୨୩.୯% ଖସିଲା ଜିଡିପି

ନୂଆଦିଲ୍ଲୀ,୧।୯: ଆର୍ଥତ୍କ ବର୍ଷ ୨୦୨୦-୨୧ର ଏପ୍ରିଲ-ଜୁନ ତ୍ରୈମାସରେ ଭାରତର ମୋଟ୍‌ ଘରୋଇ ଉତ୍ପାଦ (ଜିଡିପି) ୨୩.୯% ଖସିଛି। ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନ୍‌ଏସ୍‌ଓ) ପକ୍ଷରୁ ସୋମବାର ଏ ସଂକ୍ରାନ୍ତ ତଥ୍ୟ ପ୍ରକାଶ ପାଇଛି। ଗତ ଆର୍ଥତ୍କ ବର୍ଷ ସମାନ ସମୟ ତୁଳନାରେ ଚଳିତ ଆର୍ଥତ୍କ ବର୍ଷ ଏହି ସମୟରେ ଜିଡିପି ଅଭିବୃଦ୍ଧିକୁ ଶକ୍ତ ଧକ୍କା ଲାଗିଥିବା ଜଣାପଡିଛି। କରୋନା ଭାଇରସ ଯୋଗୁ ହୋଇଥିବା ଲକ୍‌ଡାଉନ କାରଣରୁ ସାରା ଦେଶରେ ଆର୍ଥତ୍କ କାର୍ଯ୍ୟକଳାପ ବିଗିଡି ଯାଇଛି। ଏହାର ପ୍ରଭାବ ଜିଡିପି ଉପରେ ଗଭୀର ଭାବେ ପଡିଥିବା ରିପୋର୍ଟରେ ପ୍ରକାଶ ପାଇଛି। ଗତ ୪ ଦଶନ୍ଧି ମଧ୍ୟରେ ପ୍ରଥମଥର ଲାଗି ଭାରତୀୟ ଅର୍ଥ ବ୍ୟବସ୍ଥାକୁ ଏଭଳି ବୃହତ୍‌ ପରିମାଣର କ୍ଷତି ସହିବାକୁ ପଡିଛି। ୧୯୯୬ ପରଠାରୁ ତ୍ରୈମାସିକ ଜିଡିପି ଡାଟା ପ୍ରକାଶ ପାଇବା ପରଠାରୁ ଜିଡିପିରେ ଏଭଳି ବଡ ଧରଣର ହ୍ରାସ ପରିଲକ୍ଷିତ ହୋଇଛି। ଚଳିତ ବର୍ଷ ଜାନୁୟାରୀ-ମାର୍ଚ୍ଚ ସମୟରେ ଜିଡିପି ୩.୧% ଅଭିବୃଦ୍ଧି ଘଟିଥିଲା। ଏହା ୧୭ ବର୍ଷର ସର୍ବନିମ୍ନ ସ୍ତର ବୋଲି କୁହାଯାଇଥିଲା।
୨୦୧୯-୨୦ ଆର୍ଥତ୍କ ବର୍ଷର ଜୁନ ତ୍ରୈମାସରେ ଜିଡିପି ୫.୨% ରହିଥିଲା। ଆର୍ଥତ୍କ ବର୍ଷ ୨୦୧୮-୧୯ରେ ଦେଶର ଅଭିବୃଦ୍ଧି ୬.୧% କୁ ହ୍ରାସ ହୋଇଥିବା ବେଳେ ୨୦୧୯-୨୦ରେ ଏହା ୪.୨%କୁ ଖସିଆସିଛି। ଯାହା ୧୧ ବର୍ଷର ସର୍ବନିମ୍ନ ସ୍ତର। ଅପରପକ୍ଷରେ ପ୍ରଥମ ତ୍ରୈମାସରେ ଦେଶର ଗ୍ରସ୍‌ ଭାଲ୍ୟୁ ଆଡେଡ୍‌(ଜିଭିଏ) ୨୨.୮% ହ୍ରାସ ପାଇଛି। ମାନୁଫାକଚରିଂରେ ୩୯.୩% ଏବଂ ଖଣି କ୍ଷେତ୍ର ୨୩.୩% ଖସିଥିବା ନଜରକୁ ଆସିଛି। ଗ୍ରସ୍‌ ଫିକ୍ସଡ କ୍ୟାପିଟାଲ ୫୨.୯%, ବିଦ୍ୟୁତ ଉତ୍ପାଦନ ୭%, ନିର୍ମାଣ କାର୍ଯ୍ୟକଳାପ ୫୦.୩% ଖସିଛି। ଏହି ସମୟରେ କେବଳ କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ର କାର୍ଯ୍ୟକଳାପ ୩.୪% ବଢିଛି। କେବଳ ଭାରତରେ ଜିଡିପି ହ୍ରାସ ପରିଲକ୍ଷିତ ହୋଇନାହିଁ। ଅନ୍ୟ ଦେଶଗୁଡିକ ମଧ୍ୟ କରୋନା ମହାମାରୀ ଜନିତ ଚାପରୁ ବର୍ତ୍ତି ପାରିନାହାନ୍ତି। ଚାଇନାରେ ସ୍ଥିତି ସୁଧାର ଆସିବାରୁ ଏହାର ଜିଡିପି ବୃଦ୍ଧି ୩.୨୦% ସ୍ତରରେ ରହିଛି। ସେହିଭଳି ବ୍ରିଟେନ ଅର୍ଥ ବ୍ୟବସ୍ଥା ୨୧.୭% ଖସିଥିବା ବେଳେ ଜର୍ମାନୀ ୧୦.୧୦% ଏବଂ ଆମେରିକା ଜିଡିପି ୯.୧୦% ହ୍ରାସ ପାଇଥିବା ନଜରକୁ ଆସିଛି।
ମହାମାରୀ ଯୋଗୁ ଜିଡିପିକୁ ଶକ୍ତ ଧକ୍କା ଲାଗିବ ବୋଲି ବିଭିନ୍ନ ଅନ୍ତର୍ଜାତୀୟ ଏଜେନ୍ସି ପୂର୍ବରୁ ମତ ରଖିଥିଲେ। ଏହି ହ୍ରାସ ୧୫ରୁ ୩୫% ଖସିବ ବୋଲି ଆଶଙ୍କା ମଧ୍ୟ କରାଯାଇଥିଲା। ଦେଶର ପୂର୍ବତନ ପରିସଂଖ୍ୟାନବିତ ପ୍ରଣବ ସେନ କହିଥିଲେ, ଜିଡିପି ୨୫ରୁ ୩୫% ଖସିପାରେ। ମାତ୍ର ଏନ୍‌ଏସ୍‌ଓ ଏହାକୁ ୧୫ରୁ ୧୬% କମ୍‌ କରି ଦେଖାଇବ। ଅଣସଙ୍ଗଠିତ କ୍ଷେତ୍ରର ଡାଟା ଉପଲବ୍ଧ ନ ଥିବାରୁ ଜିଡିପି ତଥ୍ୟକୁ କମ୍‌ କରି ଦେଖାଯିବ ବୋଲି ସେନ୍‌ ରବିବାର ମତ ରଖିଥିଲେ। ଜିଡିପି ୨୫% ହ୍ରାସ ହେବା ନେଇ ଇକ୍ରାର ପ୍ରମୁଖ ଅର୍ଥନୀତିଜ୍ଞ ଆଦିତି ନାୟର ମଧ୍ୟ ପୂର୍ବାନୁମାନ କରିଥିଲେ। ସଙ୍ଗଠିତ ଏବଂ ଅଣସଙ୍ଗଠିତ କ୍ଷେତ୍ର ଡାଟା ଠିକ୍‌ ଭାବେ ସ୍ଥାନ ପାଇବ ନାହିଁ ବୋଲି ସେ କହିଥିଲେ। ବ୍ଲୁମବର୍ଗ ପକ୍ଷରୁ ହୋଇଥିବା ଏହାର ଅର୍ଥନୀତିଜ୍ଞଙ୍କ ସର୍ଭେରେ କୁହାଯାଇଥିଲା ଯେ, ଭାରତର ଜିଡିପି ପ୍ରାୟ ୧୯% ଖସିବ। କରୋନା ଯୋଗୁ ଘରୋଇ ବଜାରରେ ଆର୍ଥତ୍କ କାର୍ଯ୍ୟକଳାପ ବିଗିଡି ଯାଇଛି। ବିମାନ ଚଳାଚଳ, ପର୍ଯ୍ୟଟନ, ହୋଟେଲ ଏବଂ ହସ୍ପିଟାଲିଟି ସମେତ ବିଭିନ୍ନ କ୍ଷେତ୍ର ବର୍ତ୍ତମାନ ସୁଦ୍ଧା ମଧ୍ୟ ସ୍ବାଭାବିକ ହୋଇପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଯୋଜନାରେ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରୁଛନ୍ତି ସରକାର, ଏହି ଉପାୟରେ ଲାଭ ଉଠାଇପାରିବେ କୃଷକ

ନୂଆଦିଳ୍ଲୀ,୩।୪: ଦେଶର ଅଧାରୁ ଅଧିକ ଜନସଂଖ୍ୟା ଏବେ ବି ଚାଷ ଏବଂ କୃଷି ମାଧ୍ୟମରେ ଜୀବିକା ନିର୍ବାହ କରନ୍ତି, ଏବଂ ଏହି କାରଣରୁ ଭାରତର ପ୍ରଗତି ପାଇଁ…

ସଚେତନତା ହିଁ ଚିନ୍ତାଧାରା ବଦଳାଇବାର ବଡ଼ ମାଧ୍ୟମ

‘ଗୋମାୟା ପେଣ୍ଟ୍‌ସ’ର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଦୁର୍ଗା ପ୍ରିୟଦର୍ଶିନୀ ତାଙ୍କ ବ୍ୟବସାୟିକ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଜଣେ ଗୃହିଣୀ ଭାବେ ସମାଜ ଓ ପରିବେଶ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ; ୧୩୦୦୦ କମିଲା….

ନୂଆଦିଲ୍ଲୀ,୨।୪: ଆଜି ସୁନା ଏବଂ ରୂପା ବଜାରରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି । ଯାହା ନିବେଶକ ଏବଂ କ୍ରେତା ଉଭୟଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି…

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

ସାବଧାନ! ୧ ଏପ୍ରିଲରୁ ବଦଳିଲା UPIର ପ୍ରକ୍ରିୟା, ପେମେଣ୍ଟ ଉପରେ ଲାଗିଲା…

ନୂଆଦିଲ୍ଲୀ,୧।୪: ଯଦି ଆପଣ ଚା ଦୋକାନ ଠାରୁ ଆରମ୍ଭ କରି ସପିଂ ମଲ ପର୍ଯ୍ୟନ୍ତ ସବୁଠି ପେମେଣ୍ଟ ପାଇଁ PhonePe, Google Pay, କିମ୍ବା Paytm ଭଳି…

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

୧ ଏପ୍ରିଲରୁ ATM ରୁ ଟଙ୍କା ଉଠାଇବା ହେବ ମହଙ୍ଗା! HDFC ରୁ PNB ପର୍ଯ୍ୟନ୍ତ…

ନୂଆଦିଲ୍ଲୀ,୩୧।୩: ୧ ଏପ୍ରିଲ, ୨୦୨୬ ଠାରୁ, HDFC ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏବଂ ବନ୍ଧନ ବ୍ୟାଙ୍କ ସେମାନଙ୍କର ATM ନିୟମରେ ପରିବର୍ତ୍ତନ କରିବେ। ଏଥିରେ ମାଗଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri