ସ୍ତ୍ରୀଙ୍କଠାରୁ ମାଡ ଖାଇଲେ ଏହି ଅଭିନେତା !

ବମ୍ବେ: ରାଜନୈତିକ ପରିବାରର ଥିବା ସତ୍ତ୍ୱେ ଅଭିନୟକୁ ପେସା ଭାବେ ବାଛିଥିଲେ ରିତେଶ ଦେଶମୁଖ। ଏପରିକି ସୁନ୍ଦରୀ ଅଭିନେତ୍ରୀ ଜେନେଲିୟା ଦେଶମୁଖଙ୍କ ପ୍ରେମରେ ପଡ଼ିଥିଲେ। ପରେ ହୋଇଥିଲା ବିବାହ। ଉଭୟଙ୍କୁ ଏବେ ବଲିଉଡ୍‌ର ବେଷ୍ଟ କପଲ୍‌ ଭାବେ ଗଣାଯାଏ। ହେଲେ ସୁନ୍ଦରୀ ସ୍ତ୍ରୀ ଥାଉ ଥାଉ ଅନ୍ୟ ଅଭିନେତ୍ରୀଙ୍କ ସହ ହସି ହସି କଥା ହେଉଥିଲେ ରିତେଶ। ଏବେ ତାହା ମହଙ୍ଗା ପଡ଼ିଛି। ସ୍ବାମୀଙ୍କୁ ପାନେ ଦେଉଥିବା ବେଳର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ସେ ଛାଡ଼ିବା ପରେ ପ୍ରଶଂସକମାନେ ହସ ରୋକିପାରୁନାହାନ୍ତି। କେହି କେହି ଯେସାକୁ ତେସା ବୋଲି ମଧ୍ୟ ଲେଖୁଛନ୍ତି।

ସେପ୍ଟେମ୍ବର ମାସରେ ଆଇଫା ପୁରସ୍କାର ସମୟରେ ଡିମ୍ପଲ ଗର୍ଲ ପ୍ରୀତି ଜିଣ୍ଟାଙ୍କୁ ରେଡ୍‌ କାର୍ପେଟରେ ଦେଖି ଉତ୍ସାହିତ ହୋଇଯାଇଥିଲେ ରିତେଶ। ସେତେବେଳେ ତାଙ୍କ ସହ ଜେନେଲିଆ ମଧ୍ୟ ଉପସ୍ଥିତ ଥିଲେ। ହସି ହସି କଥା ହେବା ସହ ପ୍ରୀତିଙ୍କ ହାତକୁ ଚୁମ୍ବନ ଦେଇଥିଲେ ରିତେଶ। ଏହାକୁ ଦେଖି ଇର୍ଷାନ୍ବିତ ହେବା ସହ ମନେ ମନେ ରାଗିଥିଲେ ଜେନେଲିଆ। ବାସ୍‌ ଘରକୁ ଫେରିବା ପରେ ରିତେଶଙ୍କର ସେ କି ଅବସ୍ଥା କରିଛନ୍ତି ତାହା ଭିଡିଓରେ ଦେଖାଯାଇଛି। ଆଉ କେବେ ବି ଏଭଳି କରିବେ ନାହିଁ ବୋଲି ଅଭିନେତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଉପରେ ବବିଙ୍କ ନୂଆ କବିତା: ଟୁଇଟ୍‌ କଲେ ସଲମାନ୍‌

ଲମ୍ବା ବ୍ୟବଧାନ ପରେ ବଲିଉଡ୍‌ ଅଭିନେତା ବବି ଦେଓଲ ଏବେ ଚର୍ଚ୍ଚାକୁ ଆସିଛନ୍ତି। ତାଙ୍କର ଏହି ଚର୍ଚ୍ଚାର କାରଣ ହେଉଛି ଏକ କବିତା। କରୋନାର ଏହି...

ଓସ୍କାର ଦୌଡ଼ରେ ଜୋସେଫ୍‌

ଭୁବନେଶ୍ୱର: ଏକାଡେମୀ ଅଫ୍‌ ମୋଶନ ପିକ୍‌ଚର୍‌ ଆର୍ଟସ ଆଣ୍ଡ ସାଇନ୍ସେସ୍‌ ଦ୍ୱାରା ନିକଟରେ ବିଶ୍ୱର ସର୍ବବୃହତ୍‌ ଚଳଚ୍ଚିତ୍ର ପୁରସ୍କାର ‘ଓସ୍କାର’ ୨୦୧୯ରେ ସାମିଲ ହୋଇଥିବା ଚଳଚ୍ଚିତ୍ରର...

ସୁଶାନ୍ତଙ୍କ ଭଳି ଅବିକଳ ଦେଖାଯାଉଛନ୍ତି ଏହି ଯୁବକ

ମୁମ୍ବାଇ: ବଲିଉଡ୍‌ ଭର୍ସାଟାଇଲ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଏବେ ଚିର ନିଦ୍ରାରେ। ତାଙ୍କ ମୃତ୍ୟୁକୁ ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ପ୍ରଶଂସକ ଏହାକୁ ସହଜରେ...

ଲକ୍‌ଡାଉନ୍‌ରେ ଏତେ ବଦଳିଗଲେ ହନି ସିଂହ

ବମ୍ବେ: ମହାମାରୀ କରୋନାକୁ ନେଇ ଦେଶରେ ଲକ୍‌ଡାଉନ୍‌ ସ୍ଥିତି ଜାରି ରହିଥିଲା। ଏବେ ସ୍ଥିତି ଧିରେ ଧିରେ ସ୍ବାଭାବିକ ହେଲାଣି। ଅଭିନେତ୍ରୀ/ଅଭିନେତାମାନେ ପୁଣି ଥରେ ଶୁଟିଂ...

କରୋନା ପୀଡ଼ିତଙ୍କ ଚିକିତ୍ସା ପାଇଁ ମଡ ଆଇଲ୍ୟାଣ୍ଡ ଘରକୁ ଖୋଲିଲେ ସୋନୁ

ମୁମ୍ବାଇ: ବଲିଉଡ୍‌ ଦୁନିଆ କରୋନା ଭାଇରସର ମୁକାବିଲା କରିବାକୁ ଆଗକୁ ଆଗେଇ ଆସିଥିବା ଦେଖାଯାଇଛି। ଏବେ ବଲିଉଡ୍‌ ଗାୟକ ସୋନୁ ନିଗମ ଏ କ୍ଷେତ୍ରରେ ନିଜର...

ବିବାହ ବନ୍ଧନରେ ବାନ୍ଧି ହେଲେ ଏହି ଲୋକପ୍ରିୟ ଅଭିନେତା, ପ୍ରେମିକାଙ୍କ ଧରିଲେ ହାତ

ବମ୍ବେ: ହାତକୁ ଦୁଇ ହାତ ହୋଇଛନ୍ତି ଲୋକପ୍ରିୟ ଟେଲି ଅଭିନେତା ବିକ୍ରମ ସିଂହ ଚୌହାନ। ପ୍ରେମିକା ସ୍ନେହା ଶୁକ୍ଳାଙ୍କୁ ବିବାହ କରିଛନ୍ତି ସେ। କରୋନା ସଂକ୍ରମଣକୁ...

ନିଜେ ରୋଷେଇକରି ବୋହୂ ପାଇଁ ଶୁଟିଂ ସେଟ୍‌କୁ ଖାଦ୍ୟ ପଠାଇଲେ ଏହି ସୁପରଷ୍ଟାର

ଛୋଟ ପରଦାର ଚର୍ଚ୍ଚିତ ଶୋ’ ‘ଅନୁପମା’ରେ ବଲିଉଡ୍‌ ସୁପରଷ୍ଟାର ମିଥୁନ ଚକ୍ରବର୍ତ୍ତୀଙ୍କ ବୋହୂ ମଦାଲସା ଶର୍ମା ଅଭିନୟ କରୁଛନ୍ତି। ନିକଟରେ ଏହି ଶୋ’ର ଶୁଟିଂ ଚାଲିଥିବା...

ବ ଲି ଉ ଡ୍‌ ହା ଲ ଚା ଲ

*ନୂଆ ସିନେମା ‘ସତ୍ତେ ପେ ସତ୍ତା’ରେ ଅନୁଷ୍କା ଶର୍ମା ଜଣେ ଶିକ୍ଷୟିତ୍ରୀ ଭୂମିକାରେ ଅଭିନୟ କରିବେ। *‘ବଣ୍ଟି ଔର ବବଲି’ ସିକୁଏଲ୍‌ କାଷ୍ଟିଂରୁ ଅଭିଷେକ ବଚ୍ଚନ...

Advertisement
Seven Jackpot


Archives

Model This Week