୨୩.୯% ଖସିଲା ଜିଡିପି

ନୂଆଦିଲ୍ଲୀ,୧।୯: ଆର୍ଥତ୍କ ବର୍ଷ ୨୦୨୦-୨୧ର ଏପ୍ରିଲ-ଜୁନ ତ୍ରୈମାସରେ ଭାରତର ମୋଟ୍‌ ଘରୋଇ ଉତ୍ପାଦ (ଜିଡିପି) ୨୩.୯% ଖସିଛି। ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନ୍‌ଏସ୍‌ଓ) ପକ୍ଷରୁ ସୋମବାର ଏ ସଂକ୍ରାନ୍ତ ତଥ୍ୟ ପ୍ରକାଶ ପାଇଛି। ଗତ ଆର୍ଥତ୍କ ବର୍ଷ ସମାନ ସମୟ ତୁଳନାରେ ଚଳିତ ଆର୍ଥତ୍କ ବର୍ଷ ଏହି ସମୟରେ ଜିଡିପି ଅଭିବୃଦ୍ଧିକୁ ଶକ୍ତ ଧକ୍କା ଲାଗିଥିବା ଜଣାପଡିଛି। କରୋନା ଭାଇରସ ଯୋଗୁ ହୋଇଥିବା ଲକ୍‌ଡାଉନ କାରଣରୁ ସାରା ଦେଶରେ ଆର୍ଥତ୍କ କାର୍ଯ୍ୟକଳାପ ବିଗିଡି ଯାଇଛି। ଏହାର ପ୍ରଭାବ ଜିଡିପି ଉପରେ ଗଭୀର ଭାବେ ପଡିଥିବା ରିପୋର୍ଟରେ ପ୍ରକାଶ ପାଇଛି। ଗତ ୪ ଦଶନ୍ଧି ମଧ୍ୟରେ ପ୍ରଥମଥର ଲାଗି ଭାରତୀୟ ଅର୍ଥ ବ୍ୟବସ୍ଥାକୁ ଏଭଳି ବୃହତ୍‌ ପରିମାଣର କ୍ଷତି ସହିବାକୁ ପଡିଛି। ୧୯୯୬ ପରଠାରୁ ତ୍ରୈମାସିକ ଜିଡିପି ଡାଟା ପ୍ରକାଶ ପାଇବା ପରଠାରୁ ଜିଡିପିରେ ଏଭଳି ବଡ ଧରଣର ହ୍ରାସ ପରିଲକ୍ଷିତ ହୋଇଛି। ଚଳିତ ବର୍ଷ ଜାନୁୟାରୀ-ମାର୍ଚ୍ଚ ସମୟରେ ଜିଡିପି ୩.୧% ଅଭିବୃଦ୍ଧି ଘଟିଥିଲା। ଏହା ୧୭ ବର୍ଷର ସର୍ବନିମ୍ନ ସ୍ତର ବୋଲି କୁହାଯାଇଥିଲା।
୨୦୧୯-୨୦ ଆର୍ଥତ୍କ ବର୍ଷର ଜୁନ ତ୍ରୈମାସରେ ଜିଡିପି ୫.୨% ରହିଥିଲା। ଆର୍ଥତ୍କ ବର୍ଷ ୨୦୧୮-୧୯ରେ ଦେଶର ଅଭିବୃଦ୍ଧି ୬.୧% କୁ ହ୍ରାସ ହୋଇଥିବା ବେଳେ ୨୦୧୯-୨୦ରେ ଏହା ୪.୨%କୁ ଖସିଆସିଛି। ଯାହା ୧୧ ବର୍ଷର ସର୍ବନିମ୍ନ ସ୍ତର। ଅପରପକ୍ଷରେ ପ୍ରଥମ ତ୍ରୈମାସରେ ଦେଶର ଗ୍ରସ୍‌ ଭାଲ୍ୟୁ ଆଡେଡ୍‌(ଜିଭିଏ) ୨୨.୮% ହ୍ରାସ ପାଇଛି। ମାନୁଫାକଚରିଂରେ ୩୯.୩% ଏବଂ ଖଣି କ୍ଷେତ୍ର ୨୩.୩% ଖସିଥିବା ନଜରକୁ ଆସିଛି। ଗ୍ରସ୍‌ ଫିକ୍ସଡ କ୍ୟାପିଟାଲ ୫୨.୯%, ବିଦ୍ୟୁତ ଉତ୍ପାଦନ ୭%, ନିର୍ମାଣ କାର୍ଯ୍ୟକଳାପ ୫୦.୩% ଖସିଛି। ଏହି ସମୟରେ କେବଳ କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ର କାର୍ଯ୍ୟକଳାପ ୩.୪% ବଢିଛି। କେବଳ ଭାରତରେ ଜିଡିପି ହ୍ରାସ ପରିଲକ୍ଷିତ ହୋଇନାହିଁ। ଅନ୍ୟ ଦେଶଗୁଡିକ ମଧ୍ୟ କରୋନା ମହାମାରୀ ଜନିତ ଚାପରୁ ବର୍ତ୍ତି ପାରିନାହାନ୍ତି। ଚାଇନାରେ ସ୍ଥିତି ସୁଧାର ଆସିବାରୁ ଏହାର ଜିଡିପି ବୃଦ୍ଧି ୩.୨୦% ସ୍ତରରେ ରହିଛି। ସେହିଭଳି ବ୍ରିଟେନ ଅର୍ଥ ବ୍ୟବସ୍ଥା ୨୧.୭% ଖସିଥିବା ବେଳେ ଜର୍ମାନୀ ୧୦.୧୦% ଏବଂ ଆମେରିକା ଜିଡିପି ୯.୧୦% ହ୍ରାସ ପାଇଥିବା ନଜରକୁ ଆସିଛି।
ମହାମାରୀ ଯୋଗୁ ଜିଡିପିକୁ ଶକ୍ତ ଧକ୍କା ଲାଗିବ ବୋଲି ବିଭିନ୍ନ ଅନ୍ତର୍ଜାତୀୟ ଏଜେନ୍ସି ପୂର୍ବରୁ ମତ ରଖିଥିଲେ। ଏହି ହ୍ରାସ ୧୫ରୁ ୩୫% ଖସିବ ବୋଲି ଆଶଙ୍କା ମଧ୍ୟ କରାଯାଇଥିଲା। ଦେଶର ପୂର୍ବତନ ପରିସଂଖ୍ୟାନବିତ ପ୍ରଣବ ସେନ କହିଥିଲେ, ଜିଡିପି ୨୫ରୁ ୩୫% ଖସିପାରେ। ମାତ୍ର ଏନ୍‌ଏସ୍‌ଓ ଏହାକୁ ୧୫ରୁ ୧୬% କମ୍‌ କରି ଦେଖାଇବ। ଅଣସଙ୍ଗଠିତ କ୍ଷେତ୍ରର ଡାଟା ଉପଲବ୍ଧ ନ ଥିବାରୁ ଜିଡିପି ତଥ୍ୟକୁ କମ୍‌ କରି ଦେଖାଯିବ ବୋଲି ସେନ୍‌ ରବିବାର ମତ ରଖିଥିଲେ। ଜିଡିପି ୨୫% ହ୍ରାସ ହେବା ନେଇ ଇକ୍ରାର ପ୍ରମୁଖ ଅର୍ଥନୀତିଜ୍ଞ ଆଦିତି ନାୟର ମଧ୍ୟ ପୂର୍ବାନୁମାନ କରିଥିଲେ। ସଙ୍ଗଠିତ ଏବଂ ଅଣସଙ୍ଗଠିତ କ୍ଷେତ୍ର ଡାଟା ଠିକ୍‌ ଭାବେ ସ୍ଥାନ ପାଇବ ନାହିଁ ବୋଲି ସେ କହିଥିଲେ। ବ୍ଲୁମବର୍ଗ ପକ୍ଷରୁ ହୋଇଥିବା ଏହାର ଅର୍ଥନୀତିଜ୍ଞଙ୍କ ସର୍ଭେରେ କୁହାଯାଇଥିଲା ଯେ, ଭାରତର ଜିଡିପି ପ୍ରାୟ ୧୯% ଖସିବ। କରୋନା ଯୋଗୁ ଘରୋଇ ବଜାରରେ ଆର୍ଥତ୍କ କାର୍ଯ୍ୟକଳାପ ବିଗିଡି ଯାଇଛି। ବିମାନ ଚଳାଚଳ, ପର୍ଯ୍ୟଟନ, ହୋଟେଲ ଏବଂ ହସ୍ପିଟାଲିଟି ସମେତ ବିଭିନ୍ନ କ୍ଷେତ୍ର ବର୍ତ୍ତମାନ ସୁଦ୍ଧା ମଧ୍ୟ ସ୍ବାଭାବିକ ହୋଇପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସଙ୍ଗୀତା ଏଏସ୍‌ଆଇସିର ନୂଆ ଅଧ୍ୟକ୍ଷା

ଭୁବନେଶ୍ୱର,୧୬।୪: ଏସିଆ ସୋସାଇଟି ଇଣ୍ଡିଆ ସେଣ୍ଟର (ଏଏସ୍‌ଆଇସି)ର ନୂତନ ଅଧ୍ୟକ୍ଷା ଭାବେ ଶିଳ୍ପପତି ସଙ୍ଗୀତା ଜିନ୍ଦଲ ନିକଟରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏଏସ୍‌ଆଇସି ବୋର୍ଡ ପକ୍ଷରୁ...

ଏଚ୍‌ସିଆଇଏଲର ନୂତନ ଓ୍ବେୟାରହାଉସ କାର୍ଯ୍ୟର ଶୁଭାରମ୍ଭ

ଭୁବନେଶ୍ୱର,୧୬।୪: ହୋଣ୍ଡା କାର୍‌ସ ଇଣ୍ଡିଆ ଲିମିଟେଡ (ଏଚ୍‌ସିଆଇଏଲ୍‌)ର ନୂତନ ପ୍ରକଳ୍ପ ‘ନ୍ୟୁ ସ୍ପେୟାର ପାର୍ଟସ ଓ୍ବେୟାରହାଉସ ଫାସିଲିଟି (ନୂତନ ଓ୍ବେୟାରହାଉସ) କାର୍ଯ୍ୟର ଶୁଭାରମ୍ଭ ନିକଟରେ ହୋଇଯାଇଛି। ବିଶେଷକରି...

ମଉଳୁଛି ଶସ୍ତା ଇଏମ୍‌ଆଇ ଆଶା

ଭୁବନେଶ୍ୱର,୧୬।୪(ଅନୁରାଧା ମହାରଣା): ମହଙ୍ଗା ଇଏମ୍‌ଆଇରୁ ରକ୍ଷା ପାଇବାକୁ ଆଶା ବାନ୍ଧିଥିବା ଲୋକମାନେ ଚଳିତବର୍ଷର ଦ୍ୱିତୀୟାର୍ଦ୍ଧରେ ଏଥିରୁ ମୁକ୍ତି ପାଇବାକୁ ଆଶା କରୁଥିଲେ। ମାତ୍ର ମାର୍ଚ୍ଚ ମାସରେ...

ସୁନା ଦର ୭୩ ହଜାର ପାର

ଭୁବନେଶ୍ୱର,୧୬।୪: କ୍ରମାଗତ ଭାବେ ଘରୋଇ ବଜାରରେ ସୁନା ଦର ବୃଦ୍ଧି ପାଇ ଚାଲିଛି। ଏପରିକି ଗତ ଦୁଇ ସପ୍ତାହ ମଧ୍ୟରେ ଭୁବନେଶ୍ୱରରେ ସୁନା ଦର ୨୨କ୍ୟାରେଟ ଉପରେ...

ଇଶା-ଦୀପିକାଙ୍କ ମଧ୍ୟରେ ବ୍ୟବସାୟିକ ସହଭାଗିତା

ଭୁବନେଶ୍ୱର,୧୬।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ରିଲାଏନ୍ସ ଗ୍ରୁପର ପ୍ରମୁଖ କମ୍ପାନୀ ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ (ଆର୍‌ଆର୍‌ଭିଏଲ୍‌)ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଇଶା ଏମ୍‌ ଅମ୍ବାନୀ...

ମାର୍ଚ୍ଚ ମାସରେ ବୃଦ୍ଧି ପାଇଲା ହୋଲସେଲ୍ ମହଙ୍ଗା ହାର

ଚେନ୍ନାଇ,୧୫।୪: ମାର୍ଚ୍ଚ ମାସରେ ହୋଲସେଲ ମହଙ୍ଗା(ମୁଦ୍ରାସ୍ଫୀତି) ହାର ବୃଦ୍ଧି ପାଇ ୦.୫ ପ୍ରତିଶତରେ ପହଞ୍ଚିଛି। ଫେବୃଆରୀ ମାସରେ ଏହା ୦.୨ ପ୍ରତିଶତ ଥିଲା। ଏହି ରିପୋର୍ଟ...

ଆପଲ୍ କୁ ପଛରେ ପକାଇ ଏକ ନମ୍ବର ସ୍ମାର୍ଟଫୋନ୍ ବ୍ରାଣ୍ଡ ହେଲା ସାମସଙ୍ଗ, ହ୍ରାସ ପାଇଲା ଆଇଫୋନ୍ ବିକ୍ରି

ମୁମ୍ବାଇ,୧୫।୪: ଆଇଡିସିର ରିପୋର୍ଟ ଅନୁଯାୟୀ ବିଶ୍ୱର ଏକ ନମ୍ବର ସ୍ମାର୍ଟଫୋନ୍ ବ୍ରାଣ୍ଡ ମାନ୍ୟତା ପାଇଛି ସାମସଙ୍ଗ। ଏଥିସହିତ ବିଶ୍ୱର ଏକ ନମ୍ବର ସ୍ମାର୍ଟଫୋନ୍ ବ୍ରାଣ୍ଡ ଭାବରେ...

ଟେସଲା ସହିତ ସେମିକଣ୍ଡକ୍ଟର ଚିପ୍ସ ପାଇଁ ଚୁକ୍ତି ସ୍ଵାକ୍ଷର କଲା ଟାଟା ଇଲେକ୍ଟ୍ରୋନିକ୍ସ

ମୁମ୍ବାଇ,୧୫।୪: ଆମେରିକାର ଅଟୋମେକର୍ ଟେସଲା ଟାଟା ଇଲେକ୍ଟ୍ରୋନିକ୍ସ ସହିତ ସେମିକଣ୍ଡକ୍ଟର ଚିପ୍ସ ପାଇଁ ଏକ ରଣନୀତିକ ଚୁକ୍ତି ସ୍ୱାକ୍ଷର କରିଛି। ରିପୋର୍ଟ ଅନୁଯାୟୀ ଟେସଲା ଭାରତରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri