ଗାଜା ଦଖଲ

ଦେଖାଯାଇଛି ୨୦୦୬ ପରେ ପାଲେଷ୍ଟାଇନ୍‌ର ଉଗ୍ରବାଦୀ ସଙ୍ଗଠନ ହମାସ ଓ ଇସ୍ରାଏଲ ଅନେକ ଥର ମୁହଁାମୁହିଁ ହୋଇଛନ୍ତି। ହେଲେ ୭ ଅକ୍ଟୋବର ୨୦୨୩ରେ ଇସ୍ରାଏଲ ଉପରେ ହମାସର ଅତର୍କିତ ଆକ୍ରମଣ ବଡ଼ ଧରଣର ହୋଇଥିଲା। ଏଥିରେ ୧,୧୯୫ ଇସ୍ରାଏଲ ନାଗରିକଙ୍କୁ ହମାସ ହତ୍ୟା କରିବା ସହ ୨୫୧ ଜଣଙ୍କୁ ପଣବନ୍ଦୀ କରି ରଖିବା ଯୋଗୁ ଇସ୍ରାଏଲ ଗାଜା ଉପରେ ପ୍ରତି ଆକ୍ରମଣ କରିଥିଲା। ଏହି ଯୁଦ୍ଧକୁ ଆଉ ଦୁଇ ମାସ ପରେ ୨ ବର୍ଷ ପୂରିଯିବ। ୧ ଅଗଷ୍ଟ, ୨୦୨୫ ସୁଦ୍ଧା ପାଖାପାଖି ୭୫ ହଜାର ୬୦୦ ପାଲେଷ୍ଟିନୀୟଙ୍କ ମୃତ୍ୟୁ ହେବା ସହ ୧,୫୨,୦୦୦ରୁ ଊର୍ଦ୍ଧ୍ୱ ଆହତ ହେଲେଣି ବୋଲି ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ପ୍ରାୟ ଅଧା ଦେଉଛନ୍ତି ମହିଳା ଓ ଶିଶୁ। ଅପରପଟେ ଏହି ଯୁଦ୍ଧରେ ୨,୦୦୦ରୁ ଅଧିକ ଇସ୍ରାଏଲୀଙ୍କ ମୃତ୍ୟୁ ଘଟିଛି। ଏହାମଧ୍ୟରେ ନଭେମ୍ବର ୨୦୨୩ ଓ ଜାନୁଆରୀ ୨୦୨୪ରେ ଦୁଇଥର ସାମୟିକ ଭାବେ ଯୁଦ୍ଧବିରତି ହୋଇଥିଲେ ମଧ୍ୟ ଯୁଦ୍ଧାବସାନର ଆଭାସ ମିଳୁନାହିଁ। ଏଭଳି ସ୍ଥିତିରେ ନିକଟରେ ଗାଜାକୁ ସମ୍ପୂର୍ଣ୍ଣ ଦଖଲ କରିବା ପାଇଁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯୋଜନା କରିଛନ୍ତି। ତାଙ୍କର ଏପରି ନିଷ୍ପତ୍ତିକୁ ଇସ୍ରାଏଲର ସୁରକ୍ଷା କ୍ୟାବିନେଟ ମଞ୍ଜୁରୀ ଦେଇସାରିଥିବାବେଳେ ପୂର୍ଣ୍ଣ କ୍ୟବିନେଟ ଏହାକୁ ସ୍ବୀକୃତି ପ୍ରଦାନ କରିପାରେ ବୋଲି କୁହାଯାଉଛି। ଦେଖାଗଲାଣି ଇସ୍ରାଏଲୀ ଡିଫେନ୍ସ ଫୋର୍ସେସ(ଆଇଡିଏଫ୍‌) ଏବେ ସୁଦ୍ଧା ଗାଜାର ୭୫ ପ୍ରତିଶତ ଦଖଲ କରିଥିବାବେଳେ ଆଉ ବାକି ୨୫% ଅକ୍ତିଆର କରିବା ପାଇଁ ନେତାନ୍ୟାହୁ ଯୋଜନା କରିଛନ୍ତି। ଇତିମଧ୍ୟରେ ୧ଲକ୍ଷରୁ ଊର୍ଦ୍ଧ୍ୱ ଇସ୍ରାଏଲ ନାଗରିକ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରି ପଣବନ୍ଦୀଙ୍କୁ ମୁକ୍ତ କରିବା ସକାଶେ ସରକାରଙ୍କ ନିକଟରେ ଦାବି କରିଛନ୍ତି। ହେଲେ ନେତାନ୍ୟାହୁଙ୍କ ଯୁକ୍ତି ହେଲା ଆକ୍ରମଣ ଜୋରଦାର ହେଲେ ପଣବନ୍ଦୀଙ୍କୁ ଶୀଘ୍ର ମୁକ୍ତ କରିବା ସମ୍ଭବ ହେବ। ଅନ୍ୟପକ୍ଷରେ ଆକ୍ରମଣ ଜୋରଦାର କରାଗଲେ ତାହା ପଣବନ୍ଦୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିବା ସହ ମାନବୀୟ ସଙ୍କଟ ଓ ବିସ୍ଥାପନ ବଢ଼ିବ ବୋଲି ଜର୍ମାନୀ, ଫ୍ରାନ୍ସ ଓ ଇଂଲଣ୍ଡ ମିଳିତ ବିବୃତିରେ କହିଲେଣି। ଗାଜାକୁ ସମ୍ପୂର୍ଣ୍ଣ ଦଖଲ କରି ଇସ୍ରାଏଲ ସହ ମିଶାଇବା ଅନ୍ତର୍ଜାତୀୟ ଆଇନର ଉଲ୍ଲଂଘନ ବୋଲି ଏଥିରେ ସ୍ପଷ୍ଟ କରାଯାଇଛି।
ଖବର ମିଳୁଛି ଏବେସୁଦ୍ଧା ଗାଜାରେ ୧୯ ଲକ୍ଷ ଲୋକ ବିସ୍ଥାପିତ ହୋଇସାରିଲେଣି। ଏହି ଯୁଦ୍ଧ ଏବେ ଗଣହତ୍ୟାର ରୂପ ନେଇଛି ବୋଲି ଇସ୍ରାଏଲ ମାନବ ଅଧିକାର ସଙ୍ଗଠନଠାରୁ ଆରମ୍ଭ କରି ବହୁ ଅନ୍ତର୍ଜାତୀୟ ମାନବ ଅଧିକାର ସଙ୍ଗଠନ ଓ ଗଣହତ୍ୟା ଉପରେ ଅନୁଧ୍ୟାନ କରୁଥିବା ବିଶେଷଜ୍ଞ ମତ ଦେଉଛନ୍ତି। ଏହା ଉପରେ ଅନ୍ତର୍ଜାତୀୟ ନ୍ୟାୟ ଅଦାଲତ (ଆଇସିଜେ) ଉଦ୍‌ବେଗ ପ୍ରକାଶ କରିବା ପରେ ଅନ୍ତର୍ଜାତୀୟ ଅପରାଧ ନ୍ୟାୟାଳୟ(ଆଇସିସି) ନେତାନ୍ୟାହୁ ଓ ପୂର୍ବତନ ସେନାଧିକାରୀ ତଥା ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗାଲାଣ୍ଟଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରି କରିଛି। ଏହା ବାସ୍ତବରେ ଗାଜାର ଗଣହତ୍ୟା ସ୍ଥିତିକୁ ଉଜାଗର କରୁଛି। ଏତଦ୍‌ବ୍ୟତୀତ ଯୁଦ୍ଧ ଆରମ୍ଭରୁ ସ୍କୁଲ, ହସ୍ପିଟାଲ ଓ ଆଶ୍ରୟସ୍ଥଳୀଗୁଡ଼ିକୁ ଇସ୍ରାଏଲ ଛାଡ଼ିନାହିଁ। ଏବେ କିଛି ମାସ ହେଲା ସହାୟତା କେନ୍ଦ୍ରଗୁଡ଼ିକରେ ଇସ୍ରାଏଲ ଆକ୍ରମଣ କରି ଗାଜାର ଲୋକଙ୍କୁ ମାରିଦେଉଛି। ପାଲେଷ୍ଟାଇନ ଶରଣାର୍ଥୀଙ୍କ ପାଇଁ ଥିବା ଜାତିସଂଘର ସଂସ୍ଥା ତଥ୍ୟ ଅନୁଯାୟୀ ଚଳିତ ବର୍ଷ ମେ’ଠାରୁ ଏହିଭଳି ଭାବେ ଏଯାବତ ପାଖାପାଖି ୮୦୦ ଲୋଙ୍କ ମୃତ୍ୟୁ ଘଟିଲାଣି। ଲୋକମାନେ ଭୋକିଲା ରହିବା ସହ ଚିକିତ୍ସାରୁ ବଞ୍ଚିତ ହେଉଛନ୍ତି। ଶିଶୁମାନଙ୍କୁ ଶିକ୍ଷା ମିଳିପାରୁନାହିଁ ଓ ଅଧିକ ସଂଖ୍ୟାରେ ସେମାନଙ୍କ ମୃତ୍ୟୁ ହେଉଛି। ଏଭଳି ଏକ ମାନବୀୟ ସଙ୍କଟ ଓ ମାନବ ଅଧିକାରର ଉଲ୍ଲଂଘନରୁ କ୍ଷାନ୍ତ ହେବା ପାଇଁ ଦାବି କରିବା ସହ ଇସ୍ରାଏଲ ଆକ୍ରମଣ ବିରୋଧରେ ଜାତିସଂଘ ସାଧାରଣ ସଭାରେ ୧୪୯ ଦେଶ ଭୋଟ ଦେଇଛନ୍ତି। ହେଲେ ଭାରତ ସେଥିରୁ ବିରତ ରହିଛି। ଦେଖିବାକୁ ଗଲେ ଇସ୍ରାଏଲକୁ ଆମେରିକା ସମ୍ପୂର୍ଣ୍ଣ ସହଯୋଗ କରି ଏକବିଂଶ ଶତାବ୍ଦୀର ଏଭଳି ଗଣହତ୍ୟାକୁ ଉତ୍ସାହିତ କରିଚାଲିଛି। ଏବକାର ବୈଶ୍ୱିକ ଦୃଶ୍ୟପଟରେ ହମାସ, ହେଜବୋଲ୍ଲା, ହୁଟି, ଆଇଏସ୍‌ ଭଳି ଉଗ୍ରବାଦୀ ଗୋଷ୍ଠୀ ମାନବତା ପ୍ରତି ବିପଦ। ସେମାନଙ୍କୁ ନିୟନ୍ତ୍ରଣ କିମ୍ବା ଶକ୍ତିହୀନ କରିବା ସକାଶେ ହେଉଥିବା ପ୍ରୟାସକୁ ଦୃଷ୍ଟିରେ ରଖି ଆଲୋଚନା କଲେ ଇସ୍ରାଏଲର ସାମରିକ ପଦକ୍ଷେପକୁ ଠିକ୍‌ ବୋଲି କୁହାଯାଇପାରେ। କିନ୍ତୁ ଯୁଦ୍ଧ ବେଳେ କେବଳ ଉଗ୍ରବାଦୀ କିମ୍ବା ସାମରିକ ବ୍ୟକ୍ତିଙ୍କ ମୃତ୍ୟୁ ଘଟି ନ ଥାଏ। ସିଧାସଳଖ ଯୁଦ୍ଧ ସହ ସମ୍ପୃକ୍ତ ନ ଥିଲେ ମଧ୍ୟ ବେସାମରିକ ଲୋକମାନେ ଏହାର ଶିକାର ହୋଇଥାଆନ୍ତି। ଏଭଳି ସ୍ଥଳେ ଅନ୍ତର୍ଜାତୀୟ ମଞ୍ଚରେ ପ୍ରଥମେ ଚିନ୍ତା କରାଯିବା ଦରକାର ଉଗ୍ରବାଦକୁ ସମର୍ଥନ ଦିଆଯିବା ନା ତାକୁ ଦମନ କରାଯିବ। ଯଦି ସମର୍ଥନ ଦିଆଯିବ ସେହିସବୁ ସଙ୍ଗଠନ ସବୁ ପ୍ରକାର ସାହାଯ୍ୟ ଯୋଗାଇ ଦେଉଥିବା ବେସାମରିକ ସାଧାରଣ ନାଗରିକର ସୁରକ୍ଷା ପ୍ରତି ସଚେତନ ରହିବା ଦରକାର। ଉଗ୍ରବାଦ ଭିଆଉଥିବା ଗୋଷ୍ଠୀକୁ ନିଜର କାର୍ଯ୍ୟ କରିବାକୁ ହେଲେ ସ୍ଥାନୀୟ ସାଧାରଣ ନାଗରିକଙ୍କ ସମର୍ଥନ ନିଶ୍ଚିତ ଭାବେ ଲୋଡ଼ା। ସେଥିପାଇଁ ଉଗ୍ରବାଦକୁ ଦମନ କରିବାକୁ ହେଲେ ସାଧାରଣ ଲୋକ କ୍ଷତିଗ୍ରସ୍ତ ହେବା ସ୍ବାଭାବିକ। ପୃଥିବୀର ସଭ୍ୟ ସମାଜକୁ ଏହି ବିଷୟରେ ଚିନ୍ତା କରି ନିଷ୍ପତ୍ତି ନେବାକୁ ହେବ। କୌଣସି ସଭ୍ୟ ସମାଜ ଉଗ୍ରବାଦକୁ କଦାପି ସମର୍ଥନ ଦେବା ଅନୁଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଇତିହାସ ରଚିଲେ Sunetra Pawar, ମହାରାଷ୍ଟ୍ରର ପ୍ରଥମ ମହିଳା ଉପ ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ

ମୁମ୍ବାଇ,୩୧।୧: ଶନିବାର ସାରେ ରାଜ୍ୟ ସଭା ଏମପି ପଦରୁ ଇସ୍ତଫା ଦେଇ ସ୍ବର୍ଗତ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାର ମହାରାଷ୍ଟ୍ରର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ଭାବରେ…

T20 World Cup 2026: ମ୍ୟାଚ ପୂର୍ବରୁ ଭାରତୀୟ ଟିମକୁ ମିଳିଲା ଗୁଡନ୍ୟୁଜ!

ନୂଆଦିଲ୍ଲୀ,୩୧।୧: ୨୦୨୬ T20 World Cup ପୂର୍ବରୁ ଭାରତୀୟ ଦଳକୁ ଭଲ ଖବର ମିଳିଛି। ଆଘାତରୁ ଫେରି ଆସୁଥିବା ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ତିଲକ ବର୍ମାଙ୍କ ବିଷୟରେ ଏକ…

Budget 2026: ବଜେଟ ଭାଷଣରେ ଆସୁଥିବା କଷ୍ଟକର ଶବ୍ଦର ସରଳ ଅର୍ଥ ଜାଣନ୍ତିକି? ବୁଝନ୍ତୁ…

ନୂଆଦିଲ୍ଲୀ,୩୧।୧: ୧ ଫେବୃଆରୀ, ୨୦୨୬ ରେ ଉପସ୍ଥାପିତ ହେବାକୁ ଥିବା କେନ୍ଦ୍ରୀୟ Budget କେବଳ ଦେଶର ଅର୍ଥନୈତିକ ଦିଗ ନିର୍ଣ୍ଣୟ କରିବ ନାହିଁ ବରଂ ସାଧାରଣ ଲୋକଙ୍କ…

ସ୍କୁଲରେ ହଣାକଟା: ୯ମ ଶ୍ରେଣୀ ଛାତ୍ରଙ୍କୁ ହାଣିଲେ ୧୦ମ ଛାତ୍ର

ବାଲେଶ୍ୱର,୩୧ା୧(ବାଞ୍ଛାନିଧି ଦେ): ବିଦ୍ୟାଳୟ ପରିସର ଏବେ ଅସୁରକ୍ଷିତ ହୋଇପଡ଼ିଛି। କେଉଁଠି ଛାତ୍ର ବ୍ୟାଗରେ ବନ୍ଧୁକ ଆଣୁଛନ୍ତି ତ ଆଉ କେଉଁଠି ଛାତ୍ରଙ୍କ ହାତରେ ରହୁଛି ମାରଣାସ୍ତ୍ର। ଜଣେ…

ବ୍ରହ୍ମପୁର ଦୁର୍ଘଟଣା: ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ପ୍ରତି ମୃତକଙ୍କ ପରିବାରକୁ ମିଳିବ…

ଭୁବନେଶ୍ୱର,୩୧ା୧: ବ୍ରହ୍ମପୁର ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପ୍ରତ୍ୟେକ ପରିବାରକୁ ୪ ଲକ୍ଷ ଲେଖାଏ ଟଙ୍କା ସହାୟତା ଘୋଷଣା…

ବେଲୁଚିସ୍ତାନରେ ପୁଣି ଜଳିଲା ବିଦ୍ରୋହର ନିଆଁ! BLA ଚଳାଇଛି Operation Herof 2.0 , ୧୨ ପାକିସ୍ତାନୀ ସେନା ନିହତ

କ୍ୱେଟା,୩୧।୧: ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶ ପୁଣି ଥରେ ଯୁଦ୍ଧକ୍ଷେତ୍ର ପାଲଟିଛି, ଶନିବାର (ଜାନୁଆରୀ ୩୧) ବେଲୁଚି ଆର୍ମିମାନେ ଏକକାଳୀନ ୧୦ଟି ସହରରେ ପାକିସ୍ତାନୀ ସେନା ଏବଂ ISI…

କ’ଣ ଏମିତି କହିଲା ତୁର୍କୀ? ଖପ୍ପା ହୋଇଗଲା Pakistan, ଜାଣନ୍ତୁ ପୂରା ଘଟଣା

ଇସଲାମାବାଦ,୩୧।୧: ଇସଲାମିକ ନାଟୋ ଗଠନ କରିବାକୁ ଚେଷ୍ଟା କରୁଥିବା Pakistanକୁ ତୁର୍କୀ ଏକ ଗୁରୁତ୍ୱପୂର୍ଣ୍ଣ ଧକ୍କା ଦେଇଛି। ତୁର୍କୀର ବୈଦେଶିକ ମନ୍ତ୍ରୀ ହାକାନ ଫିଦାନ ସ୍ପଷ୍ଟ କରିଛନ୍ତି…

ଗର୍ଜିଲେ ଅନୁସୂଚିତ ଜାତି, ଜନଜାତି ଓ ପଛୁଆବର୍ଗର ଲୋକେ, ସ୍ଥାୟୀ ଠିକଣା ଦାବି କରି…

ଦାରିଙ୍ଗବାଡ଼ି,୩୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକରେ ଶନିବାର ସର୍ବଭାରତୀୟ ମୂଳ ନିବାସୀ ସଂଘର ବିଭିନ୍ନ ଦାବିରେ ସଭା, ଶୋଭାଯାତ୍ରା ଓ ବିକ୍ଷୋଭ କରାଯାଇଛି। ସଂଘର ବ୍ଲକସ୍ତରୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri