ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇ ଭାରତର ସବୁଠାରୁ ଧନୀ ବ୍ୟକ୍ତି ହେଲେ ଗୌତମ ଆଦାନୀ

ଭୁବନେଶ୍ୱର,୫।୧: ପୁଣି ଭାରତର ଏକ ନମ୍ବର ଧନୀ ତାଲିକାକୁ ଫେରିଛନ୍ତି ଗୌତମ ଆଦାନି। ହିଣ୍ଡେନବର୍ଗ ରିପୋର୍ଟ ପରେ ଦୋହଲି ଯାଇଥିବା ଆଦାନି ସାମ୍ରାଜ୍ୟ ପୁଣିଥରେ ଶକ୍ତି ଯୋଗାଡ଼ କରି ଆଗକୁ ବଢିଛି। ଏହା ସହିତ ଗୌତମ ଆଦାନି ରିଲାଏନ୍ସ ଇଣ୍ଡଷ୍ଟ୍ରିର ମାଲିକ ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇ ଭାରତ ଏବଂ ଏସିଆର ଏକ ନମ୍ବର ଧନୀ ତାଲିକାରେ ପ୍ରଥମ ସ୍ଥାନ ଦଖଲ କରିଛନ୍ତି। ଆଦାନି ବିଶ୍ୱ ଧନୀ ତାଲିକାରେ ମଧ୍ୟ ଲମ୍ବା ଡିଆଁ ମାରି ୧୨ ନମ୍ବର ତାଲିକାରେ ପହଞ୍ଚିଛନ୍ତି ଏବଂ ତାଙ୍କ ପଛକୁ ମୁକେଶ ଅମ୍ବାନୀ ୧୩ତମ ସ୍ଥାନରେ ରହିଛନ୍ତି।

ଏହା ପୂର୍ବରୁ ଡିସେମ୍ବର ୨୦୨୩ରେ ମୁକେଶ ବିଶ୍ୱ ଧନୀ ତାଲିକାରେ ୧୪ତମ ସ୍ଥାନକୁ ଉଠିଥିବା ବେଳେ ଆଦାନି ୧୫ତମ ସ୍ଥାନରେ ରହିଥିଲେ। ବର୍ତମାନ ଆଦାନିଙ୍କ ମୋଟ ସମ୍ପତ୍ତି ୯୭.୬ ବିଲିୟନ ଆମେରିକୀୟ ଡଲାର ରହିଛି, ଗତ ୨୪ ଘଣ୍ଟାରେ ଆଦାନିଙ୍କ ସମ୍ପତ୍ତି ୭.୬ ବିଲିୟନ ଡଲାର ବୃଦ୍ଧି ପାଇଛି।

ତେବେ ଆଦାନି-ହିଣ୍ଡେନବର୍ଗ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ଆଦାନି ସମୂହ କମ୍ପାନୀ ମାନଙ୍କର ଶେୟାର ମୂଲ୍ୟରେ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ଗୌତମ ଆଦାନିଙ୍କ ସମ୍ପତ୍ତି ବୃଦ୍ଧି ପାଇଛି। ସୁପ୍ରିମକୋର୍ଟ ଶୁଣାଣି ସମୟରେ କହିଥିଲେ ଯେ ଏହି ଘଟଣାରେ ସେବି’ର ତଦନ୍ତ ସଠିକ୍ ମାର୍ଗରେ ଅଛି। ଏହାସହ ସେବି’କୁ ୨୪ ଟି ମଧ୍ୟରୁ ଅବଶିଷ୍ଟ ୨ ମାମଲାର ତଦନ୍ତ କରିବାକୁ ଆଉ ୩ ମାସ ସମୟ ଦେଇଛନ୍ତି।

ପ୍ରାର୍ଥୀମାନଙ୍କୁ ରେଲୱେ ସୁରକ୍ଷା ବଳ (ଆରପିଏଫ) ଏବଂ ରେଳ ସୁରକ୍ଷା ସ୍ପେଶାଲ ଫୋର୍ସ (ଆରପିଏସଏଫ) ରେ ଯୋଗଦେବାର ସ୍ୱପ୍ନକୁ ସାକାର କରିବା ପାଇଁ ଆରଆରବି ଆରପିଏଫ ଏସଆଇ ଏବଂ କନଷ୍ଟେବଲ ପରୀକ୍ଷା ୨୦୨୪ କରୁଛି।

ବୟସ ସୀମା: ଆବେଦନ ପାଇଁ ସର୍ବାଧିକ ବୟସ ୨୫ ରହିଥିଲା ବେଳେ କନଷ୍ଟେବଳ ପାଇଁ ସର୍ବନିମ୍ନ ବୟସ ୧୮ ଏବଂ ଏସଆଇ ପାଇଁ ସର୍ବନିମ୍ନ ବୟସ ୨୦ ହୋଇଥିବା ଆବଶ୍ୟକ। ମୋଟ ୨୨୫୦ ପଦବୀରୁ ୧୫% ମହିଳା ମାନଙ୍କ ପାଇଁ ସଂରକ୍ଷିତ ରହିଥିଲା ବେଳେ ୧୦% ପୂର୍ବତ୍ତନ କର୍ମଚାରୀଙ୍କ ପାଇଁ ସଂରକ୍ଷିତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁନା ଦର ଆକାଶଛୁଆଁ: ଦେଢ଼ଲକ୍ଷ ଟପିଲା ଦାମ୍‌, ଭୁବନେଶ୍ୱରରେ ଜାଣନ୍ତୁ କେତେ…

ନୂଆଦିଲ୍ଲୀ,୨୧।୧: ଆଉ ମାରିହେବନି ହାତ। ସୁନା ଦର ଆକାଶଛୁଆଁ। ଦେଢ଼ଲକ୍ଷ ଟପିଲା ଦାମ୍‌। ଆଜି ଭୁବନେଶ୍ୱରରେ ୨୪ କ୍ୟାରେଟ୍‌ ସୁନା ମୂଲ୍ୟ ୧ ଲକ୍ଷ ୫୪...

ନଏଡା ଦୁର୍ଘଟଣା

ଘନକୁହୁଡ଼ି ଯୋଗୁ ଦିଲ୍ଲୀ ପାଖ ତଥା ଉତ୍ତରପ୍ରଦେଶ ରାଜ୍ୟର ନ୍ୟୁ ଓଖଲା ଇଣ୍ଡଷ୍ଟ୍ରିଆଲ ଡେଭଲପ୍‌ମେଣ୍ଟ ଅଥରିଟି (ନଏଡା)ର ସେକ୍ଟର ୧୫୦ ନିକଟରେ ୧୬ ଜାନୁଆରୀ ୨୦୨୬...

ବିଜେଡିରେ ଏବେ କୁତୁକୁତୁ ହେଉଛନ୍ତି ଏସବୁ ନେତା: ଆଉ କେତେକ ଅଲୋଡ଼ା

ଭୁବନେଶ୍ୱର, ୨୧।୧(ସୁନିତ୍‌ ମିଶ୍ର): ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କିଛିଦିନ ହେଲା ବହୁମାତ୍ରାରେ ଚଳଚଞ୍ଚଳ ହୋଇ ଦଳୀୟ କାର୍ଯ୍ୟକ୍ରମ କରୁଛନ୍ତି।...

ମହିଳାଙ୍କ ହାତରେ ‘ଆମ ବସ୍’ ଷ୍ଟିୟରିଂ: ଏହି ଦିନରୁ ମିଳିବ ଦାୟିତ୍ୱ

ଭୁବନେଶ୍ୱର,୨୦।୧: ରାଜ୍ୟ ପରିବହନ ସେବାରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ଏଣିକି ପୁରୁଷଙ୍କ ସହ ମହିଳାମାନେ ମଧ୍ୟ ‘ଆମ ବସ୍’ ଚଲାଇବେ। ବିଶେଷ କରି...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

ପ୍ରତିରକ୍ଷା କ୍ଷେତ୍ରରେ ଭାରତର ବଡ଼ ପଦକ୍ଷେପ: ଆସୁଛି ଶକ୍ତିଶାଳୀ ଲେଜର ଅସ୍ତ୍ର

ନୂଆଦିଲ୍ଲୀ,୨୦।୧: ବିଶ୍ୱରେ ବଦଳୁଥିବା ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ଏବେ ନିଜସ୍ୱ ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ଅଧିକ ସୁଦୃଢ଼ କରିବାକୁ ଯାଉଛି। ରୁଷର S-400...

ଭାରତର ଭିତ୍ତିଭୂମି କ୍ଷେତ୍ରରେ ଅଭିବୃଦ୍ଧି: ଡିସେମ୍ବରରେ ୩.୭ ପ୍ରତିଶତକୁ ବୃଦ୍ଧି

ନୂଆଦିଲ୍ଲୀ,୨୦।୧: ଦେଶର ଶିଳ୍ପାୟନ କ୍ଷେତ୍ରରୁ ଭଲ ଖବର ଆସିଛି। ଭାରତର ୮ଟି ପ୍ରମୁଖ ଭିତ୍ତିଭୂମି କ୍ଷେତ୍ରର ଅଭିବୃଦ୍ଧି ହାର ଡିସେମ୍ବର ମାସରେ ୩.୭ ପ୍ରତିଶତକୁ ବୃଦ୍ଧି...

ବିଶ୍ୱସ୍ତରୀୟ ଭିତ୍ତିଭୂମି ମିଳିଲେ କ’ଣ ହେବ, ଯଦି ଲୋକଙ୍କ ପାଖରେ ନାହିଁ ସାଧାରଣ ଜ୍ଞାନ

କୋଲକାତା/ଗୁୱାହାଟୀ,୨୦।୧: ଦେଶର ପ୍ରଥମ ହାଇଟେକ୍ ‘ବନ୍ଦେ ଭାରତ ସ୍ଲିପର’ ଏକ୍ସପ୍ରେସ୍‌ର ପରିଚାଳନା ଆରମ୍ଭ ହେବା ପୂର୍ବରୁ ଏହାର ସ୍ୱଚ୍ଛତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶନିବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri