ନଭେମ୍ବରରେ ଦ୍ୱିତୀୟ ସର୍ବାଧିକ ଜିଏସ୍‌ଟି ସଂଗ୍ରହ

ନୂଆଦିଲ୍ଲୀ, ୨।୧୨:  ଦ୍ରବ୍ୟ ଓ ସେବା ଟିକସ (ଜିଏସ୍‌ଟି) ସଂଗ୍ରହ ନଭେମ୍ବର ମାସରେ ୨୫ ପ୍ରତିଶତ ବୃ୍‌ଦ୍ଧି ପାଇ ୧.୩୧ ଲକ୍ଷ କୋଟି ଟଙ୍କାରେ ପହଞ୍ଚତ୍ଛି। ଦେଶରେ ଜିଏସ୍‌ଟି କାର୍ଯ୍ୟକାରୀ ହେବା ଦିନଠାରୁ ଏହା ଦ୍ୱିତୀୟ ସର୍ବାଧିକ ଟିକସ ସଂଗ୍ରହ। ଏହା ପୂର୍ବରୁ ଗତ ଏପ୍ରିଲ୍‌ରେ ସର୍ବାଧିକ ୧.୪୦ ଲକ୍ଷ କୋଟି ଟଙ୍କାର ଜିଏସ୍‌ଟି ସଂଗୃହୀତ ହୋଇଥିଲା।
ଅଧିକ ଜିଏସ୍‌ଟି ସଂଗ୍ରହ ହୋଇଥିବାରୁ ବ୍ୟବସାୟ କାରବାର ସ୍ବାଭାବିକ ହେବା ସହ ଆର୍ଥିକ ସ୍ଥିତିରେ ସୁଧାର ଆସୁଥିବାର ସୂଚନା ମିଳୁଥିବା ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତିରେ କୁହାଯାଇଛି। କ୍ରମାଗତ ୫ ମାସ ହେଲା ଜିଏସ୍‌ଟିରୁ ରାଜସ୍ବ ସଂଗ୍ରହ ୧ ଲକ୍ଷ କୋଟିରୁ ଅଧିକ ରହିଛି। ଦ୍ୱିତୀୟ ଥର ପାଇଁ ଜିଏସ୍‌ଟି ୧.୩୦ ଲକ୍ଷ କୋଟି ଟପିଥିବାରୁ ମହାମାରୀ ଜନିତ ଖରାପ ସ୍ଥିତିରୁ ଅର୍ଥନୀତି ମୁକ୍ତ ହୋଇଥିବା ସ୍ପଷ୍ଟ ହୋଇଛି।
ନଭେମ୍ବରରେ ମୋଟ ୧,୩୧,୫୨୬ କୋଟି ଟଙ୍କା ଜିଏସ୍‌ଟି ରାଜସ୍ବ ସଂଗ୍ରହ ହୋଇଛି। ସେଥିରୁ କେନ୍ଦ୍ରୀୟ ଜିଏସ୍‌ଟି (ସିଜିଏସ୍‌ଟି) ୨୩,୯୭୮ କୋଟି ହୋଇଥିବା ବେଳେ ରାଜ୍ୟ ଜିଏସ୍‌ଟି (ଏସ୍‌ଜିଏସ୍‌ଟି) ୩୧,୧୨୭ କୋଟି। ଆଇଜିଏସ୍‌ଟି ବାବଦରେ ୬୬,୮୧୫ କୋଟି ସଂଗ୍ରହ ହୋଇଥିବାବେଳେ ସେଥିରୁ ୩୨,୧୬୫ କୋଟି ଟଙ୍କା ଦ୍ରବ୍ୟ ଆମଦାନୀରୁ ସଂଗୃହୀତ ହୋଇଛି। ସେହିପରି ଦ୍ରବ୍ୟ ଆମଦାନୀରୁ ୬୫୩ କୋଟିକୁ ମିଶାଇ ସେସ୍‌ ବାବଦରେ ୯,୬୦୬ କୋଟି ଟଙ୍କା ସଂଗ୍ରହ ହୋଇଥିବା ଜଣାପଡ଼ିଛି।
ଜିଏସ୍‌ଟି ଅନୁପାଳନରେ ଉନ୍ନତି ପାଇଁ କେତେକ ନୀତିଗତ ଓ ପ୍ରଶାସନିକ ପଦକ୍ଷେପ ନିଆଯାଇଥିବାରୁ ରାଜସ୍ବ ସଂଗ୍ରହ ବୃଦ୍ଧି ପାଇଥିବା କୁହାଯାଇଛି। ଗତ ବର୍ଷକ ମଧ୍ୟରେ ବ୍ୟବସ୍ଥାଗତ ସାମର୍ଥ୍ୟ ବଢ଼ାଇବା, ରିଟର୍ନ ଦାଖଲର ଶେଷ ତାରିଖ ପରେ ଏହା ଫାଇଲ କରି ନ ଥିବା ଟିକସଦାତାଙ୍କୁ ତାଗିଦ କରିବା, ସ୍ବତଃ ରିଟର୍ନ ଡାଟାବେସ୍‌ ପ୍ରସ୍ତୁତ ଓ ଆକଳନ, ଇ-ଓ୍ବେ ବିଲ୍‌କୁ ଅଟକାଇବା ଆଦି ପଦକ୍ଷେପ ଯୋଗୁ ରାଜସ୍ବ ସଂଗ୍ରହରେ ଫାଇଦା ମିଳିପାରିଛି। ଡିସେମ୍ବରରେ ଜିଏସ୍‌ଟି ସଂଗ୍ରହ କମିପାରେ ବୋଲି ନଭେମ୍ବରର ପ୍ରଥମ ୩ ସପ୍ତାହରେ ପ୍ରସ୍ତୁତ ହୋଇଥିବା ହାରାହାରି ଇ-ଓ୍ବେବିଲ୍‌ ଘୋଷଣାରୁ ଜଣାପଡ଼ୁଥିବା ଆଇସିଆର୍‌ଏର ମୁଖ୍ୟ ଅର୍ଥନୀତିଜ୍ଞ ଅଦିତି ନାୟାର କହିଛନ୍ତି। ୨୦୨୨ ଆର୍ଥତ୍କ ବର୍ଷରେ କେନ୍ଦ୍ରୀୟ ଜିଏସ୍‌ଟି ସଂଗ୍ରହ ୫.୮ ଲକ୍ଷ କୋଟି ଟଙ୍କାରେ ପହଞ୍ଚତ୍ବା ଆଶା କରାଯାଉଛି ବୋଲି ନାୟାର କହିଛନ୍ତି। ଡେଲୋଇଟ୍‌ ଇଣ୍ଡିଆ ପାର୍ଟନର ଏମ୍‌.ଏସ୍‌. ମଣିଙ୍କ କହିବା ଅନୁଯାୟୀ, ବୃହତ୍‌ ରାଜ୍ୟଗୁଡ଼ିକରେ ରାଜସ୍ବ ସଂଗ୍ରହ ୧୮ରୁ ୩୦ ପ୍ରତିଶତ ବୃଦ୍ଧି ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୧ ସେପ୍ଟେମ୍ୱରରୁ ବଦଳିଯିବ LPG ଗ୍ୟାସ ସିଲିଣ୍ଡରର ୭ ବଡ଼ ନିୟମ! Indane, HP ଓ Bharat Gas ଗ୍ରାହକ ସାବଧାନ; କଟିଯିବ ଗ୍ୟାସ କନେକ୍ସନ…

ନୂଆଦିଲ୍ଲୀ,୨୯।୮: ମାସର ପ୍ରଥମ ଦିନ ରୋଷେଇ ଏବଂ ପକେଟ ବଜେଟ ପାଇଁ ବହୁତ ଖାସ ହୋଇଥାଏ। ୧ ସେପ୍ଟେମ୍ୱର ୨୦୨୬ ରୁ ଏଲପିଜି (LPG) ଏବଂ ପିଏନଜିି…

୧ ସେପ୍ଟେମ୍ୱରରୁ ମହଙ୍ଗା ହେବ ଅନଲାଇନ ସପିଂ! ପାର୍ସଲ ପ୍ରତି ଏତେ ବଢିଯିବ ଡେଲିଭରୀ ଚାର୍ଜ

ନୂଆଦିଲ୍ଲୀ,୨୯।୮: ଯଦି ଆପଣ ବି ପାର୍ୱଣ ଋତୁରେ ଅନଲାଇନ ସପିଂ (Online Shopping) କରିବାକୁ ପ୍ରସ୍ତୁତି କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଜରୁରୀ ଖବର। ସେପ୍ଟେମ୍ୱର…

FD ରେ ଟଙ୍କା ରଖୁଛନ୍ତି କି? ସେପ୍ଟେମ୍ୱର ୧ରୁ ବଦଳିବ…

ନୂଆଦିଲ୍ଲୀ,୨୯।୮: ଯଦି ଆପଣ ନିଜର କଷ୍ଟଉପାର୍ଜିତ ଟଙ୍କାକୁ ବ୍ୟାଙ୍କରେ ଫିକ୍ସଡ ଡିପୋଜିଟ (Bank FD) ରେ ନିବେଶ କରିବାକୁ ଭାବୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ…

ସରକାରଙ୍କ ଚେଷ୍ଟା ଫେଲ୍‌! ପିଆଜ ଦର ୮୦ ଟଙ୍କା ପାର୍‌, ଜାଣନ୍ତୁ ନୂଆ ରେଟ୍‌ ଲିଷ୍ଟ

ନୂଆଦିଲ୍ଲୀ,୨୯।୮: ରୋଷେଇ ଘରରେ ପିଆଜ ଦର ପୁଣିଥରେ ସାଧାରଣ ଲୋକଙ୍କ ବଜେଟକୁ ପ୍ରଭାବିତ କରୁଛି। ଦେଶର ଅନେକ ଅଞ୍ଚଳରେ ପିଆଜ ଦରରେ ଦ୍ରୁତ ବୃଦ୍ଧି ଦେଖାଦେଇଛି। କିଛି…

ତେଲରେ ମିଶ୍ରଣ ଅଭିଯୋଗରେ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ୨୫୭୩ ପେଟ୍ରୋଲ ପମ୍ପ ଉପରେ ଲାଗିଲା ରୋକ, ତାଲିକାରେ…

ନୂଆଦିଲ୍ଲୀ,୨୯।୮: ଦେଶରେ ମିଶ୍ରିତ ପେଟ୍ରୋଲ ବିକ୍ରି କରୁଥିବା ପେଟ୍ରୋଲ ପମ୍ପ ବିରୋଧରେ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଦୀର୍ଘଦିନ ଧରି ପେଟ୍ରୋଲରେ ମିଶ୍ରଣ ଏବଂ ଏହା…

ଆଜି କମିଛି ସୁନା ଦର! ରୁପା ଦରରେ ବି ବଡ଼ ପରିବର୍ତ୍ତନ; ଚେକ୍ କରନ୍ତୁ ନୂଆ ମୂଲ୍ୟ…

ରାଖୀ ପୂର୍ଣ୍ଣିମା ଅବସରରେ ସୁନା ଓ ରୁପା ଦରକୁ ନେଇ ଆସିଲା ବଡ଼ ଖବର। କାଲି ଅପେକ୍ଷା ଆଜି କମିଛି ସୁନା ଦର। କିଣିବା ପୂର୍ବରୁ ଏଠାରେ…

କ’ଣ ରାକ୍ଷୀରେ ଭାଇଙ୍କ ଠାରୁ ମିଳୁଥିବା ଟଙ୍କାରୁ ସରକାର ନିଅନ୍ତି ଟ୍ୟାକ୍ସ? ଜାଣନ୍ତୁ କେତେ ଟଙ୍କା ନେଲେ…

ନୂଆଦିଲ୍ଲୀ,୨୮।୮: ରକ୍ଷାବନ୍ଧନ ପର୍ୱ ଭାଇ-ଭଉଣୀଙ୍କ ପବିତ୍ର ସ୍ନେହ ଓ ପ୍ରେମର ପ୍ରତୀକ। ଏହି ଦିନ ଭଉଣୀମାନେ ଭାଇଙ୍କ ହାତରେ ରାଖି ବାନ୍ଧିଥାନ୍ତି ଏବଂ ବଦଳରେ ଭାଇ ସେମାନଙ୍କୁ…

PM ସୂର୍ଯ୍ୟ ଘର ଯୋଜନାରେ ନୂଆ ନିୟମ! ସବସିଡି ପାଇଁ ପୂରଣ କରିବାକୁ ପଡ଼ିବ ଏହି ସର୍ତ୍ତ

ନୂଆଦିଲ୍ଲୀ,୨୭।୮: ସରକାର ‘ପିଏମ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା’ (PM Surya Ghar Muft Bijli Yojana) ର ପରବର୍ତ୍ତୀ ପର୍ଯ୍ୟାୟରେ ବଡ଼ ପରିବର୍ତ୍ତନ କରିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri