ଗାଜା ହସ୍ପିଟାଲରେ ମାତ୍ର କିଛି ଘଣ୍ଟାର ଇନ୍ଧନ, ବିଦ୍ୟୁତ ବ୍ୟବସ୍ଥା ହେବ ଠପ୍‌,୨,୦୦୦ ରୋଗୀ-ନବଜାତ ଶିଶୁଙ୍କ ସୁରକ୍ଷା ସଙ୍କଟରେ…

ଜେରୁଜେଲମ,୧୬।୧୦ : ଆତଙ୍କବାଦୀ ସଂଗଠନ ହମାସକୁ ହଟାଇବା ପାଇଁ ଇସ୍ରାଏଲ ନେଇଥିବା କଡା ପଦକ୍ଷେପ ଯୋଗୁଁ ଗାଜାର ନାଗରିକଙ୍କ ସହିତ ଡାକ୍ତରଖାନାଗୁଡ଼ିକ ଇନ୍ଧନ ଏବଂ ଅନ୍ୟାନ୍ୟ ସାମଗ୍ରୀର ସଙ୍କଟ ଦେଇ ଗତି କରୁଛନ୍ତି। ଆହତ ତଥା ଅନ୍ୟ ରୋଗୀ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଗାଜାର ଡାକ୍ତରଖାନା ଚେତାବନୀ ଦେଇଛି ଯଦି ଇନ୍ଧନ ଏବଂ ଅନ୍ୟାନ୍ୟ ସାମଗ୍ରୀ ସରିଯାଏ ତେବେ ହଜାର ହଜାର ଲୋକଙ୍କର ଜୀବନ ଅକାରଣରେ ଯିବାର ଆଶଙ୍କା ରହିଛି। ଗାଜା ହସ୍ପିଟାଲରେ ମାତ୍ର କିଛି ଘଣ୍ଟାର ଇନ୍ଧନ, ବିଦ୍ୟୁତ ବ୍ୟବସ୍ଥା ହେବ ଠପ୍‌ ହୋଇଯିବ ବୋଲି କୁହାଯାଉଛି।

ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଆକଳନ କରିଛି ଉତ୍ତର ଗାଜାର ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ୨,୦୦୦ ରୋଗୀ ଏବଂ ନବଜାତ ଶିଶୁଙ୍କ ପାଇଁ ଇସ୍ରାଏଲର ଏହି ନିଷ୍ପତ୍ତି ମୃତ୍ୟୁଦଣ୍ଡ ସଦୃଶ୍ୟ ସାବ୍ୟସ୍ତ ହେବ। ଗାଜା ଡାକ୍ତରଖାନା ନିକଟରେ ଜେନେରେଟରରେ ଇନ୍ଧନର ଅଭାବ ଥିବାରୁ ମିଳିତ ଜାତିସଂଘ ଚିନ୍ତା ପ୍ରକଟ କରିଛି। ଦୁଇ ଦିନ ମଧ୍ୟରେ ଡାକ୍ତରଖାନାରେ ଉପଲବ୍ଧ ଇନ୍ଧନ ଶେଷ ହୋଇଯିବ ବୋଲି ଆକଳନ କରାଯାଇଛି। ଏହା ପରେ ରୋଗୀଙ୍କ ଜୀବନ ବିପଦରେ ପଡ଼ିବ। ଅଲ-ଶିଫା ପରେ ଗାଜାର ଦ୍ୱିତୀୟ ବୃହତ୍ତମ ସହର ଖାନ ୟୁନିସରେ ଥିବା ନାସିର ହସ୍ପିଟାଲର ଆଇସିୟୁରେ ବହୁ ଆହତ ଭର୍ତ୍ତି ହୋଇଛନ୍ତି। ଆଇସିୟୁରେ ଶଯ୍ୟାର ଅଭାବ ଦେଖା ଦେଇଛି। ଇଣ୍ଟେନ୍ସିଭ କେୟାର ବିଲଡିଂର କନସଲଟାଣ୍ଟ ଡାକ୍ତର ମହମ୍ମଦ କନ୍ଦିଲଙ୍କ ଅନୁଯାୟୀ ସୋମବାର ହସ୍ପିଟାଲରେ ଜେନେରେଟରର ଇନ୍ଧନ ଶେଷ ହେବ। ଆଇସିୟୁରେ ୩୫ ରୋଗୀ ଜୀବନ ସହ ସଂଘର୍ଷ କରୁଥିବାବେଳେ ୬୦ ରୋଗୀ ଡାଏଲିସିସରେ ଅଛନ୍ତି।

ହମାସ ଦ୍ୱାରା ହୋଇଥିବା ଆକ୍ରମଣ ପରେ ଇସ୍ରାଏଲ ବିଦ୍ୟୁତ, ଜଳ ଏବଂ ଅନ୍ୟାନ୍ୟ ସାମଗ୍ରୀକୁ ଅବରୋଧ କରିବା ଯୋଗୁ ଗାଜାର ଲୋକମାନେ ଅତ୍ୟାବଶ୍ୟକ ସୁବିଧା ପାଇଁ ହନ୍ତସନ୍ତ ହେଉଛନ୍ତି। ଏହି ସମୟରେ, ଇସ୍ରାଏଲ ଉତ୍ତର ଗାଜାରେ ରହୁଥିବା ଲୋକଙ୍କୁ ଦକ୍ଷିଣ ଗାଜା ଆଡକୁ ଯିବାକୁ ନିର୍ଦ୍ଦେଶ ଦେଇଛି। ଯାହାଦ୍ୱାରା ଏହି ଅଞ୍ଚଳରେ ଥିବା ସମସ୍ତ ହମାସ ଶିବରକୁ ଧ୍ୱଂସ କରାଯାଇ ପାରିବ। ଇସ୍ରାଏଲର ଏହି ଆଦେଶ ପରେ ୧୧ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ପଡିବ। ଅପରପକ୍ଷରେ ହମାସ ଲୋକଙ୍କୁ ଏହି ଅଞ୍ଚଳ ନ ଛାଡିବାକୁ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

ଏହିଦିନ ଓଡ଼ିଶା ଆସିବେ ଅମିତ ଶାହା: କଟକରେ ରହିଛି ବଡ କାର୍ଯ୍ୟକ୍ରମ

ଭୁବନେଶ୍ୱର,୧୭।୨: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆସନ୍ତା ମାର୍ଚ୍ଚ ୭ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଏକଦିବସୀୟ ଗସ୍ତ କାଳରେ ସେ କଟକ ଜିଲା…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

ଟି-୨୦ ବିଶ୍ୱକପ୍‌ରୁ ଅଷ୍ଟ୍ରେଲିଆ ଆଉଟ୍: ବର୍ଷା ସାଜିଲା ବାଧକ, ସୁପର-୮ରେ ଜିମ୍ବାୱେ

ନୂଆଦିଲ୍ଲୀ,୧୭।୨: ଟି-୨୦ ବିଶ୍ୱକପ୍‌ରେ ଏକ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ପାଲେକେଲେରେ ଜିମ୍ବାୱେ ଏବଂ ଆୟରଲାଣ୍ଡ ମଧ୍ୟରେ ହେବାକୁ ଥିବା ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇଯାଇଛି।…

ଭାରତରେ ଶିଶୁଙ୍କ ପାଇଁ ବ୍ୟାନ୍ ହେବ ସୋସିଆଲ ମିଡିଆ: କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୭।୨: ଭାରତରେ ଶିଶୁ ଏବଂ କିଶୋରମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ଉପରେ ଏକ ବଡ଼ କଟକଣା ଆସିବାକୁ ଯାଉଛି। କୋମଳମତି ପିଲାଙ୍କ ମାନସିକ ସ୍ୱାସ୍ଥ୍ୟ ଏବଂ…

ଚାକିରି ନାଁରେ ଠକେଇ: ଖୋର୍ଦ୍ଧା କୋର୍ଟରେ ଜାମିନ ଆବେଦନ କଲେ ଗିରଫ ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା, ୨୦ରେ… 

ହାଟଡିହୀ,୧୭l୨(ଶୁଭକାନ୍ତ ନାୟକ): ୨୨ ଲକ୍ଷ ଟଙ୍କା  ଠକେଇ ମାମଲାରେ ଗିରଫ ହୋଇଥିବା ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଗିରଫ ପରେ ଜାମିନ ପାଇଁ ଖୋର୍ଦ୍ଧା…

ମହଙ୍ଗା ହେଲା ସିଗାରେଟ୍‌: ଏସବୁ ବ୍ରାଣ୍ଡ ମୂଲ୍ୟରେ ୪୧% ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ,୧୭।୨: ଦେଶର ଅଗ୍ରଣୀ ସିଗାରେଟ୍ ପ୍ରସ୍ତୁତକାରୀ କମ୍ପାନୀ ITC ଲିମିଟେଡ୍ ଏହାର ପ୍ରମୁଖ ବ୍ରାଣ୍ଡଗୁଡ଼ିକର ମୂଲ୍ୟରେ ବଡ଼ ଧରଣର ବୃଦ୍ଧି ଘଟାଇଛି। ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା…

ନିର୍ବାଚନୀ ବୈତରଣୀ ପାର ହେବାକୁ ‘ନଗଦ ଟଙ୍କା’ ମୁଖ୍ୟ ଅସ୍ତ୍ର: ଶିକ୍ଷା, ସ୍ୱାସ୍ଥ୍ୟରେ କମୁଛି ଖର୍ଚ୍ଚ

ନୂଆଦିଲ୍ଲୀ,୧୭।୨: ଭାରତୀୟ ରାଜନୀତିରେ ଏବେ ‘ସିଧାସଳଖ ନଗଦ ହସ୍ତାନ୍ତର’ ସବୁଠାରୁ ବଡ଼ ନିର୍ବାଚନୀ ଅସ୍ତ୍ର ପାଲଟିଛି। ୧୬ଶ ଅର୍ଥ କମିଶନଙ୍କ ରିପୋର୍ଟ ଅନୁଯାୟୀ, ୨୦୧୮-୧୯ରେ ରାଜ୍ୟଗୁଡ଼ିକର ମୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri