ବଲାଙ୍ଗୀର,୨ା୯(ସୁନିଲ କୁମାର ମହାନ୍ତି): ସମ୍ବଲପୁରୀ ଶାଢ଼ି ସେଣ୍ଟର ନାଁରେ କୋରିଅରରେ ଚାଲିଥିଲା ଗଞ୍ଜେଇ ଚାଲାଣ । ମାଡ଼ିବସିଲା ବଲାଙ୍ଗୀର ପୋଲିସ । ଅନଲାଇନରେ ଦିଲ୍ଲୀ, ଗଜିଆବାଦ ପରି ଅନେକ ଅଞ୍ଚଳକୁ ଆମାଜନ୍ ନାଁ ରେ ଚାଲାଣ କରାଯାଉଥିଲା । ପକେଟ୍ ତିଆରି କରି ଭଲ ପେକିଙ୍ଗ କରି ପାର୍ସଲରେ ଗଞ୍ଜେଇ ଚାଲାଣ କରାଯାଉଥିଲା ।
ବଲାଙ୍ଗିର ଏସପି ଅଭିଳାଷ ଜିଙ୍କ ନେତୃତ୍ୱ ରେ ବିଭିନ୍ନ ଜାଗା ମାନଙ୍କରେ ଚଢ଼ାଉ ଜରି କଳାହାଣ୍ଡି ଜିଲା ଗଞ୍ଜେଇ ବେପାରୀ ୭ ଜଣଙ୍କୁ ଗିରଫ କରିଛନ୍ତି । ଏହାସହ ୧୦ଟି ପ୍ୟାକେଟ୍ ୧୧୩ କେଜି ଗଞ୍ଜେଇ ଓ ବ୍ୟବହାର କରିଥିବା ଦୁଇ ଚାରିଚକିଆ ଗାଡ଼ି ଜବତ କରିଥିବା ପୋଲିସ ପକ୍ଷରୁ ଏସପି ଅଭିଳାଷ ଜି ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି । ଓଡ଼ିଶାରେ ଏହିପରି ଅନଲାଇନ୍ ଗଞ୍ଜେଇ ଚାଲାଣ ପ୍ରଥମ ବୋଲି ଜଣାପଡିଛି । କ୍ୟୁଆର କୋର୍ଡ ସ୍କାନ କରି ଟଙ୍କା ପଠାଇବା ପରେ ଏହି ବେପାରୀମାନେ ଗଞ୍ଜେଇ ଦେଉଥିବା ଜଣାପଡିଛି ।
କନ୍ଧମାଳରୁ ଗଞ୍ଜେଇ ଆଣି କଳାହାଣ୍ଡି ଜିଲା ମୋହନଗିରୀରେ ଗଞ୍ଜେଇ ପେକିଙ୍ଗ କରି ଅନଲାଇନରେ କୋରିଆ ପାର୍ସଲ ପଠାଉଥିଲେ । ଏମାନଙ୍କୁ ଧରିବା ପାଇଁ ପୋଲିସ ପାଇଁ ବଡ ଚାଲେଞ୍ଜ ଥିଲା ବୋଲି ଏସପି କହିଛନ୍ତି ।