ଜିଡିପି ଅଭିବୃଦ୍ଧି ୪ ବର୍ଷରେ ସର୍ବନିମ୍ନ

ନୂଆଦିଲ୍ଲୀ,୮।୧: ଆସନ୍ତା ମାର୍ଚ୍ଚ ୩୧ରେ ଶେଷ ହେବାକୁ ଥିବା ୨୦୨୪-୨୫ ଆର୍ଥତ୍କ ବର୍ଷରେ ଭାରତର ଆର୍ଥତ୍କ ଅଭିବୃଦ୍ଧି ହାର ୬.୪ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି, ଯାହାକି ୪ ବର୍ଷ ମଧ୍ୟରେ ସର୍ବନିମ୍ନ। ମୁଖ୍ୟତଃ ବିନିର୍ମାଣ ଏବଂ ସେବା କ୍ଷେତ୍ରରେ ଦୁର୍ବଳ ପ୍ରଦର୍ଶନ ଯୋଗୁ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) କୋଭିଡ୍‌ ବର୍ଷ (୨୦୨୦-୨୧) ପରଠାରୁ ସର୍ବନିମ୍ନ ହେବାକୁ ଯାଉଛି। କୋଭିଡ୍‌ ବର୍ଷରେ ଜିଡିପି ଅଭିବୃଦ୍ଧି ୫.୮ ପ୍ରତିଶତ ଥିବାବେଳେ ୨୦୨୧-୨୨ରେ ୯.୭%, ୨୦୨୨-୨୩ରେ ୭% ଏବଂ ୨୦୨୪ ମାର୍ଚ୍ଚରେ ଶେଷ ହୋଇଥିବା ପୂର୍ବ ଆର୍ଥତ୍କ ବର୍ଷରେ ୮.୨% ରହିଥିଲା।
ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନ୍‌ଏସ୍‌ଓ) ଦ୍ୱାରା ୨୦୨୪-୨୫ ବର୍ଷ ପାଇଁ ଜାତୀୟ ଆୟର ପ୍ରଥମ ଅଗ୍ରୀମ ଆକଳନ କରାଯାଇଛି। ଅର୍ଥ ମନ୍ତ୍ରଣାଳୟ ପ୍ରାରମ୍ଭିକ ପର୍ଯ୍ୟାୟରେ ଜିଡିପି ଅଭିବୃଦ୍ଧି ୬.୫ରୁ ୭ ପ୍ରତିଶତ ମଧ୍ୟରେ ରହିବ ବୋଲି ଆକଳନ କରିଥିଲା। ୨୦୨୫-୨୬ ଆର୍ଥିକବର୍ଷର ବଜେଟ ପ୍ରସ୍ତୁତିରେ ଅଗ୍ରୀମ ଆକଳନ ଆବଶ୍ୟକ ପଡ଼ିଥାଏ।
ପୂର୍ବ ଆର୍ଥତ୍କ ବର୍ଷରେ ବିନିର୍ମାଣ ସେକ୍ଟର ଆଉଟ୍‌ପୁଟ୍‌ ସର୍ବାଧିକ ୯.୯ ପ୍ରତିଶତ ଥିବାବେଳେ ଚଳିତ ଆର୍ଥତ୍କ ବର୍ଷରେ ତାହା ୫.୩ ପ୍ରତିଶତକୁ ହ୍ରାସ ପାଇବା ଆଶଙ୍କା କରାଯାଉଛି। ବାଣିଜ୍ୟ, ହୋଟେଲ, ପରିବହନ, ଯୋଗାଯୋଗ ଆଦିକୁ ନେଇ ସେବା ସେକ୍ଟରର ଅଭିବୃଦ୍ଧି ଗତ ଆର୍ଥତ୍କ ବର୍ଷରେ ୬.୪% ରହିଥିବାବେଳେ ଚଳିତ ଆର୍ଥତ୍କ ବର୍ଷରେ ତାହା ୫.୮%ରେ ସୀମିତ ରହିବ ବୋଲି କୁହାଯାଇଛି। ଅନ୍ୟପକ୍ଷରେ ଗତ ଆର୍ଥତ୍କ ବର୍ଷରେ କୃଷି କ୍ଷେତ୍ରର ଅଭିବୃଦ୍ଧି ୧.୪% ଥିବାବେଳେ ଚଳିତ ଆର୍ଥତ୍କ ବର୍ଷରେ ଏହା ୩.୮%କୁ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। ଚଳିତ ଆର୍ଥତ୍କ ବର୍ଷର ବାସ୍ତବ ଜିଡିପି ଅଭିବୃଦ୍ଧି ୬.୪% ହେବାକୁ ଥିବାବେଳେ ସାଙ୍କେତିକ ଜିଡିପି (ବର୍ତ୍ତମାନର ମୂଲ୍ୟରେ ଜିଡିପି) ଅଭିବୃଦ୍ଧି ୯.୭% ରହିବ। ଗତ ଆର୍ଥତ୍କ ବର୍ଷରେ ବାସ୍ତବ ଜିଡିପି ଅଭିବୃଦ୍ଧି ୮.୨% ଏବଂ ସାଙ୍କେତିକ ଜିଡିପି ଅଭିବୃଦ୍ଧି ୯.୬% ରହିଥିଲା। ତଥ୍ୟ ଅନୁଯାୟୀ ୨୦୨୪-୨୫ ବର୍ଷରେ ସାଙ୍କେତିକ ଜିଡିପି ୩୨୪.୧୧ ଲକ୍ଷ କୋଟି ଟଙ୍କା ସ୍ତରରେ ରହିବ ବୋଲି ଆକଳନ କରାଯାଇଛି, ଯାହାକି ପୂର୍ବ ଆର୍ଥତ୍କ ବର୍ଷରେ ୨୯୫.୩୬ ଲକ୍ଷ କୋଟି ଟଙ୍କା ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରିଲିଜ ପୂର୍ବରୁ ‘ରାକା’ରଚିଲା ଇତିହାସ: ଗିନିଜ ୱାଲର୍‌ଡ ରେକର୍ଡରେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ

ମୁମ୍ବାଇ: ‘ପୁଷ୍ପା’ ଓ ‘ପୁଷ୍ପା ୨’ ଭଳି ଫିଲ୍ମ ଜରିଆରେ କେବଳ ଦେଶ ନୁହେଁ, ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଥିବା ତେଲୁଗୁ ସୁପରଷ୍ଟାର ଅଲ୍ଲୁ…

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଦୀପାବଳି ପୂର୍ବରୁ ମାଲାମାଲ ହେବେ ଚାଷୀ! ଆସିବାକୁ ଯାଉଛି…

ନୂଆଦିଲ୍ଲୀ, ୨୧।୯: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ୨୪ତମ କିସ୍ତିକୁ ଦେଶର କୋଟି କୋଟି ଚାଷୀ ଅପେକ୍ଷା କରିଛନ୍ତି। ଏହି ଯୋଜନାର ୨୩ତମ କିସ୍ତି…

ପିଲାଙ୍କୁ ଖଡ଼ି ଧରି ପାଠ ପଢ଼ାଇଲେ ସରପଞ୍ଚ: ସବୁଠି ହେଉଛି ଚର୍ଚ୍ଚା

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ନାଏବ ସରପଞ୍ଚ ଦୀପକ ପ୍ରଧାନଗତ କିଛି ଦିନ ହେଲା ସରପଞ୍ଚ ଦାୟିତ୍ୱ ସମ୍ଭାଳିବା ପରେ ପ୍ରଥମଥର ପାଇଁ…

ପୋଲିସ ଯାଞ୍ଚ୍‌ ନାଁରେ ଲୋକଙ୍କୁ ହଇରାଣ: ଥାନା ଏଏସଆଇଙ୍କ ଦାଦାଗିରି

ରିଷିଡା,୨୧।୯(ସୁଶାନ୍ତ ମଲ୍ଲିକ): ଗତକିଛି ଦିନ ହେଲା ମ.ରାମପୁର ଥାନା ଅଧିନ ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ସମୟରେ ପୋଲିସ ଯାଞ୍ଚ୍‌ ନାଁରେ ଜନୈକ ଏଏସଆଇ ଦାଦାଗିରି ଚଲାଇଥିବା ଅଭିଯୋଗ…

୧୭-୧ରେ ହାରିଲା ଇଣ୍ଡୋନେସିଆ, ଦୀପିକା, ଋତୁଜା, ନବନୀତଙ୍କ ହ୍ୟାଟ୍ରିକ ଗୋଲ୍‌

କାକାମିଗାହାରା,୨୧।୯: ଏସିଆନ ଗେମ୍ସ ମହିଳା ହକି ପ୍ରତିଯୋଗିତାରେ ପୁଲ୍‌ ‘ବି’ର ଏକ ମ୍ୟାଚ୍‌ରେ ଭାରତ ୧୭-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ସୋମବାର ଖେଲାଯାଇଥିବା ଏହି ଏକତରଫା…

ବୈଶିଙ୍ଗାରେ ଲଜ୍ଜା: ଶିଶୁ କନ୍ୟାକୁ ଜଙ୍ଗଲକୁ ନେଇ ଯୌନ ନିର୍ଯାତନା

ବୈଶିଙ୍ଗା,୨୧।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଞ୍ଚଳରେ ଜଣେ ୬ ବର୍ଷୀୟା ଶିଶୁ କନ୍ୟାଙ୍କୁ ୧୩ ବର୍ଷିୟ ସମ୍ପର୍କୀୟ ନାବାଳକ ଭାଇ ଯୌନ ନିର୍ଯାତନା ଦେଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?