ଉଠିଲା ଅଳିଆ, ହଟିବେ ଉଠାଦୋକାନୀ

ଭୁବନେଶ୍ୱର,୬।୭(ଅନୁରାଧା ମହାରଣା)ୟୁନିଟ-୨ ମାର୍କେଟ ବିଲ୍ଡିଂର ସ୍ଥାୟୀ ବ୍ୟବସାୟୀ ଓ ଉଠାଦୋକାନୀ ଙ୍କ ମଧ୍ୟରେ ଲାଗି ରହିଥିବା ବିବାଦର ସ୍ଥାୟୀ ସମାଧାନ ହେଉନାହିଁ। ଫଳରେ ଉଭୟ ଗୋଷ୍ଠୀ ବାରମ୍ବାର ମୁହଁାମୁହିଁ ହେବା ସହ ବଜାର ବନ୍ଦ, ଅଳିଆ ଉଠା ବନ୍ଦ ମାଧ୍ୟମରେ ପ୍ରତିବାଦ କରାଯାଉଛି। ମାର୍କେଟ ଆସୋସିଏଶନର ଦାବିକୁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଅଣଦେଖା କରିଥିବା ଅଭିଯୋଗ କରି ଗତ ୫ଦିନ ହେବ ମାର୍କେଟରୁ ସଫେଇ ଓ ଅଳିଆ ଉଠାଇବା କାର୍ଯ୍ୟ ବନ୍ଦ କରାଯାଇଥିଲା। ଫଳରେ ମାର୍କେଟ ଅଞ୍ଚଳରେ କୁଢ଼ କୁଢ଼ ଅଳିଆ ଜମା ହୋଇଥିଲା। ଏଠାକୁ ଆସୁଥିବା ଗ୍ରାହକଙ୍କ ମଧ୍ୟରେ ଏନେଇ ଅସନ୍ତୋଷ ଦେଖିବାକୁ ମିଳିଥିଲା। ତେବେ ବୁଧବାର ମେୟର ସୁଲୋଚନା ଦାସ, ବିଏମ୍‌ସି କମିଶନର ବିଜୟ ଅମୃତ କୁଲାଙ୍ଗେଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଆଲୋଚନା କରିଥିଲେ। ୨ଦିନ ମଧ୍ୟରେ ଅଯୋଗ୍ୟ ଉଠାଦୋକାନୀ ମାର୍କେଟ ବିଲ୍ଡିଂରୁ ଉଠିବେ। ଏଥିସହ କୋର୍ଟରେ ଚାଲିଥିବା ଉଠାଦୋକାନୀ ଓ ମାର୍କେଟ ଆସୋସିଏଶନ ମାମଲାରେ ରି-ପିଟିଶନ କରାଯାଇ ଏହାର ପରିଚାଳନାକୁ ଗୁରୁତ୍ୱ ଦିଆଯିବ ବୋଲି ମେୟର ପ୍ରତିଶ୍ରୁତି ଦେବା ପରେ ଅଳିଆ ହଟାଇବାକୁ ଆସୋସିଏଶନ ରାଜି ହୋଇଥିଲା। ତେବେ ସା ପ୍ରାୟ ୭ଟାରେ ମାର୍କେଟ ବିଲ୍ଡିଂ ଭିତରୁ ସଫେଇଗାଡ଼ି ଅଳିଆ ଉଠାଇଥିବା ମାର୍କେଟ ଆସୋସିଏଶନ ସଭାପତି ପ୍ରଦ୍ୟୁମ୍ନ ଲେଙ୍କା ସୂଚନା ଦେଇଛନ୍ତି।
କି, ଉଠାଦୋକାନୀଙ୍କ ପାଇଁ ମାର୍କେଟ ବିଲ୍ଡିଂରେ ସ୍ଥାୟୀ ଦୋକାନ କରିଥିବା ବ୍ୟବସାୟୀଙ୍କ ବେପାର ପ୍ରଭାବିତ ହେଉଛି। ଏଥିସହ ସେମାନଙ୍କ ପାଇଁ ମାର୍କେଟ ପରିସର ଅଳିଆଆବର୍ଜନାରେ ଭର୍ତ୍ତି ହେଉଛି। ଉଠା ଦୋକାନୀଙ୍କୁ ମାର୍କେଟ ବିଲ୍ଡିଂରୁ ହଟାଇବା ସହ କେତେକ ଦାବି ନେଇ ମାର୍କେଟ ଆସୋସିଏଶନର ସଦସ୍ୟମାନେ ବିଏମ୍‌ସି କମିଶନର, ଅତିରିକ୍ତ କମିଶନର, ଜେଡିସି ତଥା ପୋଲିସ୍‌ର ସହଯୋଗ ଲୋଡିଥିଲେ। ୭ଦିନ ମଧ୍ୟରେ ନିଜେ ମାର୍କେଟକୁ ଯାଇ ସ୍ଥିତି ଯାଞ୍ଚ କରିବା ସହ ସ୍ଥାୟୀ ବ୍ୟବସାୟୀଙ୍କ ଅଭିଯୋଗ ଶୁଣିବେ ବିଏମ୍‌ସି କମିଶନର ବିଜୟ ଅମୃତ କୁଲାଙ୍ଗେ କହିଥିଲେ। ମାତ୍ର କମିଶନରଙ୍କ ପ୍ରତିଶ୍ରୁତିକୁ ମାସେ ବିତିଥିଲେ ମଧ୍ୟ ସମସ୍ୟାର ସମାଧାନ ଦୂରେ ଥାଇ, ଏପରିକି କମିଶନର କୁଲାଙ୍ଗେ ସେଠାକୁ ଯାଇ ବ୍ୟବସାୟୀଙ୍କ ସହ ଆଲୋଚନା ନ କରିବାରୁ ସଂଘ ଅଳିଆ ଉଠା ବନ୍ଦ କରି ପ୍ରତିବାଦ କରିଥିଲା। ଫଳରେ ଅଳିଆ ଗଦା ହୋଇ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଥିଲା। ଏହାକୁ ନେଇ ବ୍ୟବସାୟୀ ଓ ଗ୍ରାହକ ତୀବ୍ର ଅସନ୍ତୋଷ ପ୍ରକାଶ ପରିବା ବିଏମ୍‌ସିକୁ ଦାୟୀ କରିଥିଲେ। ବିଏମ୍‌ସି ଅଧିକାରୀ ଓ ସମ୍ପୃକ୍ତ ୱାର୍ଡର ସାନିଟାରୀ ଇନ୍ସପେକ୍ଟର ବର୍ଜ୍ୟ ଉଠାଇବାକୁ ଉଦ୍ୟମ କରି ବିଫଳ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri