Posted inଖେଳ

ପ୍ରି କ୍ୱାର୍ଟରରେ ଗାୟତ୍ରୀ-ତ୍ରିସା

କୋପେନ୍‌ହାଗେନ୍‌, ୨୪ା୮(ପି.ଟି.): କୋପେନହାଗେନରେ ଅନୁଷ୍ଠିତ ବିଶ୍ୱ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ରେ ଭାରତୀୟ ଖେଳାଳିଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି। ମହିଳା ଡବଲ୍ସର ପ୍ରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ଭାରତୀୟ ଯୋଡି ଗାୟତ୍ରୀ ଗୋପୀଚାନ୍ଦ ଓ ତ୍ରିସା ଜୋଲି।

ପ୍ରଥମ ରାଉଣ୍ଡରେ ବାଇ ପାଇଥିବା ଭାରତୀୟ ଯୋଡି ବୁଧବାର ଚାଇନିଜ୍‌ ତାଇପେର ଚାଙ୍ଗ ଚିଙ୍ଗ ହୁଇ ଓ ୟାଙ୍ଗ ଚିଙ୍ଗ ଟୁନ୍‌ଙ୍କୁ ୨୧-୧୮ ଓ ୨୧-୧୦ରେ ପରାସ୍ତ କରିଥିଲେ। ବିଶ୍ୱ ମାନ୍ୟତାର ୧୯ତମ ସ୍ଥାନରେ ଥିବା ଅଲ୍‌ ଇଂଲଣ୍ଡ ବ୍ୟାଡ୍‌ମିଣ୍ଟନ ଓପନ ସେମିଫାଇନାଲିଷ୍ଟ ଭାରତୀୟ ଯୋଡି ବିଶ୍ୱ ମାନ୍ୟତାର ୩୭ ତମ ସ୍ଥାନରେ ଥିବା ଚାଙ୍ଗ ଚିଙ୍ଗ ହୁଇ ଓ ୟାଙ୍ଗ ଚିଙ୍ଗ ଟୁନ୍‌ଙ୍କୁ ସିଧାସଳଖ ସେଟ୍‌ରେ ମାତ୍ର ୩୮ ମିନିଟ ସମୟ ନେଇ ପରାସ୍ତ କରିଥିଲେ। ରାଜ୍ୟ ଗୋଷ୍ଠୀ କ୍ରୀଡାର ବ୍ରୋଞ୍ଜ ପଦକ ବିଜୟିନୀ ଗାୟତ୍ରୀ-ତ୍ରିସା ଯୋଡି ଆରମ୍ଭରୁ ୨-୫ରେ ପଛୁଆ ରହିଥିଲେ। ତେବେ ଚମତ୍କାର ପ୍ରତ୍ୟାବର୍ତ୍ତନ ସହିତ ୮-୬ରେ ଆଗୁଆ ହୋଇଥିଲେ। ଚାଙ୍ଗ-ୟାଙ୍ଗ ଯୋଡି ମ୍ୟାଚକୁ ୮-୮କୁ ଆଣିବା ସହିତ ୧୧-୯ରେ ଆଗୁଆ ରହିଥିଲେ। ତେବେ ଗାୟତ୍ରୀଙ୍କ ପ୍ରତ୍ୟୁତ୍ପନ୍ନମତିତା କାରଣରୁ ଭାରତ ଲଗାତର ଦୁଇଟି ପଏଣ୍ଟ ଅର୍ଜନ କରି ୧୪-୧୧ରେ ଆଗୁଆ ରହିଥିଲା। ପ୍ରଥମ ସେଟ୍‌କୁ ୨୧-୧୮ରେ ଜିତିବା ପରେ ପ୍ରତିପକ୍ଷ ଯୋଡିକୁ ସୁଯୋଗ ଦେଇ ନ ଥିଲେ ଗାୟତ୍ରୀ-ତ୍ରିସା। ଦ୍ୱିତୀୟ ସେଟ୍‌କୁ ୨୧-୧୦ରେ ଏକ ପାଖିଆ ଭାବରେ ଜିତିବା ସହିତ ରାଉଣ୍ଡ ଅଫ୍‌ ୧୬ରେ ପ୍ରବେଶ କରିଥିଲେ।

ଦ୍ୱିତୀୟ ସେଟ୍‌ରେ ସାଇଡ୍‌ ପରବର୍ତ୍ତନ ହେବା ପରେ ଗାୟତ୍ରୀ-ତ୍ରିସା ଯୋଡି ଆରମ୍ଭରୁ ୮-୫ରେ ଆଗୁଆ ରହିଥିଲେ। ଉଭୟ ସମାନ ପ୍ରଦର୍ଶନ ବଜାୟ ରଖି ୧୪-୮ରେ ଆଗୁଆ ରହିବା ସହିତ ଚାଇନିଜ୍‌ ତାଇପେ ଖେଳାଳିଙ୍କୁ ପ୍ରତ୍ୟାବର୍ତ୍ତନର ସୁଯୋଗ ଦେଇ ନ ଥିଲେ। ପରବର୍ତ୍ତୀ ରାଉଣ୍ଡରେ ଟୁର୍ନାମେଣ୍ଟର ଟପ୍‌ ସିଡେଡ୍‌ ଖେଳାଳି ଚାଇନାର ଚେନ୍‌ କ୍ୱିଙ୍ଗ ଚେନ୍‌ ଓ ଜିଆ ୟି ଫାନଙ୍କୁ ଭେଟିବେ ଗାୟତ୍ରୀ-ତ୍ରିସା।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଟ୍ରମ୍ପଙ୍କ ଅଲ୍ଟିମେଟମ୍‌: ଆଜି ରାତିରେ ଗୋଟିଏ ସଭ୍ୟତାର ବିନାଶ ନିଶ୍ଚିତ, ବିଶ୍ୱରେ ଚହଳ

ୱାଶିଂଟନ/ତେହେରାନ,୭।୪: ହର୍ମୁଜ ପ୍ରଣାଳୀ ଖୋଲିବାକୁ ନେଇ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିସ୍ଫୋରକ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri