Posted inଜାତୀୟ

ବଳ ଦେଖାଇଲେ ଗେହଲଟ

ଜୟପୁର,୨୫ା୭: ରାଜସ୍ଥାନରେ କ୍ଷମତା ଯୁଦ୍ଧକୁ ନେଇ ଦୁଇ ସପ୍ତାହ ଧରି ବଢ଼ିଚାଲିଥିବା ଉଷ୍ମତା ଜାତୀୟ ରାଜନୀତିକୁ ସରଗରମ କରିଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଶୁକ୍ରବାର ଜୟପୁରସ୍ଥିତ ରାଜଭବନ ଆଗରେ ଶକ୍ତି ପ୍ରଦର୍ଶନ କରିଛନ୍ତି। ରାଜ୍ୟର ରାଜନୈତିକ ସ୍ଥିତି ଓ ମହାମାରୀ କରୋନା ସମ୍ପର୍କରେ ଆଲୋଚନା ପାଇଁ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଡାକିବା ଦାବିରେ ଅଟଳ ଗେହଲଟ ନିଜର ୧୦୦ ବିଧାୟକଙ୍କୁ ଧରି ରାଜଭବନ ଆଗରେ ଧାରଣା ଦେଇଛନ୍ତି।
ବିଧାନସଭା ଅଧିବେଶନ ସୋମବାରଠାରୁ ଆରମ୍ଭ କରାଯାଉ ବୋଲି ମୁଖ୍ୟମନ୍ତ୍ରୀ ଗେହଲଟ ଦାବି କରିଛନ୍ତି। ଏହାସହ ରାତି ୯ଟା ୩୦ରେ ସେ ନିଜ ବାସଭବନରେ କ୍ୟାବିନେଟ ବୈଠକ କରିଛନ୍ତି। ୨୦୦ ଆସନ ବିଶିଷ୍ଟ ବିଧାନସଭାରେ ନିଜ ସରକାରଙ୍କ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାକୁ ଚାହୁଁଥିବା ଗେହଲଟ କହିଛନ୍ତି, ରାଜ୍ୟପାଳ କଲରାଜ ମିଶ୍ର ଉପର (କେନ୍ଦ୍ର ସରକାରଙ୍କ) ଚାପରେ ନ ଆସି ତୁରନ୍ତ ଅଧିବେଶନ ଡାକନ୍ତୁ। ନଚେତ୍‌ ରାଜସ୍ଥାନବାସୀ ରାଜଭବନ ଘେରାଓ କଲେ ରାଜ୍ୟପାଳ ଦାୟୀ ରହିବେ। ଗେହଲଟଙ୍କ ସହ ତାଙ୍କ ସମର୍ଥକ ବିଧାୟକମାନେ ରାଜ୍ୟପାଳଙ୍କୁ ଭେଟି ସୋମବାର ସୁଦ୍ଧା ଅଧିବେଶନ ଡାକିବାକୁ ଅନୁରୋଧ କରିଛନ୍ତି। ରାଜ୍ୟପାଳ ସମ୍ବିଧାନର ନିୟମ ମାନିବେ ବୋଲି ଗେହଲଟଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଏନେଇ କଂଗ୍ରେସର ରାଜସ୍ଥାନ ପ୍ରଭାରୀ ରଣଦୀପ ସୁର୍ଜଓ୍ବୋଲା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ରାଜ୍ୟପାଳଙ୍କୁ ସମ୍ବିଧାନର ଅନୁଚ୍ଛେଦ ୧୭୪ ଅନୁସାରେ କାର୍ଯ୍ୟ କରିବାକୁ ପଡ଼ିବ ବୋଲି ସୁର୍ଜଓ୍ବୋଲା କହିଛନ୍ତି।
ଏହା ପୂର୍ବରୁ ଅପରାହ୍ନ ୨ଟା ୩୦ରେ ହୋଟେଲ ଫେୟାର ମାଉଣ୍ଟରୁ ଗେହଲଟଙ୍କ ଗୋଷ୍ଠୀର ବିଧାୟକମାନେ ୪ଟି ବସ୍‌ରେ ଯାଇ ରାଜଭବନ ସମ୍ମୁଖରେ ଧାରଣାରେ ବସିଥିଲେ। ବିଧାନସଭା ଅଧିବେଶନ ନ ଡାକିଲେ ରାଜସ୍ଥାନର ଜନସାଧାରଣ ରାଜଭବନ ଘେରାଓ କରିବେ ବୋଲି ଗେହଲଟ ରାଜ୍ୟପାଳଙ୍କୁ ଚେତାବନୀ ଦେଇଥିଲେ। ଏହାର ଜବାବରେ ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ଗେହଲଟଙ୍କୁ ଏକ ପତ୍ର ଲେଖିଛନ୍ତି। ରାଜଭବନ ଘେରାଓ ଚେତାବନୀ ଏକ ଭୁଲ୍‌ ପରମ୍ପରାର ଆରମ୍ଭ ବୋଲି ରାଜ୍ୟପାଳ ଏଥିରେ ଉଲ୍ଲେଖ କରିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri