Categories: ଗଞ୍ଜାମ

ଗଞ୍ଜାମ ଥାନାରେ ପ୍ରଥମ ମହିଳା ଥାନାଧିକାରୀ

ଗଞ୍ଜାମ,୧୦ା୯(ବିଦ୍ୟାଧର ସାହୁ): ଗଞ୍ଜାମ ଥାନାରେ ପ୍ରଥମଥର ପାଇଁ ମହିଳା ଥାନା ଅଧିକାରୀ ଭାବେ ସୁମିତ୍ରା ପାତ୍ର ରବିବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ଥାନାର ଆଇଆଇସି ସନ୍ତୋଷ କୁମାର ବେହେରାଙ୍କ ଭୁବନେଶ୍ୱର କମିଶନରେଟକୁ ବଦଳି ହେବା ପରେ ସୁମିତ୍ରା ଏଠାରେ ନିଯୁକ୍ତ ହୋଇଛନ୍ତି। ପୂର୍ବରୁ ସେ ଅନୁଗୋଳରେ କାର୍ଯ୍ୟରତ ଥିଲେ। ନୂଆ ଆଇଆଇସି ଥାନାରେ ପହଞ୍ଚିବା ପରେ ପ୍ରଥମେ ଗଞ୍ଜାମ ଥାନା ପୋଲିସ ସ୍ବାଗତ ଜଣାଇଥିଲେ। ଗଞ୍ଜାମ ସାନ ବଜାର ବଣିକ ସଂଘ ସଭାପତି ତଥା ବିଜେଡି ଯୁବ ସଭାପତି ସୁଧୀର କୁମାର ପାଢ଼ୀ, ବିଜେଡି ଛାତ୍ର ସଭାପତି ରାକେଶ ରଞ୍ଜନ ଦାସ, ପୂର୍ବତନ ଏନ୍‌ଏସି ଉପାଧ୍ୟାକ୍ଷ ନୀଳାଞ୍ଚଳ ବାରିକ, ଯୁବ ସ୍ବେଚ୍ଛସେବୀ ଟୋନି ମାଳୀ ପ୍ରମୁଖ ନୂତନ ଆଇଆଇସିଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ଶୁଭେଚ୍ଛା ଜଣାଇଛନ୍ତି। ସହରରେ ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି କରିବା ସହ ବରିଷ୍ଠ ନାଗରିକମାନଙ୍କ ସୁରକ୍ଷା ଦିଗରେ ଚେଷ୍ଟା କରିବେ ବୋଲି ନୂଆ ଆଇଆଇସି ନିଜ ପ୍ରତିକ୍ରିୟାରେ କହିଛନ୍ତି।