ପାରଳାଖେମୁଣ୍ଡି,୨୮ା୪ (ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଆର୍.ଉଦୟଗିରି ଏସ୍ଡିପିଓ ରାକେଶ ସାହୁଙ୍କ ନେତୃତ୍ୱରେ ପାହାଡ ଶିଖର ମାଟିତଳେ ଚୋରାଚାଲାଣ ପାଇଁ ଲୁଚାଇ ରଖାଯାଇଥିବା ୪ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ଗଞ୍ଜେଇକୁ ପୋଲିସ ସୋମବାର ଜବତ କରିଛି ।
ଗୁପ୍ତ ସୂଚନାକୁ ଆଧାର କରି ଆର. ଉଦୟଗିରି ପୋଲିସ ମାଣିକପୁର ଏବଂ ଡାଲିମ୍ବପୁର ଗାଁରେ ଚଢାଉ କରି ପାହାଡ଼ ଶିଖର ମାଟିତଳେ ଲୁଚାଇ ରଖାଯାଇଥିବା ୪କୁଇଣ୍ଟାଲ ୧୩ କିଲୋ ଗଞ୍ଜେଇ ଜବତ କରିଥିଲା। ଏ ସମ୍ପର୍କରେ, ଆର୍. ଉଦୟଗିରି ଥାନାରେ ୬୨/୨୬ରେ ଏକ ମାମଲା ରୁଜୁ ହୋଇଛି। ଏଥିରେ ସମ୍ପୃକ୍ତ ସମସ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରି ଗିରଫ କରାଯିବ ବୋଲି ଏସ୍ଡିପିଓ ସାହୁ କହିଛନ୍ତି।