ଗୌତମ ଆଦାନୀଙ୍କ ବଡ଼ ଘୋଷଣା: ଟ୍ରେନ ଦୁର୍ଘଟଣାରେ ମାତାପିତାଙ୍କୁ ହରାଇଥିବା ପିଲାଙ୍କୁ ମାଗଣା ଶିକ୍ଷାଦାନ…

ନୂଆଦିଲ୍ଲୀ,୪।୬ : ଓଡ଼ିଶାରେ ଘଟିଥିବା ଟ୍ରେନ ଦୁର୍ଘଟଣାରେ ଆଦାନୀ ଗ୍ରୁପ ଚେୟାରମ୍ୟାନ ଗୌତମ ଆଦାନୀ ଏକ ବଡ଼ ଘୋଷଣା କରିଛନ୍ତି। ଏକ ଟୁଇଟରେ ଆଦାନୀ କହିଛନ୍ତି ଆଦାନୀ ଗ୍ରୁପ୍‌ ଦୁର୍ଘଟଣାରେ ମାତାପିତାଙ୍କୁ ହରାଇଥିବା ପିଲାମାନଙ୍କର ଶିକ୍ଷାଦାନର ବ୍ୟବସ୍ଥା କରିବେ। ଓଡିଶା ଘଟିଥିବା ଟ୍ରେନ ଦୁର୍ଘଟଣାରେ ୨୮୮ ଜଣଙ୍କର ମୃତ୍ୟୁ ହୋଇଛି। ଏଥିସହ ୧୦୦୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏଥିସହ ୧୦୦୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଶିଶୁ, ବୃଦ୍ଧଙ୍କ ସମେତ ଅନେକ ଲୋକ ଅଛନ୍ତି। ରେଳ ଦୁର୍ଘଟଣା ସମଗ୍ର ଦେଶକୁ ଥରାଇ ଦେଇଛି। ଗୌତମ ଆଦାନୀଙ୍କ ଏହି ବିବୃତ୍ତି ଅନାଥ ପିଲାମାନଙ୍କ ପାଇଁ ଆଶାର କିରଣ ପାଲଟିଛି।

ଗୌତମ ଆଦାନୀ ରବିବାର ଟୁଇଟ କରି କହିଛନ୍ତି ଓଡ଼ିଶାରେ ଘଟିଥିବା ଟ୍ରେନ ଦୁର୍ଘଟଣାରେ ଆମେ ସମସ୍ତେ ଦୁଃଖିତ। ଆମେ ନିଷ୍ପତ୍ତି ନେଇଛୁ ଏହି ଦୁର୍ଘଟଣାରେ ମାତାପିତାଙ୍କୁ ହରାଇଥିବା ନିରୀହ ପିଲାଙ୍କ ବିଦ୍ୟାଳୟ ଶିକ୍ଷା ଦାୟିତ୍ୱ ଆମେ ଗ୍ରହଣ କରିବୁ। ପୀଡିତ ଏବଂ ସେମାନଙ୍କ ପରିବାରକୁ ସହାୟତା ଯୋଗାଇବା ଏବଂ ପିଲାମାନଙ୍କ ଭବିଷ୍ୟତ ବିକାଶ କରିବା ଆମର ସମସ୍ତଙ୍କର ମିଳିତ ଦାୟିତ୍ୱ ଅଟେ।

Share