ଜିଡିପି ଅଭିବୃଦ୍ଧି ୪ ବର୍ଷରେ ସର୍ବନିମ୍ନ

ନୂଆଦିଲ୍ଲୀ,୮।୧: ଆସନ୍ତା ମାର୍ଚ୍ଚ ୩୧ରେ ଶେଷ ହେବାକୁ ଥିବା ୨୦୨୪-୨୫ ଆର୍ଥତ୍କ ବର୍ଷରେ ଭାରତର ଆର୍ଥତ୍କ ଅଭିବୃଦ୍ଧି ହାର ୬.୪ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି, ଯାହାକି ୪ ବର୍ଷ ମଧ୍ୟରେ ସର୍ବନିମ୍ନ। ମୁଖ୍ୟତଃ ବିନିର୍ମାଣ ଏବଂ ସେବା କ୍ଷେତ୍ରରେ ଦୁର୍ବଳ ପ୍ରଦର୍ଶନ ଯୋଗୁ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) କୋଭିଡ୍‌ ବର୍ଷ (୨୦୨୦-୨୧) ପରଠାରୁ ସର୍ବନିମ୍ନ ହେବାକୁ ଯାଉଛି। କୋଭିଡ୍‌ ବର୍ଷରେ ଜିଡିପି ଅଭିବୃଦ୍ଧି ୫.୮ ପ୍ରତିଶତ ଥିବାବେଳେ ୨୦୨୧-୨୨ରେ ୯.୭%, ୨୦୨୨-୨୩ରେ ୭% ଏବଂ ୨୦୨୪ ମାର୍ଚ୍ଚରେ ଶେଷ ହୋଇଥିବା ପୂର୍ବ ଆର୍ଥତ୍କ ବର୍ଷରେ ୮.୨% ରହିଥିଲା।
ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନ୍‌ଏସ୍‌ଓ) ଦ୍ୱାରା ୨୦୨୪-୨୫ ବର୍ଷ ପାଇଁ ଜାତୀୟ ଆୟର ପ୍ରଥମ ଅଗ୍ରୀମ ଆକଳନ କରାଯାଇଛି। ଅର୍ଥ ମନ୍ତ୍ରଣାଳୟ ପ୍ରାରମ୍ଭିକ ପର୍ଯ୍ୟାୟରେ ଜିଡିପି ଅଭିବୃଦ୍ଧି ୬.୫ରୁ ୭ ପ୍ରତିଶତ ମଧ୍ୟରେ ରହିବ ବୋଲି ଆକଳନ କରିଥିଲା। ୨୦୨୫-୨୬ ଆର୍ଥିକବର୍ଷର ବଜେଟ ପ୍ରସ୍ତୁତିରେ ଅଗ୍ରୀମ ଆକଳନ ଆବଶ୍ୟକ ପଡ଼ିଥାଏ।
ପୂର୍ବ ଆର୍ଥତ୍କ ବର୍ଷରେ ବିନିର୍ମାଣ ସେକ୍ଟର ଆଉଟ୍‌ପୁଟ୍‌ ସର୍ବାଧିକ ୯.୯ ପ୍ରତିଶତ ଥିବାବେଳେ ଚଳିତ ଆର୍ଥତ୍କ ବର୍ଷରେ ତାହା ୫.୩ ପ୍ରତିଶତକୁ ହ୍ରାସ ପାଇବା ଆଶଙ୍କା କରାଯାଉଛି। ବାଣିଜ୍ୟ, ହୋଟେଲ, ପରିବହନ, ଯୋଗାଯୋଗ ଆଦିକୁ ନେଇ ସେବା ସେକ୍ଟରର ଅଭିବୃଦ୍ଧି ଗତ ଆର୍ଥତ୍କ ବର୍ଷରେ ୬.୪% ରହିଥିବାବେଳେ ଚଳିତ ଆର୍ଥତ୍କ ବର୍ଷରେ ତାହା ୫.୮%ରେ ସୀମିତ ରହିବ ବୋଲି କୁହାଯାଇଛି। ଅନ୍ୟପକ୍ଷରେ ଗତ ଆର୍ଥତ୍କ ବର୍ଷରେ କୃଷି କ୍ଷେତ୍ରର ଅଭିବୃଦ୍ଧି ୧.୪% ଥିବାବେଳେ ଚଳିତ ଆର୍ଥତ୍କ ବର୍ଷରେ ଏହା ୩.୮%କୁ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। ଚଳିତ ଆର୍ଥତ୍କ ବର୍ଷର ବାସ୍ତବ ଜିଡିପି ଅଭିବୃଦ୍ଧି ୬.୪% ହେବାକୁ ଥିବାବେଳେ ସାଙ୍କେତିକ ଜିଡିପି (ବର୍ତ୍ତମାନର ମୂଲ୍ୟରେ ଜିଡିପି) ଅଭିବୃଦ୍ଧି ୯.୭% ରହିବ। ଗତ ଆର୍ଥତ୍କ ବର୍ଷରେ ବାସ୍ତବ ଜିଡିପି ଅଭିବୃଦ୍ଧି ୮.୨% ଏବଂ ସାଙ୍କେତିକ ଜିଡିପି ଅଭିବୃଦ୍ଧି ୯.୬% ରହିଥିଲା। ତଥ୍ୟ ଅନୁଯାୟୀ ୨୦୨୪-୨୫ ବର୍ଷରେ ସାଙ୍କେତିକ ଜିଡିପି ୩୨୪.୧୧ ଲକ୍ଷ କୋଟି ଟଙ୍କା ସ୍ତରରେ ରହିବ ବୋଲି ଆକଳନ କରାଯାଇଛି, ଯାହାକି ପୂର୍ବ ଆର୍ଥତ୍କ ବର୍ଷରେ ୨୯୫.୩୬ ଲକ୍ଷ କୋଟି ଟଙ୍କା ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କାଙ୍ଗାଳ କଲା ଶେୟାର ମାର୍କେଟ, ୧୦୦ ଦିନରେ ନିବେଶକଙ୍କ ୬୦ ଲକ୍ଷ କୋଟି ବୁଡ଼ିଲା

ନୂଆଦିଲ୍ଲୀ,୧୪।୧: ମକର ସଂକ୍ରାନ୍ତି ଅର୍ଥାତ ୧୪ ଜାନୁଆରୀରେ ଶେୟାର ବଜାରରେ ସାମାନ୍ୟ ବୃଦ୍ଧି ଘଟଛି। ହେଲେ ଗତ କିଛି ଦିନ ମଧ୍ୟରେ ସେନସେକ୍ସ ଏବଂ ନିଫ୍ଟି...

Paytm ର ବଡ଼ ଘୋଷଣା, କ୍ରେଡିଟ୍‌ କାର୍ଡରୁ କରିପାରିବେ ପେମେଣ୍ଟ

ନୂଆଦିଲ୍ଲୀ,୧୪।୧: ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳା ସମୟରେ, ଡିଜିଟାଲ ପେମେଣ୍ଟକୁ ସହଜ କରିବା ପାଇଁ Paytm ଏକ ନୂଆ ସାଉଣ୍ଡବକ୍ସ ଏବଂ QR କୋଡ ସିଷ୍ଟମ...

ସେଣ୍ଟ ଜାଭିୟର୍ସ ହାଇସ୍କୁଲକୁ ୫ଷ୍ଟାର ର଼୍ୟାଙ୍କିଙ୍ଗ୍‌

ଭୁବନେଶ୍ୱର,୧୪ା୧(ଅନୁରାଧା ମହାରଣା): ଦ୍ବାରକାରେ ଆୟୋଜିତ ଏକ ସମାବେଶରେ ସିଇଡି ଫାଉଣ୍ଡେଶନ ଦ୍ୱାରା କଟକ ବାରବାଟି ଷ୍ଟାଡିୟମ୍‌ସ୍ଥିତ ସେଣ୍ଟ ଜାଭିୟର୍ସ ହାଇସ୍କୁଲ କ୍ରମାଗତ ଭାବେ ଷ୍ଟାର ର଼୍ୟାଙ୍କିଙ୍ଗ୍‌ରେ ୫...

ନିବେଶକ ହରାଇଲେ ୧୩ ଲକ୍ଷ କୋଟି

ନୂଆଦିଲ୍ଲୀ,୧୪।୧ (ଅଭୟ ଦାଶ): ଅନ୍ତଃରାଷ୍ଟ୍ରୀୟ ସମସ୍ୟା ଓ ଭୂ-ରାଜନୈତିକ ଘଟଣାବଳୀ ସାଙ୍ଗକୁ ଭାରତୀୟ ଟଙ୍କା ମୂଲ୍ୟ ହ୍ରାସର ପ୍ରଭାବ ଭାରତୀୟ ଷ୍ଟକ ମାର୍କେଟ (ପୁଞ୍ଜି ବଜାର)...

‘ନୂଆ ଓଡ଼ିଶା ନିର୍ମାଣର ପ୍ରୟୋଗଶାଳା ହେଉ ଡ୍ରିମ୍‌ସ’

କଟକ(କାର୍ତ୍ତିକ ସାହୁ)/ମଙ୍ଗୁଳି ଜଗତପୁର(ମାନସ ସାମଲ),୧୪ା୧: ଆମ ଓଡ଼ିଶାକୁ କେହି ପଛରେ ପକେଇପାରିବେ ନାହିଁ। ଇଂଲିଶ ଭାଷା ଜରିଆରେ ବ୍ରିଟିଶମାନେ ଭାରତୀୟଙ୍କୁ କଳା ବ୍ରିଟିଶ କରି ଦେଇଗଲେ।...

ଆଇଡିବିଆଇ ବ୍ୟାଙ୍କର ନୂତନ ଯୋଜନା

ନୂଆଦିଲ୍ଲୀ,୧୪।୧: ଆଇଡିବିଆଇ ବ୍ୟାଙ୍କର ନୂତନ ଯୋଜନା ‘ଆଇଡିବିଆଇ ଚିରଞ୍ଜୀବୀ-ସୁପର ସିନିୟର ସିଟିଜେନ ଫିକ୍ସଡ ଡିପୋଜିଟ/ଏଫଡି’ ପ୍ଲାନର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ୮୦ ବର୍ଷରୁ ଅଧିକ ବୟସର...

୧ ଡଲାର=୮୬.୭୦ ଟଙ୍କା

ମୁମ୍ବାଇ,୧୪।୧: ପ୍ରାୟ ୨ ବର୍ଷ ମଧ୍ୟରେ ଗୋଟିଏ ଦିନରେ ଟଙ୍କା ମୂଲ୍ୟରେ ସର୍ବକାଳୀନ ହ୍ରାସ ଘଟିଛି। ଆମେରିକୀୟ ଡଲାର ତୁଳନାରେ ଟଙ୍କା ମୂଲ୍ୟ ୬୬ ପଇସା...

ଓଏମ୍‌ସି ଉଦ୍ୟାନ କୃଷି ଟିମ୍‌ ଚାମ୍ପିୟନ

ଭୁବନେଶ୍ୱର,୧୪ା୧(ଅନୁରାଧା ମହାରଣା): ରାଜ୍ୟସ୍ତରୀୟ ପୁଷ୍ପ ପ୍ରଦର୍ଶନୀ ଉତ୍ସବରେ ଓଡ଼ିଶା ଖଣି ନିଗମ(ଓଏମ୍‌ସି)ର ଉଦ୍ୟାନ କୃଷି ଟିମ୍‌ କ୍ରମାଗତ ଦ୍ୱିତୀୟଥର ଚାମ୍ପିୟନ ଟ୍ରଫି ଜିତିଛି। ଓଏମ୍‌ସିର କ୍ୟାମ୍ପସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri