Posted inଖେଳ

ଗୋଟିଏ ମ୍ୟାଚ୍‌ରେ ଏକାଠି ବ୍ୟାଟିଂ କରିଥିଲେ ଗାଭାସ୍କର-ଇମ୍ରାନ ଖାନ

ନୂଆଦିଲ୍ଲୀ,୬।୭- ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍‌ ଦେଖିବାକୁ କ୍ରିକେଟ୍‌ପ୍ରେମୀ ସବୁବେଳେ ଉତ୍କଣ୍ଠାର ସହ ଚାହିଁ ରହିଥାନ୍ତି। ଯେତେବେଳେ ଏହି ଦୁଇ ଦେଶ ମଧ୍ୟରେ ମ୍ୟାଚ୍‌ ହୁଏ ସେତେବେଳେ ସାରା ଦେଶରେ ମାହୋଲ ଅଲଗା ପ୍ରକାର ହୋଇଥାଏ। ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଆଶେସ ସିରିଜ ଯେଉଁଭଳି ସଂଘର୍ଷପୂର୍ଣ୍ଣ ହୋଇଥାଏ ଅନୁରୂପ ଭାବେ ଭାରତ-ପାକିସ୍ତାନ ମଧ୍ୟରେ ମ୍ୟାଚ୍‌ ସବୁବେଳେ ରୋମାଞ୍ଚ ଦେଖିବାକୁ ମିଳେ। ତେବେ ଭାରତ ଓ ପାକିସ୍ତାନ ଖେଳାଳି ଏକାଠି ଗୋଟିଏ ଦଳ ପକ୍ଷରୁ ଖେଳିବା ଶୁଣିଲେ କଥାଟା ବିଶ୍ୱାସ ଲାଗେନି। କିନ୍ତୁ ୧୯୮୭ରେ ମେରିଲବୋନ କ୍ରିକେଟ୍‌ କ୍ଲବ ଓ ଅବଶିଷ୍ଟ ବିଶ୍ୱ ଏକାଦଶ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‌ରେ ଏହିଭଳି କିଛି ଘଟଣା ଦେଖବାକୁ ମିଳିଥିଲା। ଅବଶିଷ୍ଟ ବିଶ୍ୱ ଏକାଦଶ ଦଳରେ ଲିଟିଲ ମାଷ୍ଟର ସୁନୀଲ ଗାଭାସ୍କରଙ୍କଠାରୁ ଆରମ୍ଭ କରି କପିଳ ଦେବ ଓ ଦିଲୀପ ଭେଙ୍ଗସରକାର ସାମିଲ ହୋଇଥିଲେ। ସେହିଭଳି ପାକିସ୍ତାନ ପକ୍ଷରୁ ଏକମାତ୍ର ଖେଳାଳିଭାବେ ଇମ୍ରାନ ଖାନ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଥିଲେ। ଏହି ମ୍ୟାଚ୍‌ର ସବୁଠାରୁ ଉଲ୍ଲେଖନୀୟ ଘଟଣା ଥିଲା ଗାଭାସ୍କର ଓ ଇମ୍ରାନଙ୍କ ମଧ୍ୟରେ ଶତକୀୟ ପାର୍ଟନରଶିପ୍‌।
ଲଡର୍‌ସ ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ଟେଷ୍ଟ ମ୍ୟାଚ୍‌ରେ ମେରିଲବୋନ୍‌ କ୍ରିକେଟ୍‌ କ୍ଲବ ପ୍ରଥମେ ବ୍ୟାଟିଂ କରି ୫ ଉଇକେଟ୍‌ରେ ୪୫୫ ରନ କରି ପ୍ରଥମ ଇନିଂସ ଘୋଷଣା କରିଥିଲା। ଜବାବରେ ଅବଶିଷ୍ଟ ବିଶ୍ୱ ଏକାଦଶ ୧୭୩ ରନରେ ଏହାର ୪ ଉଇକେଟ୍‌ ହରାଇ ସାରିଥାଏ। ଏହି ସମୟରେ ଓପନର୍‌ ଗାଭାସ୍କରଙ୍କ ସହ ଯୋଗ ଦେଇଥିଲେ ଇମ୍ରାନ। ଉଭୟ ୫ମ ଉଇକେଟ୍‌ ଯୋଡ଼ିରେ ୧୮୦ ରନର ମୂଲ୍ୟବାନ ପାର୍ଟନରଶିପ୍‌ କରିଥିଲେ। ଗାଭାସ୍କର ୧୮୮ ରନର ମାରାଥନ ଇନିଂସ ଖେଳିଥିବାବେଳେ ଇମ୍ରାନ ମଧ୍ୟ ୮୨ ରନର ଉପଯୋଗୀ ବ୍ୟାଟିଂ କରିଥିଲେ। ଅବଶିଷ୍ଟ ବିଶ୍ୱ ଏକାଦଶ ୪୨୧/୭ରେ ଇନିଂସ ଘୋଷଣା କରିଥିଲା। ଏହି ମ୍ୟାଚ୍‌ ଡ୍ର’ରେ ସମାପ୍ତ ହୋଇଥିଲେ ମଧ୍ୟ ଗାଭାସ୍କର ଓ ଇମ୍ରାନଙ୍କ ପାର୍ଟନରଶିପ୍‌ ଏବେବି ସ୍ମରଣୀୟ ହୋଇ ରହିଛି। ଲଡର୍‌ସରେ ଗାଭାସ୍କରଙ୍କ ଏହା ଏକମାତ୍ର ଶତକ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଖୁସିରେ ୪ ଗ୍ରାମର ଗ୍ରାମବାସୀ: ୧୦୯ ଜଣଙ୍କୁ ମିଳିଲା….

ଗୁଡ଼ାରି, ୧୫।୮ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲାର ଗୁଡ଼ାରି ତହସିଲ ଅନ୍ତର୍ଗତ ଢେପାଗୁଡ଼ା ରାଜସ୍ୱ ଅଞ୍ଚଳର ୪ଟି ଗ୍ରାମର ୧୦୯ ଜଣ ହିତାଧିକାରୀଙ୍କୁ ଶନିବାର ସ୍ଥାୟୀ…

Men’s Hockey World Cup: ବିଜୟରୁ ଭାରତର ଅଭିଯାନ ଆରମ୍ଭ

ଆମଷ୍ଟେଲଭିନ, ୧୫।୮: ଆରମ୍ଭ ହୋଇଯାଇଛି ପୁରୁଷ ହକି ବିଶ୍ୱକପ। ଶନିବାର ଅନୁଷ୍ଠିତ ପୁଲ ଡି’ର ଉଦ୍‌ଘାଟନୀ ମ୍ୟାଚ୍‌ରେ ଭାରତ ୱେଲ୍ସକୁ ୩-୧ ଗୋଲ୍‌ରେ ପରାସ୍ତ କରି ବିଜୟରୁ…

ମାଛ ଧରୁଥିବା ବେଳେ ଗୋଡ଼ ଖସିଯିବାରୁ ପ୍ରଖର ସ୍ରୋତରେ ଭାସିଯାଇଥିଲେ, ଚାଲିଗଲା ଯୁବ ଅଧ୍ୟାପକଙ୍କ ଜୀବନ

ବୈଶିଙ୍ଗା,୧୫|୮(ରତନ ଦାଶ): ମୟୂରଭଞ୍ଜ ଓ ବାଲେଶ୍ଵର ଜିଲା ସୀମାନ୍ତ ବୁଢ଼ାବଳଙ୍ଗ ନଦୀର ଏକ ନାଳରେ ଶନିବାର ଦିନ ୧୦ଟା ସମୟରେ ମାଛ ଧରୁଥିବା ବେଳେ ପାଣିର ପ୍ରଖର…

ସୁବୁଠି ଉଡ଼ିଲା ତ୍ରିରଙ୍ଗା

ଲାଞ୍ଜିଗଡ,୧୬।୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ବିଭିନ୍ନ ସ୍ଥାନରେ ୮୦ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଲାଞ୍ଜିଗଡ଼ ଯୁବକ ସଂଘ…

ସିଜିମାଲି ପାହାଡ଼ରେ ଉଡ଼ିଲା ତ୍ରିରଙ୍ଗା

କଲ୍ୟାଣସିଂହପୁର,୧୫।୮(ଦୀପକ କୁମାର ପରିଡ଼ା): ବହୁ ଚର୍ଚ୍ଚିତ ସିଜିମାଲି ଅଞ୍ଚଳରେ ‘ମା’ ମାଟି ମାଳି ସୁରକ୍ଷା ମଞ୍ଚ’ ଆନୁକୂଲ୍ୟରେ ୮୦ତମ ସ୍ବଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ…

ଖୋର୍ଦ୍ଧାରେ ପତାକା ଉତ୍ତୋଳନ କଲେ ଜିଲାପାଳ

ଖୋର୍ଦ୍ଧା,୧୫।୮: ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ ୮୦ତମ ଜିଲାସ୍ତରୀୟ ସ୍ବାଧୀନତା ଦିବସ ସମାରୋହ ବିଜେବି ହାଇସ୍କୁଲ ଖେଳପଡିଆରେ ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି। ଜଲାପାଳ ଅମ୍ରିତ ଋତୁରାଜ…

କେସିଙ୍ଗାରେ ପାଳିତ ହେଲା ୮୦ ତମ ସ୍ବାଧୀନତା ଦିବସ

କେସିଙ୍ଗା,୧୫।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନଏସି କାର୍ଯ୍ୟାଳୟରେ ଅଧ୍ୟକ୍ଷ ନୃପରାଜ ଯାଦବ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସେହିପରି ବିଦ୍ୟାପୀଠ ଖେଳ ପଡିଆରେ ନାଗରିକକମିଟି ପକ୍ଷରୁ…

୪୯ ନମ୍ବର ଜାତୀୟ ରାଜପଥରେ ଭୂସ୍ଖଳନ, ଯାତାୟାତ ବାଧାପ୍ରାପ୍ତ

କେନ୍ଦୁଝର,୧୫।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ୪୯ ନମ୍ବର ଜାତୀୟ ରାଜପଥ କାଞ୍ଜିପାଣି ଥାନା ଅନ୍ତର୍ଗତ କାଞ୍ଜିପାଣି ଘାଟି ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri