ଦୌଡ଼ରେ ଗତିକୃଷ୍ଣ, ନାରାୟଣ

ବାଲେଶ୍ୱର ଅଫିସ, ୩ା୩: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡି ବାଲେଶ୍ୱର ଜିଲାରେ ଏକକ ସଂଖ୍ୟାଗରିଷ୍ଠତା ହାସଲ କରିଥିବା ବେଳେ ଆଗାମୀ ୧୪ତାରିଖରେ ହେବାକୁ ଥିବା ଜିଲାପରିଷଦ ଅଧ୍ୟକ୍ଷ ପଦ ପାଇଁ ଅଙ୍କକଷା ଆରମ୍ଭ ହୋଇଛି। ଚଳିତ ନିର୍ବାଚନରେ ଜିଲାପରିଷଦ ଅଧ୍ୟକ୍ଷ ପଦ ଅଣସଂରକ୍ଷିତ ରହିଥିବାରୁ ବହୁ ବିଜେତା ଆଶାୟୀ ଥିବା ଦେଖିବାକୁ ମିଳିଛି। ନୀଳଗିରି ବ୍ଲକ ୧୩ନଂ. ଜୋନ୍‌ରୁ ଜିଲାପରିଷଦ ଭାବେ ବିଜୟୀ ହୋଇଥିବା ଗତିକୃଷ୍ଣ ନନ୍ଦ ଓ ସଦର ବ୍ଲକ ୨୯ ନଂ. ଜୋନ୍‌ରୁ ଜିଲାପରିଷଦ ଭାବେ ବିଜୟୀ ହୋଇଥିବା ନାରାୟଣ ପ୍ରଧାନ ଅଧ୍ୟକ୍ଷ ପଦ ପାଇଁ ଦୌଡ଼ରେ ଆଗରେ ଥିବା ଜଣାପଡ଼ିଛି।
୨୦୧୨ ଓ ୨୦୧୭ରେ ବାଲେଶ୍ୱର ଜିଲା ପରିଷଦ ଅଧ୍ୟକ୍ଷ ପଦ ବିଜେଡି ଦଖଲ କରିଥିଲା। ଚଳିତ ନିର୍ବାଚନରେ ଭୋଗରାଇ ବ୍ଲକର ୬ ଜିଲାପରିଷଦ ଜୋନ୍‌ରୁ ୫, ବସ୍ତା ବ୍ଲକର ୪ ଜୋନ୍‌ରୁ ୪, ଜଳେଶ୍ୱର ବ୍ଲକର ୪ଜୋନ୍‌ରୁ ୪, ନୀଳଗିରି ବ୍ଲକର ୩ ଜୋନ୍‌ରୁ ୩, ଔପଦା ବ୍ଲକର ୨ ଜୋନ୍‌ରୁ ୧, ସୋର ବ୍ଲକର ୩ ଜୋନ୍‌ରୁ ୩, ବାଲିଆପାଳ ବ୍ଲକର ୪ ଜୋନ୍‌ରୁ ୩, ବାହାନଗା ବ୍ଲକର ୩ ଜୋନ୍‌ରୁ ୩, ଖଇରା ବ୍ଲକର ୪ ଜୋନ୍‌ରୁ ୩, ସିମୁଳିଆ ବ୍ଲକର ୩ ଜୋନ୍‌ରୁ ୨, ସଦର ବ୍ଲକର ୫ ଜୋନ୍‌ରୁ ୪, ରେମୁଣା ବ୍ଲକର ୪ ଜୋନ୍‌ରୁ ୪ ଜୋନ୍‌ରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ମୋଟ୍‌ ୪୫ ଜୋନ୍‌ରୁ ବିଜେଡି ୩୯ଟି ଜୋନ୍‌ରେ ବିଜୟୀ ହୋଇଥିବା ବେଳେ ଭାଜପା ଖାତାକୁ ୪ ଓ କଂଗ୍ରେସକୁ ୨ଟି ମିଳିଛି। ଫଳରେ ଅଧ୍ୟକ୍ଷ ପଦ ପାଇଁ ଏକାକୀ ବିଜେଡି ସମର୍ଥ ରହିଛି। ଅନ୍ୟପକ୍ଷରେ ଜିଲା ପରିଷଦ ବ୍ୟବସ୍ଥା ପ୍ରଚଳନ ହେବା ପରେ ବାଲେଶ୍ୱରରେ ୧୯୯୭ରେ ବସ୍ତା ନିର୍ବାଚନମଣ୍ଡଳୀର ଭୂପାଳ ଚନ୍ଦ୍ର ମହାପାତ୍ର, ୨୦୦୨ରେ ସିମୁଳିଆ ନିର୍ବାଚନମଣ୍ଡଳୀର ଲକ୍ଷ୍ମୀପ୍ରିୟା ସେଠୀ, ୨୦୦୭ରେ ସୋର ନିର୍ବାଚନମଣ୍ଡଳୀର ଗିରୀଶ ଚନ୍ଦ୍ର ଦାଶ, ୨୦୧୨ରେ ରେମୁଣା ନିର୍ବାଚନମଣ୍ଡଳୀର ଉମିଲତା ଦାସ, ୨୦୧୭ରେ ଭୋଗରାଇ ନିର୍ବାଚନମଣ୍ଡଳୀର ନିବେଦିତା ମହାନ୍ତି ଜିଲାପରିଷଦ ସଭାପତି ହୋଇସାରିଛନ୍ତି। ତେଣୁ ନୀଳଗିରି ଓ ସଦର ନିର୍ବାଚନମଣ୍ଡଳୀରୁ ଅଦ୍ୟାବଧି କେହି ଜିଲାପରିଷଦ ଅଧ୍ୟକ୍ଷ ହୋଇନାହାନ୍ତି। ଏଥର ଉକ୍ତ ଅଞ୍ଚଳରୁ ମଧ୍ୟ ବିଜେଡି ଭଲ ପ୍ରଦର୍ଶନ କରି ବିଜୟୀ ହୋଇଛି। ନୀଳଗିରିରେ ବିଜୟ ହୋଇଥିବା ଗତିକୃଷ୍ଣ ନନ୍ଦ ଦୀର୍ଘ ୩୦ବଷର୍ର୍ ଧରି ବିଜେଡିରେ କାର୍ଯ୍ୟ କରିଆସୁଥିବା ବେଳେ ଜିଲା ତଥା ରାଜ୍ୟର ବହୁ ପଦପଦବୀରେ ରହି ସୂଚାରୁ ରୂପେ କାର୍ଯ୍ୟ କରିଛନ୍ତି। ଜଣେ ଶୃଙ୍ଖଳିତ କର୍ମୀ ଭାବେ ଦଳରେ ତାଙ୍କର ପତିଆରା ରହିଛି। ସେହିପରି ନୀଳଗିରି ନିର୍ବାଚନମଣ୍ଡଳୀର ବିଧାୟକ ଇଂ. ସୁକାନ୍ତ କୁମାର ନାୟକ ଓ ଏମ୍‌ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଖୋଦ୍‌ ଥିବାବେଳେ ଦଳର ସୁଦୃଢ଼ ପାଇଁ ଜିଲାପରିଷଦ ଅଧ୍ୟକ୍ଷ ପଦକୁ ଦଳ ଗୁରୁତ୍ୱ ଦେବାର ଯଥାର୍ଥତା ରହିଛି ବୋଲି ରାଜନୀତିଜ୍ଞମାନେ ଆଲୋଚନା କରୁଛନ୍ତି। ଅନ୍ୟପକ୍ଷରେ ବାଲେଶ୍ୱର ନିର୍ବାଚନମଣ୍ଡଳୀରେ ବିଜୟୀ ହୋଇଥିବା ନାରାୟଣ ପ୍ରଧାନ ଦଳରେ ଦୀର୍ଘଦିନ ଧରି କାର୍ଯ୍ୟ କରିଆସୁଥିବା ବେଳେ ସଦର ବ୍ଲକର ଅଧ୍ୟକ୍ଷ ଭାବେ ଗତ ୨୦୧୭ରୁ ୨୦୨୨ ପର୍ଯ୍ୟନ୍ତ କାର୍ଯ୍ୟ କରିଛନ୍ତି। ତେଣୁ ସେ ମଧ୍ୟ ଜିଲାପରିଷଦ ଅଧ୍ୟକ୍ଷ ପଦ ପାଇଁ ଦାବିଦାର ଥିବା ଚର୍ଚ୍ଚା ଜୋର୍‌ ଧରିଛି। ଏ କ୍ଷେତ୍ରରେ ଜିଲାରେ ଥିବା ସମସ୍ତ ବିଧାୟକ, ଜିଲା ସଭାପତି ରବୀନ୍ଦ୍ର କୁମାର ଜେନା, ଜିଲା ପର୍ଯ୍ୟବେକ୍ଷକ ପ୍ରତାପ ଦେବଙ୍କ ମତ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ହେବ। ଶେଷରେ ଦଳ ମୁଖିଆ କାହା ନାମରେ ମୋହର ମାରିବେ ତାହା ସମସ୍ତଙ୍କ ଅପେକ୍ଷା।


Enter your email to get our daily news in your inbox.

All Right Reserved By Dharitri.Com

ଗଭୀର ସମୁଦ୍ରରୁ ଉଦ୍ଧାର ହେଲା ଟ୍ରଲର: ବଞ୍ଚିଛନ୍ତି ମତ୍ସ୍ୟଜୀବୀ, ୩ ତାରିଖରୁ ଥିଲେ ନିଖୋଜ

ଭୋଗରାଇ,୨୭।୮(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ସୀମାନ୍ତ ପଶ୍ଚିମବଙ୍ଗ ଦୀଘା ଉପକୂଳ ଗଭୀର ସମୁଦ୍ରରୁ ଆନ୍ଧ୍ରପ୍ରଦେଶର ଏକ ମାଛ ଧରା ଟ୍ରଲର ଭାସମାନ ଅବସ୍ଥାରେ ବିପଦରେ ଥିବା…

ସୋର ଉପକାରାଗାରର ୱାର୍ଡରଙ୍କୁ ମରଣାନ୍ତର ଆକ୍ରମଣ, ଦିବାଲୋକରେ ଗୋଡାଇ ଗୋଡାଇ ହାଣିଲେ

ସୋର,୨୬।୮(ଜନ୍ମେଜୟ ମିଶ୍ର): ସୋର ଉପକାରାଗାରର ୱାର୍ଡରଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଦିନ ଦ୍ବିପହରରେ ମାଣତ୍ରୀ ଛକ ନିକଟରେ ତିନଜଣ ଦୁର୍ବୃତ୍ତ ହାଣି ଦେଇଥିବା ଜଣାପଡ଼ିଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri