Posted inଖେଳ

ମୋର୍ଗାନ, ପଣ୍ଟିଂଙ୍କ ଆଚରଣକୁ ନେଇ ଅସନ୍ତୋଷ ପ୍ରକାଶ କଲେ ଏହି ଭାରତୀୟ କ୍ରିକେଟର; କହିଲେ ଡଗ୍‌ଆଉଟ୍‌…

ନୂଆଦିଲ୍ଲୀ,୨୯।୯: ଆଇପିଏଲ୍‌ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ମ୍ୟାଚ୍‌ ୟୁଏଇରେ ଖେଳାଯାଉଛି। ମଙ୍ଗଳବାର ସିରିଜର ୪୧ତମ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ ଟିମ୍‌ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇଥିଲା। ଏହି ମ୍ୟାଚ୍‌ ସମୟରେ ରବିଚନ୍ଦ୍ରନ ଅଶ୍ୱିନ ଏବଂ କେକେଆର୍‌ ଅଧିନାୟକ ଇୟୋନ ମୋର୍ଗାନଙ୍କ ମଧ୍ୟରେ ବିବାଦ ଚର୍ଚ୍ଚାରେ ରହିଥିଲା। ଏହାକୁ ନେଇ କମେଣ୍ଟ୍ରି କରୁଥିବା ଗୌତମ ଗମ୍ଭୀର ଦିଲ୍ଲୀ କୋଚ୍‌ ରିକି ପଣ୍ଟିଂଙ୍କୁ କଡା ଭାଷାରେ ପରାମର୍ଶ ଦେବା ସହ ମୋର୍ଗାନଙ୍କୁ ମଧ୍ୟ କଟାକ୍ଷ କରିଥିଲେ।

ମୋର୍ଗାନ ଆଇପିଏଲ୍‌ ସମୟରେ ଅନେକ ଥର ଡଗ୍‌ଆଉଟ୍‌ରୁ ପରାମର୍ଶ ନେଉଥିବା ନଜର ଆସିଥାନ୍ତି। ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍‌ରେ ମୋର୍ଗାନ ଟିମ୍‌ର ଆନାଲିଷ୍ଟ ନାଥନ ଲିଅମନଙ୍କଠାରୁ କୋଡ୍ସ ଆଣୁଥିବା ନଜର ଆସିଥିଲା। ଏହା ଜଣାପଡ଼ିବା ପରେ ଗମ୍ଭୀରଙ୍କ ସାଥୀ କମେଣ୍ଟେଟର ଆକାଶ ଚୋପ୍ରା ଏହାକୁ ନେଇ କ’ଣ ଭାବନ୍ତି ବୋଲି ପ୍ରଶ୍ନ କରିଥିଲେ। ଜବାବରେ ଗମ୍ଭୀର କହିଥିଲେ, ଯେତେବେଳେ ମୁଁ ଅଧିନାୟକ ଥିଲି, ସେତେବେଳେ ଏଭଳି ଘଟଣା ଘଟିଥିଲେ ମୁଁ ଇସ୍ତଫା ଦେଇ ଦେଇଥାନ୍ତି।

ଏହାଛଡ଼ା ଗମ୍ଭୀର ଦିଲ୍ଲୀ କୋଚ୍‌ ରିକି ପଣ୍ଟିଂଙ୍କୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। କାରଣ ଅଶ୍ୱିନ ଏବଂ ମୋର୍ଗାନଙ୍କ ମଧ୍ୟରେ କଥା କଟାକଟି ହେବା ସମୟରେ ପଣ୍ଟିଂ ରାଗି ଡଗ୍‌ଆଉଟ୍‌ରୁ ଉଠି ମଇଦାନକୁ ଯାଇଥିଲେ। ଗମ୍ଭୀରଙ୍କୁ ଏହା ବିଲ୍‌କୁଲ ପସନ୍ଦ ଆସି ନ ଥିଲା। ସେ କହିଥିଲେ, କୋଚ୍‌ଙ୍କୁ କୋଚ୍‌ ଭଳି ବ୍ୟବହାର କରିବା ଉଚିତ। ମଇଦାନକୁ ଯାଇ ପ୍ରତି କଥାରେ ମୁଣ୍ଡ ପୁରାଇବା ଉଚିତ ନୁହେଁ। କୋଚ୍‌ ଯେହେତୁ ଡଗ୍‌ଆଉଟ୍‌ ଯାଏ ଆପଣଙ୍କ ସୀମା। ଦୁଇ ଖେଳାଳିଙ୍କ ମଧ୍ୟରେ ବିବାଦ ହେଲେ ସେମାନେ ବୁଝିବେ। କୋଚିଂ ଷ୍ଟାଫ୍‌ ନୁହେଁ ବୋଲି ଗମ୍ଭୀର କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖେଳ ବିଗାଡ଼ିଲା କୁହୁଡ଼ି: ଲକ୍ଷ୍ନୌରେ ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦ ମ୍ୟାଚ୍ ବାତିଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ବାତିଲ ହୋଇଯାଇଛି। ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ପ୍ରବଳ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

ଲକ୍ଷ୍ନୌରେ ଭୟଙ୍କର ବାୟୁ ପ୍ରଦୂଷଣ: ଟସ୍ ବିଳମ୍ବ, ମାସ୍କ ପିନ୍ଧି ହାର୍ଦ୍ଦିକଙ୍କ ଫଟୋ ଭାଇରାଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ର ଟସ୍ ଘନ କୁହୁଡ଼ି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri