୨ କୋଟି ଟଙ୍କାରେ ବିକ୍ରି ହୋଇଥାନ୍ତା ହନୁମାନ ପଇସା: ଚଢ଼ାଉ କରି ୭ ଜଣଙ୍କୁ ବାନ୍ଧିଲା ଗଞ୍ଜାମ ପୋଲିସ

ବ୍ରହ୍ମପୁର ଅଫିସ ,୨୬।୧- ତିନୋଟି ହନୁମାନ ମୁଦ୍ରାକୁ ୨ କୋଟି ଟଙ୍କାରେ ବିକ୍ରି ଏବଂ ଠକେଇ କାରବାର ଉଦ୍ୟମକୁ ଗଞ୍ଜାମ ବାଦବାଜାର ପୋଲିସ ପଣ୍ଡ କରିଛି । ସୋମବାର ସକାଳେ ଶାନ୍ତିନଗରର ସୂର୍ଯ୍ୟ ପାତ୍ରଙ୍କ ବାସଭବନରେ ହନୁମାନ ପଇସା ବିକ୍ରି ନେଇ ଯୋଜନା ଚାଲିଥିବାର ଖବର ପାଇ ବଡବଜାର ଥାନା ଅଧିକାରୀ ପ୍ରଶାନ୍ତ ଭୂପତିଙ୍କ ନେତୃତ୍ୱରେ ଏକ ଟିମ ଚଢ଼ାଉ କରିଥିଲା। ଘଟଣାସ୍ଥଳରୁ ୭ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୩ଟି ହନୁମାନ ପଇସା, ନଗଦ ୧ ଲକ୍ଷ ୫୦ହଜାର ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ଅଭିଯୁକ୍ତ ମାନେ ପ୍ରଧାନ ମହାପାତ୍ର (୪୧) କ୍ଷେତରାଜପୁର ସମ୍ବଲପୁର, ଅନିଲ କୁସୁମ (୩୪) ସାସନ ସମ୍ବଲପୁର, ସୁରେଶ ମେହେର (୩୧) କ୍ଷେତରାଜପୁର ସମ୍ବଲପୁର, ଅକ୍ଷୟ କୁମାର ପାତ୍ର (୩୬) ଗଞ୍ଜାମ ଜିଲା ସୋରୋଡା, ଜୟନ୍ତ ପ୍ରଧାନ (୨୧) ପାନପୋଶ ରାଉରକେଲା , ବିଜୟ କୁମାର ବ୍ୟାଗ (୪୦) ପାନପୋଶ ରାଉରକେଲା ଓ ଏସ. ଜୟରାମ ପାତ୍ର (୩୪) ଗଞ୍ଜାମ ଜିଲା କେ. ନୂଆଗାଁ ବମକେଇର ବୋଲି ପୋଲିସ କହିଛି । ମାମଲା(ନଂ ୨୨/୨୧)ରେ ଅଭିଯୁକ୍ତଙ୍କୁ ମଙ୍ଗଳବାର ପୋଲିସ କୋର୍ଟ ଚାଲାଣ କରିଛି। ଏହି ପୁରୁଣା ତମ୍ବା ହନୁମାନ ମୁଦ୍ରାର ଶାନ୍ତିନଗରରେ ଆଣ୍ଟିକ ବା ପ୍ରାଚୀନ ମୂଲ୍ୟ ଥିବାର ଜଣାପଡିଛି। ତେବେ ଘର ମାଲିକ ସୂର୍ଯ୍ୟ ପାତ୍ର ଫେରାର ହୋଇଯାଇଥିବା ପୋଲିସ ସୂଚନା ଦେଇଛି। ଉପରୋକ୍ତ ଅଭିଯୁକ୍ତମାନେ ଶାନ୍ତି ନାଗରର ସୁରଜ ପାତ୍ରଙ୍କ ଘରେ ଏକାଠି ହୋଇଥିଲେ। ଉକ୍ତ ହନୁମାନ ପଇସାଥକୁ ୨ କୋଟି ଟଙ୍କାରେ ବିକ୍ରି କରାଯିବା ନେଇ ସ୍ଥିର କରାଯାଇଥିବା ବେଳେ ଗ୍ରାହକଙ୍କ ଆଗମନକୁ ସେମାନେ ଅପେକ୍ଷା କରିଥିଲେ ବୋଲି ଜେରା ବେଳେ ପୋଲିସ ଜାଣିବାକୁ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri