ବ୍ରଜରାଜନଗର ଉପନିର୍ବାଚନ: ଆଜି ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ

ଝାରସୁଗୁଡା ଅଫିସ,୧୧।୫: ବ୍ରଜରାଜନଗର ଉପନିର୍ବାଚନ ପାଇଁ ରାଜନୀତି ସରଗରମ ରହିଛି। ତେବେ ବୁଧବାର ନାମାଙ୍କନପତ୍ର ଦାଖଲର ଶେଷ ଦିନ ରହିଛି। ଭାଜପା, ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ଶେଷ ଦିନରେ ପ୍ରାର୍ଥୀପତ୍ର ଦାଖଲ କରିବେ। ତିନି ଦଳ ଝାରସୁଗୁଡାରେ ନିଜ ନିଜର ଶକ୍ତି ପ୍ରଦର୍ଶନ କରିବା ପାଇଁ ଯୋଜନା କରିଛନ୍ତି।
ଆସନ୍ତା ମେ’୩୧ରେ ବ୍ରଜରାଜନଗରେ ୨୭୯ଟି ବୁଥ୍‌ରେ ଭୋଟ ଗ୍ରହଣ ହେବ । ଏଥର ନିର୍ବାଚନରେ ୨୦ଟି ଆଦର୍ଶ ବୁଥ୍‌ କରାଯାଇଥିଲା ବେଳେ ୫ଟି ପିଙ୍କ ବୁଥ୍‌ କରାଯାଇଛି । ଜିଲାରେ ଅବାଧ ଓ ନିରପେକ୍ଷ ନିର୍ବାଚନ ଲାଗି ସମସ୍ତ ରାଜନୈତିକ ଦଳର ପ୍ରାର୍ଥୀ, ପ୍ରଶାସନକୁ ସହଯୋଗ କରିବାକୁ ଜିଲାପାଳ ଅନୁରୋଧ କରିଛନ୍ତି।