ପୁଣି ୧୦୩ ଟଙ୍କା ବଢ଼ିଲା ଗ୍ୟାସ୍‌ ଦର

ନୂଆଦିଲ୍ଲୀ,୨।୧୨: ଡିସେମ୍ବର ପହିଲାରେ ନୂଆ ଗ୍ୟାସ ଦର ପ୍ରକାଶ ପାଇଛି। ଦେଶର ପ୍ରମୁଖ ଗ୍ୟାସ ବିତରଣ କମ୍ପାନୀର ସୂଚନା ଅନୁସାରେ ବୁଧବାର ଭୁବନେଶ୍ୱରରେ କମର୍ସିଆଲ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧୦୩ ଟଙ୍କା ବୃଦ୍ଧି ପାଇଛି। ସେହିଭଳି ଘରୋଇ ଗ୍ୟାସ ସିଲିଣ୍ଡରର ଦର ପୂର୍ବପରି ସ୍ଥିର ରହିଛି। ଫଳରେ ଭୁବନେଶ୍ୱରରେ କର୍ମସିଆଲ ସିଲିଣ୍ଡର (୧୯ କେଜି) ର ଦର ୨୨୦୩ ଟଙ୍କାରେ ପହଞ୍ଚତ୍ଛି। ଅପରପକ୍ଷରେ ଘରୋଇ ଗ୍ୟାସ (୧୪.୩ କେଜି) ର ଦର ୯୨୬ ଟଙ୍କାରେ ରହିଛି। ସେହିପରି ଦିଲ୍ଲୀରେ କମର୍ସିଆଲ ଗ୍ୟାସ ସିଲିଣ୍ଡରର ଦର ୧୦୦ ଟଙ୍କା ବୃଦ୍ଧି ପାଇଥିବା ବେଳେ ଘରୋଇ ଗ୍ୟାସ ଦର ପୂର୍ବପରି ସ୍ଥିର ରହିଛି। ବର୍ତ୍ତମାନ ଦିଲ୍ଲୀରେ ୧୯ କିଲୋଗ୍ରାମ ସିଲିଣ୍ଡର ମୂଲ୍ୟ ୨୧୦୧ ଟଙ୍କାକୁ ବୃଦ୍ଧି ଘଟିଛି। ଏହା ପୂର୍ବରୁ ୧ ନଭେମ୍ବରରେ କମର୍ସିଆଲ ଏଲପିଜି ଗ୍ୟାସ ସିଲିଣ୍ଡର ମୂଲ୍ୟ ୨୬୬ ଟଙ୍କା ବୃଦ୍ଧି ପାଇ ସିଲିଣ୍ଡର ମୂଲ୍ୟ ୨୦୦୦.୫୦ ଟଙ୍କାରେ ରହିଥିଲା। ଅପରପକ୍ଷରେ ଘରୋଇ ଗ୍ୟାସ ସିଲିଣ୍ଡର ମୂଲ୍ୟ ପରିବର୍ତ୍ତନ ହୋଇନାହିଁ। ଅକ୍ଟୋବରରେ ଶେଷ ଥର ପାଇଁ ଏହାର ମୂଲ୍ୟ ବୃଦ୍ଧି କରାଯାଇଥିଲା। ଦିଲ୍ଲୀ ଏବଂ ମୁମ୍ବାଇରେ ଅଣ-ସବସିଡି ଯୁକ୍ତ ୧୪.୨ କିଲୋଗ୍ରାମ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ବର୍ତ୍ତମାନ ୮୯୯.୫୦ ଟଙ୍କା ରହିଛି। ସେହିପରି କୋଲକାତାରେ ଘରୋଇ ଗ୍ୟାସର ମୂଲ୍ୟ ୯୨୬ ଟଙ୍କା ଥିବାବେଳେ ଚେନ୍ନାଇରେ ୧୪ କିଲୋଗ୍ରାମ ସିଲିଣ୍ଡରର ୯୧୫.୫ ଟଙ୍କା ଛୁଇଁଛି। ଡିସେମ୍ବରର ଘରୋଇ ସିଲିଣ୍ଡରର ଦର ବୃଦ୍ଧି ହୋଇନଥିଲେ ମଧ୍ୟ ପୂବାପେକ୍ଷା ଏହାର ଦରରେ ଅହେତୁକ ବୃଦ୍ଧି ସାଧାରଣ ଖାଉଟିଙ୍କୁ ଅତିରିକ୍ତ ଆର୍ଥିକ ବୋଟ ବହନ କରିବାକୁ ପଡୁଛି ବୋଲି ଖାଉଟି ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri