୧ମ ତ୍ରୈମାସରେ ୧୩.୫% ହାରରେ ଜିଡିପି ବୃଦ୍ଧି

ନୂଆଦିଲ୍ଲୀ,୧।୯: ଚଳିତ ଆର୍ଥିକ ବର୍ଷ (୨୦୨୨-୨୩)ର ୧ମ ତ୍ରୈମାସର ମୋଟ ଘରୋଇ ଉତ୍ପାଦ (ଜିଡିପି)ର ବିସ୍ତୃତ ସୂଚନା କେନ୍ଦ୍ର ସରକାର ବୁଧବାର ଜାରି କରିଛନ୍ତି। ଉକ୍ତ ସୂଚନା ଅନୁଯାୟୀ ଗତ ୪ଟି ତ୍ରୈ ମାସିକଠାରୁ ଚଳିତ ଆର୍ଥିକ ବର୍ଷର ୧ମ (ଏପ୍ରିଲରୁ ଜୁନ୍‌) ତ୍ରୈମାସରେ ଭାରତୀୟ ଅର୍ଥନୀତି ୧୩.୫% ହାରରେ ବୃଦ୍ଧି ପାଇଛି। ଏପରିକି ପୂର୍ବ ବର୍ଷ ସମାନ ଅବଧିରେ ୨୦.୧% ର ଅଭିବୃଦ୍ଧି ହୋଇଥିଲା। କିନ୍ତୁ ଏଥିରେ ଲୋ ବେସ୍‌ର ବଡ଼ ଭୂମିକା ଥିଲା। ଉଲ୍ଲେଖଯୋଗ୍ୟ, ୨୦୨୦-୨୧ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ କୋଭିଡ୍‌ ଲକ୍‌ଡାଉନ ଯୋଗୁ ଅର୍ଥନୀତିରେ ୨୩.୮%ର ହ୍ରାସ ଘଟିଥିଲା। ସେହିଭଳି ଗତ ଆର୍ଥିକ ବର୍ଷର ଶେଷ ତ୍ରୈମାସରେ ଦେଶର ଜିଡିପି ଅଭିବୃଦ୍ଧି ମାତ୍ର ୪.୧% ରହିଥିଲା । କିନ୍ତୁ ଜୁନ୍‌ ତ୍ରୈମାସରେ ଜିଡିପି ଅଭିବୃଦ୍ଧି ବଢିବା ପଛରେ ଲୋ ବେସ୍‌ ସହ ଆର୍ଥିକ ଗତିବିଧି ମଧ୍ୟ ଗତିଶୀଳ ହେବା ପ୍ରମୁଖ କାରଣ ରହିଛି। ତେବେ ଏହା ସଂଖ୍ୟା ଆକଳନଠାରୁ କମ୍‌ ରହିଛି ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି। ସେହିପରି ଭାରତୀୟ ଷ୍ଟେଟ ବ୍ୟାଙ୍କର ରିପୋର୍ଟ ଅନୁସାରେ ଦେଶର ବିକାଶ ହାର ୧୫.୭% ରହିବ ବୋଲି ଆକଳନ କରାଯାଇଥିଲା। ଅନ୍ୟପଟେ ଆର୍‌ବିଆଇ ମଧ୍ୟ ଚଳିତ ମାସ ଆରମ୍ଭରେ ହୋଇଥିବା ମୁଦ୍ରାନୀତି ବୈଠକରେ ଭାରତର ପ୍ରଥମ ତ୍ରୈମାସର ଜିଡିପି ହାର ୧୬.୨% ରହିବ ବୋଲି କହିଥିଲା। ତେବେ ୧୩.୫% ର ବିକାଶ ହାର ଭାରତୀୟ ଅର୍ଥନୀତିର ଦ୍ୱିତୀୟର ସବୁଠୁ ବଡ଼ ଅଭିବୃଦ୍ଧି। ଏହା ପୂର୍ବକୁ ଗତ ଆର୍ଥିକ ବର୍ଷରେ ପ୍ରଥମ ତ୍ରୈମାସରେ ଜିଡିପି ବିକାଶ ହାର ୨୦.୧% ଥିଲା। ଏହିପରି ଭାରତ ଦୁନିଆରେ ସବୁଠୁ ଦ୍ରୁତଗତିରେ ବିକାଶ କରୁଥିବା ଅର୍ଥନୀତି ହୋଇଛି। ଏହାରି ଭିତରେ କୋର ସେକ୍ଟର ଡାଟା ମଧ୍ୟ ଜାରି କରାଯାଇଛି। ଗୋଟିଏ ବର୍ଷ ତୁଳନାରେ ଜୁଲାଇ ୨୦୨୨ରେ କୋର ସେକ୍ଟର ଆଉଟପୁଟ୍‌ ଧିମେଇବା ସହ ଏହାର ଗ୍ରୋଥ ୪.୫% ରହିଥିଲା। ଅପରପକ୍ଷରେ ୨୦୨୧ ଜୁଲାଇରେ କୋର ସେକ୍ଟରରେ ୯.୯%ର ଅଭିବୃଦ୍ଧି ରେକର୍ଡ ହୋଇଥିଲା। ପରିସଂଖ୍ୟାନ ଅନୁସାରେ, ମୂଳ ଉଦ୍ୟୋଗ (କୋର ସେକ୍ଟର) କୋଇଲା, ଅଶୋଧିତ ତେଲ, ପ୍ରାକୃତିକ ଗ୍ୟାସ୍‌, ରିଫାଇନେରି ଉତ୍ପାଦ, ସାର, ଇସ୍ପାତ, ସିମେଣ୍ଟ ଏବଂ ବିଜୁଳିର ବୃଦ୍ଧି ହାର ଚଳିତ ବର୍ଷର ପ୍ରଥମ ୪ ମାସ ଏପ୍ରିଲ-ଜୁଲାଇରେ ୧୧.୫% ରହିଛି। ଗତ ବର୍ଷ ସମାନ ଅବଧିରେ ଏହି ସଂଖ୍ୟା ୨୧.୪% ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ମହିଳା କ୍ରିକେଟରଙ୍କ ପାଇଁ ଖୁସି ଖବର: ଅଢେଇଗୁଣା ମ୍ୟାଚ୍ ଫି’ ବଢ଼ାଇଲା BCCI

