ସ୍ମାର୍ଟସିଟି ବସ୍ତିରେ କୁଢ଼ କୁଢ଼ ଅଳିଆ

ରାଉରକେଲା,୧୦।୯(ଦିନେଶ ମିଶ୍ର)ରାଉରକେଲା ସହରକୁ ସ୍ବଚ୍ଛ ଓ ସବୁଜ କରିବା ପାଇଁ ପ୍ରତିଦିନ ବିଭିନ୍ନ କଲୋନୀ ଓ ବସ୍ତି ଅଞ୍ଚଳରେ ଆରଏମ୍‌ସି ପକ୍ଷରୁ ଅଳିଆ ଗାଡି ବୁଲୁଛି। ସକାଳ ହେଲେ ସହରର ଜନସାଧାରଣଙ୍କୁ ସଚେତନ କରିବା କରିବା ପାଇଁ ଅଳିଆ ଗାଡିଗୁଡିକରେ ସଚେତନତା ବାର୍ତ୍ତା ପ୍ରଚାର ମଧ୍ୟ କରାଯାଉଛି। ହେଲେ ଏଭଳି କିଛି ବସ୍ତି ରହିଛି ଯେଉଁଠାରେ ସ୍ବଚ୍ଛତାକୁ ଗୁରୁତ୍ୱ ଦିଆଗଲା ଭଳି ମନେ ହେଉନାହିଁ। ଏଭଳି ଗାଡାଟୋଲା ବସ୍ତି ଓ ମାଲଗୋଦାମସ୍ଥିତ ସୁଇପର ବସ୍ତିରେ ଦେଖିବାକୁ ମିଳିଛି।
ରାଉରକେଲା ଏସ୍‌ଟିଆଇ ଓଭରବ୍ରିଜ୍‌ ନିକଟରେ ଗାଡାଟୋଲା ବସ୍ତି ରହିଛି। ଏହି ବସ୍ତିରେ ୩ଶହରୁ ଊର୍ଦ୍ଧ୍ୱ ଲୋକ ବସବାସ କରନ୍ତି। ଅଳିଆ ଆବର୍ଜନା ପକାଇବା ପାଇଁ ବସ୍ତିରେ କୌଣସି ଡଷ୍ଟବିନ୍‌ ବ୍ୟବସ୍ଥା ନାହିଁ। ଫଳରେ ବସ୍ତିବାସୀମାନେ ରାସ୍ତାକଡ଼ରେ ଅଳିଆ ଜମା କରୁଛନ୍ତି। ଏହି ଅଳିଆ ମାସ ମାସ ଧରି ପଡିରହୁଥିବାବେଳେ ଏହାକୁ ସଫା କରାଯାଉନାହିଁ। ଫଳରେ ଅଳିଆଗୁଡିକୁ ବୁଲା ପଶୁ ଗୋଡରେ ଖେଳାଇ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛନ୍ତି। ସେହିପରି ବାସନ୍ତୀ କଲୋନୀ ମାଲଗୋଦାମ ସ୍ଥିତ ସୁଇପରବସ୍ତିରେ କୌଣସି ଡଷ୍ଟବିନ ବ୍ୟବସ୍ଥା କରାଯାଇନାହିଁ। ସ୍ଥାନୀୟ ବସ୍ତିବାସୀମାନେ ବସ୍ତି ନିକଟ ଏକ ଅଙ୍ଗନଓ୍ବାଡି କାନ୍ଥ କଡରେ ଅଳିଆ ଆବର୍ଜନା ପକାଉଛନ୍ତି। ଏହି ବସ୍ତି ଭିତରକୁ କୌଣସି ଆରଏମ୍‌ସିର ସଫେଇ ଗାଡି ଯାଉ ନ ଥିବାରୁ ପୂତିଗନ୍ଧମୟ ପରିବେଶ ସୃଷ୍ଟି ହେଉଛି। ବସ୍ତିରେ ଅଳିଆ ଗୁଡିକ ବହୁଦିନ ଧରି ଜମା ରହୁଥିବାବେଳେ ବର୍ଷାଦିନ ପାଣିରେ ପଚି ଏକ ଗନ୍ଧ ବାହାରୁଛି। ଏ ନେଇ ଗାଡାଟୋଲା ବସ୍ତିର ବାସିନ୍ଦା ଶୁକ୍ରା କୁଜୁର କୁହନ୍ତି, କେନ୍ଦ୍ର ସରକାର ସ୍ବଚ୍ଛ ଭାରତ ଅଭିଯାନ କରୁଥିବାବେଳେ ଆମ ବସ୍ତିରେ ସ୍ବଚ୍ଛତାକୁ ନେଇ ଆଜିଯାଏ କୌଣସି ଡଷ୍ଟବିନ ବ୍ୟବସ୍ଥା କରାଯାଇନାହିଁ। ଫଳରେ ସ୍ଥାନୀୟ ବସ୍ତିବାସୀ ରାସ୍ତାକଡ ଖୋଲା ସ୍ଥାନରେ ଅଳିଆ ପକାଇଉଛନ୍ତି। ଆରଏମ୍‌ସିର ଅଳିଆ ଗାଡି ଖାଲି ବିଭିନ୍ନ ସମ୍ଭ୍ରାନ୍ତ କଲୋନୀ ଅଞ୍ଚଳରେ ବୁଲୁଥିବାବେଳେ ଆମ ବସ୍ତିକୁ ଆସୁନାହିଁ। ଏ ସମ୍ପର୍କରେ ଆରଏମ୍‌ସି ଉପ ଆୟୁକ୍ତ ସୀତାଦେବୀ ମାଝୀଙ୍କୁ ପଚାରିବାରୁ ସେ କହିଲେ, ପ୍ରତିଦିନ ଆର୍‌ଏମ୍‌ସି ପକ୍ଷରୁ ବିଭିନ୍ନ ଏରିଆକୁ ଅଳିଆ ଗାଡି ଯାଉଛି। ଗାଡାଟୋଲା ବସ୍ତି ଓ ସୁଇପର ବସ୍ତିରେ ଅଳିଆ ସଫା ହେଉ ନ ଥିବା ଆମ ପାଖରେ ଅଭିଯୋଗ ହୋଇନାହିଁ। ଯଦି କୌଣସି ସ୍ଥାନରେ ଅଳିଆ ଆବର୍ଜନା ଦେଖାଯାଏ ତେବେ ଏକ ଟ୍ରୋଲ ଫ୍ରି ନମ୍ବରରେ ଅଭିଯୋଗ କରନ୍ତୁ। ଦୁଇ ଦିନ ଭିତରେ ଏହି ଅଳିଆ ଆବର୍ଜନାକୁ ତୁରନ୍ତ ସଫା କରାଯିବ ବୋଲି ମାଝୀ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri