ଗଞ୍ଜାମ ବିଇଓଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

ଗଞ୍ଜାମ,୧୫ା୧୧(ବିଦ୍ୟାଧର ସାହୁ): ୟୁନିଟ୍‌-୩ ଭୁବନେଶ୍ୱର କ୍ୟାପିଟାଲ ହାଇସ୍କୁଲରେ ଆୟୋଜିତ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହରେ ପୁରସ୍କୃତ ହୋଇଛନ୍ତି ଗଞ୍ଜାମ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ସରୋଜ କୁମାର ସାହୁ। ଏହା ପୂର୍ବରୁ ସାହୁ ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବରେ କାର୍ଯ୍ୟରତ ସମୟରେ ସାହୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ମନୋନୀତ ହୋଇଥିଲେ।
ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଓ ଉତ୍କୃଷ୍ଟ କାର୍ଯ୍ୟଦକ୍ଷତା ପାଇଁ ଗଞ୍ଜାମ ବ୍ଲକ ର ଗୋଷ୍ଠୀ ଶିକ୍ଷା ଅଧିକାରୀ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ସମ୍ମାନିତ ହୋଇଛନ୍ତି।

ଏହି ସଫଳତା ଗଞ୍ଜାମ ବ୍ଲକ ଶିକ୍ଷା ଜଗତ ପାଇଁ ଏକ ଗୌରବ ଓ ଗର୍ବର ବିଷୟ ହୋଇଛି ଜଣେ ଦକ୍ଷ ପ୍ରଶାସକ ଓ ଶିକ୍ଷାପ୍ରେମୀ, ଛାତ୍ରୀଛାତ୍ରଙ୍କ ସର୍ବାଙ୍ଗୀନ ବିକାଶ ଦିଗରେ ତାଙ୍କର କାର୍ଯ୍ୟଧାରା ଅନ୍ୟମାନଙ୍କ ପାଇଁ ପ୍ରେରଣା ଦାୟକ, ଏହି ପୁରସ୍କାର କେବଳ ଜଣେ ଅଧିକାରୀଙ୍କ ସଫଳତା ନୁହେଁ ବରଂ ଗଞ୍ଜାମ ବ୍ଲକର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରୀଛାତ୍ର, ଓ ଶିକ୍ଷା ବିଭାଗ ପାଇଁ ଜଡ଼ିତ ସମସ୍ତଙ୍କ ପାଇଁ ଏକ ଗୌରବମୟ ମୁହୂର୍ତ୍ତ, ଏହି ଉପଲବ୍ଧି ପାଇଁ ଗଞ୍ଜାମ ବ୍ଲକର ଶିକ୍ଷକ ସମାଜ, ଶିକ୍ଷାବିତ୍‌, ଅଭିଭାବକ, ଓ ବୁଦ୍ଧିଜୀବୀ ମହଲରେ ଆନନ୍ଦ ଓ ଉତ୍ସାହ ପ୍ରକାଶ ପାଇଛି । ଏହି ଅବସରରେ ଗଞ୍ଜାମ ବ୍ଲକର ସମସ୍ତ ସିଆର୍‌ସିସି ଯଥା ସଞ୍ଜୟ କୁମାର ତରାଇ, ରବୀନ୍ଦ୍ର କୁମାର ପଣ୍ଡା, ସନ୍ତୋଷ କୁମାର ତ୍ରିପାଠୀ, ନବ ପାତ୍ର, ସିମାଞ୍ଚଳ ପାଣି, ଅତୀନ୍ଦ୍ରିୟ ପଟ୍ଟଯୋଶୀ, ସୁଶାନ୍ତ କୁମାର ତରାଇ, ଭାଗ୍ୟଳତା ମୁଲି, ରତ୍ନାକର ସେଠୀ, ଲଖଣ ସେଠୀ, ସନ୍ତୋଷ କୁମାର ଚୌଧୁରୀ, ସୌମ୍ୟ ରଞ୍ଜନ ସାହୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ସରୋଜ କୁମାର ସାହୁଙ୍କୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି।

Dharitri – Odisha’s No.1 Odia Daily

Share