ମୁମ୍ବାଇ,୨୨ା୧୨: ଦେଶର ମହିଳା କ୍ରିକେଟରଙ୍କ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଏକ ବଡ଼ ଉପହାର ଦେଇଛି। ସୋମବାର, ଡିସେମ୍ବର ୨୨ ତାରିଖରେ ଅନୁଷ୍ଠିତ...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଭାରତ-ବାଂଲାଦେଶ ସମ୍ପର୍କରେ ତିକ୍ତତା: ଭାରତୀୟଙ୍କ ପାଇଁ ଭିସା ସେବା ବନ୍ଦ କଲା ବାଂଲାଦେଶ

ନୂଆଦିଲ୍ଲୀ/ଢାକା,୨୨।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ବଡ଼ ଧରଣର ଅବନତି ଘଟିଛି। ଗୋଟିଏ ପଟେ ଭାରତ ଚଟ୍ଟଗ୍ରାମରେ ଭିସା ସେବା ସ୍ଥଗିତ ରଖିଥିବା...

ହାଇଦ୍ରାବାଦରୁ ଫେରିଲେ ମୁଖ୍ୟମନ୍ତ୍ରୀ, ଚିଠି ଏପରି କହିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୨୨।୧୨: ଓଡ଼ିଶା ରାଜ୍ୟ ପଛୁଆ ବର୍ଗ କମିଶନ (OSCBC) ର ପୁନର୍ଗଠନ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ...

ଓଡ଼ିଶା ହେବ ପୁଞ୍ଜିନିବେଶ ହବ୍, ନିଯୁକ୍ତି ପାଇବେ…

ଭୁବନେଶ୍ବର,୨୨।୧୨:  ଓଡ଼ିଶା ହେବ ପୁଞ୍ଜିନିବେଶ ହବ୍ । ଫାର୍ମା ଓ ଡିଫେନ୍ସ ସହ ବୈଠକ ହୋଇଥିବା ବେଳେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri