ଜିନୀୟ ସମ୍ପାଦନା ଉପକରଣ

ସଜୀବର ଜୀବନଶୈଳୀ ନିର୍ଭର କରିଥାଏ ତା’ ଜିନ୍‌ ଉପରେ। ଏଥିରେ ହିଁ ଲିପିବଦ୍ଧ ହୋଇଥାଏ ତାହାର ମାନଚିତ୍ର। ଏହାର ସଂରଚନାରେ ତାରତମ୍ୟ ସେ ପ୍ରତ୍ୟେକଙ୍କୁ ଅନ୍ୟଠାରୁ ଭିନ୍ନ କରି ଗଢ଼ିଥାଏ। ଅନ୍ୟପକ୍ଷରେ, ତହିଁରେ ସାମାନ୍ୟତମ ତ୍ରୁଟିର ପରିଣାମ ଭୟାବହ ହୋଇପାରେ ! ତାହା ଅସାଧ୍ୟ ରୋଗବ୍ୟାଧିଠାରୁ ଆରମ୍ଭ କରି ପ୍ରଜାତିଟିର ବିଲୁପ୍ତିର କାରଣ ମଧ୍ୟ ହୋଇପାରେ। ସେଥିପାଇଁ ଦୀର୍ଘଦିନ ଧରି ପ୍ରକୃତିର ଏହି ବିସ୍ମୟକର ସୃଷ୍ଟିରେ ହସ୍ତକ୍ଷେପ କରିବା ଲାଗି, ଅର୍ଥାତ୍‌ ଉକ୍ତ ମାନଚିତ୍ରଟିର ରୂପରେଖ ବଦଳାଇ ଜୀବନ ପ୍ରକ୍ରିୟାରେ ହସ୍ତକ୍ଷେପ କରିବା ଲାଗି ଚିନ୍ତା କରି ଆସିଛନ୍ତି ବୈଜ୍ଞାନିକମାନେ। ଏହା ଫଳରେ ବିବିଧ ବଂଶଗତ ଜିନୀୟ ରୋଗର ନିରାକରଣଠାରୁ ଆରମ୍ଭ କରି ଉଚ୍ଚମାନର ଫସଲ ଓ ଗୋସମ୍ପଦ ସୃଷ୍ଟି ସେମାନଙ୍କର ଲକ୍ଷ୍ୟ। ଏହାରି ସାଧନ ପାଇଁ ଉପକରଣଟିଏ ଆବିଷ୍କାର କରି ଚଳିତବର୍ଷ (୨୦୨୦)ରେ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ଲାଭ କରିଛନ୍ତି ବର୍ଲିନସ୍ଥିତ ‘ମାକ୍ସପ୍ଲାଙ୍କ୍‌ ୟୁନିଟ୍‌ ଫର ସାଇନ୍ସ ଅଫ ପାଥେଜେନ୍‌’ର ଇମ୍ମାନୁଏଲ୍‌ ମ୍ୟାରିକ୍‌ ଚାରପେଣ୍ଟିଅର୍‌ ଏବଂ ‘ୟୁନିଭର୍ସିଟି ଅଫ କାଲିଫର୍ନିଆ’ର ଜେନିଫର୍‌ ଆନେ ଡାଉଡ୍‌ନା।
ଏହି ଜୈବିକ ଉପକରଣଟି ହେଲା CRISPR/cas9। Clustered Regulatty Interspaced Short Polindromic Repeatsର ସଂକ୍ଷିପ୍ତ ନାମ ହେଉଛି ‘CRISPR’। ଏହା ଜୀବାଣୁମାନଙ୍କର ପ୍ରତିରକ୍ଷା ବ୍ୟବସ୍ଥାର ବିଶିଷ୍ଟତା। ସେହିପରି cas ହେଲା CRISPR ସହ ଜଡିତ ପ୍ରୋଟିନ୍‌। ଏଗୁଡିକ ଜୀବାଣୁମାନଙ୍କୁ ଭୂତାଣୁଦ୍ୱାରା ସଂକ୍ରମିତ ହେବାରୁ ରକ୍ଷା କରେ। ଚାରପେଣ୍ଟିଅର ଏବଂ ଡାଉଡନା ଅତି ଅପ୍ରତ୍ୟାଶିତ ଭାବେ ଏହା ଆବିଷ୍କାର କରିବାର ସୂଚନା ଦେଇଥିଲେ ୨୦୧୨ ମସିହାରେ। ‘ଷ୍ଟ୍ରେପ୍ଟୋକୋକସ୍‌ ପାୟୋଜିନସ୍‌’ ନାମକ ଜୀବାଣୁର ପ୍ରତିରକ୍ଷା ବ୍ୟବସ୍ଥା ଅଧ୍ୟୟନ କରିବା ଅବସରରେ। ସେଥିରୁ ଜଣାପଡିଥିଲା ଯେ, ତାଙ୍କଠାରେ ଥିବା CRISPR ଏବଂ ଏଥିସହିତ ସଂପୃକ୍ତ cas ଜିନ୍‌ଗୁଡିକ ସେମାନଙ୍କୁ ଏଥିପାଇଁ ସକ୍ଷମ କରନ୍ତି। କାରଣ ତାହା ‘ଜିନୀୟ କତୁରି’ ରୂପେ କାର୍ଯ୍ୟକରି ସଂକ୍ରମଣକାରୀ ଭୂତାଣୁର ଜିନୀୟ ପଦାର୍ଥକୁ କାଟିଦିଏ।
ଚଳିତବର୍ଷର ନୋବେଲ ପୁରସ୍କାର ବିଜୟିନୀଦ୍ୱୟ କୃତ୍ରିମ ଉପାୟରେ ଜୀବାଣୁଟିର ଜିନୀୟ କତୁରି ତିଆରି କରିବାରେ ସଫଳତା ଅର୍ଜନ କରିବା ସହିତ ତାହାର ବିଭିନ୍ନ କ୍ଷେତ୍ରରେ ବ୍ୟବହାର ପଦ୍ଧତିକୁ ସରଳ କରିଛନ୍ତି। ଏହାର ବ୍ୟବହାର ଜୀବ ବିଜ୍ଞାନର ବିଭିନ୍ନ ଦିଗକୁ ପରିବର୍ଦ୍ଧିତ ଏବଂ ବିକଶିତ ହେବାରେ ସହାୟକ ହୋଇପାରିଛି।
ବର୍ତ୍ତମାନ ସୁଦ୍ଧା ତିନି ପ୍ରକାର CRISPR କ୍ରିୟାବିଧି ଚିହ୍ନିତ ହୋଇପାରିଛି। ତନ୍ମଧ୍ୟରୁ ଟାଇପ୍‌-୨ଟି ସବୁଠାରୁ ଅଧିକ ଅଧ୍ୟୟନ ହୋଇଛି। ଏଥିରେ cas ପ୍ରୋଟିନ୍‌ cas9 ର ମୁଖ୍ୟ ଭୂମିକା ଥିବାର ଦେଖାଯାଉଛି। ଏହା ଅନ୍ୟମାନଙ୍କ ତୁଳନାରେ ଅନନ୍ୟ ହେବାର କାରଣ ହେଲା ଯେ, ଜିନ୍‌କୁ ନୀରବ କରିଦେବା ପାଇଁ ଏଥିରେ ଆବଶ୍ୟକ ହୋଇଥାଏ ମାତ୍ର ଗୋଟିଏ cas ପ୍ରୋଟିନ୍‌ (cas9)।
ଇମ୍ମାନୁଏଲ୍‌ ଚାରପେଣ୍ଟିଅର୍‌ ୧୯୬୮ ମସିହା ଡିସେମ୍ବର ୧୧ ତାରିଖରେ ଫ୍ରାନ୍ସର ଦୁଭିସି-ସୁର୍‌-ଅରବାଠାରେ ଜନ୍ମଗ୍ରହଣ କରିଥିଲେ। ତତ୍ପରେ ସେ ପ୍ୟାରିସସ୍ଥିତ ଇନଷ୍ଟିୁଚ୍ୟୁଟ୍‌ ପାଶ୍ଚରରୁ ପିଏଡି ଡିଗ୍ରୀ ହାସଲ କଲେ। ବର୍ତ୍ତମାନ ସେ ବର୍ଲିନର ମାକ୍ସପ୍ଲାଙ୍କ୍‌ ୟୁନିଟ୍‌ ଫର ସାଇନ୍ସ ଅଫ ପାଥେଜେନ୍‌ର ନିର୍ଦ୍ଦେଶିକା। ଅନ୍ୟପକ୍ଷରେ ଜେନିଫର ଡାଉଡନା ଓ୍ବାଂଶିଟନ ଡିସିଠାରେ ୧୯୬୪ ମସିହା ଫେବୃୟାରୀ ୧୪ ତାରିଖ ଦିନ ଜନ୍ମ ଗ୍ରହଣ କରିଥିଲେ। ବୋଷ୍ଟନସ୍ଥିତ ହାର୍ଭାର୍ଡ ମେଡିକାଲ ସ୍କୁଲରୁ ସେ ପିଏଚଡି ଡିଗ୍ରୀ ହାସଲ କରିଥିଲେ। ଏବେ ସେ କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ଏବଂ ତା’ସହ ହୋଓ୍ବାର୍ଡ ହ୍ୟୁଗସ ମେଡିକାଲ ଇନଷ୍ଟିଚ୍ୟୁଟରେ ଅନୁସନ୍ଧାନକାରୀ ବୈଜ୍ଞାନିକ ରୂପେ କାର୍ଯ୍ୟରତ। ଏକ ସଂଗରେ ରସାୟନ ବିଜ୍ଞାନରେ ଦୁଇ ଜଣ ମହିଳା ନୋବେଲ ପୁରସ୍କାର ଲାଭ କରିବା ଏହାର ଇତିହାସରେ ବିରଳ। ସେମାନଙ୍କୁ ଏହି ପୁରସ୍କାର ରାଶି ୧୦ନିୟୁତ ସ୍ବିଡେନ୍‌ କ୍ରୋନ୍‌ର ସମାନଭାବରେ ପ୍ରଦାନ କରାଯିବ।
ଚାରପେଣ୍ଟିଅର ଏବଂ ଡାଉଡନାଙ୍କର ଜିନୀୟ ବିଜ୍ଞାନକୁ ଏହି ଅବଦାନ ଯୁଗନ୍ତକାରୀ। ତାହା ହୁଏତ ଦିନେ ମଣିଷକୁ ଜିନ୍‌-ସମ୍ପାଦନା ମାଧ୍ୟମରେ ଈଶ୍ୱରଙ୍କ ଆସନରେ ଅଧିଷ୍ଠିତ କରିବ ବୋଲି ମନେକରାଯାଏ।

ପ୍ର. ରମେଶ ଚନ୍ଦ୍ର ପରିଡା

-ଉଷାନିବାସ, ୧୨୪/୨୪୪୫,
ଖଣ୍ଡଗିରି ବିହାର,ଭୁବନେଶ୍ୱର
ମୋ : ୯୯୩୭୯୮୫୭୬୭


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri