Posted inଖେଳ

ମୋର୍ଗାନ, ପଣ୍ଟିଂଙ୍କ ଆଚରଣକୁ ନେଇ ଅସନ୍ତୋଷ ପ୍ରକାଶ କଲେ ଏହି ଭାରତୀୟ କ୍ରିକେଟର; କହିଲେ ଡଗ୍‌ଆଉଟ୍‌…

ନୂଆଦିଲ୍ଲୀ,୨୯।୯: ଆଇପିଏଲ୍‌ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ମ୍ୟାଚ୍‌ ୟୁଏଇରେ ଖେଳାଯାଉଛି। ମଙ୍ଗଳବାର ସିରିଜର ୪୧ତମ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ ଟିମ୍‌ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇଥିଲା। ଏହି ମ୍ୟାଚ୍‌ ସମୟରେ ରବିଚନ୍ଦ୍ରନ ଅଶ୍ୱିନ ଏବଂ କେକେଆର୍‌ ଅଧିନାୟକ ଇୟୋନ ମୋର୍ଗାନଙ୍କ ମଧ୍ୟରେ ବିବାଦ ଚର୍ଚ୍ଚାରେ ରହିଥିଲା। ଏହାକୁ ନେଇ କମେଣ୍ଟ୍ରି କରୁଥିବା ଗୌତମ ଗମ୍ଭୀର ଦିଲ୍ଲୀ କୋଚ୍‌ ରିକି ପଣ୍ଟିଂଙ୍କୁ କଡା ଭାଷାରେ ପରାମର୍ଶ ଦେବା ସହ ମୋର୍ଗାନଙ୍କୁ ମଧ୍ୟ କଟାକ୍ଷ କରିଥିଲେ।

ମୋର୍ଗାନ ଆଇପିଏଲ୍‌ ସମୟରେ ଅନେକ ଥର ଡଗ୍‌ଆଉଟ୍‌ରୁ ପରାମର୍ଶ ନେଉଥିବା ନଜର ଆସିଥାନ୍ତି। ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍‌ରେ ମୋର୍ଗାନ ଟିମ୍‌ର ଆନାଲିଷ୍ଟ ନାଥନ ଲିଅମନଙ୍କଠାରୁ କୋଡ୍ସ ଆଣୁଥିବା ନଜର ଆସିଥିଲା। ଏହା ଜଣାପଡ଼ିବା ପରେ ଗମ୍ଭୀରଙ୍କ ସାଥୀ କମେଣ୍ଟେଟର ଆକାଶ ଚୋପ୍ରା ଏହାକୁ ନେଇ କ’ଣ ଭାବନ୍ତି ବୋଲି ପ୍ରଶ୍ନ କରିଥିଲେ। ଜବାବରେ ଗମ୍ଭୀର କହିଥିଲେ, ଯେତେବେଳେ ମୁଁ ଅଧିନାୟକ ଥିଲି, ସେତେବେଳେ ଏଭଳି ଘଟଣା ଘଟିଥିଲେ ମୁଁ ଇସ୍ତଫା ଦେଇ ଦେଇଥାନ୍ତି।

ଏହାଛଡ଼ା ଗମ୍ଭୀର ଦିଲ୍ଲୀ କୋଚ୍‌ ରିକି ପଣ୍ଟିଂଙ୍କୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। କାରଣ ଅଶ୍ୱିନ ଏବଂ ମୋର୍ଗାନଙ୍କ ମଧ୍ୟରେ କଥା କଟାକଟି ହେବା ସମୟରେ ପଣ୍ଟିଂ ରାଗି ଡଗ୍‌ଆଉଟ୍‌ରୁ ଉଠି ମଇଦାନକୁ ଯାଇଥିଲେ। ଗମ୍ଭୀରଙ୍କୁ ଏହା ବିଲ୍‌କୁଲ ପସନ୍ଦ ଆସି ନ ଥିଲା। ସେ କହିଥିଲେ, କୋଚ୍‌ଙ୍କୁ କୋଚ୍‌ ଭଳି ବ୍ୟବହାର କରିବା ଉଚିତ। ମଇଦାନକୁ ଯାଇ ପ୍ରତି କଥାରେ ମୁଣ୍ଡ ପୁରାଇବା ଉଚିତ ନୁହେଁ। କୋଚ୍‌ ଯେହେତୁ ଡଗ୍‌ଆଉଟ୍‌ ଯାଏ ଆପଣଙ୍କ ସୀମା। ଦୁଇ ଖେଳାଳିଙ୍କ ମଧ୍ୟରେ ବିବାଦ ହେଲେ ସେମାନେ ବୁଝିବେ। କୋଚିଂ ଷ୍ଟାଫ୍‌ ନୁହେଁ ବୋଲି ଗମ୍ଭୀର କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri