ଗାଜା ଦଖଲ

ଦେଖାଯାଇଛି ୨୦୦୬ ପରେ ପାଲେଷ୍ଟାଇନ୍‌ର ଉଗ୍ରବାଦୀ ସଙ୍ଗଠନ ହମାସ ଓ ଇସ୍ରାଏଲ ଅନେକ ଥର ମୁହଁାମୁହିଁ ହୋଇଛନ୍ତି। ହେଲେ ୭ ଅକ୍ଟୋବର ୨୦୨୩ରେ ଇସ୍ରାଏଲ ଉପରେ ହମାସର ଅତର୍କିତ ଆକ୍ରମଣ ବଡ଼ ଧରଣର ହୋଇଥିଲା। ଏଥିରେ ୧,୧୯୫ ଇସ୍ରାଏଲ ନାଗରିକଙ୍କୁ ହମାସ ହତ୍ୟା କରିବା ସହ ୨୫୧ ଜଣଙ୍କୁ ପଣବନ୍ଦୀ କରି ରଖିବା ଯୋଗୁ ଇସ୍ରାଏଲ ଗାଜା ଉପରେ ପ୍ରତି ଆକ୍ରମଣ କରିଥିଲା। ଏହି ଯୁଦ୍ଧକୁ ଆଉ ଦୁଇ ମାସ ପରେ ୨ ବର୍ଷ ପୂରିଯିବ। ୧ ଅଗଷ୍ଟ, ୨୦୨୫ ସୁଦ୍ଧା ପାଖାପାଖି ୭୫ ହଜାର ୬୦୦ ପାଲେଷ୍ଟିନୀୟଙ୍କ ମୃତ୍ୟୁ ହେବା ସହ ୧,୫୨,୦୦୦ରୁ ଊର୍ଦ୍ଧ୍ୱ ଆହତ ହେଲେଣି ବୋଲି ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ପ୍ରାୟ ଅଧା ଦେଉଛନ୍ତି ମହିଳା ଓ ଶିଶୁ। ଅପରପଟେ ଏହି ଯୁଦ୍ଧରେ ୨,୦୦୦ରୁ ଅଧିକ ଇସ୍ରାଏଲୀଙ୍କ ମୃତ୍ୟୁ ଘଟିଛି। ଏହାମଧ୍ୟରେ ନଭେମ୍ବର ୨୦୨୩ ଓ ଜାନୁଆରୀ ୨୦୨୪ରେ ଦୁଇଥର ସାମୟିକ ଭାବେ ଯୁଦ୍ଧବିରତି ହୋଇଥିଲେ ମଧ୍ୟ ଯୁଦ୍ଧାବସାନର ଆଭାସ ମିଳୁନାହିଁ। ଏଭଳି ସ୍ଥିତିରେ ନିକଟରେ ଗାଜାକୁ ସମ୍ପୂର୍ଣ୍ଣ ଦଖଲ କରିବା ପାଇଁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯୋଜନା କରିଛନ୍ତି। ତାଙ୍କର ଏପରି ନିଷ୍ପତ୍ତିକୁ ଇସ୍ରାଏଲର ସୁରକ୍ଷା କ୍ୟାବିନେଟ ମଞ୍ଜୁରୀ ଦେଇସାରିଥିବାବେଳେ ପୂର୍ଣ୍ଣ କ୍ୟବିନେଟ ଏହାକୁ ସ୍ବୀକୃତି ପ୍ରଦାନ କରିପାରେ ବୋଲି କୁହାଯାଉଛି। ଦେଖାଗଲାଣି ଇସ୍ରାଏଲୀ ଡିଫେନ୍ସ ଫୋର୍ସେସ(ଆଇଡିଏଫ୍‌) ଏବେ ସୁଦ୍ଧା ଗାଜାର ୭୫ ପ୍ରତିଶତ ଦଖଲ କରିଥିବାବେଳେ ଆଉ ବାକି ୨୫% ଅକ୍ତିଆର କରିବା ପାଇଁ ନେତାନ୍ୟାହୁ ଯୋଜନା କରିଛନ୍ତି। ଇତିମଧ୍ୟରେ ୧ଲକ୍ଷରୁ ଊର୍ଦ୍ଧ୍ୱ ଇସ୍ରାଏଲ ନାଗରିକ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରି ପଣବନ୍ଦୀଙ୍କୁ ମୁକ୍ତ କରିବା ସକାଶେ ସରକାରଙ୍କ ନିକଟରେ ଦାବି କରିଛନ୍ତି। ହେଲେ ନେତାନ୍ୟାହୁଙ୍କ ଯୁକ୍ତି ହେଲା ଆକ୍ରମଣ ଜୋରଦାର ହେଲେ ପଣବନ୍ଦୀଙ୍କୁ ଶୀଘ୍ର ମୁକ୍ତ କରିବା ସମ୍ଭବ ହେବ। ଅନ୍ୟପକ୍ଷରେ ଆକ୍ରମଣ ଜୋରଦାର କରାଗଲେ ତାହା ପଣବନ୍ଦୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିବା ସହ ମାନବୀୟ ସଙ୍କଟ ଓ ବିସ୍ଥାପନ ବଢ଼ିବ ବୋଲି ଜର୍ମାନୀ, ଫ୍ରାନ୍ସ ଓ ଇଂଲଣ୍ଡ ମିଳିତ ବିବୃତିରେ କହିଲେଣି। ଗାଜାକୁ ସମ୍ପୂର୍ଣ୍ଣ ଦଖଲ କରି ଇସ୍ରାଏଲ ସହ ମିଶାଇବା ଅନ୍ତର୍ଜାତୀୟ ଆଇନର ଉଲ୍ଲଂଘନ ବୋଲି ଏଥିରେ ସ୍ପଷ୍ଟ କରାଯାଇଛି।
ଖବର ମିଳୁଛି ଏବେସୁଦ୍ଧା ଗାଜାରେ ୧୯ ଲକ୍ଷ ଲୋକ ବିସ୍ଥାପିତ ହୋଇସାରିଲେଣି। ଏହି ଯୁଦ୍ଧ ଏବେ ଗଣହତ୍ୟାର ରୂପ ନେଇଛି ବୋଲି ଇସ୍ରାଏଲ ମାନବ ଅଧିକାର ସଙ୍ଗଠନଠାରୁ ଆରମ୍ଭ କରି ବହୁ ଅନ୍ତର୍ଜାତୀୟ ମାନବ ଅଧିକାର ସଙ୍ଗଠନ ଓ ଗଣହତ୍ୟା ଉପରେ ଅନୁଧ୍ୟାନ କରୁଥିବା ବିଶେଷଜ୍ଞ ମତ ଦେଉଛନ୍ତି। ଏହା ଉପରେ ଅନ୍ତର୍ଜାତୀୟ ନ୍ୟାୟ ଅଦାଲତ (ଆଇସିଜେ) ଉଦ୍‌ବେଗ ପ୍ରକାଶ କରିବା ପରେ ଅନ୍ତର୍ଜାତୀୟ ଅପରାଧ ନ୍ୟାୟାଳୟ(ଆଇସିସି) ନେତାନ୍ୟାହୁ ଓ ପୂର୍ବତନ ସେନାଧିକାରୀ ତଥା ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗାଲାଣ୍ଟଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରି କରିଛି। ଏହା ବାସ୍ତବରେ ଗାଜାର ଗଣହତ୍ୟା ସ୍ଥିତିକୁ ଉଜାଗର କରୁଛି। ଏତଦ୍‌ବ୍ୟତୀତ ଯୁଦ୍ଧ ଆରମ୍ଭରୁ ସ୍କୁଲ, ହସ୍ପିଟାଲ ଓ ଆଶ୍ରୟସ୍ଥଳୀଗୁଡ଼ିକୁ ଇସ୍ରାଏଲ ଛାଡ଼ିନାହିଁ। ଏବେ କିଛି ମାସ ହେଲା ସହାୟତା କେନ୍ଦ୍ରଗୁଡ଼ିକରେ ଇସ୍ରାଏଲ ଆକ୍ରମଣ କରି ଗାଜାର ଲୋକଙ୍କୁ ମାରିଦେଉଛି। ପାଲେଷ୍ଟାଇନ ଶରଣାର୍ଥୀଙ୍କ ପାଇଁ ଥିବା ଜାତିସଂଘର ସଂସ୍ଥା ତଥ୍ୟ ଅନୁଯାୟୀ ଚଳିତ ବର୍ଷ ମେ’ଠାରୁ ଏହିଭଳି ଭାବେ ଏଯାବତ ପାଖାପାଖି ୮୦୦ ଲୋଙ୍କ ମୃତ୍ୟୁ ଘଟିଲାଣି। ଲୋକମାନେ ଭୋକିଲା ରହିବା ସହ ଚିକିତ୍ସାରୁ ବଞ୍ଚିତ ହେଉଛନ୍ତି। ଶିଶୁମାନଙ୍କୁ ଶିକ୍ଷା ମିଳିପାରୁନାହିଁ ଓ ଅଧିକ ସଂଖ୍ୟାରେ ସେମାନଙ୍କ ମୃତ୍ୟୁ ହେଉଛି। ଏଭଳି ଏକ ମାନବୀୟ ସଙ୍କଟ ଓ ମାନବ ଅଧିକାରର ଉଲ୍ଲଂଘନରୁ କ୍ଷାନ୍ତ ହେବା ପାଇଁ ଦାବି କରିବା ସହ ଇସ୍ରାଏଲ ଆକ୍ରମଣ ବିରୋଧରେ ଜାତିସଂଘ ସାଧାରଣ ସଭାରେ ୧୪୯ ଦେଶ ଭୋଟ ଦେଇଛନ୍ତି। ହେଲେ ଭାରତ ସେଥିରୁ ବିରତ ରହିଛି। ଦେଖିବାକୁ ଗଲେ ଇସ୍ରାଏଲକୁ ଆମେରିକା ସମ୍ପୂର୍ଣ୍ଣ ସହଯୋଗ କରି ଏକବିଂଶ ଶତାବ୍ଦୀର ଏଭଳି ଗଣହତ୍ୟାକୁ ଉତ୍ସାହିତ କରିଚାଲିଛି। ଏବକାର ବୈଶ୍ୱିକ ଦୃଶ୍ୟପଟରେ ହମାସ, ହେଜବୋଲ୍ଲା, ହୁଟି, ଆଇଏସ୍‌ ଭଳି ଉଗ୍ରବାଦୀ ଗୋଷ୍ଠୀ ମାନବତା ପ୍ରତି ବିପଦ। ସେମାନଙ୍କୁ ନିୟନ୍ତ୍ରଣ କିମ୍ବା ଶକ୍ତିହୀନ କରିବା ସକାଶେ ହେଉଥିବା ପ୍ରୟାସକୁ ଦୃଷ୍ଟିରେ ରଖି ଆଲୋଚନା କଲେ ଇସ୍ରାଏଲର ସାମରିକ ପଦକ୍ଷେପକୁ ଠିକ୍‌ ବୋଲି କୁହାଯାଇପାରେ। କିନ୍ତୁ ଯୁଦ୍ଧ ବେଳେ କେବଳ ଉଗ୍ରବାଦୀ କିମ୍ବା ସାମରିକ ବ୍ୟକ୍ତିଙ୍କ ମୃତ୍ୟୁ ଘଟି ନ ଥାଏ। ସିଧାସଳଖ ଯୁଦ୍ଧ ସହ ସମ୍ପୃକ୍ତ ନ ଥିଲେ ମଧ୍ୟ ବେସାମରିକ ଲୋକମାନେ ଏହାର ଶିକାର ହୋଇଥାଆନ୍ତି। ଏଭଳି ସ୍ଥଳେ ଅନ୍ତର୍ଜାତୀୟ ମଞ୍ଚରେ ପ୍ରଥମେ ଚିନ୍ତା କରାଯିବା ଦରକାର ଉଗ୍ରବାଦକୁ ସମର୍ଥନ ଦିଆଯିବା ନା ତାକୁ ଦମନ କରାଯିବ। ଯଦି ସମର୍ଥନ ଦିଆଯିବ ସେହିସବୁ ସଙ୍ଗଠନ ସବୁ ପ୍ରକାର ସାହାଯ୍ୟ ଯୋଗାଇ ଦେଉଥିବା ବେସାମରିକ ସାଧାରଣ ନାଗରିକର ସୁରକ୍ଷା ପ୍ରତି ସଚେତନ ରହିବା ଦରକାର। ଉଗ୍ରବାଦ ଭିଆଉଥିବା ଗୋଷ୍ଠୀକୁ ନିଜର କାର୍ଯ୍ୟ କରିବାକୁ ହେଲେ ସ୍ଥାନୀୟ ସାଧାରଣ ନାଗରିକଙ୍କ ସମର୍ଥନ ନିଶ୍ଚିତ ଭାବେ ଲୋଡ଼ା। ସେଥିପାଇଁ ଉଗ୍ରବାଦକୁ ଦମନ କରିବାକୁ ହେଲେ ସାଧାରଣ ଲୋକ କ୍ଷତିଗ୍ରସ୍ତ ହେବା ସ୍ବାଭାବିକ। ପୃଥିବୀର ସଭ୍ୟ ସମାଜକୁ ଏହି ବିଷୟରେ ଚିନ୍ତା କରି ନିଷ୍ପତ୍ତି ନେବାକୁ ହେବ। କୌଣସି ସଭ୍ୟ ସମାଜ ଉଗ୍ରବାଦକୁ କଦାପି ସମର୍ଥନ ଦେବା ଅନୁଚିତ।


Enter your email to get our daily news in your inbox.

All Right Reserved By Dharitri.Com

ପାଟଣା-ସାହାରପଡ଼ା ବ୍ଲକ ବିଜେଡିର ନୂଆ କର୍ମକର୍ତ୍ତା ନିଯୁକ୍ତ, ରଞ୍ଜନ-ମଧବାଙ୍କୁ ବଡ଼ ଦାୟିତ୍ବ ଦେଲା ବିଜେଡି

ପାଟଣା,୨୧ା୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ଅଧୀନ ପାଟଣା ଓ ସାହାରପଡ଼ା ବ୍ଲକ ବିଜେଡିର କାର୍ଯ୍ୟକାରୀ କମିଟିକୁ ଗତ ଶନିବାର ଦଳର ବରିଷ୍ଠ ଉପସଭାପତି…

ଛାତ୍ରୀଛାତ୍ରଙ୍କ ନିକଟରେ ମୁଣ୍ଡ ନୁଆଇଁଲେ ଆଇଆଇଟି (IIT)ବମ୍ବେ କର୍ତ୍ତୃପକ୍ଷ; ୧୮ଟି ଦାବି ନେଇ ସହମତି, ପ୍ରଫେସର ନିଲମ୍ବିତ

ମୁମ୍ବାଇ,୨୧।୯: ଆଇଆଇଟି (IIT) ବମ୍ବେର ଏକ ହଷ୍ଟେଲରେ ୨୦ ବର୍ଷୀୟ ଛାତ୍ର ସାହିଲ ୱାକୋଡେଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଛାତ୍ରୀଛାତ୍ରମାନେ ଗତ ତିନି ଦିନ ଧରି ବିକ୍ଷୋଭ…

ବାଲେଶ୍ୱରରେ ଭୟଙ୍କର ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଲା ଶାନ୍ତି ରେଷ୍ଟୁରାଣ୍ଟ

ବାଲେଶ୍ୱର, ୨୧ା୯( ବାଞ୍ଛାନିଧି ଦେ): ହୁତୁ ହୁତୁ ହୋଇ ଜଳୁଛି ରେଷ୍ଟୁରାଣ୍ଟ । ବାଲେଶ୍ୱର ଓଟି ରୋଡ୍‌ରେ ଥିବା ଶାନ୍ତି ରେଷ୍ଟୁରାଣ୍ଟରେ ସୋମବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି…

ଆଜି ରାତି ୧୦:୪୫ରେ ନକ୍ଷତ୍ର ପରିବର୍ତ୍ତନ କରିବେ ବୁଧ, ଏହି ୪ଟି ରାଶିର ଚମକି ଉଠିବ ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହଙ୍କ ଗୋଚର ଓ ନକ୍ଷତ୍ର ପରିବର୍ତ୍ତନକୁ ବିଶେଷ ଗୁରୁତ୍ୱ ଦିଆଯାଏ । ଜ୍ୟୋତିଷଙ୍କ ମତ ଅନୁସାରେ, କୌଣସି ବଡ଼ ଗ୍ରହ ନିଜ ସ୍ଥାନ କିମ୍ବା…

ରିଷିଡ଼ା କନ୍ଧପଡ଼ାରେ ମରଣଯନ୍ତା ସାଜିଛି ବିପଦପୂର୍ଣ୍ଣ ଟ୍ରାନ୍ସଫର୍ମର, ମରାମତି ନହେଲେ ଆନ୍ଦୋଳନ…

ରିଷିଡ଼ା,୨୧ା୯(ସୁଶାନ୍ତ ମଲ୍ଲିକ): ବିପଦ ସଙ୍କୁଳ ଅବସ୍ଥାରେ ଝୁଲୁଛି ମୃତ୍ୟୁର ଫାଶ । ତାର ଗୁଡ଼ିକ ତଳକୁ ଲମ୍ବିଛି, ହେଲେ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ…

ବୈଭବଙ୍କର ଏହି ଘାତକ କୌଶଳକୁ ଚୋରି କରିବାକୁ ଚାହୁଁଛନ୍ତି ସୂର୍ଯ୍ୟକୁମାର? ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ,୨୧।୯: ବୈଭବ ସୂର୍ଯ୍ୟବଂଶୀ ମାତ୍ର ୧୫ ବର୍ଷ ବୟସରେ ରେକର୍ଡ ଭାଙ୍ଗୁଛନ୍ତି। ଆନ୍ତର୍ଜାତୀୟ କ୍ରିକେଟରୁ ଆରମ୍ଭ କରି ଆଇପିଏଲ (IPL) ପର୍ଯ୍ୟନ୍ତ, ସେ ମାତ୍ର ୩୫ ବଲରେ…

ପୁଣି ରାଜଧାନୀରେ ଫୁଟିଲା ଗୁଳି, ଫେସ୍‌ବୁକ୍‌ ଲାଇଭ୍‌ରେ ବିବାଦୀୟ ମନ୍ତବ୍ୟ ପରେ…

ଭୁବନେଶ୍ୱର,୨୧ା୯: ରାଜଧାନୀ ଭୁବନେଶ୍ୱରର ଭରତପୁର ଥାନା ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଯାଇଛି। ଏହି ଥାନା ଅଞ୍ଚଳରେ ଫୁଟିଛି ଗୁଳି। ଗଣେଶ ପୂଜାର ବିସର୍ଜନ ଉତ୍ସବ, ଆଉ ନାଚଗୀତରେ…

ଭାଜପାକୁ ବଡ଼ ଝଟକା, ଦଳ ଛାଡ଼ିଲେ ପୁନାଓ୍ବାଲା ହେଲେ କାହିଁକି? ଜାଣନ୍ତୁ ଏହାର ଭିତିରି କଥା

ନୂଆଦିଲ୍ଲୀ,୨୧।୯: ଭାରତୀୟ ଜନତା ପାର୍ଟି (ଭାଜପା)ର ପୂର୍ବତନ ମୁଖପାତ୍ର ଶେହଜାଦ ପୁନାୱାଲାଙ୍କ ଦଳ ଛାଡ଼ିବା ପଛର ପ୍ରକୃତ କାରଣ କ’ଣ ଥିଲା? ସେ ଏହି ବିଷୟରେ ଖୋଲାଖୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?