ଗୋପରେ ପ୍ରାକୃତିକ ଗ୍ୟାସ୍‌, ତୈଳ ସନ୍ଧାନ

ଗୋପ,୨୬।୩(ଡି.ଏନ୍‌.ଏ.): ପୁରୀ ଜିଲା ଗୋପ ବ୍ଲକ ମହଲପଡା ପଞ୍ଚାୟତର ଚିତେରା ଓ ଗୋପ ପଞ୍ଚାୟତର କୁଶୁପୁର ଅଞ୍ଚଳରେ ପ୍ରାକୃତିକ ଗ୍ୟାସ ସହିତ ତୈଳର ସନ୍ଧାନ ଚାଲିଛି। ଏ ନେଇ ସାଟେଲାଟ ମାଧ୍ୟମରେ ଚିତ୍ର ମିଳିଛି। ଏହି ସାଟେଲାଇଟ୍‌ ଚିତ୍ର ମାଧ୍ୟମରେ ତୈଳ ଓ ପ୍ରାକୃତିକ ଗ୍ୟାସ ଥିବା ଜଣାପଡିବା ପରେ ଅଏଲ ଇଣ୍ଡିଆ ପକ୍ଷରୁ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଅଏଲ ଇଣ୍ଡିଆ ସିଜିଏମ ବି.ଏନ୍‌. ସାହୁ କହିଛନ୍ତି। ପ୍ରକାଶ ଯେ, ୨୦୨୦ ମସିହାରେ ଅଏଲ ଇଣ୍ତିଆ ପକ୍ଷରୁ ଗୋପ ବ୍ଲକ ଓ କୋଣାର୍କ ଏନ୍‌ଏସି ଅଞ୍ଚଳରେ ଦୀର୍ଘଦିନ ଧରି ସର୍ଭେ କରିବା ସହ ଖନନ କରାଯାଇଥିଲା। ଦୀର୍ଘଦିନ ଧରି ଏହାର ପରୀକ୍ଷାନିରୀକ୍ଷା କରାଯିବା ପରେ ଗୋପ ବ୍ଲକର ଏହି ଅଞ୍ଚଳରେ ପ୍ରାକୃତିକ ଗ୍ୟାସ ସହିତ ତୈଳ ଥିବା ଜଣାପଡିଥିଲା। ଅଏଲ ଇଣ୍ତିଆ ପକ୍ଷରୁ ମଧ୍ୟ କେଉଁ ସ୍ଥାନରେ ଅଧିକ ପରିମାଣର ଏହି ଗ୍ୟାସ ଓ ତୈଳ ଥିବା ଚିତ୍ର ଆସିବା ପରେ ପ୍ରାଥମିକ ଭାବେ ବିଭାଗ ପକ୍ଷରୁ କାର୍ଯ୍ୟ କରାଯାଇଛି। ଏପରି ସାଟେଲାଇଟ୍‌ ଚିତ୍ର ଆସିବା ପରେ ଗୁରୁବାର ଏକ ଟିମ୍‌ ଗୋପ ବ୍ଲକର ଉକ୍ତ ଦୁଇଟି ପଞ୍ଚାୟତରେ ପହଞ୍ଚି ପ୍ରାଥମିକ ପର୍ଯ୍ୟାୟରେ ବୁଲିବା ସହ ପଞ୍ଚାୟତର ଲୋକ ପ୍ରତିନିଧିମାନଙ୍କ ସହ ଆଲୋଚନା କରିଛନ୍ତି। ତୈଳ, ପ୍ରାକୃତିକ ଗ୍ୟାସ ଥିବା ସ୍ଥାନରେ ପ୍ରଥମ ପର୍ଯ୍ୟାୟରେ ୭ ଏକର ଜମି ନିଆଯାଇ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ସୂଚନା ମିଳିଛି। ଆଉ ମଧ୍ୟ ଏହି ଅଞ୍ଚଳରେ ସାଧାରଣ ଲୋକଙ୍କ ଜମିଗୁଡିକୁ ଲିଜ୍‌ ଭାବେ ୩ ବର୍ଷ ନିଆଯାଇ କାର୍ଯ୍ୟ କରାଯିବ ବୋଲି କୁହାଯାଇଛି। ଏପରି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଅଏଲ ଇଣ୍ତିଆ ସିଜିଏମ ବି.ଏନ୍‌. ସାହୁଙ୍କୁ ଯୋଗାଯୋଗ କରିବାରେ ପ୍ରଥମ ପର୍ଯ୍ୟାୟରେ ଏହି କାର୍ଯ୍ୟ ହାତକୁ ନିଆଯାଇଛି। ଖୁବ୍‌ଶୀଘ୍ର ମଧ୍ୟ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମହେନ୍ଦ୍ରଗିରିରେ ଭୟଙ୍କର ଦୁର୍ଘଟଣା: ଘାଟିରେ ଓଲଟିଲା ପାଣି ଟ୍ୟାଙ୍କର ଟ୍ରାକ୍ଟର, ଚାଲିଗଲା ହେଲ୍‌ପରଙ୍କ ଜୀବନ, ଚାଳକ…

ଗଜପତି, ୪ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ରାୟଗଡ଼ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମହେନ୍ଦ୍ରଗିରିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପାଣି ବୋଝେଇ…

ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ…

ଛତ୍ରପୁର, ୪।୪ (ଦିଲ୍ଲୀପ ସାମଲ): “ଆସରେ ଆସ ସ୍କୁଲ ଯିବା, ସାଙ୍ଗ ପିଲାଙ୍କ ସାଙ୍ଗେ ପାଠ ପଢ଼ିବା”ଏହି ନାରା ସହ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ନୂତନ ଶିକ୍ଷାବର୍ଷର…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri