ଗଞ୍ଜାମ, ୧୧।୮ (ବିଦ୍ୟାଧର ସାହୁ ): ରାଜ୍ୟରେ ଥାନା ୱାରୀ ହୋଇଥିବା ବିଭାଗୀୟ ପଦର୍ଶନୀରେ ଗଞ୍ଜାମ ଜିଲାର ଗଞ୍ଜାମ ଥାନା ତୃତୀୟ ସ୍ଥାନରେ ଥିବା ଜଣାପଡିଛି । ଥାନା ଆଇଆଇସି ସୁମିତ୍ରା ପାତ୍ରଙ୍କ ସଫଳ ନେତୃତ୍ୱ ଓ କାର୍ଯ୍ୟଶୈଳୀ ନିମନ୍ତେ ରାଜ୍ୟ ଓ ଜିଲା ପାଇଁ ଗୌରାବର୍ଣ୍ଣିତ ଆଣିଦେଇଛି । ରାଜ୍ୟରେ ଥିବା ମୋଟ ୬୧୨ ଥାନାରେ କାର୍ଯ୍ୟରତ ଆଇଆଇସିଙ୍କ ପଦର୍ଶନ ରିପୋର୍ଟ ପୋଲିସ ମୁଖ୍ୟାଳୟ ପକ୍ଷରୁ ପ୍ରସ୍ତୁତ କରାଯାଇଛି । ୨୦୨୫ ଜାନୁଆରୀ ପ୍ରଥମ ସପ୍ତାହରୁ ଜୁଲାଇ ୩୧ ଯାଏ ବିଭିନ୍ନ ମାମଲାର ତଦନ୍ତ କରି ବନ୍ଦ କରିବା, ବିଭିନ୍ନ ଅପରାଧୀ ଚିହ୍ନଟ ସହ ଅପରାଧ ନିୟନ୍ତ୍ରଣ ଏବଂ ପୋଲିସ ଅଧିକାରୀଙ୍କ ବ୍ୟବହାରରେ ଶ୍ରେଷ୍ଠ ପଦର୍ଶନ ଇତ୍ୟାଦିକୁ ଆଧାର କରି ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି । ଏହି କ୍ରମରେ କଟକ କମିଶନରେଟର ବେଣ୍ଟାକର ଥାନା ଆଇଆଇସି ଗିରିଶ ଚନ୍ଦ୍ର ମହାରଣା ପ୍ରଥମ,ଭୁବନେଶ୍ୱର ବରଗଡ଼ ଥାନା ଆଇଆଇସି ତୁପ୍ତି ରଞ୍ଜନ ନାୟକ ଦ୍ୱିତୀୟ ଏବଂ ଗଞ୍ଜାମ ଥାନା ଆଇଆଇସି ସୁମିତ୍ରା ପାତ୍ର ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଏଥିସହ ଗଞ୍ଜାମ ସହରରେ ଆଇଆଇସି ପାତ୍ରଙ୍କ ଶୃଙ୍ଖଳିତ ଆଚରଣକୁ ବୁଦ୍ଧିଜୀବୀ ମହଲରେ ଖୁବ ପସନ୍ଦ କରିଛନ୍ତି ।


