ଚର୍ଚ୍ଚାରେ ଗଞ୍ଜାମ ଜିଲା ପରିଷଦ ଅଧ୍ୟକ୍ଷା ପଦ

ବ୍ରହ୍ମପୁର ଅଫିସ,୫ା୩: ଗଞ୍ଜାମ ଜିଲା ପରିଷଦ ନିର୍ବାଚନରେ ବିଜେଡି ନିରଙ୍କୁଶ ସଂଖ୍ୟା ଗରିଷ୍ଠ ହୋଇଛି। ୬୯ ଜୋନ୍‌ରୁ ୬୭ଟିରେ ବିଜେଡି ପ୍ରାର୍ଥୀମାନେ ନିର୍ବାଚିତ ହୋଇ ରେକର୍ଡ ସୃଷ୍ଟି କରିଛନ୍ତି। ଅର୍ଦ୍ଧେକ ଜୋନ୍‌ ନିୟମ ପ୍ରକାରେ ମହିଳାଙ୍କ ପାଇଁ ସଂରକ୍ଷିତ ଥିବା ସ୍ଥଳେ ଅଧିକ ୬ ଅର୍ଥାତ୍‌ ୪୧ ଜଣ ବିଭିନ୍ନ ବ୍ଲକରୁ ନିର୍ବାଚିତ ହୋଇଛନ୍ତି। ଅନ୍ୟପକ୍ଷରେ ଅଧ୍ୟକ୍ଷ ପଦ ମଧ୍ୟ ମହିଳାଙ୍କ ଲାଗି ସଂରକ୍ଷିତ ରହିଛି। ଆସନ୍ତା ୧୩ ତାରିଖରେ ଏଥିପାଇଁ ନିର୍ବାଚନ ହେବାର ଚୂଡ଼ାନ୍ତ ହୋଇଛି। ଅଧ୍ୟକ୍ଷା ପଦ କାହାକୁ ମିଳିବ ସେନେଇ ଶାସକ ଦଳରେ ଚର୍ଚ୍ଚା ଚାଲିଛି। ନିଷ୍ପତ୍ତି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନେବା ସ୍ପଷ୍ଟ ହୋଇଥିଲେ ମଧ୍ୟ ଏହି ପଦ ଲାଗି ଅନେକ ଆଶାୟୀ ଅଛନ୍ତି।
ଅତୀତରେ ଗଞ୍ଜାମ ଜିଲା ବୋର୍ଡ ଥିଲା। ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପରେ ସେହି ବୋର୍ଡର ଅଖଣ୍ଡ କ୍ଷମତା ଥିଲା। ସମସ୍ତ ଯୋଜନା ସେଠାରେ ପ୍ରଣୟନ ହେଉଥିଲା। ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ଦିବାକର ପଟ୍ଟନାୟକ ଓ ଦୀନବନ୍ଧୁ ବେହେରା ଏବଂ ଖଲ୍ଲିକୋଟର ସ୍ବର୍ଗତ ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ ପ୍ରମୁଖ ସଭାପତି ହୋଇଥିଲେ। ସେମାନଙ୍କ ଶାସନରେ ଜିଲାର ବହୁମୁଖୀ ଉନ୍ନୟନ କାର୍ଯ୍ୟ ହୋଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ବୋର୍ଡକୁ ଭାଙ୍ଗି ଦିଆଗଲା। ପ୍ରଶାସନକୁ କ୍ଷମତା ଦିଆଯାଇଥିଲା। ଦୀର୍ଘବର୍ଷ ପରେ ୧୯୯୭ରେ ଜିଲା ପରିଷଦ ଗଠନ କରାଗଲା। ପ୍ରଥମ ନିର୍ବାଚନ ଦଳୀୟ ସଂକେତରେ ହୋଇଥିଲା। ଅଧ୍ୟକ୍ଷା ପଦ ସାଧାରଣ ବର୍ଗର ମହିଳାଙ୍କ ଲାଗି ସଂରକ୍ଷିତ ରଖାଯାଇଥିଲା। ସେହି ନିର୍ବାଚନରେ କଂଗ୍ରେସ ସଂଖ୍ୟା ଗରିଷ୍ଠ ଥାଇ ମଧ୍ୟ ଦଳରେ ଗୋଷ୍ଠୀ କନ୍ଦଳରୁ ଅଧ୍ୟକ୍ଷା ପଦ ହରାଇଥିଲା।
ରାଜନୈତିକ ସମୀକରଣରେ ତତ୍କାଳୀନ ଜନତା ଦଳ, ଭାଜପା ଓ ସିପିଆଇ ମେଣ୍ଟ କରାଗଲା। ଜଣେ ସ୍ବାଧୀନ ପ୍ରାର୍ଥୀଙ୍କ ସମର୍ଥନରୁ ଦିଗପହଣ୍ଡି ବ୍ଲକରୁ ନିର୍ବାଚିତ ଜନତା ଦଳର ରେଣୁବାଳା ପ୍ରଧାନ ଅଧ୍ୟକ୍ଷା ହୋଇଥିଲେ। ସଦ୍ୟ ସମାପ୍ତ ଜିଲା ପରିଷଦ ନିର୍ବାଚନରେ ରଙ୍ଗେଇଲୁଣ୍ଡା ବ୍ଲକର ୫୩ନଂ ଜୋନରୁ ବିଜେଡିରୁ ନିର୍ବାଚିତ ରାଜେଶ୍ୱରୀ ଦୋରା ସେତେବେଳେ କଂଗ୍ରେସରୁ ସେହି ଜୋନ୍‌ରୁ ଜିତିଥିଲେ। ରେଣୁବାଳାଙ୍କ ସହିତ ଅଧ୍ୟକ୍ଷା ପଦ ନିମନ୍ତେ ରାଜେଶ୍ୱରୀ ପ୍ରତିଦ୍ୱନ୍ଦ୍ୱିତା କରି ପରାଜିତ ହୋଇଥିଲେ। ପରବର୍ତ୍ତୀ ସ୍ଥିତିରେ ରେଣୁ ୨୦୦୮ ରାଜ୍ୟସଭା ନିର୍ବାଚନରେ ବିଜେଡିରୁ ନିର୍ବାଚିତ ହେଲେ ଏବଂ ରାଜେଶ୍ୱରୀ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗଦେଲେ। ଦୀର୍ଘ ୨୫ ବର୍ଷ ବ୍ୟବଧାନରେ ଜିଲା ପରିଷଦ ଅଧ୍ୟକ୍ଷା ପଦ ମହିଳାଙ୍କ ନିମନ୍ତେ ସଂରକ୍ଷିତ ହୋଇଛି। ବିଜେଡିରୁ ୪୦ରୁ ଊର୍ଦ୍ଧ୍ୱ ମହିଳା ନିର୍ବାଚିତ ହୋଇଥିବାରୁ ଅନେକେ ଅଧ୍ୟକ୍ଷା ହେବାକୁ ଆଶା କରିଛନ୍ତି। ବିଜେଡି ଶାସନରେ ୨୦୦୨ରେ ହୋଇଥିବା ପ୍ରଥମ ଜିଲା ପରିଷଦ ନିର୍ବାଚନରେ ଶଙ୍ଖ ଦଳ ସଂଖ୍ୟାଗରିଷ୍ଠ ଥିବାରୁ ତତ୍କାଳୀନ ଜଗନ୍ନାଥପ୍ରସାଦ ନିର୍ବାଚନ ମଣ୍ଡଳୀ ଓ ବର୍ତ୍ତମାନର ପୋଲସରା ବିଧାନସଭା କ୍ଷେତ୍ର ଅନ୍ତର୍ଗତ ବୁଗୁଡ଼ା ବ୍ଲକରୁ ନିର୍ବାଚିତ ରେବତୀ ମୋହନ ନାୟକ ଅଧ୍ୟକ୍ଷ ହୋଇଥିଲେ। ୨୦୦୭ ଦ୍ୱିତୀୟ ନିର୍ବାଚନରେ ଗୋପାଳପୁର ନିର୍ବାଚନ ମଣ୍ଡଳୀ ରଙ୍ଗେଇଲୁଣ୍ଡା ବ୍ଲକରୁ ନିର୍ବାଚିତ ବିଜେଡି ଯୁବନେତା ପରିଷଦ ଅଧ୍ୟକ୍ଷ ପଦ ପାଇଥିଲେ। ଘଟଣାକ୍ରମେ ତାଙ୍କୁ ଅନସ୍ଥା ପ୍ରସ୍ତାବରେ ପଦ ହରାଇବାକୁ ପଡ଼ିଥିଲା। ହୋଇଥିବା ଉପନିର୍ବାଚନରେ ସେହି ବ୍ଲକରୁ ନିର୍ବାଚିତ କାମରାଜୁ ସେଠୀ ପରିଷଦ ଅଧ୍ୟକ୍ଷ ହେଲେ।
ପରବର୍ତ୍ତୀ ୨୦୧୨ ନିର୍ବାଚନରେ ପୁନର୍ବାର ଜିଲା ପରିଷଦ ନିର୍ବାଚନରେ ବିଜେଡି ସଂଖ୍ୟା ଗରିଷ୍ଠ ହୋଇଥିବାରୁ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ସୁରଥ ପ୍ରଧାନଙ୍କୁ ଅଧ୍ୟକ୍ଷ କରାଯାଇଥିଲା। ୨୦୧୭ ନିର୍ବାଚନରେ ବିଜେଡିରୁ ନିର୍ବାଚିତ ଛତ୍ରପୁର ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ସୁବାସ ଚନ୍ଦ୍ର ବେହେରା ଅଧ୍ୟକ୍ଷ ପଦ ପାଇଥିଲେ। ୨୦୧୯ ସାଧାରଣ ନିର୍ବାଚନରେ ସେ ଛତ୍ରପୁର ବିଧାୟକ ଭାବେ ନିର୍ବାଚିତ ହେବାରୁ ପଦରୁ ଇସ୍ତଫା ଦେଇଥିଲେ। ତେଣୁ ହୋଇଥିବା ଉପନିର୍ବାଚନରେ ଖଲ୍ଲିକୋଟରୁ ନିର୍ବାଚିତ ସୋନମ ପଲେଇ ନିର୍ବାଚିତ ହୋଇଥିଲେ। ଚଳିତ ନିର୍ବାଚନରେ ସୋନମ ଖଲ୍ଲିକୋଟ ବ୍ଲକରୁ ଜିଲା ପରିଷଦ ସଦସ୍ୟା ହୋଇଛନ୍ତି। ଆଗାମୀ ଅଧ୍ୟକ୍ଷା କାହାକୁ କରାଯିବ ସେନେଇ ବିଜେଡିରେ ଅଙ୍କକଷା ଚାଲିଛି। ହିଞ୍ଜିଳି, ଭଞ୍ଜନଗର, ସାନଖେମୁଣ୍ଡି, ଚିକିଟି, ଆସିକା, ସୋରଡ଼ା ଓ ଅନ୍ୟ ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ମହିଳାମାନେ ମଧ୍ୟ ପଦ ନିମନ୍ତେ ଆଶା ରଖିଛନ୍ତି। ଦଳର ସୁପ୍ରିମୋ କ’ଣ ନିଷ୍ପତ୍ତି ନେବେ ତାହାକୁ ବିଭିନ୍ନ ମହଲ ଅପେକ୍ଷା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri