ଗର୍ଜିଲା କଂଗ୍ରେସ; ଏମିଜିଏନଇଆରଇଜିଏସ ଯୋଜନାର ନାଁ ପରିବର୍ତ୍ତନ ନେଇ ମୁଖ୍ୟମନ୍ତ୍ରୀ-ପ୍ରଧାନମନ୍ତ୍ରୀଙ୍କୁ ଚିଠି

ଦାରିଙ୍ଗବାଡି,୨୯।୧(ଅରୁଣ ସାହୁ): ଏମିଜିଏନଇଆରଇଜିଏସ ଯୋଜନାର ନାମ ପରିବର୍ତ୍ତନକୁ କଂଗ୍ରେସର ବିରୋଧ। ଗୁରୁବାର କଂଗ୍ରେସ ପକ୍ଷରୁ ଏନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ପରିସରରେ କଂଗ୍ରେସର ବ୍ଲକ ସଭାପତି ଜିରୀମୟ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଜି. ଉଦୟଗିରି ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟତମ ଅତିଥିଭାବେ ଦଳର ଜିଲା ସଭାପତି ଚନ୍ଦ୍ରଶେଖର ପରିଡା ଯୋଗଦେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଥିଲେ। ସେମାନଙ୍କ ଅଭିଯୋଗ ଯେ, ସରକାର ଏମିଜିଏନଇଆରଇଜିଏସ ଯୋଜନାର ନାମ ପରିବର୍ତ୍ତନ କରି ଭିବିଜି ରାମଜୀ ବା ବିକଶିତ ଭାରତ ଗ୍ୟାରେଣ୍ଟି ଫର ରୋଜଗାର ଆଣ୍ଡ ଆଜିବିକା ମିଶନ ନାମରେ ନାମକରଣ କରିଛନ୍ତି। ତେବେ ଦେଶକୁ ସ୍ବାଧୀନତା ଆଣିଥିବା ମହାତ୍ମା ଗାନ୍ଧୀଙ୍କ ନାମକୁ ଲୋପ କରିବାକୁ ଭାଜପା ଏକ ବଡ଼ ଷଡଯନ୍ତ୍ର କରୁଥିବା ବିଧାୟକ ଏବଂ ଜିଲା ସଭାପତି ଅଭିଯୋଗ ଆଣିଥିଲେ।

ସେହିପରି ସରକାର ସ୍ମାର୍ଟ ମିଟର ଲଗାଇ ଗରିବ ଲୋକଙ୍କୁ ଲୁଟିବା ଏକ ନିନ୍ଦନୀୟ ବୋଲି ଏହାର ପ୍ରତିବାଦ ଜଣାଇଥିଲେ। ଏହା କୌଣସି ସାଧାରଣ ବିଧାନମୂଳକ ପ୍ରକ୍ରିୟା ନୁହେଁ। ଏହା ଏକ ରାଜନୈତିକ ଚକ୍ରାନ୍ତ, ଯାହାର ଉଦ୍ଦେଶ୍ୟ ଏକ ଐତିହାସିକ, ଅଧିକାର-ଆଧାରିତ ଜନକଲ୍ୟାଣ ଆଇନକୁ ଦୁର୍ବଳ କରିବା ଏବଂ ଭାରତର ସବୁଠାରୁ ପରିଚିତ କଲ୍ୟାଣକାରୀ ଆଇନରୁ ମହାତ୍ମା ଗାନ୍ଧୀଙ୍କ ନାମ ଓ ମୂଲ୍ୟବୋଧକୁ ମିଳାଇଦେବାପ୍ରୟାସ ବୋଲି ଦଳ ଅଭିଯୋଗ କରିଥିଲା। ଭାଜପା ସରକାର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ରୋଜଗାର ନିଶ୍ଚିନ୍ତ ଯୋଜନାକୁ(MGNREGA)କୁ ରଦ୍ଦ କରିବା ପାଇଁ ଏକ ବିଲ ଆଣି ଏକ ଭୟାବହ ଏବଂ ଯୋଜନାବଦ୍ଧ ପଦକ୍ଷେପ ଗ୍ରହଣ କରୁଥିବା ନିନ୍ଦନୀୟ ବୋଲି କୁହାଯାଇଛି।

ଏହି ଯୋଜନା ଜନସାଧାରଣଙ୍କ ସଂଘର୍ଷରୁ ଜନ୍ମ ନେଇଥିଲା ଏବଂ ‘ପ୍ରତି ହାତକୁ କାମ ଦିଅ, କାମର ପୂରା ଦାମ୍‌ ଦିଅ’ ବାଣୀକୁ ସାକାର କରିଥିଲା I ଏହା ଗ୍ରାମୀଣ ଭାରତର ଲୋକମାନଙ୍କୁ କାମ ମାଗିବାର ଆଇନଗତ ଅଧିକାର ଦେଇଥିବା ଓ ସମଗ୍ର ଗ୍ରାମୀଣ ଭାରତରେ ୧ ଶହ ଦିନର ରୋଜଗାର ନିଶ୍ଚିତ କରିଥିଲା। ଏହାସହ ବିକେନ୍ଦ୍ରୀକୃତ ଶାସନକୁ ଶକ୍ତିଶାଳୀ କରିଥିଲା। ମହିଳା ଓ ଜମିହୀନମାନଙ୍କୁ ସଶକ୍ତ କରିଥିଲା ଏବଂ ଶ୍ରମର ଗରିମାକୁ ସୁରକ୍ଷିତ କରିଥିଲା ବୋଲି ଦଳ କହିଛି। ଏନେଇ ଦଳ ପକ୍ଷରୁ ସଭା ପରେ ବିରାଟ ଶୋଭାଯାତ୍ରାରେ ଦାରିଙ୍ଗବାଡି ପରିକ୍ରମା କରି ବ୍ଲକ କାର୍ଯ୍ୟାଳୟ ପରିସରରେ ଦଳର ନେତା ଓ କର୍ମୀ ପହଞ୍ଚି ଧାରଣା ଦେଇଥିଲେ। ପରେ ବିଡିଓ ପ୍ରୀତିରଞ୍ଜନ ରଥଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଦେଶର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ। ପରେ ଦଳ ପକ୍ଷରୁ ସମସ୍ତେ ସାରିଙ୍ଗିଇର୍ପିଠାରେ ଥିବା ସଭାଗୃହରେ ଏକ ନୂତନବର୍ଷ ଓ ନୂତନ କମିଟିକୁ ନେଇ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳନ କରିଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ଟାଏକୋଣ୍ଡୋ ଚାମ୍ପିୟନଶିପ୍‌ର ଆରମ୍ଭ: ଭାଗନେଲେ ୧ ହଜାର କ୍ରୀଡ଼ାବିତ୍‌

ବାଲେଶ୍ୱର,୧୬ା୩(ବାଞ୍ଛାନିଧି ଦେ): ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘ(ଏଆଇୟୁ), ନୂଆଦିଲ୍ଲୀ ସହଯୋଗ ଓ ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟ ସହଭାଗିତାରେ ସୋମବାର ସର୍ୱଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ ମହିଳା ଟାଏକୋଣ୍ଡୋ ଚାମ୍ପିୟନଶିପ୍‌ ୨୦୨୫-୨୬…

SCBରେ ନିଆଁ: ରିପୋର୍ଟ ମାଗିଲେ NHRC

କଟକ, ୧୬।୩: କଟକ SCBରେ ନିଆଁ ଲାଗି ୧୦ ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟ ସଚିବଙ୍କୁ ରିପୋର୍ଟ ମାଗିଛନ୍ତି ଜାତୀୟ ମାନବାଧିକାର କମିଶନ(NHRC )। ଘଟଣାର ଅନୁଧ୍ୟାନ…

ଗଜପତି ଜିଲାର ୪ ବ୍ଲକରେ ରବର ଚାଷ ରବରଚାଷରେ ହେକ୍ଟର ପିଛା ଚାଷୀଙ୍କୁ ଲାଭ ୨ ଲକ୍ଷ

ପାରଳାଖେମୁଣ୍ଡି,୧୬ା୩(ଗିରିଧାରୀ ପରିଚ୍ଛା): ରବର ଚାଷ ପାଇଁ ଗଜପତି ଜିଲାର ସୁନାମ ରହିଛି। ପାହାଡିଆ ଅଞ୍ଚଳରେ ରବର ଚାଷ କରି ଚାଷୀ ବେଶ୍‌ ଉପକୃତ ହେଉଛନ୍ତି। ଜିଲାର ଗୁମ୍ମା,…

ଛତ୍ରପୁରରେ ଭୟଙ୍କର ଗ୍ୟାସ୍‌ ସଙ୍କଟ: ସିଲିଣ୍ଡର ନେବାକୁ ଉପଭୋକ୍ତାଙ୍କ ଲମ୍ବା ଲାଇନ୍‌

ଛତ୍ରପୁର,୧୬ା୩(ଦିଲ୍ଲୀ ସାମଲ): ଗ୍ୟାସ୍‌ ବୁକିଂ ନମ୍ବର ଲାଗୁନାହିଁ, ପୂର୍ବରୁ ବୁକିଂ ଥିଲେ ବିଳମ୍ବ ହେଉଛି। ମଧ୍ୟପ୍ରାଚ୍ୟରେ ଯୁଦ୍ଧର ତାଣ୍ଡବ ମଧ୍ୟରେ ମୁଣ୍ଡ ଟେକିଛି ବଡ଼ ଧରଣର ଶକ୍ତି…

ନକ୍‌ଆଉଟ ଟୁର୍ନାମେଣ୍ଟ: ବାରାବାଂସ ଦଳ ବିଜୟୀ

ବନ୍ଧମୁଣ୍ଡା,୧୬ା୩(ସୁବ୍ରତ ଦେ): ସୁନ୍ଦରଗଡ଼ ଜିଲା ବିଶ୍ରା ବ୍ଲକ କପାଟମୁଣ୍ଡା ପଞ୍ଚାୟତଠାରେ ଲାୟନ୍ସ ହାର୍ଟ କ୍ଲବ ପକ୍ଷରୁ ଆୟୋଜିତ ୨ ଦିନିଆ ଷଷ୍ଠ ଇଣ୍ଟର ପଞ୍ଚାୟତ କ୍ରିକେଟ ନକ୍‌ଆଉଟ…

ଦିଗପହଣ୍ଡି ପୋଲିସକୁ ସଫଳତା, ୩ଜଣଙ୍କୁ ଗିରଫ କରି କୋର୍ଟଚାଲାଣ…

ଦିଗପହଣ୍ଡି,୧୬ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ସୋମବାର ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ସୁନାରି ସାହିର ପ୍ରଦୀପ କୁମାର ମହାନ୍ତିଙ୍କୁ ୱାରେଣ୍ଟ ବଳରେ ଗିରଫ…

SCB ନିଆଁ: ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ ଗଠନ କଲେ ମୁଖ୍ୟମନ୍ତ୍ରୀ, ଆଜି ସନ୍ଧ୍ୟା ସୁଦ୍ଧା…

ଭୁବନେଶ୍ୱର,୧୬ା୩(ସୁନିତ୍‌ ମିଶ୍ର): କଟକ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଘଟିଯାଇଥିବା ଦୁର୍ଭାଗ୍ୟଜନକ ଅଗ୍ନିକାଣ୍ଡ ଏବଂ ଏଥିପାଇଁ ରୋଗୀମାନଙ୍କ ମୃତ୍ୟୁ ଯୋଗୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…

କୂଅରେ ପଡିଛି ଯୁବକଙ୍କ ମୃତଦେହ: କୁକୁର ଧରି ପହଞ୍ଚିଲେ ସାଇଣ୍ଟିଫିକ୍‌ ଟିମ୍‌

ଗଞ୍ଜାମ,୧୬।୩ (ବିଦ୍ୟାଧର ସାହୁ ): ଗଞ୍ଜାମ ଥାନା ଅନ୍ତର୍ଗତ ଲକ୍ଷ୍ମୀପୁର ଗ୍ରାମ ନିକଟସ୍ଥ ଏକ କୂଅରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି।  ରବିବାର କୂଅରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri