ନର୍ଡ ଷ୍ଟ୍ରିମ୍‌ରେ ଗ୍ୟାସ୍‌ ଲିକ୍‌

ଷ୍ଟକ୍‌ହୋମ୍‌, ୨୮।୯: ରୁଷିଆର ୟୁକ୍ରେନ୍‌ ଆକ୍ରମଣ ପରଠୁ ପାଶ୍ଚାତ୍ୟ ଦେଶଗୁଡ଼ିକ ମସ୍କୋ ଉପରେ କଟକଣା ଜାରି କରିବାରେ ଲାଗିଛନ୍ତି। ରୁଷିଆ ସହ ତିକ୍ତତା ବଢ଼ି ଚାଲିଥିବାବେଳେ ମସ୍କୋରୁ ଗ୍ୟାସ୍‌ ଆମଦାନୀ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଅଧିକାଂଶ ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ଉଦ୍ୟମ କରୁଛନ୍ତି। ଏହା ମଧ୍ୟରେ ଚିନ୍ତାରେ ପକାଇଦେବା ଭଳି ଖବର ଆସିଛି। ରୁଷିଆରୁ ବାଲ୍‌ଟିକ୍‌ ସାଗର ଦେଇ ଜର୍ମାନୀ ପର୍ଯ୍ୟନ୍ତ ପ୍ରାକୃତିକ ବାଷ୍ପ ବା ନ୍ୟାଚୁରାଲ ଗ୍ୟାସ୍‌ ପରିବହନ ହେଉଥିବା ନର୍ଡ ଷ୍ଟ୍ରିମ୍‌ ପାଇପଲାଇନରୁ ରହସ୍ୟଜନକ ଭାବେ ଗ୍ୟାସ୍‌ ଲିକ୍‌ ହୋଇଛି। ସୋମବାର ନର୍ଡ ଷ୍ଟ୍ରିମ୍‌-୨ରେ ଗ୍ୟାସ୍‌ ଲିକ୍‌ ନେଇ ସୁଇଡେନ୍‌ ସତର୍କ କରାଇବା ପରେ ନର୍ଡ ଷ୍ଟ୍ରିମ୍‌-୧ରେ ମଧ୍ୟ ୨ଟି ଛିଦ୍ର ହୋଇଥିବା ମଙ୍ଗଳବାର କହିଛି। ନର୍ଡ ଷ୍ଟ୍ରିମ୍‌-୨ ଚାଲୁ ନ ଥିଲେ ମଧ୍ୟ ଏଥିରେ ଗ୍ୟାସ୍‌ ଭର୍ତ୍ତି ରହିଛି। ଏହାକୁ ନେଇ ଡେନ୍‌ମାର୍କ ଏବଂ ସୁଇଡେନ୍‌ ଚେତାଇ ଦେଇଛନ୍ତି। ବାଲ୍‌ଟିକ୍‌ ସାଗର ଦେଇ ଯାଉଥିବା ଜାହାଜଗୁଡ଼ିକ ପାଇଁ ଡେନ୍‌ମାର୍କ ସତର୍କ ସୂଚନା ଜାରି କରିଛି। ପାଇପଲାଇନ୍‌ ଥିବା ସ୍ଥାନରୁ ୫ ନଟିକାଲ ମାଇଲ ବ୍ୟାସାର୍ଦ୍ଧ ପରିବ୍ୟାପ୍ତ ଜଳରାଶିରେ ଜାହାଜ ଚଳାଚଳ ନ କରିବାକୁ ପରାମର୍ଶ ଦିଆଯାଇଛି। ପୋଲାଣ୍ଡ ଏବଂ ୟୁରୋପକୁ ରୁଷିଆରୁ ଗ୍ୟାସ ଆମଦାନୀ ବନ୍ଦ କରିବା ନିମନ୍ତେ ନୂଆ ପାଇପ୍‌ଲାଇନ ଉଦ୍‌ଘାଟନ ପାଇଁ ପାଶ୍ଚାତ୍ୟର ନେତାମାନେ ପୋଲାଣ୍ଡର ବୁନ୍ଦୋରେ ପହଞ୍ଚିଥିବାବେଳେ ପାଇପ୍‌ଲାଇନରୁ ଗ୍ୟାସ୍‌ ଲିକ୍‌ ଚିନ୍ତା ବଢ଼ାଇଦେଇଛି।
୧,୨୩୦ କିଲୋମିଟର ପର୍ଯ୍ୟନ୍ତ ଏହି ପାଇପଲାଇନ ରୁଷିଆରୁ ବାଲ୍‌ଟିକ୍‌ ସାଗର ଦେଇ ଜର୍ମାନୀକୁ ଯାଇଛି। ଏହା ମଧ୍ୟରେ ଗ୍ୟାସ୍‌ ଭର୍ତ୍ତି କରାଯାଇଥିଲେ ହେଁ ଅଦ୍ୟାବଧି ପାଇପ୍‌ଲାଇନ ଦେଇ ପରିବହନ ହୋଇନାହିଁ। ଗ୍ୟାସ୍‌ ଲିକ୍‌ର କାରଣ ମଧ୍ୟ ଜଣାପଡ଼ିନାହିଁ। ନର୍ଡ ଷ୍ଟ୍ରିମ୍‌-୨ର ଅପରେଟରର ଜଣେ ମୁଖପାତ୍ର କହିଛନ୍ତି, ଡାନିସ୍‌ ଦ୍ୱୀପ ବର୍ନହୋମ୍‌ର ଉତ୍ତରପୂର୍ବରେ ସୋମବାର ପାଇପ୍‌ଲାଇନରୁ ଗ୍ୟାସ୍‌ ଲିକ୍‌ ହୋଇଥିବା ଜଣାପଡ଼ିଥିଲା। ପାଇପଲାଇନରେ ପ୍ରେସର ହ୍ରାସ ପାଇବା ପରେ ଜର୍ମାନୀ, ସୁଇଡେନ୍‌, ଫିନ୍‌ଲାଣ୍ଡ୍‌ ଏବଂ ରୁଷିଆ ଅଧିକାରୀମାନଙ୍କୁ ସଙ୍ଗେସଙ୍ଗେ ଏ ନେଇ ସୂଚନା ଦିଆଯାଇଥିଲା। ସେଥିରେ ୧୭୭ ନିୟୁତ କ୍ୟୁବିକ୍‌ ମିଟର ଗ୍ୟାସ୍‌ ଥିବାବେଳେ କିଛି ଦିନ ମଧ୍ୟରେ ତାହା ଲିକ୍‌ ହୋଇ ବାହାରିଯିବାର ଆଶଙ୍କା ରହିଛି। ପରିବେଶ ଉପରେ ଏହାର ପ୍ରଭାବ ନେଇ ଚିନ୍ତା ପ୍ରକାଶ ପାଇଥିବାବେଳେ ଏହି ଗ୍ୟାସ୍‌ ବିଷାକ୍ତ ନୁହେଁ ବୋଲି ଜର୍ମାନୀ ପରିବେଶବିତ୍‌ମାନେ କହିଛନ୍ତି। ପ୍ରକାଶ ଥାଉ କି, ନର୍ଡ ଷ୍ଟ୍ରିମ୍‌ ପାଇପଲାଇନ୍‌ ପ୍ରାୟ ସମ୍ପୂର୍ଣ୍ଣ ହେବାକୁ ଯାଉଥିବାବେଳେ ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣକୁ ବିରୋଧ କରି ଜର୍ମାନ ଚାନ୍‌ସେଲର ଓଲାଫ୍‌ ସ୍କୋଲ୍‌ଜ ଏହି ପ୍ରକଳ୍ପକୁ ବାତିଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri