ଟାଟା ଷ୍ଟିଲ୍‌ର ୧୧୬ତମ ବାର୍ଷିକ ସାଧାରଣ ବୈଠକ

ଭୁବନେଶ୍ୱର,୬।୭: ଟାଟା ଷ୍ଟିଲ୍‌ର ୧୧୬ ତମ ବାର୍ଷିକ ସାଧାରଣ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଟାଟା ଷ୍ଟିଲ୍‌ର ଅଧ୍ୟକ୍ଷ ଏନ୍‌.ଚନ୍ଦ୍ରଶେଖରନ୍‌ ଅଂଶଧନକାରୀମାନଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିବା ଅଭିଭାଷଣ ଏବଂ କମ୍ପାନିର ଆର୍ଥିକ ପ୍ରଦର୍ଶନ ଓ ଭବିଷ୍ୟତ ଯୋଜନା ବିଷୟରେ ଚନ୍ଦ୍ରଶେଖରନ୍‌ ବିସ୍ତୃତ ଆଲୋକପାତ କରିଛନ୍ତି। ଏପରିକି ଏକ ସରଳ ଗଭର୍ନାସ ଢାଞ୍ଚା ଉପରେ କମ୍ପାନି ଗୁରୁତ୍ୱାରୋପ କରୁଛି। ଭାରତରେ ଉଭୟ ପୁଞ୍ଜି ସମ୍ପ୍ରସାରଣ ଓ ଅଧିଗ୍ରହଣ ଜରିଆରେ କମ୍ପାନି ତା’ର ବ୍ୟବସାୟକୁ ବଢ଼ାଇବା ଜାରି ରଖିବ ଏବଂ ୨୦୩୦ସୁଦ୍ଧା ଭାରତର କ୍ଷମତାକୁ ୪୦ନିୟୁତ ଟନ୍‌ରେ ପହଞ୍ଚାଇବା ଲକ୍ଷ୍ୟ ହାସଲ କରିବାକୁ କଂପାନି ଉଦ୍ୟମ କରିବ ବୋଲି ଚନ୍ଦ୍ରଶେଖରନ ମତପ୍ରକାଶ କରିଛନ୍ତି। ଯେଉଁଥିରେ କମ୍ପାନିର ବ୍ୟବସାୟ ଓ ମୂଲ୍ୟ ଶୃଙ୍ଖଳା ଡିକାର୍ବନାଇଜେସନ କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ଭବିଷ୍ୟତରେ ଟାଟା ଷ୍ଟିଲ୍‌ ପାଇଁ ବିପୁଳ ସୁଯୋଗ ରହିଛି ଏବଂ ତାର ଲାଭ ହାସଲ କରିବା ଲାଗି କଂପାନି ବହୁତ ଭଲ ସ୍ଥିତିରେ ରହିଛି। ଆମର ଯାତ୍ରା ଜାରି ରହିଥିବା ବେଳେ ପରିଚାଳନା ଟିମ୍‌ ଗ୍ରାହକ କୈନ୍ଦ୍ରୀକତା, ପ୍ରଯୁକ୍ତି, ଡିଜିଟାଲ୍‌ ଓ ଦୀର୍ଘସ୍ଥାୟୀ ଅଭିଯାନ ଉପରେ ଗୁରୁତ୍ୱ ପ୍ରଦାନ କରି ବିଶ୍ୱ ଇସ୍ପାତ ଶିଳ୍ପରେ କଂପାନିର ପ୍ରତିଦ୍ୱନ୍ଦ୍ୱିତା ସ୍ଥିତିରେ ଉନ୍ନତି ଆଣୁଛନ୍ତି।
ଅପରପକ୍ଷରେ କମ୍ପାନୀର କର୍ପୋରେଟ୍‌ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର୍‌) ଅଧୀନରେ କମ୍ପାନି ୨୦୨୨-୨୩ ରେ ୪୮୧ କୋଟି ଟଙ୍କା ବ୍ୟୟ କରିଛି। ୨୦୨୨-୨୩ ଆର୍ଥିକ ବର୍ଷରେ ଟାଟା ଷ୍ଟିଲ୍‌ର ରାଜସ୍ବ ୧,୨୯,୦୦୭ କୋଟି ଟଙ୍କା ରହିଥିବା ବେଳେ ଟିକସ ପରବର୍ତ୍ତୀ ଲାଭ ୧୫,୪୯୫ କୋଟି ଟଙ୍କା ରହିଛି। ବ୍ରିଟେନ କାରଖାନାର ୬ ବିଲିଅନ ବ୍ରିଟିଶ ପାଉଣ୍ଡ ଷ୍ଟିଲ ପେନ୍‌ସନ୍‌ ସ୍କିମ୍‌ର ସମ୍ପୂର୍ଣ୍ଣ ବୀମା କରିବାରେ କମ୍ପାନି ସଫଳ ହୋଇଛି। ୨୦୨୩ ମାର୍ଚ୍ଚ ୩୧ ସୁଦ୍ଧା ଶେଷ ଆର୍ଥିକ ବର୍ଷ ପାଇଁ କମ୍ପାନି ପକ୍ଷରୁ ଇକ୍ୱିଟି ସେୟାର ପିଛା ୩ ଟଙ୍କା ୬୦ ପଇସାର ଲାଭାଂଶ ଘୋଷଣା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?