Posted inଖେଳ

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶୋଚନୀୟ ପରାଜୟ ପରେ BCCI ର ବଡ ନିଷ୍ପତି

ଭୁବନେଶ୍ୱର,୨୮ା୧୧: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍‌ରେ ଭାରତର ୦-୨ରେ ଶୋଚନୀୟ ପରାଜୟ ସତ୍ତ୍ୱେ ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ତିନି ଫର୍ମାଟ୍‌ରେ ନିଜ ଦାୟିତ୍ୱ ଜାରି ରଖିବେ। ଏ ନେଇ କୌଣସି ପରିବର୍ତ୍ତନ ଉପରେ ବିସିସିଆଇ ବିଚାର କରୁନାହିଁ ବୋଲି ସୂତ୍ରରୁ ଖବର ମିଳିଛି।

ଦକ୍ଷିଣ ଆଫ୍ରିକାଠାରୁ ଗୌହାଟୀରେ ଦ୍ୱିତୀୟ ଟେଷ୍ଟ୍‌ରେ ଭାରତ ୪୦୮ ରନ୍‌ରେ ଲଜ୍ଜାଜନକ ପରାଜୟ ବରଣ କରିଥିଲା, ଯାହାକି ରନ୍ ବ୍ୟବଧାନରେ ଏପର୍ଯ୍ୟନ୍ତ ଭାରତର ସବୁଠାରୁ ବଡ଼ ପରାଜୟ। ଏହା ଗୌତମ ଗମ୍ଭୀରଙ୍କ କୋଚିଂରେ ୧୬ ମାସ ମଧ୍ୟରେ ଦ୍ୱିତୀୟ ଘରୋଇ ଟେଷ୍ଟ ସିରିଜ୍ ପରାଜୟ। ଏହାପୂର୍ବରୁ ୨୦୨୪ ନଭେମ୍ବରରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ୦-୩ରେ ପରାଜିତ ହୋଇଥିଲା।

ବିସିସିଆଇର ଜଣେ ବରିଷ୍ଠ ସୂତ୍ରରୁ ଜଣାପଡିଛି, “ସେ ତିନୋଟି ଫର୍ମାଟରେ ମୁଖ୍ୟ କୋଚ୍ ହୋଇ ରହିବେ, କୌଣସି ନିଷ୍ପତ୍ତି ଉପରେ ବିଚାର କରାଯାଉ ନାହିଁ।” ବିସିସିଆଇ ଏହି ସମୟକୁ ଦଳ ପାଇଁ ଏକ ପରିବର୍ତ୍ତନକାରୀ ପର୍ଯ୍ୟାୟ ଭାବରେ ଦେଖୁଛି ଏବଂ ୨୦୨୭ ବିଶ୍ୱକପ୍ ପର୍ଯ୍ୟନ୍ତ ଗମ୍ଭୀରଙ୍କ ଚୁକ୍ତି ଥିବାରୁ କୌଣସି ତରବରିଆ ନିଷ୍ପତ୍ତି ନେବାକୁ ଚାହୁଁନାହିଁ।

ଅନ୍ୟପକ୍ଷରେ, ଦଳର ଖରାପ ପ୍ରଦର୍ଶନକୁ ନେଇ କ୍ରିକେଟ୍ ପ୍ରଶଂସକମାନେ ଅସନ୍ତୁଷ୍ଟ ଅଛନ୍ତି ଏବଂ ଗୌହାଟୀ ଷ୍ଟାଡିୟମ୍ ବାହାରେ ସେମାନେ “ଗୌତମ ଗମ୍ଭୀର ହାଏ ହାଏ” ନାରା ଦେବାର ଶୁଣାଯାଇଥିଲା। ଗମ୍ଭୀରଙ୍କ ଟେଷ୍ଟ୍ ରେକର୍ଡ ଦୁର୍ବଳ ଥିବାବେଳେ ଦିନିକିଆ ଏବଂ ଟି ୨୦ ଫର୍ମାଟ୍‌ରେ ଭାରତର ପ୍ରଦର୍ଶନ ଭଲ ରହିଛି।

ଟେଷ୍ଟ୍ ସିରିଜ୍‌ରେ ପରାଜୟ ପରେ ଭାରତ ବର୍ତ୍ତମାନ ବିଶ୍ୱ ଟେଷ୍ଟ୍ ଚାମ୍ପିଅନସିପ୍ (WTC) ପଏଣ୍ଟ ଟେବୁଲରେ ପଞ୍ଚମ ସ୍ଥାନକୁ ଖସି ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱସ୍ତରୀୟ ଭିତ୍ତିଭୂମି ମିଳିଲେ କ’ଣ ହେବ, ଯଦି ଲୋକଙ୍କ ପାଖରେ ନାହିଁ ସାଧାରଣ ଜ୍ଞାନ

କୋଲକାତା/ଗୁୱାହାଟୀ,୨୦।୧: ଦେଶର ପ୍ରଥମ ହାଇଟେକ୍ ‘ବନ୍ଦେ ଭାରତ ସ୍ଲିପର’ ଏକ୍ସପ୍ରେସ୍‌ର ପରିଚାଳନା ଆରମ୍ଭ ହେବା ପୂର୍ବରୁ ଏହାର ସ୍ୱଚ୍ଛତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶନିବାର...

ବାଇକ ଧକ୍କା ପରେ ଚାପିଦେଲା ଟ୍ରାକ୍ଟର, ୨ ବର୍ଷ ଶିଶୁର ମୃତ୍ୟୁ

ସୁନ୍ଦରଗଡ଼,୨୦।୧: ସୁନ୍ଦରଗଡ଼ ସହରରେ ମଙ୍ଗଳବାର ଏକ ଶୋକାକୁଳ ପରିସ୍ଥିତି ଦେଖିବାକୁ ମିଳିଛି। ପଞ୍ଚମୁଖୀ ହନୁମାନ ମନ୍ଦିର ନିକଟରେ ଏକ ଟ୍ରାକ୍ଟର ଚଢ଼ିଯିବା ଫଳରେ ୨ ବର୍ଷର...

ଶେୟାର ବଜାରରେ ହାହାକାର: ୧୦୦୦ ପଏଣ୍ଟ ଖସିଲା ସେନସେକ୍ସ, ନିବେଶକଙ୍କ ୭.୬୭ ଲକ୍ଷ କୋଟି ଟଙ୍କା ସ୍ଵାହା

ମୁମ୍ବାଇ,୨୦।୧: ସପ୍ତାହର ଦ୍ଵିତୀୟ କାର୍ଯ୍ୟ ଦିବସରେ ଭାରତୀୟ ଶେୟାର ବଜାରରେ ବଡ଼ ଧରଣର ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଆଇଟି, ଅଟୋମୋବାଇଲ୍ ଏବଂ ରିଏଲ୍ ଇଷ୍ଟେଟ୍ କ୍ଷେତ୍ରର...

ଏହି କ୍ରିକେଟର୍‌ଙ୍କୁ ଟାର୍ଗେଟ କଲେ କୋହଲିଙ୍କ ଭାଇ: କହିଲେ, କରିବା ଅପେକ୍ଷା କହିବା ସହଜ

ନୂଆଦିଲ୍ଲୀ,୨୦।୧: ଭାରତୀୟ ଷ୍ଟାର କ୍ରିକେଟର୍‌ ବିରାଟ କୋହଲିଙ୍କ ଭାଇ ବିକାଶ କୋହଲି ପୁଣି ଥରେ ପୂର୍ବତନ ଭାରତୀୟ କ୍ରିକେଟର ଏବଂ ପ୍ରସିଦ୍ଧ ଭାଷ୍ୟକାର ସଞ୍ଜୟ ମାଞ୍ଜରେକରଙ୍କୁ...

ଓଡ଼ିଶା ନାଁ ନେଇ ଏମିତି କଥା କହିଲେ ପ୍ରଧାନମନ୍ତ୍ରୀ ମୋଦି: ସବୁଠି ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୦।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାଜପାର ନୂଆ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ମୁଁ ବିଶ୍ୱର ସର୍ବବୃହତ ରାଜନୈତିକ ଦଳର...

ବିରାଟ-ରୋହିତଙ୍କୁ ବଡ଼ ଝଟକା ଦେବ BCCI! ଜାଡେଜାଙ୍କୁ ହେବ ଫାଇଦା, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୦।୧: ଟିମ ଇଣ୍ଡିଆ ନ୍ୟୁଜିଲାଣ୍ଡ ବିପକ୍ଷରେ ଏକଦିବସୀୟ ସିରିଜ ହାରିଗଲା। ଏହି ପରାଜୟ ଦଳ ପରିଚାଳନା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି। ଏହି ସମୟରେ, ବିସିସିଆଇ...

ଚଳିତ ବର୍ଷ ସନ୍ୟାସ ନେବେ ଏହି ୫ ଭାରତୀୟ କ୍ରିକେଟର! ଟିମ୍‌ ଇଣ୍ଡିଆରେ ସ୍ଥାନ ମିଳିବା ଅସମ୍ଭବ

ନୂଆଦିଲ୍ଲୀ,୨୦।୧: ଅନେକ ଷ୍ଟାର ଖେଳାଳି ଦୀର୍ଘ ସମୟ ଧରି ଭାରତୀୟ ଦଳରୁ ବାହାରେ ଅଛନ୍ତି। ଅନେକ ଯୁବ ଖେଳାଳି ଥିଲେ ମଧ୍ୟ ଖରାପ ଫର୍ମ ଯୋଗୁ...

ଗୌତମ ଗମ୍ଭୀର ହାଏ ହାଏ ସ୍ଲୋଗାନ ଶୁଣି ଏମିତି ପ୍ରତିକ୍ରିୟା ଦେଲେ ବିରାଟ କୋହଲି: Video ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଇନ୍ଦୋର,୨୦।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦିନିକିଆ ସିରିଜ ଶେଷ ହୋଇଛି। ନ୍ୟୁଜିଲାଣ୍ଡ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜକୁ ୧-୨ରେ ଜିତିଛି। ସିରିଜର ତୃତୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri