ଉଠିଲା ଅଳିଆ, ହଟିବେ ଉଠାଦୋକାନୀ

ଭୁବନେଶ୍ୱର,୬।୭(ଅନୁରାଧା ମହାରଣା)ୟୁନିଟ-୨ ମାର୍କେଟ ବିଲ୍ଡିଂର ସ୍ଥାୟୀ ବ୍ୟବସାୟୀ ଓ ଉଠାଦୋକାନୀ ଙ୍କ ମଧ୍ୟରେ ଲାଗି ରହିଥିବା ବିବାଦର ସ୍ଥାୟୀ ସମାଧାନ ହେଉନାହିଁ। ଫଳରେ ଉଭୟ ଗୋଷ୍ଠୀ ବାରମ୍ବାର ମୁହଁାମୁହିଁ ହେବା ସହ ବଜାର ବନ୍ଦ, ଅଳିଆ ଉଠା ବନ୍ଦ ମାଧ୍ୟମରେ ପ୍ରତିବାଦ କରାଯାଉଛି। ମାର୍କେଟ ଆସୋସିଏଶନର ଦାବିକୁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଅଣଦେଖା କରିଥିବା ଅଭିଯୋଗ କରି ଗତ ୫ଦିନ ହେବ ମାର୍କେଟରୁ ସଫେଇ ଓ ଅଳିଆ ଉଠାଇବା କାର୍ଯ୍ୟ ବନ୍ଦ କରାଯାଇଥିଲା। ଫଳରେ ମାର୍କେଟ ଅଞ୍ଚଳରେ କୁଢ଼ କୁଢ଼ ଅଳିଆ ଜମା ହୋଇଥିଲା। ଏଠାକୁ ଆସୁଥିବା ଗ୍ରାହକଙ୍କ ମଧ୍ୟରେ ଏନେଇ ଅସନ୍ତୋଷ ଦେଖିବାକୁ ମିଳିଥିଲା। ତେବେ ବୁଧବାର ମେୟର ସୁଲୋଚନା ଦାସ, ବିଏମ୍‌ସି କମିଶନର ବିଜୟ ଅମୃତ କୁଲାଙ୍ଗେଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଆଲୋଚନା କରିଥିଲେ। ୨ଦିନ ମଧ୍ୟରେ ଅଯୋଗ୍ୟ ଉଠାଦୋକାନୀ ମାର୍କେଟ ବିଲ୍ଡିଂରୁ ଉଠିବେ। ଏଥିସହ କୋର୍ଟରେ ଚାଲିଥିବା ଉଠାଦୋକାନୀ ଓ ମାର୍କେଟ ଆସୋସିଏଶନ ମାମଲାରେ ରି-ପିଟିଶନ କରାଯାଇ ଏହାର ପରିଚାଳନାକୁ ଗୁରୁତ୍ୱ ଦିଆଯିବ ବୋଲି ମେୟର ପ୍ରତିଶ୍ରୁତି ଦେବା ପରେ ଅଳିଆ ହଟାଇବାକୁ ଆସୋସିଏଶନ ରାଜି ହୋଇଥିଲା। ତେବେ ସା ପ୍ରାୟ ୭ଟାରେ ମାର୍କେଟ ବିଲ୍ଡିଂ ଭିତରୁ ସଫେଇଗାଡ଼ି ଅଳିଆ ଉଠାଇଥିବା ମାର୍କେଟ ଆସୋସିଏଶନ ସଭାପତି ପ୍ରଦ୍ୟୁମ୍ନ ଲେଙ୍କା ସୂଚନା ଦେଇଛନ୍ତି।
କି, ଉଠାଦୋକାନୀଙ୍କ ପାଇଁ ମାର୍କେଟ ବିଲ୍ଡିଂରେ ସ୍ଥାୟୀ ଦୋକାନ କରିଥିବା ବ୍ୟବସାୟୀଙ୍କ ବେପାର ପ୍ରଭାବିତ ହେଉଛି। ଏଥିସହ ସେମାନଙ୍କ ପାଇଁ ମାର୍କେଟ ପରିସର ଅଳିଆଆବର୍ଜନାରେ ଭର୍ତ୍ତି ହେଉଛି। ଉଠା ଦୋକାନୀଙ୍କୁ ମାର୍କେଟ ବିଲ୍ଡିଂରୁ ହଟାଇବା ସହ କେତେକ ଦାବି ନେଇ ମାର୍କେଟ ଆସୋସିଏଶନର ସଦସ୍ୟମାନେ ବିଏମ୍‌ସି କମିଶନର, ଅତିରିକ୍ତ କମିଶନର, ଜେଡିସି ତଥା ପୋଲିସ୍‌ର ସହଯୋଗ ଲୋଡିଥିଲେ। ୭ଦିନ ମଧ୍ୟରେ ନିଜେ ମାର୍କେଟକୁ ଯାଇ ସ୍ଥିତି ଯାଞ୍ଚ କରିବା ସହ ସ୍ଥାୟୀ ବ୍ୟବସାୟୀଙ୍କ ଅଭିଯୋଗ ଶୁଣିବେ ବିଏମ୍‌ସି କମିଶନର ବିଜୟ ଅମୃତ କୁଲାଙ୍ଗେ କହିଥିଲେ। ମାତ୍ର କମିଶନରଙ୍କ ପ୍ରତିଶ୍ରୁତିକୁ ମାସେ ବିତିଥିଲେ ମଧ୍ୟ ସମସ୍ୟାର ସମାଧାନ ଦୂରେ ଥାଇ, ଏପରିକି କମିଶନର କୁଲାଙ୍ଗେ ସେଠାକୁ ଯାଇ ବ୍ୟବସାୟୀଙ୍କ ସହ ଆଲୋଚନା ନ କରିବାରୁ ସଂଘ ଅଳିଆ ଉଠା ବନ୍ଦ କରି ପ୍ରତିବାଦ କରିଥିଲା। ଫଳରେ ଅଳିଆ ଗଦା ହୋଇ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଥିଲା। ଏହାକୁ ନେଇ ବ୍ୟବସାୟୀ ଓ ଗ୍ରାହକ ତୀବ୍ର ଅସନ୍ତୋଷ ପ୍ରକାଶ ପରିବା ବିଏମ୍‌ସିକୁ ଦାୟୀ କରିଥିଲେ। ବିଏମ୍‌ସି ଅଧିକାରୀ ଓ ସମ୍ପୃକ୍ତ ୱାର୍ଡର ସାନିଟାରୀ ଇନ୍ସପେକ୍ଟର ବର୍ଜ୍ୟ ଉଠାଇବାକୁ ଉଦ୍ୟମ କରି ବିଫଳ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

୧୧୭ ରନ୍‌ରେ ଅଟକିଲା ଦକ୍ଷିଣ ଆଫ୍ରିକା

ଧର୍ମଶାଳା,୧୪।୧୨:ଧର୍ମଶାଳାରେ ରବିବାର ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ୧୧୭ ରନ୍‌ରେ ଅଲ୍‌ଆଉଟ ହୋଇଯାଇଛି ଦକ୍ଷିଣ ଆଫ୍ରିକା। ଫଳରେ ଭାରତ ଆଗରେ ୧୧୮ ରନ୍‌ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri