିଥିଲା। ମାର୍କୋ ମିଲ୍ଡକାଉ ଏହି ଗୋଲଟି ଦେଇଥିଲେ। ପ୍ରଥମ କ୍ୱାର୍ଟରରେ ଅଗ୍ରଣୀ ରହିଥିବା ଜର୍ମାନୀ ଆଉ ପଛକୁ ଫେରି ଚାହିଁ ନ ଥିଲା। ଦ୍ୱିତୀୟ କ୍ୱାର୍ଟରରେ ମଧ୍ୟ ପ୍ରଭାବୀ ପ୍ରଦର୍ଶନ କରିିଥିଲା। ୧୯ତମ ମିନିଟ୍‌ରେ ନିକ୍ଲାସ ୱେଲେନ ଫିଲ୍ଡ ଗୋଲ ଦେଇ ଦଳର ଅଗ୍ରଣୀ ବ୍ୟବଧାନକୁ ୨-୦ରେ ପହଞ୍ଚାଇଥିଲେ। ୨୪ତମ ମିନିଟ୍‌ରେ ଅଧିନାୟକ ଗ୍ରାମବୁଶ୍ଚ ଏବଂ ୨୫ତମ ମିନିଟ୍‌ରେ ମିଳିଥିବା ପେନାଲ୍ଟି କର୍ନରକୁ ଗୋଲରେ ପରିଣତ କରି ମୋରିଜ ଟ୍ରୋମ୍ପେର୍ଜ ପ୍ରଥମାର୍ଦ୍ଧ ଶେଷବେଳକୁ ଏହି ବ୍ୟବଧାନକୁ ୪-୦ରେ ପହଞ୍ଚାଇ ଦେଇଥିଲେ। ତୃତୀୟ କ୍ୱାର୍ଟରରେ ଜର୍ମାନୀ ୩ଥର ପେନାଲ୍ଟି କର୍ନର ପାଇଥିଲେ ମଧ୍ୟ ଫ୍ରାନ୍ସ ଡିଫେଣ୍ଡରମାନେ ସଫଳତାର ସହ ତାହାକୁ ପ୍ରତିହତ କରିଥିଲେ। ଚାପରେ ରହିଥିଲେ ହେଁ ଅନ୍ତିମ କ୍ୱାର୍ଟରରେ ପରିବର୍ତ୍ତିତ ରଣନୀତିରେ ଫ୍ରାନ୍ସ ଆକ୍ରମଣାତ୍ମକ ଖେଳି ଏକାଧିକ ସୁଯୋଗ ସୃଷ୍ଟି କରିଥିଲା। ଦଳ ଏହି କ୍ୱାର୍ଟରରେ ୭ଟି ପେନାଲ୍ଟି କର୍ନର ସୁଯୋଗ ସୃଷ୍ଟିକରି ଏଥିରୁ ଗୋଟିଏ ଗୋଲ ଦେବାରେ ସକ୍ଷମ ହୋଇଥିଲା। ୫୮ତମ ମିନିଟ୍‌ରେ ଫ୍ରାଙ୍କୋଇସ୍‌ ଗୋୟେଟ ଏହି ଗୋଲ ଦେଇଥିଲେ। ମାତ୍ର ଏହାର ୨ ମିନିଟ୍‌ ପରେ ଜର୍ମାନୀ ପକ୍ଷରୁ ୫ମ ଗୋଲଟି ସ୍କୋର କରିଥିଲେ ଗୋଞ୍ଜାଲୋ ପିଲାଟ। ପେନାଲ୍ଟି କର୍ନରରୁ ସେ ଏହି ଗୋଲଟି ଦେଇଥିଲେ। ମୋଟ୍‌ ଉପରେ ଜର୍ମାନୀ ପାଇଥିବା ୯ ପେନାଲ୍ଟି କର୍ନରରୁ ୨ଟିକୁ ଗୋଲରେ ପରିଣତ କରିଥିବାବେଳେ ସମାନ ସଂଖ୍ୟକ ପେନାଲ୍ଟି କର୍ନରରୁ ଫ୍ରାନ୍ସ ଗୋଟିଏ ଗୋଲ ଦେଇପାରିଥିଲା। ୯ରୁ ୧୬ତମ ସ୍ଥାନ ପାଇଁ ଫ୍ରାନ୍ସ ୱେଲ୍ସକୁ ଭେଟିବ। ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ଏହି ମ୍ୟାଚ୍‌ ଆସନ୍ତା ୨୬ରେ ଖେଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରସ୍ତ ମିଳିବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

ପରକୀୟା ପ୍ରୀତି: ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ, ଜେଲ ଗଲେ ସ୍ବାମୀ

ଦିଗପହଣ୍ଡି,୨୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳ କଲୋନୀ ପ୍ରଥମ ଲେନର ଚନ୍ଦନ ପାତ୍ରଙ୍କ ପରକୀୟା ପ୍ରୀତି ପଦାରେ ପଡ଼ିଛି। ବିବାହିତା ସ୍ତ୍ରୀ ଥାଉ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri